Posted inଫୁରସତ

ବ୍ୟକ୍ତିତ୍ୱ: ଭାରତୀୟ ନାଟ୍ୟ ଚେତନାର ପ୍ରଣମ୍ୟ ପୁରୁଷ ବିଜୟ ତେନ୍ଦୁଲକର

ଭାରତୀୟ ନାଟ୍ୟ ଚେତନାର ଜଣେ ଅଗ୍ରଣୀ ତଥା ପ୍ରଣମ୍ୟ ପୁରୁଷ ହେଉଛନ୍ତି ବିଜୟ ତେନ୍ଦୁଲକର। ତାଙ୍କର ପୂରା ନାମ ବିଜୟ ଧୋଣ୍ଡୁପନ୍ତ ତେନ୍ଦୁଲକର। ତେବେ ସେ କେବଳ ବିଜୟ ତେନ୍ଦୁଲକର ନାମରେ ଭାରତୀୟ ସାହିତ୍ୟ ଜଗତରେ ଅତି ପରିଚିତ। କେବଳ ନାଟକ ରଚନା କ୍ଷେତ୍ରରେ ତାଙ୍କର ପ୍ରତିଭା ସୀମିତ ନ ଥିଲା। ଅଧିକନ୍ତୁ ସେ ନାଟକ ଲେଖିବା ସହିତ ଚଳଚ୍ଚିତ୍ର ତଥା ଟେଲିଭିଜନ ଜଗତ ସହିତ ସଂଶ୍ଳିଷ୍ଟ ଥିଲେ। ସେତିକିନୁହେଁ, ସେ ଥିଲେ ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ ତଥା ରାଜନୈତିକ ଖବରଦାତା। ପୁଣି ମରାଠୀ ଭାଷାର ସୋସିଆଲ କମେଣ୍ଟେଟର ଭାବରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ନାଟକଗୁଡ଼ିକ ବହୁଭାବରେ ଭାରତୀୟ ଭାଷା ସାହିତ୍ୟକୁ ସମୃଦ୍ଧ କରିଛି। ସେଥିମଧ୍ୟରେ ରହିଛି ସାନ୍ତାନ୍ତା! କୋର୍ଟ ଚାଲୁଆହେ (ଚୁପ୍‌! କୋର୍ଟ ଚାଲିଛି), ଘାସିରାମ୍‌ କୋଟଓ୍ବାଲ, ସଖାରାମ୍‌ ବିନ୍ଦର ଆଦିକୁ ଗୋଟିଏ ଗୋଟିଏ ମାଇଲ୍‌ଖୁଣ୍ଟ ବୋଲି ଗ୍ରହଣ କରାଯାଇପାରେ। ସାହିତ୍ୟ ସମାଲୋଚକଙ୍କ ମତରେ ବିଜୟ ତେନ୍ଦୁଲକର ଥିଲେ ଜଣେ ବାସ୍ତବବାଦୀ ଲେଖକ। ସେ ତାଙ୍କ ରଚନାର କଞ୍ଚାମାଲ ସଂଗ୍ରହ କରୁଥିଲେ ବାସ୍ତବ ଜୀବନର ଘଟାଟୋପ ମଧ୍ୟରୁ। ସେ ଯେଉଁ ଜୀବନ ବଞ୍ଚୁଥିଲେ ତାହାକୁ ନେଇ ସେ ତାଙ୍କର ସାହିତ୍ୟ ସର୍ଜନା କରୁଥିଲେ। ଗୋଟିଏ ସମୟରେ ସେ ୟୁଏସ୍‌ ୟୁନିଭର୍ସିଟିରେ ପ୍ଲେ ରାଇଟ୍‌ ବା ନାଟକ ରଚନାର ଶିକ୍ଷା ପ୍ରଦାନ କରୁଥିଲେ। ଦୀର୍ଘ ପଚାଶ ବର୍ଷରୁ ଅଧିକ କାଳ ଧରି ସେ ମହାରାଷ୍ଟ୍ରର ଜଣେ ପ୍ରତିଭାବାନ୍‌ ନାଟ୍ୟକାର ତଥା ଥିଏଟର ପର୍ସନାଲିଟି ଭାବରେ ପତିଆରା ବଜାୟ ରଖିଥିଲେ।

ଜନ୍ମ-ପିଲାବେଳ : ୧୯୨୮ ମସିହା ଜାନୁୟାରୀ ୬ ତାରିଖରେ ମୁମ୍ବାଇର ଗୁରୁଗାଓଁ ସ୍ଥିତ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ବିଜୟ ତେନ୍ଦୁଲକର। ତାଙ୍କ ବାପା କିରାଣି ଚାକିରି କରିଥିଲେ। ତାଙ୍କର ମଧ୍ୟ ଏକ ବହି ପ୍ରକାଶନ ସଂସ୍ଥା ଥିଲା। ବାପା ବହି ପ୍ରକାଶନ କରୁଥିବାରୁ ତାଙ୍କ ଘରେ ସବୁବେଳେ ଲେଖକମାନଙ୍କର ଭିଡ଼ ଲାଗିରହୁଥିଲା। ପ୍ରଚୁର ବହି ମଧ୍ୟ ଥିଲା। ମୋଟାମୋଟି ଭାବରେ ଘରେ ଏକ ସମାନ୍ତରାଳ ସାରସ୍ବତ ପରିବେଶ ସୃଷ୍ଟି ହେଉଥିଲା। ଏଭଳି ଏକ ପରିବେଶରେ ବଢ଼ିଥିବା ହେତୁ କିଶୋର ବିଜୟ ତେନ୍ଦୁଲକରଙ୍କ ଭିତରେ ସାହିତ୍ୟ ପ୍ରତି ରୁଚି ବଢ଼ିବାକୁ ଲାଗିଲା। ସେ ଖୁବ୍‌ କମ୍‌ ବୟସରେ ବହି ସଂସ୍ପର୍ଶରେ ଆସିଲେ ଓ ତାହାକୁ ପଢ଼ିଲେ। ଏହା ହିଁ ତାଙ୍କୁ ପ୍ରକାରାନ୍ତରେ ଲେଖକ ହେବା ପାଇଁ ପ୍ରଚୋଦିତ କଲା। ପାଶ୍ଚାତ୍ୟ ନାଟକ ଦେଖିଦେଖି ତାଙ୍କର ପିଲାବେଳ ଅତିବାହିତ ହୋଇଥିଲା। ମାତ୍ର ୧୧ବର୍ଷ ବୟସରେ ସେ ତାଙ୍କର ପ୍ରଥମ ନାଟକ ଲେଖିଥିଲେ। କେବଳ ନାଟକ ଲେଖି ନ ଥିଲେ; ଅଧିକନ୍ତୁ ସେ ତାହାର ନିର୍ଦ୍ଦେଶନା ଦେଇଥିଲେ ଓ ନିଜେ ମଧ୍ୟ ସେଥିରେ ଅଭିନୟ କରିଥିଲେ।

ପାଠ ଛାଡ଼ିଲେ : ୧୯୪୨ ମସିହା। ଭାରତରେ ସ୍ବାଧୀନତା ସଂଗ୍ରାମର ବାତାବରଣ। ତାଙ୍କୁ ୧୪ବର୍ଷ ହୋଇଥାଏ। ସେ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ସମ୍ମିଳିତ ହେବା ପାଇଁ ପାଠପଢ଼ା ଛାଡ଼ିଦେଲେ। ଏପରି କି ଘରଦ୍ୱାର, ବନ୍ଧୁବାନ୍ଧବଙ୍କୁ ଛାଡ଼ି ଏକୁଟିଆ ହୋଇଗଲେ। କେବଳ ଲେଖାଲେଖିକୁ ବାଦ୍‌ ଦେଲେ ସେ ଆଉକିଛି ବୁଝୁ ନ ଥିଲେ। ପ୍ରଚୁର ଲେଖୁଥିଲେ, ଯଦିଓ ସେ ସେସବୁକୁ ମଞ୍ଚସ୍ଥ କିମ୍ବା ପ୍ରକାଶିତ କରିବାକୁ ଇଚ୍ଛା କରୁ ନ ଥିଲେ। ପାଠପଢ଼ା ଛାଡ଼ିବା ପରେ ସେ ନବଜୀବନ ସଂଗଠନ ନାମକ ଏକ କମ୍ୟୁନିଷ୍ଟ ଗ୍ରୁପ୍‌ ସହିତ ସମ୍ପୃକ୍ତ ହୋଇଗଲେ। ସାରା ଜୀବନ ସେ ଜଣେ କମ୍ୟୁନିଷ୍ଟ ହୋଇ ରହିଥିଲେ ଆଉ ତାଙ୍କର ରଚନାରେ କମ୍ୟୁନିଷ୍ଟ ଭାବଧାରାର ପ୍ରତିଫଳନ ହୋଇଥିବା ଦେଖିବାକୁ ମିଳିଥିଲା। ଏକଦା ଏ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, କମ୍ୟୁନିଷ୍ଟ କର୍ମୀଙ୍କ ଶୃଙ୍ଖଳା ତଥା ସେମାନଙ୍କର ତ୍ୟାଗ ଦ୍ୱାରା ସେ ବହୁଭାବରେ ଅନୁପ୍ରାଣିତ ହୋଇଥିଲେ।

ଖବରକାଗଜରୁ ନାଟକ : ବିଜୟ ତେନ୍ଦୁଲକର ଖୁବ୍‌ କମ୍‌ ବୟସରୁ ନାଟକ ଲେଖିବା ଆରମ୍ଭ କରିଥିଲେ ମଧ୍ୟ ତାଙ୍କର ପେସାଦାର ରଚନା ଆରମ୍ଭ ହୋଇଥିଲା ଖବରକାଗଜରୁ। ତେବେ ତାଙ୍କର ପ୍ରଥମ ପେସାଦାର ନାଟକ ଥିଲା ଆମଚ୍ୟାବର କୋଣ ପ୍ରେମ କରଣାର, ଇଂଲିଶରେ ଯାହାର ଅର୍ଥ ହୁ ଓ୍ବିଲ୍‌ ଲଭ୍‌ ଅସ୍‌? ଦ୍ୱିତୀୟ ନାଟକ ଥିଲା ଗୃହସ୍ଥ। ତେବେ ଏହି ନାଟକ ଦୁଇଟି ତାଙ୍କୁ ସେତେବେଶି ସଫଳତା ଦେଇ ନ ଥିଲା। ତେଣୁ ସେ ନିରାଶ ହୋଇ ଶପଥ ନେଇଥିଲେ ଯେ, ସେ ଆଉ ନାଟକ ଲେଖିବେ ନାହିଁ। ସାମ୍ବାଦିକତାକୁ ନେଇ କ୍ୟାରିୟର କରିବେ। ତେବେ ସେହି ସମୟ ଭିତରେ ତାଙ୍କ ହାତରୁ ଉତୁରିଲା ଏକ ନାଟକ ଯାହାର ଶୀର୍ଷକ ସେ ରଖିଥିଲେ ଶ୍ରୀମନ୍ତ। ଏହି ନାଟକଟି ତାଙ୍କୁ କେବଳ ଜଣେ ନାଟ୍ୟକାରର ମାନ୍ୟତା ଦେଇ ନ ଥିଲା; ଅଧିକନ୍ତୁ ତତ୍କାଳର ନାଟ୍ୟଧାରାକୁ ବଦଳେଇ ଦେଇଥିଲା। ସେତେବେଳର ରକ୍ଷଣଶୀଳ ସମାଜର ଛାତିରେ ଏହି ନାଟକ ଦେଇଥିଲା ଏକ ଶକ୍ତ ପ୍ରହାର। କୁଅଁାରୀ ଝିଅଟିଏ ତା’ ପେଟର ସନ୍ତାନକୁ ବଞ୍ଚେଇବାକୁ ନିଷ୍ପତ୍ତି ନେବା ଭଳି ସେତେବେଳର ଏକ ସମ୍ବେଦନଶୀଳ କାହାଣୀକୁ ନେଇ ନାଟକ ଲେଖିବା ତ ଦୂରର କଥା; ଚିନ୍ତା କରିବା ମଧ୍ୟ ଅନେକଙ୍କ ପାଇଁ ଥିଲା କାଠିକର ପାଠ। ମାତ୍ର ବାମପନ୍ଥୀ ବିଚାରଧାରାରେ ଅଭିମନ୍ତ୍ରିତ ବିଜୟ ତେନ୍ଦୁଲକର ତାହାକୁ ଏକ ସଫଳ ନାଟକରେ ରୂପାନ୍ତରିତ କରିଥିଲେ। ଏ ନାଟକକୁ ଆଜି ବି ମରାଠୀ ସାହିତ୍ୟରେ ଏକ କ୍ରାନ୍ତିକାରୀ ନାଟକ ବୋଲି କୁହାଯାଇଥାଏ।

ଧାରା ପ୍ରବର୍ତ୍ତକ : ଜୀବନ ବିଜୟ ତେନ୍ଦୁଲକରଙ୍କ ପାଇଁ ଥିଲା ଏକ ପ୍ରୟୋଗଶାଳା। ସେ ଏକ ନିମ୍ନ ମଧ୍ୟବିତ୍ତର ଜୀବନ ଅତିବାହିତ କରୁଥିଲେ। ସହରାଞ୍ଚଳରେ ନିମ୍ନ ମଧ୍ୟବିତ୍ତ ମଣିଷର ସ୍ଥିତି କେତେ ସଙ୍ଗିନ ତାହାକୁ ସେ ମର୍ମେ ମର୍ମେ ଅନୁଭବ କରିଥିଲେ। ଆଉ ସେ ସେହି ନିମ୍ନ ମଧ୍ୟବିତ୍ତର ଦୁଃଖକୁ ହିଁ କଞ୍ଚାମାଲ ଭାବରେ ଧରି ଆରମ୍ଭ କରିଥିଲେ ନାଟକ ଲେଖା; ଯାହା ପରବର୍ତ୍ତୀ କାଳରେ କେବଳ ଦର୍ଶକମାନଙ୍କୁ ନୁହେଁ ନାଟକ ଲେଖକମାନଙ୍କୁ ମଧ୍ୟ ବାଧ୍ୟ କରିଥିଲା ସେହି କାହାଣୀରେ ଅନୁପ୍ରାଣିତ ହେବା ପାଇଁ। ଏମିତିକି ଥିଏଟର ମାଲିକମାନେ ଚାହିଁଲେ ନିମ୍ନ ମଧ୍ୟବିତ୍ତର ସଂଘର୍ଷ ଆଉ ସଂଘାତକୁ ନେଇ ନାଟକ କରିବାକୁ। କହିବା ବାହୁଲ୍ୟ, ବିଜୟ ତେନ୍ଦୁଲକରଙ୍କ ଠାରୁ ହିଁ ବଦଳିଗଲା ମରାଠୀ ନାଟ୍ୟ ସାହିତ୍ୟର କାହାଣୀ ଧାରା।

୨୦୦୮, ମେ’ ୧୯ ତାରିଖରେ ଏହି ଯୋଗଜନ୍ମା ପ୍ରତିଭାଙ୍କର ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri