ବୟସ ତାରତମ୍ୟ ମାନିନି ପ୍ରେମ: ବଲିଉଡ୍‌ ଅଭିନେତ୍ରୀ ନିଜଠାରୁ କମ୍‌ ବୟସ୍କଙ୍କୁ କରିଛନ୍ତି ଜୀବନ ସାଥୀ

ପ୍ରେମ ଆଗରେ ଜାତି-ଧର୍ମ-ବର୍ଣ୍ଣ ବାଧା ସୃଷ୍ଟି କରି ନ ଥାଏ। ଏପରିସ୍ଥଳେ ବୟସର ତାରତମ୍ୟ ଅବା କିବା କଥା। ବଲିଉଡ୍‌ରେ ବହୁ ସେଲିବ୍ରିଟିଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଥାଏ । ଏଠି ଅଭିନେତ୍ରୀମାନେ ନିଜଠାରୁ କମ୍‌ ବୟସର ଜୀବନସାଥି ବାଛୁଥିବାର ବହୁ ଘଟଣା ଦେଖିବାକୁ ମିଳିଥାଏ। ବଲିଉଡ୍‌ରେ ଏହିଧାରା ୬୦ ଦଶକରୁ ଜାରି ରହିଛି। ଏପରି କେତେକ ଯୋଡିଙ୍କୁ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥାଏ। ଭାଲେଣ୍ଟାଇନ୍ସ୍‌ ଡେ’ ଅବସରରେ ଏଭଳି କିଛି ସେଲିବ୍ରିଟିଙ୍କ ଉପରେ  ଆସନ୍ତୁ ଆଲୋଚନା କରିବା:

ନର୍ଗିସ୍‌-ସୁନୀଲ ଦତ୍ତ: ହିନ୍ଦୀ ସିନେମା ଜଗତର କିମ୍ବଦନ୍ତୀ ନାୟିକା ନର୍ଗିସ୍‌ ୧୯୫୮ରେ ସୁନୀଲ ଦତ୍ତଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସୁନିଲଙ୍କୁ ୨୩ ବର୍ଷ ହୋଇଥିବା ବେଳେ ନର୍ଗିସଙ୍କୁ ୨୯ ବର୍ଷ ହୋଇଥିଲା । ୧୯୫୭ରେ ଫିଲ୍ମ ’ମଦର ଇଣ୍ଡିଆ’ ସେଟ୍‌ରେ ହୋଇଥିବା ଏକ ଦୁର୍ଘଟଣାରେ ସୁନିଲ ଦ ନର୍ଗିସଙ୍କ ଜୀବନ ବଞ୍ଚାଇଥିଲେ । ଏହି ଘଟଣା ପରେ ପରେ ଏ ଦୁଇଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଐଶ୍ୱର୍ଯ୍ୟା -ଅଭିଷେକ: ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକଙ୍କ ମଧ୍ୟରେ ବି ଏହିପରି ବୟସର ତାରତମ୍ୟ ରହିଛି। ଅଭିଷେକ ଐଶଙ୍କ ଠାରୁ ବୟସରେ ୩ ବର୍ଷ ସାନ । ୨୦ ଏପ୍ରିଲ୍‌ ୨୦୦୭ରେ ଏମାନଙ୍କ ବିବାହ ହୋଇଥିଲା।

ବିପାଶା-କରଣ: ବଲିଉଡ୍‌ର ଅନ୍ୟତମ ସେକ୍ସି ଅଭିନେତ୍ରୀ ହେଉଛନ୍ତି ବିପାଶା ବସୁ । ବିପାଶା ୧୦ବର୍ଷ ଜନ୍‌ ଆବ୍ରାହମ୍‌ଙ୍କ ସହିତ ଡେଟ୍‌ କରିବା ପରେ ୨୦୧୬ରେ କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ । ଏହି ଯୋଡି ’ଏଲୋନ୍‌’ ଫିଲ୍ମରେ ଏକସଙ୍ଗେ କାମ କରିଥିଲେ ଓ ଏହି ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ବଢିଥିଲା । ବିପାଶା କରଣଙ୍କ ଠାରୁ ୩ବର୍ଷ ବଡ।

ସୋହା-କୁନାଲ: ସୋହା ଅଲ୍ଲୀ ଖାନ୍‌ ଓ କୁନାଲ ଖେମୁ ୨୦୧୫ ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସୋହାଙ୍କୁ ସେତେବେଳେ ୩୯ ବର୍ଷ ହୋଇଥିବା ବେଳେ କୁନାଲଙ୍କୁ ୩୫ ବର୍ଷ ହୋଇଥିଲା । କୁନାଲ ଓ ସୋହା ବିବାହ ପୂର୍ବରୁ ଦୀର୍ଘ ସମୟ ଧରି ଲିଭ୍‌-ଇନ୍‌-ରିଲେସନ୍‌ରେ ରହିଥିଲେ ।

ପ୍ରିୟଙ୍କା-ନିକ୍‌ ଜୋନସ୍‌: ନିକଟରେ ବିବାହ କରିଥିବା ପ୍ରିୟଙ୍କାଙ୍କୁ ୩୬ ବର୍ଷ ହୋଇଥିବା ବେଳେ ନିକ୍‌ଙ୍କ ବୟସ ୨୫। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନର ଡେଟିଂ ଏବେ ବିବାହର ରୂପ ନେଇଛି।

ସୁସ୍ମିତା-ରୋହମନ: ଆଉ ଏକ ଯୋଡିକୁ ନେଇ ଏବେ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି । ଏହି ଯୋଡି ହେଉଛି ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌ ଓ ସୁପର ମଡେଲ୍‌ ରୋହମନ୍‌ ଶାଲ୍‌ଙ୍କର । ସୁସ୍ମିତାଙ୍କୁ ୪୨ ବର୍ଷ ହୋଇଥିବାବେଳେ ରୋହମନ୍‌ଙ୍କୁ ୨୭ ବର୍ଷ ହୋଇଛି। ଉଭୟ ଆଗାମୀ ଦିନରେ ଜରବନସାଥୀ ପାଲଟିବାର ଆଶା ରହିଛି।

ମଲାଇକା-ଅର୍ଜୁନ: ମଲାଇକା ଓ ଅର୍ଜୁନଙ୍କ ମଧ୍ୟରେ ଦୋସ୍ତି ବହୁତ ପୁରୁଣା । ଯେ ପର୍ଯ୍ୟନ୍ତ ମଲାଇକା ଅରବାଜ୍‌ ଖାନ୍‌ଙ୍କ ପତ୍ନୀ ରହି ଆସିଥିଲେ ସେ ପର୍ଯ୍ୟନ୍ତ ସେ ଅର୍ଜୁନଙ୍କ ଠାରୁ ନିର୍ଦ୍ଧିଷ୍ଟ ଦୂରତା ବଜାୟ ରଖୁଥିଲେ । ସାର୍ବଜନିକ ସ୍ଥାନରେ ଏ ଦୁଇଜଣଙ୍କୁ ଏକତ୍ର ଦେଖିବାକୁ ମିଳୁ ନ ଥିଲା । କିନ୍ତୁ ଅରବାଜଙ୍କ ଠାରୁ ତଲାକ ନେବା ପରେ ମଲାଇକା ଓ ଅର୍ଜୁନଙ୍କୁ ପବ୍ଲିକ୍‌ ପ୍ଲେସ୍‌ରେ ପ୍ରାୟ ସମୟ ଏକତ୍ର ଦେଖିବାକୁ ମିଳୁଛି । ତେବେ ଏ ଦୁଇଜଣଙ୍କ ସଂପର୍କକୁ ନେଇ ଅଧିକ ଚର୍ଚ୍ଚା ହେବାର କାରଣ ଏମାନଙ୍କ ମଧ୍ୟରେ ଥିବା ବୟସ ତାରତମ୍ୟ। ମଲାଇକାଙ୍କ ବୟସ ୪୫ ଟପି ସାରିଥିବା ବେଳେ ଅର୍ଜୁନଙ୍କ ବୟସ ୩୩ । ତେବେ ବଲିଉଡ୍‌ରେ ବୟସର ତାରତମ୍ୟ ଥିବା ଏହିପରି ବହୁଯୋଡି ନଜରକୁ ଆସିଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ।

ଫାର୍‌ହା-ଶୀରିଶ: କୋରିଓଗ୍ରାଫରରୁ ଫିଲ୍ମ ଅଭିନେତ୍ରୀ ଓ ନିର୍ଦ୍ଦେଶକ ପାଲଟିଥିବା ଫାର୍‌ହା ଖାନ୍‌ ଫିଲ୍ମ ସଂପାଦକ ଶୀରିଶ କୁନ୍ଦରଙ୍କୁ ବିବାହ କରିଛନ୍ତି। । ଶୀରିଶ ଫାରହାଙ୍କ ଠାରୁ ୮ବର୍ଷ ସାନ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ଯାଉଥିଲେ ମହିଳା, ସୁନାଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

କର୍ଲାମୁଣ୍ଡା,୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅନ୍ତର୍ଗତ ଅବୁଜବାହାଲ-ବଡଡୁଙ୍ଗୁରୀଗୁଡା ରାସ୍ତାର ଭାଲୁଡୁଙ୍ଗୁରୀ ନିକଟରେ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନାଚେନ୍‌…

ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ନିଶ୍ଚିତ? କୀର୍ତ୍ତି ଆଜାଦଙ୍କ ଭାଇ କଲେ ବଡ଼ ଦାବି

ପାଟନା,୩।୮: ବିହାରର ବାଙ୍କିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନର ଫଳାଫଳ ଆସୁଛି। ଇତି ମଧ୍ୟରେ, ପୂର୍ବତନ ଭାରତୀୟ ପୋଲିସ ସେବା (IPS) ଅଧିକାରୀ ଯଶୋବର୍ଦ୍ଧନ ଝା ଆଜାଦ…

ଷ୍ଟେଶନରେ ଚଲାବୁଲା କରୁଥିଲେ ଅଜଣା ବ୍ୟକ୍ତି, ହଠାତ୍‌ ହେଲା ରକ୍ତବାନ୍ତି, ଆଉ ତା’ ପରେ…

ନନ୍ଦପୁର,୩ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ପାଲିବା ରେଳ ଷ୍ଟେଶନ ବାହାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।…

ପ୍ରଧାନମନ୍ତ୍ରୀଙ୍କ ପାଇଁ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ନାବାଳିକାଙ୍କ ବିରୁଦ୍ଧରେ ନିଆଯିବ ନାହିଁ କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩।୮: ଗତ ମାସରେ ଜନ୍ତର ମନ୍ତରରେ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ଆୟୋଜିତ ଛାତ୍ର ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri