ଭତା, ଆବାସ ଯୋଜନାରୁ ବଁଚିତ୍‌ ଉର୍ବଶୀ

ଲାଠୋର, ୨୦ା୬ (ଡି.ଏନ୍‌.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଇନ୍ଦିରା ଗାନ୍ଧୀ, ମଧୁବାବୁ ପେନସନ ଯୋଜନାରେ ବୁଢ଼ାବୁଢ଼ି, ବିଧବା, ଛାର୍‌ରି, ଦିବ୍ୟାଙ୍ଗମାନକୁ ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ଗରିବ୍‌ ଦୁଖି, ନିଅଁାସିମାନକୁ ଆବାସ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ଭିନେ ଭିନେ କାରନ୍‌ରୁ ହକ୍‌ଦାର ହିତାଧିକାରୀ ଯୋଜନାର ସୁଫଲ ପାଏବାରୁ ବଁଚିତ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଁଚେତ୍‌ ଅଧୀନ କନ୍ଦେଇଛାପର ଖଇରାପଡ଼ାରେ।
ସୂଚନା ଅନ୍‌ସାରେ ଖଇରାପଡ଼ାରେ ସ୍ବର୍ଗତ ଗୋପିନାଥ ଭୋଇକଁର ଘର। ସେ ୫ ବଛର ଆଗରୁ ଆରପାରକେ ଚାଲିଯାଇଛନ୍‌। ଏହେଦେ ତାକର ପରିବାରରେ ବିଧବା ମାଏକିନା ଉର୍ବଶୀ ଭୋଇ ଆର ପୁଓ ବେଣୁ ରହିଛନ୍‌। ଗୁଟେ ବଲି ଝି’ ପଦ୍ମିନୀ ବିହାଚୁରା ହେଇ ଶାଶ୍‌ ଘରେ ଖଟୁଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଜମିବାଡ଼ି, ଘରଡ଼ିହ ବଲି କିଛି ନାଇଁ। ଗୋଚର ଆର ପତରା ଜାଗାରେ ଛୁଟିଆମୁଟିଆ ଚାଷ୍‌ ଟିକେ କରି ମା’ପୁଓ ବଡ଼ା ଦୁଖେ ଚଲୁଛନ୍‌। ଜାଗାବାଡ଼ି ଅଭାବୁ ସରକାରୀ ଜାଗାରେ ଗୁଟେ ମାଏଟ୍‌ କୁରିଆରେ ଖପର ଛାଉନି କରି ମୁଡ଼ଗୁଁଜିଛନ୍‌। ବହୁତ୍‌ ସମିଆରେ ଅଭାବ ଅନାଟନ ଲାଗି ମା’ପୁଓ ପାସର ଜଂଗଲରୁ ସରଗି ପତର ଆନି ଖଲିଦନା ଟିପି ବିକାଭଂଗା କରୁଛନ୍‌। ସେଥ୍‌ରୁ ଯାହା ପାଉଛନ୍‌ ତାକର ତେଲନୁନ୍‌ ଯଥରକଥର ଚଲୁଛେ। ଇଆଡ଼େ ଗୋପିନାଥ ଆରପାରକେ ଚାଲିଯିବାର ପଁାଚ୍‌ ବଛର ବିତିଯାଇଥିଲେ ବି ଉର୍ବଶୀ ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ପରିବାରଟା ନିହାତି ଗରିବ୍‌ ଶ୍ରେଣୀର ହେଇଥିଲେ ବି ଆଏଜ୍‌ତକ ଆବାସ ଯୋଜନାରେ ସାମିଲ ହେଇ ନାଇଁପାରି। ସରକାରୀ ଯୋଜନାରେ ମାସିକ ପାଉଥିବାର ୧୦ କେ.ଜି. ଚାଉଲକେ ଛାଡ଼ିଦେଲେ ପରିବାରଟା ଆର କେହେନ୍‌ସି ପରକାର ସାହାଯ୍‌ ନାଇଁ ପାଏବାର। ଥାନୀୟ ପରଶାସନ ଇ ଦୁଖି ପରିବାର ଉପରେ ଖାସ ଦୁରୁଷ୍‌ଟି ଦେଇ ଉର୍ବଶୀକୁଁ ଭତା ଆର ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ପଡ଼ାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri