ବୟସ ତାରତମ୍ୟ ମାନିନି ପ୍ରେମ: ବଲିଉଡ୍‌ ଅଭିନେତ୍ରୀ ନିଜଠାରୁ କମ୍‌ ବୟସ୍କଙ୍କୁ କରିଛନ୍ତି ଜୀବନ ସାଥୀ

ପ୍ରେମ ଆଗରେ ଜାତି-ଧର୍ମ-ବର୍ଣ୍ଣ ବାଧା ସୃଷ୍ଟି କରି ନ ଥାଏ। ଏପରିସ୍ଥଳେ ବୟସର ତାରତମ୍ୟ ଅବା କିବା କଥା। ବଲିଉଡ୍‌ରେ ବହୁ ସେଲିବ୍ରିଟିଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଥାଏ । ଏଠି ଅଭିନେତ୍ରୀମାନେ ନିଜଠାରୁ କମ୍‌ ବୟସର ଜୀବନସାଥି ବାଛୁଥିବାର ବହୁ ଘଟଣା ଦେଖିବାକୁ ମିଳିଥାଏ। ବଲିଉଡ୍‌ରେ ଏହିଧାରା ୬୦ ଦଶକରୁ ଜାରି ରହିଛି। ଏପରି କେତେକ ଯୋଡିଙ୍କୁ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥାଏ। ଭାଲେଣ୍ଟାଇନ୍ସ୍‌ ଡେ’ ଅବସରରେ ଏଭଳି କିଛି ସେଲିବ୍ରିଟିଙ୍କ ଉପରେ  ଆସନ୍ତୁ ଆଲୋଚନା କରିବା:

ନର୍ଗିସ୍‌-ସୁନୀଲ ଦତ୍ତ: ହିନ୍ଦୀ ସିନେମା ଜଗତର କିମ୍ବଦନ୍ତୀ ନାୟିକା ନର୍ଗିସ୍‌ ୧୯୫୮ରେ ସୁନୀଲ ଦତ୍ତଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସୁନିଲଙ୍କୁ ୨୩ ବର୍ଷ ହୋଇଥିବା ବେଳେ ନର୍ଗିସଙ୍କୁ ୨୯ ବର୍ଷ ହୋଇଥିଲା । ୧୯୫୭ରେ ଫିଲ୍ମ ’ମଦର ଇଣ୍ଡିଆ’ ସେଟ୍‌ରେ ହୋଇଥିବା ଏକ ଦୁର୍ଘଟଣାରେ ସୁନିଲ ଦ ନର୍ଗିସଙ୍କ ଜୀବନ ବଞ୍ଚାଇଥିଲେ । ଏହି ଘଟଣା ପରେ ପରେ ଏ ଦୁଇଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଐଶ୍ୱର୍ଯ୍ୟା -ଅଭିଷେକ: ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକଙ୍କ ମଧ୍ୟରେ ବି ଏହିପରି ବୟସର ତାରତମ୍ୟ ରହିଛି। ଅଭିଷେକ ଐଶଙ୍କ ଠାରୁ ବୟସରେ ୩ ବର୍ଷ ସାନ । ୨୦ ଏପ୍ରିଲ୍‌ ୨୦୦୭ରେ ଏମାନଙ୍କ ବିବାହ ହୋଇଥିଲା।

ବିପାଶା-କରଣ: ବଲିଉଡ୍‌ର ଅନ୍ୟତମ ସେକ୍ସି ଅଭିନେତ୍ରୀ ହେଉଛନ୍ତି ବିପାଶା ବସୁ । ବିପାଶା ୧୦ବର୍ଷ ଜନ୍‌ ଆବ୍ରାହମ୍‌ଙ୍କ ସହିତ ଡେଟ୍‌ କରିବା ପରେ ୨୦୧୬ରେ କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ । ଏହି ଯୋଡି ’ଏଲୋନ୍‌’ ଫିଲ୍ମରେ ଏକସଙ୍ଗେ କାମ କରିଥିଲେ ଓ ଏହି ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ବଢିଥିଲା । ବିପାଶା କରଣଙ୍କ ଠାରୁ ୩ବର୍ଷ ବଡ।

ସୋହା-କୁନାଲ: ସୋହା ଅଲ୍ଲୀ ଖାନ୍‌ ଓ କୁନାଲ ଖେମୁ ୨୦୧୫ ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସୋହାଙ୍କୁ ସେତେବେଳେ ୩୯ ବର୍ଷ ହୋଇଥିବା ବେଳେ କୁନାଲଙ୍କୁ ୩୫ ବର୍ଷ ହୋଇଥିଲା । କୁନାଲ ଓ ସୋହା ବିବାହ ପୂର୍ବରୁ ଦୀର୍ଘ ସମୟ ଧରି ଲିଭ୍‌-ଇନ୍‌-ରିଲେସନ୍‌ରେ ରହିଥିଲେ ।

ପ୍ରିୟଙ୍କା-ନିକ୍‌ ଜୋନସ୍‌: ନିକଟରେ ବିବାହ କରିଥିବା ପ୍ରିୟଙ୍କାଙ୍କୁ ୩୬ ବର୍ଷ ହୋଇଥିବା ବେଳେ ନିକ୍‌ଙ୍କ ବୟସ ୨୫। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନର ଡେଟିଂ ଏବେ ବିବାହର ରୂପ ନେଇଛି।

ସୁସ୍ମିତା-ରୋହମନ: ଆଉ ଏକ ଯୋଡିକୁ ନେଇ ଏବେ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି । ଏହି ଯୋଡି ହେଉଛି ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌ ଓ ସୁପର ମଡେଲ୍‌ ରୋହମନ୍‌ ଶାଲ୍‌ଙ୍କର । ସୁସ୍ମିତାଙ୍କୁ ୪୨ ବର୍ଷ ହୋଇଥିବାବେଳେ ରୋହମନ୍‌ଙ୍କୁ ୨୭ ବର୍ଷ ହୋଇଛି। ଉଭୟ ଆଗାମୀ ଦିନରେ ଜରବନସାଥୀ ପାଲଟିବାର ଆଶା ରହିଛି।

ମଲାଇକା-ଅର୍ଜୁନ: ମଲାଇକା ଓ ଅର୍ଜୁନଙ୍କ ମଧ୍ୟରେ ଦୋସ୍ତି ବହୁତ ପୁରୁଣା । ଯେ ପର୍ଯ୍ୟନ୍ତ ମଲାଇକା ଅରବାଜ୍‌ ଖାନ୍‌ଙ୍କ ପତ୍ନୀ ରହି ଆସିଥିଲେ ସେ ପର୍ଯ୍ୟନ୍ତ ସେ ଅର୍ଜୁନଙ୍କ ଠାରୁ ନିର୍ଦ୍ଧିଷ୍ଟ ଦୂରତା ବଜାୟ ରଖୁଥିଲେ । ସାର୍ବଜନିକ ସ୍ଥାନରେ ଏ ଦୁଇଜଣଙ୍କୁ ଏକତ୍ର ଦେଖିବାକୁ ମିଳୁ ନ ଥିଲା । କିନ୍ତୁ ଅରବାଜଙ୍କ ଠାରୁ ତଲାକ ନେବା ପରେ ମଲାଇକା ଓ ଅର୍ଜୁନଙ୍କୁ ପବ୍ଲିକ୍‌ ପ୍ଲେସ୍‌ରେ ପ୍ରାୟ ସମୟ ଏକତ୍ର ଦେଖିବାକୁ ମିଳୁଛି । ତେବେ ଏ ଦୁଇଜଣଙ୍କ ସଂପର୍କକୁ ନେଇ ଅଧିକ ଚର୍ଚ୍ଚା ହେବାର କାରଣ ଏମାନଙ୍କ ମଧ୍ୟରେ ଥିବା ବୟସ ତାରତମ୍ୟ। ମଲାଇକାଙ୍କ ବୟସ ୪୫ ଟପି ସାରିଥିବା ବେଳେ ଅର୍ଜୁନଙ୍କ ବୟସ ୩୩ । ତେବେ ବଲିଉଡ୍‌ରେ ବୟସର ତାରତମ୍ୟ ଥିବା ଏହିପରି ବହୁଯୋଡି ନଜରକୁ ଆସିଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ।

ଫାର୍‌ହା-ଶୀରିଶ: କୋରିଓଗ୍ରାଫରରୁ ଫିଲ୍ମ ଅଭିନେତ୍ରୀ ଓ ନିର୍ଦ୍ଦେଶକ ପାଲଟିଥିବା ଫାର୍‌ହା ଖାନ୍‌ ଫିଲ୍ମ ସଂପାଦକ ଶୀରିଶ କୁନ୍ଦରଙ୍କୁ ବିବାହ କରିଛନ୍ତି। । ଶୀରିଶ ଫାରହାଙ୍କ ଠାରୁ ୮ବର୍ଷ ସାନ ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri