ଭତା, ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌:ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌ କିର୍ତ୍ତନ

ଲାଠୋର,୫।୬(ଡି.ଏନ.ଏ.): ସରକାର ଗରିବ ଦୁଖି, ଅସାହା ବୁଢ଼ାବୁଢ଼ି, ଭିନ୍ନକ୍ଷମ, ବିଧବାମାନକୁ ଚାଉଲ, ଭତା, ଆବାସ ଯୋଜନାରେ ଘର ଆଦି ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ସରକାରକଁର ଇ ମହତ୍‌ ଯୋଜନା ବାଟବନା ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗୁଦାମପଡ଼ାରେ।
ସୂଚନା ଅନ୍‌ସାରେ ଲାଠୋର ଗୁଦାମପଡ଼ାର କିର୍ତ୍ତନ ସୁନା(୬୫)। ସେ ନିହାତି ଗରିବ୍‌ ଆର ତାକର ସଁପତି କହେଲେ ୨ ଡିସିମିଲ ଘର ଡିହକେ ଛାଡ଼ି କିଛି ନଁାଇଁନ। ସେ ବିହାଚୁରା ହେଇଥିଲେ, ହେଲେ ବହୁତ୍‌ ଦିନ୍‌ ଆଗରୁ କେହେନ୍‌ସି କାରନ୍‌ରୁ ମାଏକିନା ତାହାକୁ ଛାଡ଼ିି ପଲେଇଗଲେ। ହେଲେ କିର୍ତ୍ତନ ଆର ବିହାଚୁରା ନାଇଁ ହେଲେ, ନିଜେ ବାହା ଜାଂଗଲ ମାଜି ଏଭ୍‌ତକ କମେଇ ଖାଉଥିଲେ। ଏହେଦେ ଅଧାରର ହେଲାରୁ ସେ କାମ୍‌ବୁତା କରି ନାଇଁ ପାରବାର। ଏନ୍‌ତାଥି ସେ ନିଜର ପୁତରା ଘରେ ଆଶ୍‌ରେ ନେଇଛନ୍‌। ହେଲେ ପୁତରା ଏନ୍‌ଥେଇ ବସେଇ କରି କେତେଦିନ୍‌ ଖାଏବାକେ ଦେବା ଭାବି କିର୍ତ୍ତନ କାହାକେ କିଛି ନାଇଁକହି କରି ଗଁା ଗଁା ବୁଲି ଭିଖ୍‌ ମାଗୁଛନ୍‌। ଭିଖ୍‌ରେ ଯାହା ପାଉଛନ୍‌ ସେଥ୍‌ରେ ସେ ଚଲୁଛନ୍‌। ଇଆଡ଼େ ସରକାରୀ ସୁବିଧା କହେଲେ ମାସିକ ପାଉଥିବାର ୫ କେ.ଜି. ଚାଉଲ। କିର୍ତ୍ତନ ବୁଢ଼ାବୁଢ଼ି ଭତା ପାଏବାର ଲାଗି ଅନେକ ଥର ପଁଚେତ୍‌ରେ କାଗଜପତର ଦାଖଲ କରି ନିରାଶ ହେଇଛନ୍‌। ସେନ୍‌ତା କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ ପରକାର ଆବାସ ଯୋଜନାରେ ଗରିବ୍‌ଦୁଖି, ନିଅଁାସିମାନକୁ ସାମିଲ କରି ପକାଘର ଯୁଗେଇ ଦେଉଛନ୍‌। ହେଲେ କିର୍ତ୍ତନ ନିହାତି ଗରିବ୍‌ ଆର ନିଅଁାସି ହେଇଥିଲେ ବି ସରକାରକଁର ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ପୁତରା ଦୟା ଦେଖେଇ ଦେଇଥିବାର ଘର ବଖ୍‌ରେରେ ସେ ମୁଡ଼ ଗୁଁଜିଛନ୍‌। ଇ ବାବ୍‌ଦେ ଲାଠୋର ସରପଁଚ୍‌କୁଁ ପଚରାଲାରୁ ତାକର କାଗଜପତର ଯଁାଚ୍‌ କରି ଭତା ଆର ସରକାରୀ ନିୟମ ହିସାବେ ପକାଘର ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri