Posted inଫୁରସତ

ବ୍ୟକ୍ତିତ୍ୱ: ଔପନ୍ୟାସିକା କାରସନ୍‌ ମାକ୍‌କୁଲର୍ସ

ଆମେରିକାର ଏହି ମହାନ୍‌ ପ୍ରତିଭାଧାରିଣୀ ଜଣକ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ସେ ଏକାଧାରରେ ଥିଲେ ଜଣେ ଔପନ୍ୟାସିକା, କ୍ଷୁଦ୍ରଗଳ୍ପ ଲେଖିକା, ନାଟ୍ୟକାର, ପ୍ରାବନ୍ଧିକା ଏବଂ କବୟିତ୍ରୀ। ତାଙ୍କର ପ୍ରଥମ ଉପନ୍ୟାସ ଥିଲା ‘ଦି ହାର୍ଟ ଇଜ୍‌ ଏ ଲୋନ୍‌ଲୀ ହଣ୍ଟର’।

କାରସନ୍‌ ମାକ୍‌କୁଲର୍ସଙ୍କ ବିଷୟରେ ସବୁବେଳେ ଗୋଟିଏ କଥା କୁହାଯାଏ ଯେ ସେ ହେଉଛନ୍ତି ଜଣେ ନିଃସଙ୍ଗତାର ରୂପକାର। ସେ ଏମିତି ଜଣେ ସାହିତି୍ୟକା ଯିଏ ନିଃସଙ୍ଗତାକୁ ତାଙ୍କର ଥିମ୍‌ ଭାବରେ ଗ୍ରହଣ କରିଥିଲେ। ତେବେ ସେହି ନିଃସଙ୍ଗତା ଯାହିତାହି ନିଃସଙ୍ଗତା ନ ଥିଲା। ତାହା ଥିଲା ଆଧ୍ୟାତ୍ମିକ ନିଃସଙ୍ଗତା। ମଣିଷ କିପରି ଦିନକୁଦିନ ଆଧ୍ୟାତ୍ମିକ ସ୍ତରରେ ଏକୁଟିଆ ହୋଇଯାଉଛି ତାହାର ବର୍ଣ୍ଣନା ସେ ତାଙ୍କ ପ୍ରତ୍ୟେକ ଉପନ୍ୟାସ ଓ ଗଳ୍ପରେ ଅତି ନିଖୁଣ ଭାବରେ କରୁଥିଲେ। ଆମେରିକାର ଏହି ମହାନ୍‌ ପ୍ରତିଭାଧାରିଣୀ ଜଣକ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ସେ ଏକାଧାରରେ ଥିଲେ ଜଣେ ଔପନ୍ୟାସିକା, କ୍ଷୁଦ୍ରଗଳ୍ପ ଲେଖିକା, ନାଟ୍ୟକାର, ପ୍ରାବନ୍ଧିକା ଏବଂ କବୟିତ୍ରୀ। ତାଙ୍କର ପ୍ରଥମ ଉପନ୍ୟାସ ଥିଲା ‘ଦି ହାର୍ଟ ଇଜ୍‌ ଏ ଲୋନ୍‌ଲୀ ହଣ୍ଟର’। ଏଥିରେ ସେ ପ୍ରଥମଥର କରି ଆଧ୍ୟାତ୍ମିକ ନିଃସଙ୍ଗତାକୁ ଫୋକସ୍‌ କରିଥିଲେ। ଆମେରିକାର ଦକ୍ଷିଣ ଆଡ଼କୁ ଥିବା ଏକ ଛୋଟ ସହରରେ ରହୁଥିବା ଜଣେ ବ୍ୟକ୍ତି କିପରି ନିଃସଙ୍ଗ ତାହା ଥିଲା ସେହି ଉପନ୍ୟାସର କଥାବସ୍ତୁ। ମାକ୍‌କୁଲର୍ସଙ୍କ ଉପନ୍ୟାସ ଓ ଗପକୁ ନେଇ ବହୁ ମଞ୍ଚ ନାଟକ ଓ ସିନେମା ପ୍ରସ୍ତୁତ କରାଯାଇଛି। ତାଙ୍କର ଆଉ ଗୋଟିଏ ଉପନ୍ୟାସ ହେଉଛି ‘ଦି ମେମ୍ବର ଅଫ୍‌ ଦ ଓ୍ବେଡିଂ’। ଏଥିରେ ଭାଇର ବାହାଘର ବେଳେ ଗୋଟେ ଛୋଟ ଝିଅ ମନରେ କିପ୍ରକାର ଭାବନା ସୃଷ୍ଟି ହେଉଛି ତାହା ଦର୍ଶାଯାଇଛି। ଏହାକୁ ନେଇ ଏକ ମଞ୍ଚ ନାଟକ ପ୍ରସ୍ତୁତ ହୋଇଥିଲା, ଯାହା ତାଙ୍କୁ ଅଶେଷ ସଫଳତା ଆଣି ଦେଇଥିଲା।

ପ୍ରାଥମିକ ଜୀବନ : ୧୯୧୭ ମସିହା ଫେବୃୟାରୀ ୧୯ ତାରିଖରେ ଜର୍ଜିଆର କଲମ୍ବସ୍‌ଠାରେ ମାକ୍‌କୁଲର୍ସଙ୍କ ଜନ୍ମ। ବାପା ଲାମେର ସ୍ମିଥ୍‌ ଥିଲେ ଜଣେ ବଣିଆ। ମା’ ମାର୍ଗାରାଇଟ୍‌ ଓ୍ବାଟର୍ସ ଥିଲେ ଜଣେ ସୁଗୃହିଣୀ। ତାଙ୍କ ମୂଳ ନାମ ଥିଲା ଲୁଲା କାର୍ସନ ଓ୍ବାଟର୍ସ। ତାଙ୍କର ଜଣେ ସାନଭାଇ ଓ ଜଣେ ସାନଭଉଣୀ ଥିଲେ। ସେମାନେ ହେଉଛନ୍ତି ଲାମେର ଜୁନିୟର ଏବଂ ମାର୍ଗାରାଇଟ୍‌ ଜୁନିୟର। ଦଶବର୍ଷ ବୟସରେ ମାକ୍‌କୁଲର୍ସଙ୍କୁ ପିଆନୋ ଶିଖିବା ପାଇଁ ଦିଆଯାଇଥିଲା। ସେ ମଧ୍ୟ ଖୁବ୍‌ ଭଲ ପିଆନୋ ବଜାଉଥିଲେ। ତେବେ ପନ୍ଦର ବର୍ଷ ବେଳକୁ ତାଙ୍କର ରୁଚି ଜାଣି ତାଙ୍କର ବାପା ତାଙ୍କୁ ଏକ ଟାଇପ୍‌ ରାଇଟର ଆଣିଦେଲେ। ଆଉ ସେ ଷ୍ଟୋରି ଲେଖିବା ଉଚିତ ବୋଲି କହି ଉତ୍ସାହିତ ମଧ୍ୟ କରିଥିଲେ।

ଲେଖିବାର ଆରମ୍ଭ : ଏମିତି ଗୋଟେ ଗୋଟେ ଘଟଣା ଘଟେ, ଯାହା ସମଗ୍ର ଜୀବନର ମୋଡ଼ ବଦଳେଇଦିଏ। ମାକ୍‌କୁଲର୍ସ ପିଆନୋ ଶିଖିବା ପାଇଁ ଏକ ଷ୍ଟିମ୍‌ଶିପ୍‌ରେ ବସି ନ୍ୟୁୟର୍କ ଯାତ୍ରା କରୁଥିଲେ। ଯୋଜନା ଥିଲା ଜୁଲିଆର୍ଡ ସ୍କୁଲ୍‌ ଅଫ୍‌ ମ୍ୟୁଜିକ୍‌ରେ ପିଆନୋ ଶିଖିବେ। ମାତ୍ର ସେଥିପାଇଁ ସେ ଯେଉଁ ଅର୍ଥ ନେଇଥିଲେ ତାହା ହଜି ଯାଇଥିଲା। ସେ ସେଠାରେ ଚଳିବା ପାଇଁ ଛୋଟମୋଟ କାମ କଲେ। ଆଉ ସେହି କାମ ଭିତରେ ଗୋଟିଏ କାମ ଥିଲା ଅନ୍ୟମାନଙ୍କ ପାଇଁ ଲେଖିବା। ସେ ନ୍ୟୁୟର୍କରେ ରହିବା ପାଇଁ ଏଭଳି ଭାବରେ କାମ କଲେ ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଗଲା। ସେ ପୁଣିଥରେ ଘରକୁ ଫେରିଆସିଲେ। ତେବେ ସେତେବେଳକୁ ତାଙ୍କ ଭିତରେ ଲେଖିବାକୁ ନେଇ ନିଶା ବଢ଼ି ଯାଇଥିଲା। ଆଉ ସେ ଏହି ନିଶାକୁ ମଉଳି ଯିବା ପାଇଁ ଦେଇ ନ ଥିଲେ। ନିଷ୍ପତ୍ତି ନେଲେ ଯେ ସେ ଲେଖାଲେଖିକୁ ନିଜର କ୍ୟାରିିୟର କରିବେ।

ଦାମ୍ପତ୍ୟ ଜୀବନ : ଖୁବ୍‌ ଶୀଘ୍ର ତାଙ୍କର ବାହାଘର ହୋଇଯାଇଥିଲା। ତାହାର କାରଣ ଥିଲା ତାଙ୍କ ସ୍ବାସ୍ଥ୍ୟାବସ୍ଥା। ପରିବାର ଲୋକମାନେ ଚାହୁଁ ନ ଥିଲେ ସେ ଏପଟସେପଟ ହେଇ କାମ କରନ୍ତୁ। ଆଉ ତାହା ତାଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉ। ପରିଶେଷରେ ସେ ରିଭିସ୍‌ ମାକ୍‌କୁଲାର ନାମକ ଜଣେ ସେନାଧିକାରୀଙ୍କୁ ବିବାହ କଲେ। ରିଭିସ୍‌ ତାଙ୍କର ଜଣେ ଭଲ ସ୍ବାମୀ ଓ ଭଲ ବନ୍ଧୁ ଥିଲେ। ଦାମ୍ପତ୍ୟ ଜୀବନ ସୁଖମୟ ଥିଲା। ସେ ତାଙ୍କ ସ୍ବାମୀ ବିଷୟରେ ମତବ୍ୟକ୍ତ କରି କହୁଥିଲେ ଯେ, ତାଙ୍କ ସ୍ବାମୀ ଜଣେ ଏମିତି ବ୍ୟକ୍ତି ଯିଏ ସବୁବେଳେ ଜଣେ ଦକ୍ଷ ପତ୍ନୀ ଆଶା କରୁଥିଲେ। ଆଉ ତାଙ୍କୁ ପାଇ ସେ ତାଙ୍କର ସେହି ସ୍ବପ୍ନକୁ ପୂରା କରିପାରିଛନ୍ତି।

ଶେଷ ଜୀବନ : ମାକ୍‌କୁଲର୍ସ ବ୍ୟକ୍ତିଗତ ଜୀବନରେ ବେଶ୍‌ ବିକ୍ଷୁବ୍ଧ ଥିଲେ। ଉପରକୁ ସେ ଖୁବ୍‌ ଶାନ୍ତ ଦିଶୁଥିଲେ ସତ, ମାତ୍ର ଭିତରେ ସେ ଥିଲେ ଏକ ଭଉଁରି କାଟୁଥିବା ଜଳଧାର। ସେଥିଲାଗି ଆଲକୋହଲ୍‌କୁ ସେ ନିଜର କରିନେଇଥିଲେ। ତାହା ତାଙ୍କୁ ଜୀବନର ଶେଷ ଆଡ଼କୁ ଖୁବ୍‌ ଅଡୁଆରେ ପକେଇଥିଲା। ସେଥିରେ ପୁଣି ସେ ପିଲାଟି ବେଳୁ ଥିଲେ ରୋଗଣା। ୩୧ବର୍ଷ ବୟସରେ ତାଙ୍କୁ ପକ୍ଷାଘାତ ଘାରିଥିଲା। ଆଉ ତାଙ୍କର ବାମପଟଟି ସମ୍ପୂର୍ଣ୍ଣ ପକ୍ଷାଘାତଗ୍ରସ୍ତ ହୋଇଯାଇଥିଲା। ମାତ୍ର ୫୦ବର୍ଷ ବୟସରେ ତାଙ୍କର ପ୍ରାଣହାନି ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri