ବ୍ୟଥିତ ଭାରତ

ଉପେନ୍ଦ୍ର ବିଶ୍ୱାଳ

ବିଶ୍ୱ ଆଜି ଦେଖୁଛି ଭାରତକୁ, ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିର ଦେଶ ବା ଭଲ ଅର୍ଥ ବ୍ୟବସ୍ଥାର ଭୂଖଣ୍ଡ ଭାବେ। ବିଶ୍ୱର ଦ୍ୱିତୀୟ ବୃହତ୍ତମ ଖାଦ୍ୟଶସ୍ୟ ଉପତ୍ାଦନର ଦେଶ ଭାରତ। କୋଟିପତିଙ୍କ ସଂଖ୍ୟାରେ ବିଶ୍ୱରେ ଆମେ ଆଜି ଅଷ୍ଟମ ସ୍ଥାନରେ। ବିଶ୍ୱର ୪ର୍ଥ ଶକ୍ତିଶାଳୀ ଦେଶ ଭାରତ। ଜି-୭, ଜି-୨୦, ନାଟୋ ଆଦି ଶକ୍ତିଶାଳୀ ଓ ଅଗ୍ରଣୀ ରାଷ୍ଟ୍ରମାନଙ୍କ ସଂଗୋଷ୍ଠୀରେ ସମ୍ମାନଜନକ ସଦସ୍ୟ ଭାବେ ଭାରତ ମଧ୍ୟ ସାମିଲ। ଆଜିର ଦିନରେ ଭାରତର ଖ୍ୟାତି ଓ ଖାତିର ବିଶ୍ୱବିଦିତ। ପୁଣି ମହାକାଶ ଅଭିଯାନ, ଚନ୍ଦ୍ର୍ରୟାନ-୨ର ଅଭିଯାନ ଆଦି ବିଶ୍ୱବକ୍ଷରେ ଭାରତର ଗୌରବକୁ ବଢ଼ାଇ ଚାଲିଥିଲାବେଳେ ଏବେ ବେଇଜ୍ଜତ ହେବାକୁ ପଡ଼ିଛି ‘ଭୋକିଲା-ଭାରତ’କୁ ନେଇ। ଏଇମାତ୍ର ପ୍ରକାଶିତ ହୋଇଛି ବିଶ୍ୱର କ୍ଷୁଧାତୁର ଦେଶ ସୂଚକାଙ୍କ (ଗ୍ଲୋବାଲ ହଙ୍ଗ୍ରି ଇନ୍‌ଡେକ୍ସ)ର ତାଲିକା। ଯେଉଁଥିରେ ସର୍ଭେଭୁକ୍ତ ୧୧୯ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ଅତି ନିମ୍ନରେ। ଅର୍ଥାତ୍‌ ଭୋକିଲା ଲୋକଙ୍କ ଭିଡ଼ର ଦେଶ ଭାରତ ବୋଲି ଅପନିନ୍ଦିତ। ଏପରି କି ପାକିସ୍ତାନ ଓ ନେପାଳଠାରୁ ଅଧିକ କ୍ଷୁଧାତୁର ଲୋକଙ୍କ ଗହଳି ଏଠାରେ ଦେଖିବାକୁ ମିଳେ ବୋଲି ରିପୋର୍ଟ କହୁଛି। ୨୦୧୭ ମସିହାରେ ୧୧୭ଟି ଦେଶ ମଧ୍ୟରୁ ଭାରତ ୯୭ତମ ସ୍ଥାନରେ ଥିବାବେଳେ ୨୦୧୮ରେ ୧୦୩ ସ୍ଥାନରେ। ଅର୍ଥାତ୍‌ ଦିନକୁ ଦିନ ଭୋକିଲା ଲୋକଙ୍କ ସଂଖ୍ୟା ଏଠାରେ ବଢ଼ି ବଢ଼ି ଚାଲିଛି। ତାଲିକାରେ ଆମେ ନାଇଜେରିଆ, ଉଗାଣ୍ଡା, ଜିମ୍ବାୱେ, ପାକିସ୍ତାନ ପରି ଦେଶର ପାଖାପାଖି ରହିବା କେବଳ ଉଦ୍‌ବେଗର ବିଷୟ ନୁହେଁ, ଅତ୍ୟନ୍ତ ଲଜ୍ଜାର ବିଷୟ ମଧ୍ୟ। ଗୋଟିଏ ପଟେ ବିଶ୍ୱବକ୍ଷରେ ବିଶାଳ ଭାରତର ଭବ୍ୟ ବନ୍ଦନା ତ ଅନ୍ୟପଟେ ଭୋକାତୁରଙ୍କ ବ୍ୟଥା ଓ ବେଦନା। ଗୋଟିଏ ପଟେ ଚହଟ ଚମକର ଚିତ୍ରପଟ ତ ଅନ୍ୟପଟେ ଭିକ ଓ ଭୋକର ଭୂଗୋଳ। ପୁଣି ରିପୋର୍ଟ ଅନୁଯାୟୀ ନଗଡ଼ାର ନଗ୍ନଚିତ୍ର ପରି କୁପୋଷଣ ମାମଲାରେ ଯେଉଁ ଭାରତ ବିଶ୍ୱରେ ପ୍ରଥମ ସେଇଠି କୋଟିପତିଙ୍କ ସଂଖ୍ୟାରେ ଆମେ ଆଗରେ। ଏହିପରି ଭୟଙ୍କର ଭୋକ ଜ୍ୱାଳାରେ ବିଶ୍ୱରେ ପ୍ରାୟ ୮୩ କୋଟି ଲୋକ ଶଢୁଥିଲାବେଳେ ଅନ୍ୟପଟେ ୨୦୦କୋଟି ଲୋକ ଖାଇ ଖାଇ ମୋଟାପଣର ଶିକାର ହୁଅନ୍ତି। ଆଉ ସେଇ ମୋଟାପଣରୁ ରକ୍ଷା ପାଇବା ପାଇଁ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ବି ଖର୍ଚ୍ଚ କରିଥାଆନ୍ତି। ଅର୍ଥାତ୍‌ କିଛି ଲୋକ ଖାଇବାକୁ ନ ପାଇ ମୃତ୍ୟୁମୁଖରେ ପଡ଼ୁଥିଲାବେଳେ ଆଉ କିଛି ଲୋକ ଖାଇ ଖାଇ ରୋଗରେ ପଡ଼ି ଅକାଳରେ ମରନ୍ତି। ଗୋଟିଏ ପଟେ ଶହ ଶହ ସଂଖ୍ୟାରେ କୋଟିପତି ତ ଅନ୍ୟପଟେ କୋଟି କୋଟି ସଂଖ୍ୟାର କୁପୋଷିତଙ୍କ କଙ୍କାଳର କାୟା। ଗୋଟିଏ ପଟେ କୁବେରଙ୍କ ଭିଡ଼ ତ ଅନ୍ୟପଟେ ଆହାର ଗଣ୍ଡେ ପାଇଁ ହାହାକାର। ଗୋଟିଏ ପଟେ ଖାଦ୍ୟାଭାବ, ଅପପୁଷ୍ଟିର ଶିକାର ହୋଇ ଅସ୍ଥିସାରଙ୍କ ଭିଡ଼ ତ ଅନ୍ୟପଟେ ଢୋଲ, ମାଦଳ ସମ ପୃଥୁଳକାୟ ପେଟର ପଟୁଆର।
ଭୟଙ୍କର ଦୁର୍ଭିକ୍ଷ ଯୋଗୁ ଫ୍ରାନ୍ସର ଲୋକେ କ୍ଷୁଧା ତୃଷ୍ଣାରେ ଡହଳ ବିକଳ ହେଉଥିଲାବେଳେ ସମ୍ରାଟ ଚତୁର୍ଦ୍ଦଶ ଲୁଇ ସ୍ତ୍ରୀମାନଙ୍କ ସହତ ନୃତ୍ୟ-ବାଦ୍ୟ-ସଙ୍ଗୀତରେ ବୁଡ଼ି ରହି ବେଶ୍‌ ଭୋଗ-ଉପଭୋଗରେ ବ୍ୟସ୍ତ ରହୁଥିଲେ, ଯେଉଁଥିପାଇଁ ୧୬୯୨-୯୪ ମଧ୍ୟରେ ଫ୍ରାନ୍ସରେ ୨୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକେ କ୍ଷୁଧାମୃତ୍ୟୁ ଲଭିଥିଲେ। ଆମେ ବି ଆଜି ସେମିତି ଜଣେ ଜଣେ ଚତୁର୍ଦ୍ଦଶ ଲୁଇ, ସଉକର ସମ୍ରାଟ। କୋଟି କୋଟି ଲୋକ ଦାରୁଣ ଦୁଃସ୍ଥିତିର ସହିତ ଯାବତୀୟ ଯନ୍ତ୍ରଣାରେ ଛଟପଟ ହେଉଥିଲାବେଳେ, ଆମେ କିନ୍ତୁ ସମ୍ପୂର୍ଣ୍ଣ ଉଦାସୀନ। ବିଶ୍ୱର ଭାଗେ ବ୍ୟକ୍ତି ଭୋକ ଭୁଞ୍ଜି ଶୂନ୍ୟ ଉଦରରେ ଶୋଇବାକୁ ଯାଉଥିଲାବେଳେ ଆମ ଭଳି ବାକି ୮ଭାଗ ବ୍ୟକ୍ତି ଖୁବ୍‌ ଶାନ୍ତିରେ ଶୋଇ ସୁଖସ୍ବପ୍ନରେ ବିଭୋର ହେଉ। ସଉକକୁ ସାଥୀ କରି ମଉଜ-ମଜଲିସ୍‌ରେ ଜୀବନ ଅତିବାହିତ କରୁ। ବନ୍ୟାକ୍ରାନ୍ତ ଦୁର୍ଗତଙ୍କ ସେବା କରି କ୍ଳାନ୍ତ-ଶ୍ରାନ୍ତ ଦେହ ନେଇ ଦାସେ ଆପଣେ ପହଞ୍ଚତ୍ଛନ୍ତି ବନ୍ଧୁଙ୍କ ଘରେ। ମୁଠାଏ ଅନ୍ନ ନ ପାଇ ଭୋକରେ ଆଉଟୁ ପାଉଟୁ ହେଉଥିବା ଦୁଃସ୍ଥଜନଙ୍କ ପୀଡ଼ାକୁ ଏଇମାତ୍ର ଅଙ୍ଗେ ନିଭାଇ ଫେରିଛନ୍ତି ସେ। ଅତି ସରାଗରେ ଗୋପବନ୍ଧୁଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କରିବାକୁ ଯାଇ ଅନ୍ନ ସହିତ ବନ୍ଧୁପତ୍ନୀ ପରଷିଛନ୍ତି ୫ ପ୍ରକାର ବ୍ୟଞ୍ଜନ। ଏହା ଦେଖିଲାକ୍ଷଣି ଦାସେ ଆଜ୍ଞାଙ୍କ ଆଖିରୁ ଝରିପଡ଼ିଲା ଝର ଝର ହୋଇ ଲୁହର ଧାର। ଗ୍ରହଣ କରି ପାରି ନ ଥିଲେ ସେଇ ଭୋଜନକୁ ସେଦିନ ସେ। ଅନ୍ୟଜଣେ ବନ୍ଧୁଙ୍କ ଘରେ ଆଉ ଦିନେ ମଧ୍ୟାହ୍ନଭୋଜନରେ ବସି ଭାତ ଗୁଣ୍ଡେ ପାଟିକୁ ନେଲାବେଳକୁ ଶୁଭିଲା ”ମା’ ଗଣ୍ଡେ ଖାଇବା ମିଳୁ“। ଦାଣ୍ଡ ଦୁଆରକୁ ଦୌଡ଼ି ଆସି ଜୀର୍ଣ୍ଣଦେହୀ ଭୋକାତୁରା ଝିଅଟିକୁ ଦେଖି ଭୋ ଭୋ ହୋଇ କାନ୍ଦି କାନ୍ଦି ନିଜ ପାଇଁ ବଢ଼ା ଅନ୍ନ ବ୍ୟଞ୍ଜନକୁ ନିଜ ହାତରେ ଖୋଇଦେଇଛନ୍ତି ସେ। ସେଇ ଗୋପବନ୍ଧୁ-ଗାନ୍ଧୀଙ୍କ ଉତ୍ତରଦାୟାଦ ଆମ୍ଭେମାନେ ଆଜି ସମ୍ଭ୍ରାନ୍ତ ଜୀବନଶୈଳୀକୁ ନେଇ ବ୍ୟସ୍ତ। ଆଭିଜାତ୍ୟର ଅହଂକାର ଆମକୁ ଅନ୍ଧ କରି ଦେଇଛି ଆଜି। ବିବାହ ଭୋଜି ଆଦିରେ ପାଣି ପରି ଟଙ୍କା ବୁହାଇ ଦେବାକୁ କୁଣ୍ଠାବୋଧ କରୁନା। ତିନିଭାଗରୁ ଏକଭାଗ ଖାଦ୍ୟାନ୍ନ, ଶସ୍ୟସାମଗ୍ରୀ ଆଜି ନଷ୍ଟ ହୋଇ ଫିଙ୍ଗାଯାଏ। ବ୍ୟକ୍ତିପିଛା ଆମେ ଭାରତୀୟମାନେ ବାର୍ଷିକ ହାରାହାରି ୫୧କି.ଗ୍ରା. ଖାଦ୍ୟ ନଷ୍ଟ କରିଥାଉ। ଆହୁରି ବି ପାପରୁ ମୁକ୍ତି ଓ ପୁଣ୍ୟ ପ୍ରାପ୍ତିର ପ୍ରଚଣ୍ଡ ଲାଳସାରେ ମନ୍ଦିର, ମସଜିଦ, ଗୀର୍ଜା ଆଦିରେ ଅଜାଡ଼ି ଦେଉ ଅଜସ୍ର ଅର୍ଥ। ଦାମିକା ରତ୍ନ ଅଳଙ୍କାରରେ ଭରି ଦେଉ ମନ୍ଦିର ବାକ୍ସ ସବୁ। ଭାରତରେ ବଡ଼ ବଡ଼ ଛ’ଟି ମନ୍ଦିର ଏମିତି ଅଛି ଯେଉଁଠି ଦାନ ଆକାରରେ ଦୈନିକ ହାରାହାରି ୧୦ କୋଟିରୁ ଊର୍ଦ୍ଧ୍ୱ ଧନ ସଂଗ୍ରହ ହୋଇଥାଏ। ଏହିସବୁ ଦାନ ମୁଖ୍ୟତଃ ଅର୍ପଣ କରିଥାନ୍ତି ନାମୀଦାମୀ ସେଲିବ୍ରିଟି, ଧନାଢ଼୍ୟ ବ୍ୟକ୍ତି, ନେତା-ମନ୍ତ୍ରୀ, ଶିଳ୍ପପତି, କଳାଧନର ସୌଦାଗର ତଥା ଉଚ୍ଚ ପାହ୍ୟାର ପ୍ରଶାସକମାନେ। କେବଳ ତିରୁପତିମାଲାର ସମ୍ପତ୍ତି କୁଆଡ଼େ ୧.୦୩ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ, ଯାହାକି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଠାରୁ ବି ଅଧିକ। ଦାମୀପଣିଆ ଦେଖାଉଥିବା ଏଭଳି ବ୍ୟକ୍ତିମାନେ ଭାବିଥାଆନ୍ତି ଦାନ କଲାବେଳେ ମନ୍ଦିରରେ ଥିବା ଭଗବାନ ଦେଖୁଛନ୍ତି ବୋଲି। ମାତ୍ର ସେମାନେ ହୁଏତ ଭୁଲି ଯାଇଥାଆନ୍ତି ଯେ ଭଗବାନ କେବଳ ବନ୍ଧା ପଡ଼ି ନ ଥାଆନ୍ତି ମନ୍ଦିର ଗର୍ଭ ଗୃହ ଭିତରେ, ବ୍ରାହ୍ମଣ-ପୂଜକଙ୍କ ହାତରେ। ସର୍ବ ବିଦ୍ୟମାନ ଭଗବାନ ଚକା ଆଖିରେ ଆମର ପ୍ରତିଟି କର୍ମକୁ ଦେଖୁଛନ୍ତି ଅପଲକ ନୟନରେ। ପୁଣି ଭଗବାନ ଯିଏ ଆମର ପରମଦାତା, ସକଳ ସୃଷ୍ଟି ଓ ସମ୍ଭାରର ମାଲିକ, ତାଙ୍କୁ ଆମେ କ’ଣ ବା ଦାନ ଦେଇ ତୋଷିପାରିବୁ। ଭଗବାନ କ’ଣ ଆମ ପରି ପ୍ରଲୋଭିତ ହୁଅନ୍ତି ଏଇ ଟଙ୍କା-ପଇସା, ଧନ-ସମ୍ପତ୍ତିରେ? ମହୀଶୂରସ୍ଥ ବାଲାଜୀ ମନ୍ଦିର ପରି ଅନେକ ମନ୍ଦିରରେ ତ ଟଙ୍କାଟିଏ ବି ଦାନ-ଦକ୍ଷିଣା ଗ୍ରହଣ କରାଯାଏ ନାହିଁ, ବରଂ ସମାଜର ଦୁଃଖୀ-ରଙ୍କୀ, ପୀଡ଼ିତଜନଙ୍କ ସେବା-ସହାୟତା ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ସେଠି ପ୍ରେରିତ କରା ଯାଇଥାଏ। ବିଭୁଦତ୍ତ ବିଭୂତି ବା ଧର୍ମାମତ୍ା ବ୍ୟକ୍ତିଟି ସିଏ, ଯିଏ ତା’ ଚତୁର୍ପାଶ୍ୱରେ ଥିବା ମଣିଷମାନଙ୍କୁ ଭଲ ପାଇ ଚାଲେ। ବଞ୍ଚତ୍ତଜନ, ବୁଭୁକ୍ଷୁମାନଙ୍କ ମୁହଁରେ ଯିଏ ହସ ଭରିପାରେ। ନିଃସ୍ବ, ନିଷ୍ପେଷିତ ଜନଙ୍କୁ ଭଲପାଇବା ତ ଈଶ୍ୱରଙ୍କୁ ଭଲପାଇବା। ଦୁଃଖୀ ଦରିଦ୍ରଙ୍କ ପ୍ରତି ଦୟାଭାବ ପୋଷଣ, ଦୁର୍ଗତବର୍ଗଙ୍କ ସେବାରେ ଯେଉଁ ପୁଣ୍ୟପଣ ନିହିତ ତାହା ତ ଅନ୍ୟ କେଉଁଠି ନାହିଁ। ଏକଦା ନ୍ୟୁୟର୍କର ପ୍ରସିଦ୍ଧ ମେୟର ଲାଗାର୍ଡିଆ, ନ୍ୟାୟାଧୀଶ ଦାୟିତ୍ୱରେ ବି ଥିଲେ, ତାଙ୍କ ମହାନଗରୀରେ। ଗୋଟିଏ ହୋଟେଲରୁ ରୁଟି ଚୋରି ଅଭିଯୋଗରେ ତାଙ୍କ ଦରବାରରେ ଉପସ୍ଥିତ କରାହେଲା ଜଣେ ବ୍ୟକ୍ତିକୁ। ଲୋକଟି ଚୋରି ସ୍ବୀକାର କରି କହିଲା ”ନିଜର ତଥା ଘର ଲୋକଙ୍କ ଭୋକ-ଜ୍ୱାଳା ଅସହ୍ୟ ହେବାରୁ ଅତିଷ୍ଠ ହୋଇ ବାଧ୍ୟ ହେଲି କେଇଖଣ୍ଡ ରୁଟି ଚୋରି କରିବାକୁ।“ ସ୍ତବ୍ଧ ଓ ଲଜ୍ଜିତ ହେଲେ ନ୍ୟାୟାଧୀଶ। ଆଇନାନୁଯାୟୀ ଚୋରି ଅପରାଧରେ ଲୋକଟି ଉପରେ ୧୦ ଡଲାର ଜରିମାନା ଦଣ୍ଡ ବିଧାନ କରାଗଲା ସେଦିନ। ମାତ୍ର ରାୟ ଘୋଷଣା କରି ନ୍ୟାୟାଧୀଶ କହିଲେ- ”ଆମ ପାଖରେ ଏମିତି ଜଣେ ଭୋକଶୋଷରେ ଅତ୍ୟନ୍ତ ଦୟନୀୟ ଜୀବନ ବିତାଉଥିଲାବେଳେ ଆମେ ସମସ୍ତେ ଶାନ୍ତିରେ ଓ ଆରାମରେ ନିଦ୍ରା ଯାଉ। ନିଜ ନିଜ ସ୍ବାର୍ଥ ପୂର୍ତ୍ତିରେ ବ୍ୟସ୍ତ ରହି ଅନ୍ୟମାନଙ୍କୁ ଉପେକ୍ଷା କରିଚାଲୁ, ଯାହାକି ନିନ୍ଦନୀୟ ଓ ଦଣ୍ଡନୀୟ ମଧ୍ୟ। ଲୋକଟିର ଚୋରିରେ ଆମେ ମଧ୍ୟ ଭାଗୀଦାର। ସର୍ବପ୍ରଥମ ଅପରାଧୀ ହେଉଛନ୍ତି ନ୍ୟୁୟର୍କର ମେୟର ଓ ତା’ପରେ ଆପଣମାନେ। ଏଣୁ ସମସ୍ତେ ମିଶି ଜରିମାନା ଅର୍ଥ ଭରଣା କରିବା ଉଚିତ।“ ନିଜେ ମେୟର ଦୁଇଡଲାର ଦେବା ସହିତ ଅନ୍ୟମାନଙ୍କଠାରୁ କିଛି କିଛି ଆଦାୟ କରି ଜରିମାନା ଅର୍ଥକୁ ଭରଣା କରିଥିଲେ। ତା’ପରେ ଲୋକଟି ପାଇଁ ବିହିତ ବ୍ୟବସ୍ଥା କରିବାକୁ ମହାନଗରୀକୁ ନିର୍ଦ୍ଦେଶ ଦେଇଥିଲେ।
ଅତଏବ ଶଯ୍ୟାରେ ଶୋଇବା ପୂର୍ବରୁ ଆସନ୍ତୁ ସେଇମାନଙ୍କୁ ଟିକେ ସ୍ମରଣ କରିବା। ଯନ୍ତ୍ରଣାଭରା ଜୀବନ ନେଇ ଯେଉଁମାନେ ଏମିତି ଜିଇ ଚାଲିଛନ୍ତି ଆସନ୍ତୁ ସାମାନ୍ୟ ହେଲେ ବି ତାଙ୍କ ପାଇଁ କିଛି କରିବାକୁ ପ୍ରୟାସ କରିବା। ଏହା ହେଲେ ୨୦୩୦ ମସିହା ସୁଦ୍ଧା କ୍ଷୁଧାହୀନ ବସୁଧାଟିଏ ଦେଖିବାକୁ ୨୦୧୬ ମସିହାରେ ଜାତିସଂଘର ସହନୀୟ ବିକାଶ ବିଭାଗ ଦ୍ୱାରା ପାରିତ ହୋଇଥିବା ସଂକଳ୍ପନାମା ହୁଏତ ସଫଳ ହୋଇ ପାରନ୍ତା।
ଗୋଡ଼ିଶୂଳ, ସଜନାଗଡ଼, ବାଲେଶ୍ୱର,
ମୋ- ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri