ବ୍ୟାଙ୍କ ମ୍ୟାନେଜର ରଞ୍ଜିତାଙ୍କ ରହସ୍ୟଜନକ ମୃତ୍ୟୁ

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ଖଣ୍ଡଗିରି ଥାନା ବରମୁଣ୍ଡା ହାଉସିଂବୋର୍ଡ କଲୋନୀର ପ୍ଲଟ୍‌ ନଂ.ଏମ୍‌ଆଇଜି-୫୧ରେ ଜଣେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ନବରଙ୍ଗପୁରର ଆର୍‌. ରଞ୍ଜିତା ରାଓ(୩୧)। ରଞ୍ଜିତା ଅଶୋକ ନଗର ୟୁକୋ ବ୍ୟାଙ୍କର ସିନିୟର ମ୍ୟାନେଜର ଭାବେ କାର୍ଯ୍ୟ କରିବା ସହ ଏଠାରେ ଘର ଭଡ଼ା ନେଇ ରହୁଥିଲେ। ବେକରେ ଚୁନି ବନ୍ଧା ଅବସ୍ଥାରେ ମୃତଦେହଟି ଝୁଲି ରହିଥିଲା। ଗୁରୁବାର ସକାଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ୩୧୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପୋଲିସ ଆତ୍ମହତ୍ୟା ସନ୍ଦେହ କରୁଥିବାବେଳେ ଝିଅର ଏଭଳି ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ରାତିରେ ମା’ଙ୍କ ସହ ସ୍ବାଭାବିକ ଭାବେ କଥାବାର୍ତ୍ତା ହୋଇ ଶୋଇବାକୁ ଯାଇଥିବା ରଞ୍ଜିତା କାହିଁକି ଆତ୍ମହତ୍ୟା କଲେ ତାହା ସେମାନଙ୍କୁ ଚକିତ କରିଦେଇଛି।
ରଞ୍ଜିତା ଦୁଇବର୍ଷ ହେବ ଭୁବନେଶ୍ୱର ୟୁକୋ ବ୍ୟାଙ୍କର ସିନିୟର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଦଶଦିନ ତଳେ ମା’ ଆସି ତାଙ୍କ ନିକଟରେ ରହୁଥିଲେ। ବୁଧବାର ମଧ୍ୟ ବାପା ଆସିଥିଲେ। ବାପା ଓ ମା’ଙ୍କ ସହ ସେ ବେଶ୍‌ ହସଖୁସିରେ ଥିଲେ। କିଛିଦିନ ହେବ ତାଙ୍କର ବିବାହ ପାଇଁ ବହୁ ପ୍ରସ୍ତାବ ଆସୁଥିଲା। ମା’ଙ୍କ କହିବାନୁଯାୟୀ, ବୁଧବାର ରାତି ୧୦ଟାରେ ଝିଅ ସହ ଖାଦ୍ୟ ଖାଇବା ପରେ ଲୁଡୁ ଖେଳିଥିଲେ। ଖେଳିବା ସମୟରେ ରଞ୍ଜିତା ବେଶ୍‌ ଖୁସି ଥିଲେ। ଏହାପରେ ସେ ନିଜ ରୁମ୍‌କୁ ଶୋଇବାକୁ ଯାଇଥିଲେ। ସକାଳୁ ଉକ୍ତ ରୁମ୍‌ କବାଟ ଭିତରପଟୁ ଅଧା ବନ୍ଦ ରହିଥିଲା। ମା’ ଡାକିବାକୁ ରୁମ୍‌ ଭିତରକୁ ଯାଇ ଝିଅର ମୃତଦେହ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ରଞ୍ଜିତା କାହାକୁ ଭଲ ପାଉଥିବା ନେଇ କେତେବେଳେ ବି ପରିବାର ଲୋକଙ୍କୁ କହି ନ ଥିବା ମା’ କହିଛନ୍ତି। ଏପରିସ୍ଥଳେ ରଞ୍ଜିତାଙ୍କ ମୃତ୍ୟୁର କାରଣ ଖୋଜିବା ସହ ଅନ୍ୟ କେତେକ ଦିଗକୁ ନେଇ ତଦନ୍ତକୁ ଆଗକୁ ବଢ଼ାଇଛି ପୋଲିସ।
ଇତିମଧ୍ୟରେ ପୋଲିସ ତାଙ୍କ ଫୋନ୍‌ କଲ୍‌ ଓ ସୋସିଆଲ ମିଡିଆ ଆକାଉଣ୍ଟ୍‌କୁ ଯାଞ୍ଚ କରିଛି। ବୁଧବାର ଅପରାହ୍ନ ୩ଟା ୧୮ରେ ରଞ୍ଜିତା ଶେଷଥର ପାଇଁ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ବଲିଉଡ୍‌ ମୁଭି ମେରି ପ୍ୟାରି ବିନ୍ଦୁର ଏକ ଦୁଃଖଭରା ଗୀତକୁ ଶେୟାର କରିଛନ୍ତି। ତା’ପୂର୍ବରୁ ମଧ୍ୟ ଜୀବନ ଓ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ପୋଷ୍ଟ ଦେଖିବାକୁ ମିଳିଛି ସୋସିଆଲ ମିଡିଆ ଟାଇମ୍‌ ଲାଇନ୍‌ରେ। ରଞ୍ଜିତାଙ୍କ ବାପା କହିଛନ୍ତି, କିଛିଦିନ ହେଲା ସେ ଡିପ୍ରେସନ୍‌ ରହିବା ସହ ଭଲରେ ଖିଆପିଆ କରୁ ନ ଥିଲେ। ଗତ ୩ମାସ ତଳେ ରଞ୍ଜିତା ଅଚେତ ମଧ୍ୟ ହୋଇଯାଇଥିଲେ। ସେ କୌଣସି ଏକ ରୋଗର ଶିକାର ହୋଇ ଚିକିତ୍ସିତ ହେଉଥିଲେ ଓ ରୋଗ ଯନ୍ତ୍ରଣା ସହ୍ୟ କରି ନ ପାରି ରଞ୍ଜିତା ହୁଏତ ଏପରି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। ଅନ୍ୟପକ୍ଷରେ ରଞ୍ଜିତାଙ୍କର ଚାକିରି କିମ୍ବା ପ୍ରେମଜନିତ ଚାପ ଥିଲା କି ନାହିଁ ତାହାର ଖୋଳତାଡ଼ କରୁଛି କମିଶନରେଟ ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri