ଭଉଣୀ ହତ୍ୟାକାରୀକୁ ଆଜୀବନ: ଭିଣୋଇ ନିର୍ଦ୍ଦୋଶରେ ଖଲାସ

ଆନନ୍ଦପୁର,୨୫। ୯(ସ୍ବ.ପ୍ର.): ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ବୁଧବାର ଏକ ହତ୍ୟା ଘଟଣାର ରାୟ ପ୍ରକାଶ କରି ଭିଣୋଇକୁ ନିର୍ଦ୍ଦୋଶରେ ଖଲାସ ଏବଂ ଶାଳୀକୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଛନ୍ତି। ଖଲାସ ହୋଇଥିବା ଭିଣୋଇ ହେଉଛନ୍ତି ଆନନ୍ଦପୁର ଥାନା ଅକରୁଆ ଗ୍ରାମର ରତ୍ନାକର ଜେନା ଏବଂ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଶାଳୀ ହେଉଛନ୍ତି ଜଗତସିଂହପୁର ଜିଲା ନାଉଗାଁ ଥାନା ମଛାଳୋ ଗ୍ରାମର ଉଲ୍ଲାସ ଦାସଙ୍କ ଝିଅ ଝୁନୁରାଣୀ ଦାସ।
ସୂଚନାଯୋଗ୍ୟ ଉଲ୍ଲାସ ଦାସଙ୍କ ବଡ ଝିଅ ନନ୍ଦିନୀ ଜେନା ଆନନ୍ଦପୁର ଥାନା ଅକରୁଆ ଗ୍ରାମର ରତ୍ନାକର ଜେନାଙ୍କୁ ୨୦୧୭ ମସିହାରେ ବିବାହ କରିଥିଲେ। ଉଭୟଙ୍କ ସଂସାର ଠିକ ଚାଲିଥିବାବେଳେ ରତ୍ନାକରଙ୍କ ସାନ ଶାଳି ଝୁନୁରାଣୀ ଆସି ଭିଣୋଇଙ୍କ ଘର ଅକରୁଆରେ ତାଙ୍କ ପାଖରେ ରହିଥିଲେ। ତା୨୭।୮।୨୦୧୭ରିଖରେ ରତ୍ନାକରଙ୍କ ସ୍ତ୍ରୀ ନନ୍ଦିନୀଙ୍କର ପେଟ କାମୁଡିଥିବା ନେଇ ଶାଳି ଝୁନୁରାଣୀ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ। ସେଠାରେ ଚିକିତ୍ସା ହେବା ସତ୍ତ୍ୱେ ନନ୍ଦିନୀଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆନନ୍ଦପୁର ଥାନା ପକ୍ଷରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହିତ ତା୨୮।୮।୨୦୧୭ରିଖରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ପରେ ଡାକ୍ତରଖାନା ପକ୍ଷରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆନନ୍ଦପୁର ଥାନାକୁ ହସ୍ତାନ୍ତର କରାଯାଇଥିଲା। ଏହି ବ୍ୟବଚ୍ଛେଦ ରିପୋର୍ଟରେ ତଣ୍ଟି ଚିପା ଜନିତ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା। ଫଳରେ ଆନନ୍ଦପୁର ଥାନା ପକ୍ଷରୁ ଏସଆଇ ଶିବ ପ୍ରସାଦ ଆଇଚ ଘଟଣାର ତଦନ୍ତ କରି ପୋଲିସ ନିଜ ଆଡୁ ଦଫା ୩୦୨,୨୦୧ ଓ ୩୪ ଆପିସିରେ ଏକ ମାମଲା (ନଂ.୧୫୩/୨୦୧୮) ରୁଜୁ କରି ରତ୍ନାକର ଏବଂ ଝୁନୁରାଣୀଙ୍କୁ ଗିରଫ କରିଥିଲା। ଏହି ଘଟଣାର ବୁଧବାର ବିଚାର ହୋଇଛି। ସାକ୍ଷ ପ୍ରମାଣକୁ ଆଧାର କରି ଭିଣୋଇ ରତ୍ନାକର ଘଟଣା ଦିନ ଉପସ୍ଥିତ ଥିବାର ପ୍ରମାଣ ନ ମିଳିବାରୁ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରାଯାଇଥିଲା ଏବଂ ଶାଳି ଝୁନୁରାଣୀଙ୍କୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଥିବା ଜଣାପଡିଛି। ଏହି ମାମଲାକୁ ସରକାରୀ ଆଇନଜୀବୀ ମହେନ୍ଦ୍ର କୁମାର ମହାପାତ୍ର ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?