ଭାରତରେ ଲକ୍‌ଡାଉନ୍‌ କାହିଁକି?

ଆକାର ପଟେଲ

ଭାରତ କାହିଁକି ଲକ୍‌ଡାଉନରେ ରହିଛି? ଆମ ଅର୍ଥନୀତି ଅଟକିଯାଇଛି ଏବଂ ଉତ୍ପାଦନରେ କ୍ଷତି ଯୋଗୁ ମୋଟ ଘରୋଇ ଉତ୍ପାଦ ୫ ପ୍ରତିଶତରୁ ଅଧିକ ହ୍ରାସ ପାଇବାର ଆକଳନ କରାଯାଏ। ସ୍ପଷ୍ଟଭାବେ କୁହାଯାଇପାରେ ଯେ,ଆମେମାନେ ଘରେ ରହିବାର ଏକ ଭଲ ଓ ଦୃଢ କାରଣ ରହିଛି। ସେହି କାରଣଟି କ’ଣ? ପ୍ରତିଷ୍ଠିତ ଜନ୍ସ ହପ୍‌କିନ୍ସ ୟୁନିଭର୍ସିଟିର ସେଣ୍ଟର ଫର୍‌ ଡିଜିଜ୍‌ ଡାଇନାମିକ୍ସ,ଇକୋନୋମିକ୍ସ ଆଣ୍ଡ୍‌ ପଲିସି ଭାରତରେ କରୋନା ଭାଇରସ ସଂକ୍ରମଣର ଭବିଷ୍ୟତ ଉପରେ ଏକ ଅନୁଧ୍ୟାନଭିତ୍ତିକ ତଥ୍ୟ ପ୍ରକାଶ କରିଛି। ଏହା ଲକ୍‌ଡାଉନ୍‌ର ତିନୋଟି ସମ୍ଭାବ୍ୟ ସ୍ଥିତି (ଉଚ୍ଚ, ମଧ୍ୟମ ଓ ନିମ୍ନ) ଉପରେ ଅନୁଧ୍ୟାନ କରିଛି। ନିମ୍ନ ସ୍ଥିତିରେ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ଜୁନ ସୁଦ୍ଧା ମୋଟରେ ୧୨ କୋଟି ଭାରତୀୟ ସଂକ୍ରମିତ ହେବେ ଏବଂ ଏମାନଙ୍କ ମଧ୍ୟରୁ ୧୨ ଲକ୍ଷ ହସ୍ପିଟାଲରେ ରହିବେ। ତେବେ ଭାରତରେ କେବଳ ୭୦ ହଜାର ଆଇସିୟୁ ବେଡ୍‌ ଏବଂ ୪୦ ହଜାର ଭେଣ୍ଟିଲେଟ୍‌ର ରହିଛି। ଏଣୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ଚିକିତ୍ସା ସେବାରୁ ବଞ୍ଚିତ ହେବେ। ମଧ୍ୟମ ସ୍ଥିତିରେ ଆକଳନ କରାଯାଇଛି ଯେ,୧୮ କୋଟି ଲୋକ ସଂକ୍ରମିତ ହେବେ ଓ ସେଥିମଧ୍ୟରୁ ୧୮ ଲକ୍ଷ ହସ୍ପିଟାଲରେ ରହିବାର ସମ୍ଭାବନା ରହିଛି ଏବଂ ଉଚ୍ଚ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଆକଳନ କରାଯାଇଛି ଯେ, ୨୫ କୋଟି ଲୋକ ସଂକ୍ରମିତ ହେବେ ଓ ୨୫ଲକ୍ଷ ହସ୍ପିଟାଲରେ ରହିବେ । ଏହି ସଂଖ୍ୟକ ସଂକ୍ରମିତଙ୍କୁ ଆମେ ନିୟନ୍ତ୍ରଣ କରି ପାରିବା ନାହିଁ, ଏପରି କି ନିମ୍ନ ସ୍ଥିତିରେ ଥିବା ରୋଗୀଙ୍କୁ ମଧ୍ୟ। ସରକାର କ’ଣ ଏହି ସ୍ଥିତି ସହ ଏକମତ? ଏହା ବି ଆମେ ଜାଣୁନା। ଏଣୁ ଏଠାରେ ପୁନର୍ବାର ପ୍ରଶ୍ନ ଉଠୁଛି, ଭାରତ କାହିଁକି ଲକ୍‌ଡାଉନ୍‌ରେ ରହିଛି? ଆମେ ୨୧ ଦିନ ପରେ ଏହି ରୋଗକୁ ପରାସ୍ତ କରିପାରିବା ବୋଲି ଯଦି ଏହାର ଉତ୍ତର ମନେକରୁଥିବା ତେବେ ଏହା କରିପାରିବା ନାହିଁ। ଏପରି କି ଚାଇନାରେ ଏହି ରୋଗ ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ଏହି ଲକ୍‌ଡାଉନ ରୋଗ ସଂକ୍ରମଣ ରୋକିବା ପାଇଁ ଯଦି କୁହାଯାଏ ଏହା ବି ପ୍ରଶ୍ନର ଠିକ୍‌ ଉତ୍ତର ନୁହେଁ, କାରଣ ଏହି ରୋଗ ସବୁଆଡେ ବ୍ୟାପିବାରେ ଲାଗିଛି।
ଲକ୍‌ଡାଉନର କେବଳ ଗୋଟିଏ ସାମ୍ଭବ୍ୟ କାରଣ ହେଉଛି , ଏହା ସଂକ୍ରମଣକୁ ଧିମା କରିଦେବ। କିନ୍ତୁ ତା’ପରେ କ’ଣ ହେବ? ଏହାର ଉତ୍ତର ଜଣା ନାହିଁ, କାରଣ ଲକ୍‌ଡାଉନକୁ ଛାଡିଦେଲେ ଆଉ କିଛି ଆଲୋଚନା କରାଯାଉନାହିଁ। ଅନ୍ୟଦେଶଗୁଡିକ ଏହି ରୋଗ ସଂକ୍ରମଣକୁ ଯେଉଁ ମାଧ୍ୟମରେ ପ୍ରତିରୋଧ କରିଛନ୍ତି ଭାରତ ସେହି ଉପାୟରେ କରିବାକୁ ଚହଁୁଥିବା ମନେହେଉଥିବା କାରଣରୁ ଦ୍ୱନ୍ଦ୍ୱ ବଢି ବଢି ଚାଲିଛି । ନ୍ୟୁୟର୍କ କରୋନାରେ ଭୟଙ୍କର ଭାବେ ପ୍ରଭାବିତ ହୋଇଛି ,ଏପରି କି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ମଧ୍ୟ ଏଥିରେ ସଂକ୍ରମତି ହୋଇଛନ୍ତି। ଏଣୁ ଭାରତରେ ଏବେ କ’ଣ ଚାଲିଛି? ତାହା ବୁଝିବା ପୂର୍ବରୁ ଆମେ ଜାଣିବା ଉଚିତ ଯେ,ଭାରତରେ କେତେ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି ସେ ସମ୍ପର୍କରେ ଆମର କିଛି ବି ଧାରଣା ନାହିଁ। ଏଯାବତ ଆମେରିକାରେ ୫.୫ ଲକ୍ଷ , ଜର୍ମାନୀରେ ୪.୫ ଲକ୍ଷ,କୋରିଆ ଓ ଇଟାଲୀରେ ୩.୫ ଲକ୍ଷ ଲୋକଙ୍କର ପରୀକ୍ଷା କରାଯାଇଛି। ଭାରତରେ ମାତ୍ର ୨୭ ,୦୦୦ ଲୋକଙ୍କର ଏହି ପରୀକ୍ଷା କରାଯାଇଛି। ଦିଲ୍ଲୀର ଲୋକସଂଖ୍ୟଠାରୁ କମ୍‌ ଲୋକସଂଖ୍ୟା ବିଶିଷ୍ଟ ଦେଶ ନେଦରଲାଣ୍ଡ ଯେତିକି ପରୀକ୍ଷା କରିଛି ଆମେ ସେତିକି କରିଛୁ। ନେଦରଲାଣ୍ଡରେ ୮ ହଜାର ପଜିଟିଭ କେସ୍‌ ମିଳିଛି ଯାହା ଭାରତଠାରୁ ୧୦ଗୁଣ ଅଧିକ।
ଏବେସୁଦ୍ଧା ଆନ୍ଧ୍ରପ୍ରଦେଶରେ କେବଳ ୩୮୪ ଜଣଙ୍କର ପରୀକ୍ଷା କରାଯାଇଛି। କିନ୍ତୁ ଆନ୍ଧ୍ରପ୍ରଦେଶ ଲୋକସଂଖ୍ୟାଠାରୁ କମ୍‌ ଥିବା ଦେଶ ସ୍ପେନ ୩.୫ ଲକ୍ଷ ଲୋକଙ୍କ ପରୀକ୍ଷା କରିଛି। ଏହି ତଥ୍ୟରୁ ଜଣାପଡୁଛି ଯେ, ଆମର ପ୍ରକୃତ ପଜିଟିଭ କେସ୍‌ ଲୁଚାଯାଇଛି ଏବଂ ଏହାର ସଂଖ୍ୟା କେତେ ତାହା ହିଁ ଏକମାତ୍ର ପ୍ରଶ୍ନ। ପୂରା ଦକ୍ଷିଣ ଏସିଆରେ କରୋନା ଭାଇରସ୍‌ ପଜିଟିଭ କେସ୍‌ କମ୍‌ ରହିଛି। ପାକିସ୍ତାନରେ ଅଧିକ କିନ୍ତୁ ଏହି ସଂଖ୍ୟା କେବଳ ୧୨୦୦। ଭାରତରେ ୮୦୦, ବାଂଲାଦେଶରେ ୪୦୦, ଶ୍ରୀଲଙ୍କାରେ ୧୦୬, ଭୁଟାନ ଓ ନେପାଳରେ ପ୍ରତ୍ୟେକ ୩ ଏବଂ ମାଳଦ୍ୱୀପରେ ୧୩ ଟି ପଜିଟିଭ କେସ୍‌ ମିଳିଛି। ଭାରତରେ କେତେକ ରାଜ୍ୟ ଅନ୍ୟ ରାଜ୍ୟ ଠାରୁ ବେଶି ପରୀକ୍ଷା କରିଛନ୍ତି। ଭାରତର ପଜିଟିଭ କେସ୍‌ରୁ ଅନେକ କେରଳରୁ ମିଳିଛି। କିନ୍ତୁ କେରଳ ଅନ୍ୟ ରାଜ୍ୟଗୁଡିକଠାରୁ ସର୍ବାଧିକ ପରୀକ୍ଷା କରିଛି। ୨୪ ମାର୍ଚ୍ଚ ସୁଦ୍ଧା ଏହା ୪୫୦୦ ଜଣଙ୍କ ପରୀକ୍ଷା କରିଥିଲା। କିନ୍ତୁ ସେହି ସମୟରେ ମହାରାଷ୍ଟ୍ର ଯାହାର ୨୪ଟି ଅଧିକ ପଜିଟିଭ କେସ୍‌ ଥିଲା ତାହା ୧୦୦୦ ଲୋକଙ୍କର ପରୀକ୍ଷା କରିଥିଲା। ଏହାର ମାନେ ନୁହେଁ ଯେ, କେରଳରେ ଅଧିକ ସଂକ୍ରମିତ ରହିଛନ୍ତି। କେବଳ ପରୀକ୍ଷା ଦ୍ୱାରା ଏହା ଅନ୍ୟ ରାଜ୍ୟଠାରୁ ଅଧିକ ପଜିଟିଭ କେସ୍‌ ଚିହ୍ନଟ କରିପାରିଛି।
ଏଣୁ ଆମେ କାହିଁକି ଅଧିକ ପରୀକ୍ଷା କରୁନାହୁଁ? ଓ୍ବେ ପବ୍ଲିକେଶନ ସ୍କ୍ରୋଲ୍‌ରେ ଏକ ରିପୋର୍ଟ ଅନେକ ରାଜ୍ୟ ସରକାରଙ୍କୁ ଜଣାଇଦେଇଛିଯେ, ଏହି ସମସ୍ୟା କିଟ୍‌ ଅଭାବର ନଥିଲା, ବରଂ ଅଭାବ ଥିଲା ପରୀକ୍ଷାଗାରର। ପରୀକ୍ଷା କରିବା ଲାଗି ଅନେକ ରାଜ୍ୟର ଗୋଟିଏ ବି ପରୀକ୍ଷାଗାର ନାହିଁ। ଉଦାହରଣ ସ୍ବରୂପ, ନାଗାଲାଣ୍ଡରୁ ନମୁନାଗୁଡିକୁ ପରୀକ୍ଷା ପାଇଁ ଆସାମ ପଠାଯାଇଥାଏ। ଦ୍ୱିତୀୟ କାରଣଟି ଥିଲା ଲୋକମାନେ ଘରୋଇ ପରୀକ୍ଷାରୁ ଦୂରେଇଗଲେ। ଘରୋଇ ପରୀକ୍ଷାରେ ଜଡିତ ନର୍ସମାନେ ସୁରକ୍ଷିତ ପୋଷାକ ବା ଉପକରଣରେ ସେମାନଙ୍କ ଘରକୁ ହୁଏତ ଆସିବାକୁ ପଡିବ ବୋଲି ଅନୁଭବ କରିବା ପରେ ସେମାନେ ପରୀକ୍ଷାରୁ ଦୂରେଇ ଯାଇଥିଲେ। ଘରୋଇ ପରୀକ୍ଷା ପାଇଁ ଦେୟ ୪,୫୦୦ ଟଙ୍କା ଏବଂ ଏହା ମାଗଣା ନୁହେଁ ଓ ସେମାନଙ୍କୁ ଏହି ଦେୟ ଦେବାକୁ ପଡିବ ବୋଲି ଜାଣିବା ପରେ ଅନ୍ୟ ଲୋକମାନେ ମଧ୍ୟ ପରୀକ୍ଷାଠାରୁ ଦୂରେଇଗଲେ। ଅନେକ ପରୀକ୍ଷାଗାର ମଧ୍ୟ ଭାବନ୍ତି ଯେ,ଏତେ କମ୍‌ ଟଙ୍କାରେ ଏହା ସେମାନଙ୍କ ପାଇଁ ଅଧିତ୍କ କାମ । ଏହିସବୁ କାରଣଗୁଡିକ ଯୋଗୁ ପରୀକ୍ଷା ସଂଖ୍ୟା କମ୍‌ ହୋଇଛି ।
ଏହା ପରେ କ’ଣ ହେବ? ଲକ୍‌ଡାଉନ କ’ଣ ପାଇଁ କରାଯାଇଛି ତାହା ଯଦି ଆମେ ଜାଣିପାରିବା ତେବେ ଏହାର ଉତ୍ତର ମିଳିପାରିବ। ଶେଷରେ ଲକ୍‌ଡାଉନର କିଛି ଦିନ ସୂଚାଇଦେଇଛି ଯେ, କୌଣସି ଯୋଜନା ନ ଥାଇ ଏହା ଆରମ୍ଭ କରାଯାଇଛି। ଏପରି କିି ଏହାର ଆରମ୍ଭରୁ ସାରା ଭାରତରେ ଲକ୍ଷ ଲକ୍ଷ ଲୋକ ବିନା ପାଣି, ଖାଦ୍ୟ ଓ ଟଙ୍କାରେ ବୁଲୁଛନ୍ତି। ଯେତେେବେଳ ରାଜ୍ୟକୁ ତା’ କ୍ଷମତା ବାହାରେ ଲକ୍ଷ ଲକ୍ଷ ଏବଂ କୋଟି କୋଟି ସଂକ୍ରମିତଙ୍କ ଚିକିତ୍ସା ପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ପଡିବ ସେତେବେଳେ କ’ଣ ହେବ? ଏହା ଏକ କାଳ୍ପନିକ ପ୍ରଶ୍ନ ନୁହେଁ। ଖୁବ୍‌ଶୀଘ୍ର ଆମେ ଏହାର ଉତ୍ତର ଜାଣିପାରିବା।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri