ଭଲ ଚାଲିଛି ଗୁପ୍‌ଚୁପ୍‌ ବ୍ୟବସାୟ

ବଅଁରପାଳ, ୧୩ା୫(ଉପେନ୍ଦ୍ର ରାଉତ) : ବେଶୀ ପାଠ ପଢ଼ି ନ ଥିବାରୁ ଚାକିରି ପାଇଁ ଚେଷ୍ଟା କରି ନ ଥିଲେ। ତଥାପି ପରିବାର ପ୍ରତିପୋଷଣ ପାଇଁ କିଛି ଗୋଟେ କାମ ଖୋଜୁଥିଲେ। ୧୨ବର୍ଷ ତଳେ ବିଶାଖାପାଟଣା ଚାଲିଯାଇ ସେଠାରେ ଗୁପଚୁପ ବିକିବା ଆରମ୍ଭ କରିଦେଇଥିଲେ। ୫ ବର୍ଷ ଜଣେ ମାଲିକଙ୍କ ପାଖରେ କାମ କରିବା ପରେ ନିଜ ଘର ନିକଟରେ ଏହି ବ୍ୟବସାୟ କରିବାକୁ ଯୋଜନା କରି ସେ ଗଁାକୁ ଫେରିଆସିଲେ। ଏବେ ତାଙ୍କ ଗୁପ୍‌ଚୁପ୍‌ ବେପାର ଫୁଲ୍‌ ଦମ୍‌ରେ ଚାଲିଛି ବୋଲି କହିଛନ୍ତି ବଅଁରପାଳ ବ୍ଲକ ଗିରାଙ୍ଗ ଗ୍ରାମର ପ୍ରମୋଦ ସାହୁ।
ଅପରାହ୍ନ ୪ଟାରେ ଗିରାଙ୍ଗ ନିକଟ ସିପିପି ରାସ୍ତା ପାର୍ଶ୍ୱରେ ପ୍ରମୋଦଙ୍କ ଠେଲା ଗାଡ଼ି ପହଞ୍ଚତ୍ବା ପରେ ଗ୍ରାହକଙ୍କ ଭିଡ଼ ଜମିଯାଏ। ରାତି ୧୦ଟା ଯାଏ ଚାଲେ ତାଙ୍କ ବେପାର। ପ୍ରମୋଦଙ୍କ ହାତ ତିଆରି ଗୁପ୍‌ଚୁପ୍‌ ବେଶ୍‌ ସ୍ବାଦିଷ୍ଟ ହୋଇଥିବାରୁ ଦିନକୁ ଦିନ ଅଧିକ ଗ୍ରାହକ ଆସୁଛନ୍ତି। ପ୍ଲେଟରେ ଗୁପ୍‌ଚୁପ୍‌କୁ ସଜ୍ଜିତ କରି ସେ ପିଆଜ, ଟମାଟୋ ସସ୍‌, ଧନିଆ ପତ୍ର ଏବଂ ସ୍ବାଦ ଅନୁଯାୟୀ ଲୁଣ, ଲଙ୍କା ଓ ଚାଟ ମସଲା ଦେଇଥାନ୍ତି। ଏଥିସହ ଆମ୍ବକସି ଅଦା, ଧନିଆ ଓ ପୁଦିନାରେ ପ୍ରସ୍ତୁତ ଖଟାପାଣି ବଢ଼ାଇ ଦେଇଥାନ୍ତି। କେବଳ ଗୁପ୍‌ଚୁପ୍‌ ନୁହେଁ ପାମ୍ପିଡ଼ି ଚାଟ୍‌, ଦହି ଗୁପ୍‌ଚୁପ୍‌ ଓ ଝାଲ ମୁଢ଼ି ମଧ୍ୟ ବିକ୍ରି କରିଥାନ୍ତି। ଗ୍ରାହକଙ୍କ ପସନ୍ଦ ଅନୁସାରେ ସେ ଗୁପ୍‌ଚୁପ୍‌ ତିଆରି କରୁଥିବାରୁ ସନ୍ଧ୍ୟାରେ ନାଲ୍‌କୋର ବହୁ କର୍ମଚାରୀ, ଆଖପାଖର ମହିଳା, ଯୁବତୀ ଓ ଯୁବକମାନେ ତାଙ୍କ ଦୋକାନକୁ ଆସି ଗୁପ୍‌ଚୁପ୍‌ ଖାଇଥାନ୍ତି। ଦିନକୁ ପ୍ରାୟ ୨ ହଜାରରୁ ଅଧିକ ଟଙ୍କାର ବେପାର ହେଉଥିବାରୁ ପରିବାର ଚଳାଇବା ବେଶୀ କଷ୍ଟକର ହେଉ ନ ଥିବା ସେ କହିଛନ୍ତି। ସ୍ତ୍ରୀ ମାଳତୀଙ୍କ ସହ ୨ ପୁଅଙ୍କୁ ନେଇ ତାଙ୍କ ପରିବାର। ବଡ଼ ପୁଅ ଷଷ୍ଠ ଶ୍ରେଣୀରେ ପଢ଼ୁଥିବାବେଳେ ସାନ ପୁଅ ତୃତୀୟ ଶ୍ରେଣୀର ଛାତ୍ର। ଦୁଇ ବଖରା ଘରକୁ ଛାଡ଼ି ଦେଲେ ଜମି ବାଡ଼ି କିଛି ନାହିଁ। ଏହି ବେପାର ହିଁ ତାଙ୍କ ସମ୍ବଳ ବୋଲି ପ୍ରମୋଦ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri