ଭତା, ଆବାସ ଯୋଜନାରୁ ବଁଚିତ୍‌ ଉର୍ବଶୀ

ଲାଠୋର, ୨୦ା୬ (ଡି.ଏନ୍‌.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଇନ୍ଦିରା ଗାନ୍ଧୀ, ମଧୁବାବୁ ପେନସନ ଯୋଜନାରେ ବୁଢ଼ାବୁଢ଼ି, ବିଧବା, ଛାର୍‌ରି, ଦିବ୍ୟାଙ୍ଗମାନକୁ ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ଗରିବ୍‌ ଦୁଖି, ନିଅଁାସିମାନକୁ ଆବାସ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ଭିନେ ଭିନେ କାରନ୍‌ରୁ ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଁଚେତ୍‌ ଅଧୀନ କନ୍ଦେଇଛାପର ଖଇରାପଡ଼ାରେ।
ସୂଚନା ଅନ୍‌ସାରେ ଖଇରାପଡ଼ାରେ ସ୍ବର୍ଗତ ଗୋପିନାଥ ଭୋଇକଁର ଘର। ସେ ୫ ବଛର ଆଗରୁ ଆରପାରକେ ଚାଲିଯାଇଛନ୍‌। ଏହେଦେ ତାକର ପରିବାରରେ ବିଧବା ମାଏକିନା ଉର୍ବଶୀ ଭୋଇ ଆର ପୁଓ ବେଣୁ ରହିଛନ୍‌। ଗୁଟେ ବଲି ଝି’ ପଦ୍ମିନୀ ବିହାଚୁରା ହେଇ ଶାଶ୍‌ ଘରେ ଖଟୁଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଜମିବାଡ଼ି, ଘରଡ଼ିହ ବଲି କିଛି ନାଇଁ। ଗୋଚର ଆର ପତରା ଜାଗାରେ ଛୁଟିଆମୁଟିଆ ଚାଷ୍‌ ଟିକେ କରି ମା’ପୁଓ ବଡ଼ା ଦୁଖେ ଚଲୁଛନ୍‌। ଜାଗାବାଡ଼ି ଅଭାବୁ ସରକାରୀ ଜାଗାରେ ଗୁଟେ ମାଏଟ୍‌ କୁରିଆରେ ଖପର ଛାଉନି କରି ମୁଡ଼ଗୁଁଜିଛନ୍‌। ବହୁତ୍‌ ସମିଆରେ ଅଭାବ ଅନାଟନ ଲାଗି ମା’ପୁଓ ପାସର ଜଂଗଲରୁ ସରଗି ପତର ଆନି ଖଲିଦନା ଟିପି ବିକାଭଂଗା କରୁଛନ୍‌। ସେଥ୍‌ରୁ ଯାହା ପାଉଛନ୍‌ ତାକର ତେଲନୁନ୍‌ ଯଥରକଥର ଚଲୁଛେ। ଇଆଡ଼େ ଗୋପିନାଥ ଆରପାରକେ ଚାଲିଯିବାର ପଁାଚ୍‌ ବଛର ବିତିଯାଇଥିଲେ ବି ଉର୍ବଶୀ ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ପରିବାରଟା ନିହାତି ଗରିବ୍‌ ଶ୍ରେଣୀର ହେଇଥିଲେ ବି ଆଏଜ୍‌ତକ ଆବାସ ଯୋଜନାରେ ସାମିଲ ହେଇ ନାଇଁପାରି। ସରକାରୀ ଯୋଜନାରେ ମାସିକ ପାଉଥିବାର ୧୦ କେ.ଜି. ଚାଉଲକେ ଛାଡ଼ିଦେଲେ ପରିବାରଟା ଆର କେହେନ୍‌ସି ପରକାର ସାହାଯ୍‌ ନାଇଁ ପାଏବାର। ଥାନୀୟ ପରଶାସନ ଇ ଦୁଖି ପରିବାର ଉପରେ ଖାସ ଦୁରୁଷ୍‌ଟି ଦେଇ ଉର୍ବଶୀକୁଁ ଭତା ଆର ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ପଡ଼ାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri