Posted inଜାତୀୟ

ଭାଜପାକୁ ଝାଡ଼ଖଣ୍ଡ ଝଟକା

ରାଞ୍ଚି/ନୂଆଦିଲ୍ଲୀ,୨୪ା୧୨(ପି.ଟି./ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ପରେ ଝାଡ଼ଖଣ୍ଡ ନିର୍ବାଚନରେ ଭାଜପାକୁ ବଡ଼ ଝଟକା ଲାଗିଛି। ବିଧାନସଭାର ୮୧ ଆସନ ମଧ୍ୟରୁ ଶାସକ ଭାଜପାକୁ ମାତ୍ର ୨୫ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ୪୭ ଆସନ ଦଖଲ କରି ସରକାର ଗଠନ ଦିଗରେ ଅଗ୍ରସର ହୋଇଛି। ମେଣ୍ଟ ଅଂଶୀଦାର କଂଗ୍ରେସକୁ ୧୬ ଓ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)କୁ ଗୋଟିଏ ଆସନ ମିଳିଛି। ଝାଡ଼ଖଣ୍ଡବାସୀ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାରକୁ ପ୍ରତ୍ୟାଖ୍ୟାନ କରିବା ସହ ଜେଏମ୍‌ଏମ୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନଙ୍କ ହାତରେ କ୍ଷମତାର ଡୋରି ଧରାଇଛନ୍ତି। ରାଜ୍ୟରେ ସରକାର ବିରୋଧୀ ହାଓ୍ବା ଓ କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଯୋଗୁ ରଘୁବର ସରକାର ଧରାଶାୟୀ ହୋଇଥିବା ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି। ଏହାକୁ ମିଶାଇ ବର୍ଷକ ମଧ୍ୟରେ ୫ଟି ରାଜ୍ୟରେ ଭାଜପାକୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି। ଅନ୍ୟପକ୍ଷରେ ସୋନିଆ ଗାନ୍ଧୀ ଦ୍ୱିତୀୟ ଥର କଂଗ୍ରେସ ମଙ୍ଗ ଧରିବା ପରେ ତାଙ୍କ ଦଳ କ୍ରମାଗତ ୨ଟି ରାଜ୍ୟରେ ମେଣ୍ଟ ସରକାର ଗଠନ କରିବାରେ ସକ୍ଷମ ହୋଇଛି।
୮୧ ସଦସ୍ୟତା ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା। ଏହି ହିନ୍ଦୀଭାଷୀ ଆଦିବାସୀ ବହୁଳ ରାଜ୍ୟର ନିର୍ବାଚନ ଫଳ ସୋମବାର ପ୍ରକାଶ ପାଇଛି। ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଶିବୁ ସୋରେନଙ୍କ ନେତୃତ୍ୱାଧୀନ ଜେଏମ୍‌ଏମ୍‌ ୩୦ ଆସନରେ ସଫଳତା ପାଇ ସବୁଠୁ ବଡ଼ ଦଳର ମାନ୍ୟତା ପାଇଛି। ଏହାର ସହଯୋଗୀ କଂଗ୍ରେସକୁ ୧୬ ଏବଂ ଆର୍‌ଜେଡିକୁ ଗୋଟିଏ ଆସନ ମିଳିଛି। ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୪୧ ହୋଇଥିବାବେଳେ ଏହି ମେଣ୍ଟ ମୋଟ ୪୭ ଆସନ ଦଖଲ କରିପାରିଛି। ବାବୁଲାଲ ମାର୍ଣ୍ଡିଙ୍କ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ଜେଭିଏମ୍‌)କୁ ୩ ଏବଂ ସୁଦେଶ ମହାତୋଙ୍କ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌ (ଏଜେଏସ୍‌ୟୁ)କୁ ୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ୪ ଆସନରେ ଜିତିଛନ୍ତି। ବିପୁଳ ବିଜୟ ପରେ ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ ଦଳର ଅଧ୍ୟକ୍ଷ ତଥା ତାଙ୍କ ବାପା ଶିବୁ ସୋରେନଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ଆଜି ଏକ ନୂଆ ଯୁଗ ଆରମ୍ଭ ହୋଇଛି। ଝାଡ଼ଖଣ୍ଡବାସୀଙ୍କ ପାଇଁ କାର୍ଯ୍ୟ କରିବା ଲାଗି ଆମେ ଶପଥ ନେଉଛୁ। ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସହଯୋଗୀ କଂଗ୍ରେସ ଏବଂ ଆର୍‌ଜେଡି ସହ ଆଲୋଚନା କରିବୁ ବୋଲି ଭାବୀ ମୁଖ୍ୟମନ୍ତ୍ରୀ ହେମନ୍ତ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ସୋନିଆ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଧନ୍ୟବାଦ ଦେଇଛନ୍ତି। ହେମନ୍ତ ଦୁଇଟି ଆସନ (ଡୁମୁକା ଓ ବାରହାଇତ୍‌)ରେ ବିଜୟୀ ହୋଇଥିବାବେଳେ ରଘୁବର ନିଜ ଜାମସେଦପୁର ଇଷ୍ଟ୍‌ ଆସନରୁ ପରାଜୟ ବରଣ କରିଛନ୍ତି। ଏହି ଆସନରେ ତାଙ୍କ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ତଥା ସ୍ବାଧୀନ ପ୍ରାର୍ଥୀ ସରଜୁ ରାୟଙ୍କ ଠାରୁ ରଘୁବର ୧୫,୮୩୩ ଭୋଟ ବ୍ୟବଧାନରେ ହାରିଯାଇଛନ୍ତି। ରଘୁବର ଦାସ ଏହି ପରାଜୟକୁ ସ୍ବୀକାର କରିଛନ୍ତି। ଏହି ଜନାଦେଶକୁ ସ୍ବାଗତ କରୁଛୁ। ଝାଡ଼ଖଣ୍ଡର ଜନତାଙ୍କୁ ଧନ୍ୟବାଦ ବୋଲି ସେ କହିଛନ୍ତି। ଫଳାଫଳ ଆସିବା ପରେ ରଘୁବର ରାଜଭବନ ଯାଇ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା କହିଛନ୍ତି, ଝାଡ଼ଖଣ୍ଡବାସୀ ଦେଇଥିବା ଜନାଦେଶକୁ ଆମେ ସମ୍ମାନ ଦେଉଛୁ। ବିଗତ ୫ ବର୍ଷ ଧରି ଶାସନର ସୁଯୋଗ ଦେଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଉଛୁ। ରାଜ୍ୟର ବିକାଶ ପାଇଁ ଭାଜପା ସବୁବେଳେ ପ୍ରତିଶ୍ରୁତିବଦ୍ଧ ବୋଲି ଶାହା କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୪ ବିଧାନସଭା ନିର୍ବାଚନରେ ଭାଜପାକୁ ୩୭ ଆସନରେ ସଫଳତା ମିଳିଥିଲା। ଏଜେଏସ୍‌ୟୁର ୫ ବିଧାୟକଙ୍କ ସମର୍ଥନରେ ଡିସେମ୍ବର ୨୮ରେ ରଘୁବର ଦାସ ଝାଡ଼ଖଣ୍ଡର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଜେଏମ୍‌ଏମ୍‌ ୧୯ ଓ କଂଗ୍ରେସ ୬ ଆସନରେ ବିଜୟୀ ହୋଇଥିଲେ। ୨୦୧୫ ଫେବୃୟାରୀ ୧୧ରେ ଜେଭିଏମ୍‌ (ପ୍ରଜାତାନ୍ତ୍ରିକ)ର ୬ ବିଧାୟକ ଭାଜପାରେ ସାମିଲ ହେବା ପରେ ରଘୁବର ଦାସ ସରକାରଙ୍କ ଶକ୍ତି ବୃଦ୍ଧି ହୋଇଥିଲା। ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ଆସନ ବୁଝାମଣାକୁ ନେଇ ଭାଗବଣ୍ଟା ନ ଛିଣ୍ଡିବାରୁ ଭାଜପା ଏବଂ ଏଜେଏସ୍‌ୟୁ ଅଲଗା ଲଢ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri