ଭଗାମୁଣ୍ଡାର ପରିଚୟ ରେଶମ ଶିଳ୍ପ

ଯୋଡ଼ା,୬।୩(ଡି.ଏନ.ଏ.)-ଖଣି, ବୈତରଣୀ ଓ ମା’ ତାରିଣୀଙ୍କୁ ନେଇ ସାରା ରାଜ୍ୟ ତଥା ଦେଶରେ କେନ୍ଦୁଝର ଜିଲା ପ୍ରସିଦ୍ଧି ଲାଭ କରିଥିବାବେଳେ ଏବେ ଆଉ ଏକ କୁଟୀରଶିଳ୍ପ ଏହି ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି। ଟସର ରେଶମ ସୂତାରେ ନିର୍ମିତ ଶାଢି,ବସ୍ତ୍ର ପାଇଁ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଗ୍ରାମ ଏବେ ଅର୍ନ୍ତଜାତୀୟ ବଜାରରେ ନିଜକୁ ସାମିଲ କରିପାରିଛି। ଏକଦା ମହାଜନୀ କାରବାରରେ ନିଷ୍ପେଷିତ ହେଉଥିବା ଆଦିବାସୀ ଅଧ୍ୟୁଷିତ ଭଗାମୁଣ୍ଡା ଗ୍ରାମର ଲୋକମାନେ ଏବେ ଟସର ଶିଳ୍ପ ପାଇଁ ବେଶ୍‌ ସ୍ବାବଲମ୍ବୀ ହୋଇପାରିଛନ୍ତି। ପୁରୁଷଙ୍କ ସମେତ ମହିଳାମାନେ ଏହି କାର୍ଯ୍ୟରେ ସାମିଲ ହୋଇ ଟସରରୁ ବିଭିନ୍ନ ପ୍ରକାର ବସ୍ତ୍ର ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି। ଏପରି କି ଭଗାମୁଣ୍ଡା ଟସର ସମବାୟ ସମିତିକୁ ଫ୍ରାନ୍ସ, ଇଟାଲି ଓ କାନାଡ଼ାର ଟସର ଗବେଷକମାନେ ପରିଦର୍ଶନରେ ଆସି ବେଶ୍‌ ପ୍ରଶଂସା କରିଛନ୍ତି। ହେଲେ ପ୍ରଶାସନିକ ଉଦାସୀନତା ଏବଂ ଉପଯୁକ୍ତ ବଜାର ସୁବିଧାର ଅଭାବ ଯୋଗୁ ଯେଉଁ ମାତ୍ରାରେ ଟସର କାରୀଗରମାନେ ଲାଭବାନ ହେବା କଥା ତାହା ହୋଇପାରୁ ନାହାନ୍ତି। ଏହାସତ୍ତ୍ୱେ ଏଠାକାର ମହିଳାପୁରୁଷମାନେ ଏହି କୁଟୀର ଶିଳ୍ପର ବିକାଶ ପାଇଁ ଅହରହ ଉଦ୍ୟମ ଜାରି ରଖିଥିବା ପ୍ରକାଶ କରିଛନ୍ତି।
ଆଦିବାସୀ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ୧୯୭୮ରେ ଭଗାମୁଣ୍ଡାଠାରେ ଟସର ସମବାୟ ସମିତି ସ୍ଥାପନ କରାଯାଇଥିଲା। ପ୍ରାରମ୍ଭରୁ ଏହି ସମିତି ଦ୍ୱାରା ନିକଟସ୍ଥ ଆଦିବାସୀ ଗ୍ରାମର ଲୋକଙ୍କୁ ଉନ୍ନତମାନର ଟସର ବିହନ ଯୋଗାଇ ଦିଆଯାଇ ସେମାନଙ୍କଠାରୁ ଟସର ଖୋସାକୁ ସୁଲଭ ମୂଲ୍ୟରେ କ୍ରୟ କରାଯାଉଥିଲା। ୨୦୦୦ମସିହା ପରେ ଏହି ଟସର ସମବାୟ ସମିତିରେ ସୂତା କାଟି ଲୁଗା ବୁଣିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୧-୧୨ରେ ସ୍ଥାନୀୟ ଯୁବତୀଯୁବକ ଏବଂ ସମବାୟ ସମିତିର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏହାକୁ ବିକାଶ କରାଯାଇଥିଲା। ରାଜ୍ୟ ସରକାରଙ୍କ ହ୍ୟାଣ୍ଡଲୁମ୍‌ ଟେକ୍ସଟାଇଲ୍‌ ଓ ହ୍ୟାଣ୍ଡି କ୍ରାଫ୍ଟ ମନ୍ତ୍ରଣାଳୟ ପକ୍ଷରୁ ୪ କୋଟି ୭ ଲକ୍ଷ ଏବଂ ପରେ ୩ କୋଟି ୮୦ ଲକ୍ଷ ଟଙ୍କା ଅନୁଦାନରେ ଏଠାରେ ଟସର ଖୋସା ସଂଗ୍ରହ ବ୍ୟତୀତ ଟସରରୁ ରେଶମ ସୂତା କାଟି ବସ୍ତ୍ର ବୁଣା ଆରମ୍ଭ ହୋଇଥିଲା। ଏହା ହେବା ପରେ ଭଗାମୁଣ୍ଡା ନିକଟବର୍ତ୍ତୀ ଗ୍ରାମ ତଥା ହରିଚନ୍ଦନପୁର ବ୍ଲକର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦୦ଯୁବତୀ ଏଠାରେ ନିଯୁକ୍ତିର ସୁଯୋଗ ପାଇଥିଲେ। ସମବାୟ ସମିତିରୁ ଉନ୍ନତମାନର ବିହନକୁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ନିକଟସ୍ଥ ଜଙ୍ଗଲରେ ଥିବା ଅସନ, ଅର୍ଜୁନ ଗଛରେ ପ୍ରୟୋଗ କରି ଟସର ଖୋସା ଉତ୍ପାଦନ କରୁଛନ୍ତି। ସମିତି ପକ୍ଷରୁ ଏହି ଟସର ଖୋସାକୁ ଚାଷୀଙ୍କ ଠାରୁ କ୍ରୟ କରି ସମିତିକୁ ଅଣାଯାଉଛି। ଏହି ଟସରଖୋସାରୁ ସ୍ଥାନୀୟ ଯୁବତୀମାନେ ଉନ୍ନତ ଜ୍ଞାନକୌଶଳ ଅବଲମ୍ବନ କରି ସୂତା ବାହାର କରିବା ସହ ହସ୍ତତନ୍ତ ମାଧ୍ୟମରେ ବୁଣି ଟସର ରେସମ ଶାଢି, ଧୋତି, ଚାଦର, ସାଲ୍‌ ଆଦି ପ୍ରସ୍ତୁତ କରୁଛନ୍ତି। ନୂତନ ଜ୍ଞାନକୌଶଳ ଆହରଣ ପାଇଁ କାର୍ଯ୍ୟରତ ଯୁବତୀଯୁବକଙ୍କୁ ସମିତି ପକ୍ଷରୁ ରାଜ୍ୟ ବାହାରେ ଥିବା ରେଶମ ସୂତା କାଟିବା କେନ୍ଦ୍ର ଓ ବସ୍ତ୍ର ନିର୍ମାଣ କରିବା କେନ୍ଦ୍ରକୁ ପଠାଯାଇ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ପୂର୍ବରୁ ଏହି ସମିତିରେ ଟସରରୁ ସୂତା ବାହାର କରିବା ଏବଂ ବୁଣିବା କାର୍ଯ୍ୟ ବର୍ଷର ମାତ୍ର ୩ମାସ ହେଉଥିଲା। ଏଥିଯୋଗୁ ଏଠାରେ କାର୍ଯ୍ୟରତ ଥିବା କିଛି ଯୁବତୀଯୁବକ ବର୍ଷର ଅନ୍ୟ ୯ମାସ ବାହାର ଅଞ୍ଚଳକୁ ଦାଦନ ଖଟିବାକୁ ଯାଉଥିବାବେଳେ ଆଉ କିଛି ବେରୋଜଗାର ହେଉଥିଲେ। ଏହାକୁ ଦୃଷ୍ଟିରେ ସମିତି ପକ୍ଷରୁ ଅନୁରୋଧ ପରେ ସରକାରଙ୍କ ପକ୍ଷରୁ ଭଗାମୁଣ୍ଡାସ୍ଥିତ ଏହି ଟସର ସମବାୟ ସମିତିକୁ ଉନ୍ନତମାନର ବିଭିନ୍ନ ପ୍ରକାର ମେଶିନ୍‌ ଯୋଗାଇ ଦିଆଯାଇଥିଲା। ଯାହାଫଳରେ ବାହାର ଞ୍ଚଳକୁ ଦାଦନ ଖଟିବାକୁ ଯାଉଥିବା ଯୁବତୀଯୁବକମାନେ ବର୍ଷସାରା ଏଠାରେ କାର୍ଯ୍ୟ ପାଇ ପାରୁଛନ୍ତି। ଏଠାରୁ ଟସରରୁ କଟା ଯାଉଥିବା ରେସମ ସୂତା ରାଜ୍ୟର କେନ୍ଦୁଝର ଜିଲା ଫକୀରପୁର, କୁଆଖିଆ ଗୋପାଳପୁର, ଆଠଗଡ଼, ନୂଆପାଟଣା ପ୍ରଭୃତି ଅଞ୍ଚଳକୁ ପଠାଯିବା ସହିତ ରାଜ୍ୟ ବାହାର ଉତ୍ତରପ୍ରଦେଶର ଆଜମଗଡ଼, ବିହାରର ଭାଗଲପୁର, ଦିଲ୍ଲୀ, ବନାରସ ପ୍ରଭୃତି ଅଞ୍ଚଳକୁ ପଠାଯାଉଛି। ସମିତିର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାପାତ୍ରଙ୍କ କହିବାହେଲା, ଏଠାରୁ ଉପତ୍ାଦନ ହେଉଥିବା ଟସର ରେଶମ ସୂତାକୁ ଦେଶ ବାହାର ଦକ୍ଷିଣ ଆଫ୍ରିକାକୁ ମଧ୍ୟ ରପ୍ତାନି ହେଉଛି। ଏଠାରେ କାର୍ଯ୍ୟ କରୁଥିବା କେନ୍ଦୁଝର ଜିଲା କରଡ଼ାପାଳ ଗ୍ରାମର ସୂତାକଟାଳି ମହିଳା କୁନି ଦେହୁରିଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଲ୍ଲୀଠାରେ ପୁରସ୍କୃତ କରାଯିବା ସହିତ ତାଙ୍କୁ ୧ଲକ୍ଷ ଟଙ୍କାର ଚେକ୍‌ ମଧ୍ୟ ପ୍ରଦାନ କରାଯାଇଛି। ସେହିପରି ମହାରାଷ୍ଟ୍ରର ମୁମ୍ବାଇଠାରେ ଇଣ୍ଟରନ୍ୟାଶନାଲ ଟେକ୍ସଟାଇଲ ମ୍ୟାନୁଫ୍ୟାକ୍ଚରର ଆସୋସିଏଶନ ପକ୍ଷରୁ ଭଗାମୁଣ୍ଡା ଟସର ସମବାୟ ସମିତିର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଓ ସୂତାକଟାଳି କୁନି ଦେହୁରୀଙ୍କୁ ପୁରସ୍କୃତ କରାଯିବା ସହିତ ଆର୍ଥିକ ରାଶି ପ୍ରଦାନ କରାଯାଇଛି। ଏଥି ସହିତ ଏହି ସମିତିକୁ ତାମିଲନାଡୁ, ଆସାମ୍‌ , ମଧ୍ୟପ୍ରଦେଶ ପ୍ରଭୃତି ରାଜ୍ୟର ବୟନଶିଳ୍ପ ନିର୍ଦ୍ଦେଶକ ଓ ସଚିବମାନେ ଗସ୍ତ କରି ଏହାର ପ୍ରସ୍ତୁତି ପ୍ରଣାଳୀକୁ ଅନୁଧ୍ୟାନ କରିଛନ୍ତି। ଏହି ଭଗାମୁଣ୍ଡା ଟସର ସମବାୟ ସମିତିର ପରିଦର୍ଶନ ତଥା ଅନୁଧ୍ୟାନ କରିବା ପାଇଁ ଦେଶ ତଥା ବିଦେଶର ରେଶମ ବୋର୍ଡ ପ୍ରତିନିଧିମାନେ ଆସୁଥିଲେ ହେଁ, ସ୍ଥାନୀୟ ପ୍ରଶାସନିକ ଉଦାସୀନତା ଯୋଗୁ ସମବାୟ ସମିତର ଉପଯୁକ୍ତ ଉନ୍ନତି ହୋଇ ପାରୁନାହିଁ। ବିଭିନ୍ନ ସମସ୍ୟା ମଧ୍ୟରେ ରହି ଏଠାରେ କାର୍ଯ୍ୟ କରୁଥିବା ଶତାଧିକ ମହିଳାଙ୍କ ରହିବା ପାଇଁ ହଷ୍ଟେଲ ଟିଏ ନାହିଁ । ଏପରିକି ସେମାନଙ୍କୁ ଦୁଇ ଓଳି ଖାଦ୍ୟ ମଧ୍ୟ ଭଲରେ ମିଳୁନାହିଁ ବୋଲି ସୂତାକଟାଳିମାନେ କହିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଏମାନଙ୍କ ପ୍ରତି ଦୃଷ୍ଟି ଦିଆଗଲେ ସେମାନଙ୍କ ସମସ୍ୟାର ସମାଧାନ ହେବା ସହିତ ସମିତିର ବିକାଶ ହେବା ସହିତ କାରିଗରଙ୍କ ଆର୍ଥିକ ଅବସ୍ଥାରେ ମଧ୍ୟ ଉନ୍ନତି ଘଟିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

୨ ଓ୍ବାରେଣ୍ଟି କୋର୍ଟ ଚାଲାଣ: ଜଣେ ହତ୍ୟା ମାମଲାରେ ଥିଲେ ଫେରାର, ଆଉ ଜଣେ…

ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର ୨ ଓ୍ବାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା…

ଦୁଇ ବର୍ଷର କାର୍ଯ୍ୟଦକ୍ଷତା ନେଇ ପ୍ରଧାନମନ୍ତ୍ରୀ ମାଗିଛନ୍ତି ତଥ୍ୟ: ମନମୋହନ କହିଲେ…

ଭୁବନେଶ୍ୱର,୩୧।୫: ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟଦକ୍ଷତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥ୍ୟ ମାଗିଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ଭାଜପା ସଭାପତି ମନମୋହନ…

ରାଜ୍ୟରେ ଭତ୍ତାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍: ମନମୋହନ ସାମଲ କହିଲେ…

ଭୁବନେଶ୍ୱର,୩୧।୫: ରାଜ୍ୟରେ ଭତ୍ତା ବଣ୍ଟନ ସମସ୍ୟାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ସେ କହିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ଭତ୍ତା…

୧୫ ଦିନ ତଳେ କରିଥିଲେ ବିବାହ, ସ୍ବାମୀଙ୍କ ସହ ଯିବାବେଳେ ବ୍ରିଜ୍‌ ଉପରୁ ନଈକୁ ଡେଇଁପଡ଼ିଲେ ସ୍ତ୍ରୀ

ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍‌ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ…

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ଜଗତସିଂହପୁର,୩୧।୫: ଜଗତସିଂହପୁର ଜିଲାର DRDA କାର୍ଯ୍ୟାଳୟର ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଜଡିତ ଜୁନିୟର କିରାଣି ସଞ୍ଜୟ…

ପରିତ୍ୟକ୍ତ ଘରେ ଯୁବକଙ୍କ ମୃତଦେହ: ପାଖରେ ପଡ଼ିଛି…

ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri