Posted inରାଜ୍ୟ

ବ୍ଲକ ଅଧ୍ୟକ୍ଷଙ୍କୁ ନେଇ ତେଜୁଛି ନାଉଗଁ। ରାଜନୀତି

ଜଗତ୍‌ସିଂହପୁର ଅଫିସ,୮ା୬: ଜଗତ୍‌ସିଂହପୁର ଜିଲା ନାଉଗଁ। ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସଙ୍କୁ ନେଇ ଏବେ ଏକ ପ୍ରକାର ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ଜଗନ୍ନାଥ କଂଗ୍ରେସ ସମର୍ଥନରେ ବ୍ଲକ ଅଧ୍ୟକ୍ଷ ହୋଇଥିବାବେଳେ ଏବେ ତାଙ୍କ କାର୍ଯ୍ୟଧାରା ଉଭୟ କଂଗ୍ରେସ ଓ ବିଜେଡି ଶିବିରରେ ଆଲୋଡ଼ନ ସୃଷ୍ଟି କରିଛି। ତାଙ୍କୁ ସମର୍ଥନ କରି ବ୍ଲକ ଅଧ୍ୟକ୍ଷ କରିବା କଂଗ୍ରେସ ପାଇଁ ଏବେ ବୁମେରାଂ ହୋଇଥିବାବେଳେ ସେପଟେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖାଦେଲାଣି। ଏଭଳି ଏକ ଜଟିଳ ରାଜନୈତିକ ପରିସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁଯାୟୀ, ନାଉଗାଁ ବ୍ଲକରେ ୧୬ ପଞ୍ଚାୟତ ରହିଛି। ଗତ ପଞ୍ଚାୟତ ନିର୍ବାଚନରେ କୋରୁଅ, ଓଷକଣା, ତିରୁଣା, ନାଉଗାଁ, ଅଲଣା, ଘୋଡାଂଶ, ଗଜରାଜପୁର, ବଛାଳୋ ଆଦି ୮ ପଞ୍ଚାୟତରେ ବିଜେଡି ସମର୍ଥିତ ୮ ସମିତି ସଭ୍ୟ ବିଜୟୀ ହୋଇଥିଲେ। ସେହିପରି ବାଂଶ, ଡାବର, ଶିଖର, ରୋହିଆ ଓ ନୂଆଗାଁ ଆଦି ୬ ପଞ୍ଚାୟତରେ କଂଗ୍ରେସ ସମର୍ଥିତ ସମିତି ସଭ୍ୟ ବିଜୟୀ ହୋଇଥିବାବେଳେ ଜାମୁଗଁ।ରେ ଭାଜପା ସମର୍ଥିତ ଓ ଗଳଧାରୀରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେଣୁ ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ବିଜେଡିରେ ଟଣାଓଟରା ଚାଲିଥିଲା। ନାଉଗାଁ ସମିତି ସଭ୍ୟ ଭାବେ ଜିତିଥିବା ଜଗନ୍ନାଥ ଏହି ପଦ ପାଇଁ ଆଶାୟୀ ଥିଲେ। କିନ୍ତୁ ବ୍ଲକ ବିଜେଡି ଅଧ୍ୟକ୍ଷ ସୁଜିତ ମଲ୍ଲିକ ତାଙ୍କୁ ସମର୍ଥନ କରି ନ ଥିଲେ। ସୁଜିତଙ୍କ ସ୍ତ୍ରୀ ଏଲିନା ଦାସ ବାଂଶ ପଞ୍ଚାୟତ ସମିତି ସଭ୍ୟ ଭାବେ ପ୍ରାର୍ଥୀ ହୋଇ ହାରିଥିଲେ। କୁହାଯାଉଥିଲା ଯେ, ଏଲିନାଙ୍କ ହାରିବା ପଛରେ ଜଗନ୍ନାଥଙ୍କ ହାତ ରହିଥିବା ସନ୍ଦେହ କରି ସୁଜିତ ଖପ୍ପା ଥିଲେ। ଏଲିନା ଜିତିଗଲେ ବ୍ଲକ ଅଧ୍ୟକ୍ଷ ପାଇଁ ଦାବିଦାର ହେବାର ସମ୍ଭାବନା ଥିବାରୁ ତାଙ୍କୁ ହରାଇ ଜଗନ୍ନାଥ ଉକ୍ତ ପଦବୀ ହାତେଇବାକୁ ଚାହିଁଥିଲେ। କିନ୍ତୁ ସୁଜିତ ତାଙ୍କୁ ବ୍ଲକ ଅଧ୍ୟକ୍ଷ କରାଇ ନ ଦେବାକୁ ଜିଦ୍‌ ଧରିଥିଲେ। ସେତେବେଳେ ବିଜେଡିର ସାଙ୍ଗଠନିକ ଦାୟିତ୍ୱରେ ଥିବା ବିଷ୍ଣୁ ଚରଣ ଦାସଙ୍କ ସହ ସୁଜିତଙ୍କ ଭଲ ସମ୍ପର୍କ ଥିଲା। ତେଣୁ ଜଗନ୍ନାଥଙ୍କୁ ବିଜେଡି ସମର୍ଥନରେ ବ୍ଲକ ଅଧ୍ୟକ୍ଷ ନ କରିବାକୁ ନିଷ୍ପତ୍ତି ହୋଇଥିଲା। ସେପଟେ ଅନ୍ୟ କେହି ଅଧ୍ୟକ୍ଷ ହେଲେ ସମର୍ଥନ କରିବେ ନାହିଁ ବୋଲି ଜଗନ୍ନାଥ ରୋକଠୋକ୍‌ କହିଦେଇଥିଲେ। ଶେଷରେ ଚିରଞ୍ଜୀବଙ୍କ ଗୋଟି ଚାଳନାରେ କଂଗ୍ରେସ, ଭାଜପା ଓ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନରେ ସେ ବ୍ଲକ ଅଧ୍ୟକ୍ଷ ହେଲେ। ଏ ଭିତରେ ଚିତ୍ର ବଦଳିଯାଇଛି। ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁରରୁ ପ୍ରଶାନ୍ତ ମୁଦୁଲି ବିଧାୟକ ହୋଇଥିବାବେଳେ ବିଷ୍ଣୁ ତିର୍ତ୍ତୋଲରୁ ବିଧାୟକ ହୋଇଛନ୍ତି। ତେଣୁ ଜଗନ୍ନାଥ ପ୍ରଶାନ୍ତଙ୍କୁ ସନ୍ତୁଷ୍ଟ କରି ବିଜେଡି ଶିବିରରେ ସକ୍ରିୟ ହେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ଏହାର ପ୍ରତିଫଳନ ଗତ ୫ ତାରିଖରେ ଅନୁଷ୍ଠିତ ବିଜେଡିର ସମ୍ବର୍ଦ୍ଧନା ସଭାରେ ଦେଖିବାକୁ ମିଳିଛି। ବ୍ଲକ ବିଜେଡି ସଭାପତି ସୁଜିତ ଉକ୍ତ ସଭା ପାଇଁ ସମସ୍ତ ଆୟୋଜନ କରିଥିବାବେଳେ କୌଶଳକ୍ରମେ ଜଗନ୍ନାଥ ସଭାପତିତ୍ୱ କଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ସୁଜିତ ସଭାସ୍ଥଳ ଛାଡି ଚାଲି ଯାଇଥିଲେ। ପରେ ସୁଜିତ ଓ ଜଗନ୍ନାଥଙ୍କ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏବେ କଥା ଉଠୁଛି ଯେ, ଜଗନ୍ନାଥଙ୍କୁ କଂଗ୍ରେସ ପୂର୍ବପରି ସମର୍ଥନ କରିବ କି ପ୍ରତ୍ୟାହାର କରିନେବ। ଯଦି ପ୍ରତ୍ୟାହାର କରିନେବ ତେବେ ସୁଜିତଙ୍କ ଗୋଷ୍ଠୀ ଜଗନ୍ନାଥଙ୍କୁ ସମର୍ଥନ କରିବେ କି ନାହିଁ। ବିରୋଧ କଲେ ନୂଆ ବ୍ଲକ ଅଧ୍ୟକ୍ଷ କିଏ ହେବେ ଏବଂ କେଉଁ ଦଳର ସମର୍ଥନ ରହିବ। ଏସବକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ସମର୍ଥିତ କୌଣସି ସମିତି ସଭ୍ୟଙ୍କୁ ବିଜେଡିର ଏକ ଗୋଷ୍ଠୀ ସମର୍ଥନ କରିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ। କଂଗ୍ରେସ ଯେଉଁ କ୍ଷତି କରିଛି, ତାକୁ ଭରଣ କରିବାରେ ଯଦି ସଫଳ ହେବ ତେବେ ଆଗକୁ ଦଳ ସମ୍ଭାବ୍ୟ ବିପଦରୁ ବର୍ତ୍ତିପାରିବ ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଜଗନ୍ନାଥ କହିଛନ୍ତି ଯେ, ସେ ବିଜେଡିରେ ବିଦ୍ଧିବଦ୍ଧ ଭାବରେ ମିଶିନାହାନ୍ତି। ବିଧାୟକ ଓ ଅନ୍ୟମାନଙ୍କୁ ବ୍ଲକ ଅଧ୍ୟକ୍ଷ ହିସାବରେ ସମ୍ବର୍ଦ୍ଧନା ଦେବାକୁ ସେ ସଭାପତିତ୍ୱ କରିଥିଲେ। ଏହା ସତ୍ତ୍ୱେ ଯଦି କଂଗ୍ରେସ ସମିତି ସଭ୍ୟମାନେ ସମର୍ଥନ ପ୍ରତ୍ୟାହାର କରିନେବେ ତେବେ ଅସୁବିଧା ନାହିଁ। କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି ଯେ, ଜଗନ୍ନାଥ ବାବୁ ଏହାର ଠିକ ଉତ୍ତର ଦେଇପାରିବେ। ସେ ଏ ବିଷୟରେ କିଛି ମତ ଦେବାକୁ ଚାହୁଁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ବଡ଼ ଗୁଣ ଥିବା ସ୍ତ୍ରୀ ମିଳିଗଲେ ଘର ହୋଇଯାଏ ସ୍ବର୍ଗ, ଚାଣକ୍ୟ କୁହନ୍ତି…

ପ୍ରାଚୀନ ଭାରତର ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ କୂଟନୀତିଜ୍ଞ ନ ଥିଲେ, ବରଂ ମାନବ ସମାଜ ଓ ସଂସାରର ନିୟମ ସମ୍ପର୍କରେ ଗଭୀର ଜ୍ଞାନ ରଖୁଥିଲେ। ତାଙ୍କ…

ଫାଇନାଲରେ ବର୍ଷା ଭୟ: ଭାରତ-ପାକିସ୍ତାନ ମ୍ୟାଚ ବାତିଲ ହେଲେ କାହାକୁ ମିଳିବ ସ୍ବର୍ଣ୍ଣ ପଦକ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ, ୨।୧0୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟରେ ଯେଉଁ ମହାମୁକାବିଲାକୁ ଫ୍ୟାନ୍ସ ଅପେକ୍ଷା କରିଥିଲେ, ଶେଷରେ ସେହି ମ୍ୟାଚ ପାଇଁ ମଞ୍ଚ ପ୍ରସ୍ତୁତ। ଶନିବାର ସ୍ବର୍ଣ୍ଣ…

ଭାରତ-ପାକିସ୍ତାନ ମ୍ୟାଚ୍‌: ପୁଣି ଚର୍ଚ୍ଚାରେ ହ୍ୟାଣ୍ଡଶେକ ବିବାଦ

ନାଗୋୟା,୨ା୧୦: ଶନିବାର ଏସିଆନ ଗେମ୍ସ ପୁରୁଷ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ପୂର୍ବରୁ ପୁଣି ଥରେ ହ୍ୟାଣ୍ଡଶେକ୍‌ ବିବାଦ…

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ଗିଲ୍‌: ଜାଣନ୍ତୁ ODI ରନ୍‌ ତାଲିକାରେ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ, ୨।୧୦: ୨୦୨୬ରେ ଦିନିକିଆ କ୍ରିକେଟରେ ଭାରତୀୟ ବ୍ୟାଟର୍ସଙ୍କ ଦବଦବା ଜାରି ରହିଛି। ଚଳିତ ବର୍ଷ ସର୍ବାଧିକ ODI ରନ କରିଥିବା ଟପ-୫ ବ୍ୟାଟର୍ସଙ୍କ ତାଲିକାରେ ଭାରତର…

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?