Posted inରାଜ୍ୟ

ବ୍ଲକ ଅଧ୍ୟକ୍ଷଙ୍କୁ ନେଇ ତେଜୁଛି ନାଉଗଁ। ରାଜନୀତି

ଜଗତ୍‌ସିଂହପୁର ଅଫିସ,୮ା୬: ଜଗତ୍‌ସିଂହପୁର ଜିଲା ନାଉଗଁ। ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସଙ୍କୁ ନେଇ ଏବେ ଏକ ପ୍ରକାର ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ଜଗନ୍ନାଥ କଂଗ୍ରେସ ସମର୍ଥନରେ ବ୍ଲକ ଅଧ୍ୟକ୍ଷ ହୋଇଥିବାବେଳେ ଏବେ ତାଙ୍କ କାର୍ଯ୍ୟଧାରା ଉଭୟ କଂଗ୍ରେସ ଓ ବିଜେଡି ଶିବିରରେ ଆଲୋଡ଼ନ ସୃଷ୍ଟି କରିଛି। ତାଙ୍କୁ ସମର୍ଥନ କରି ବ୍ଲକ ଅଧ୍ୟକ୍ଷ କରିବା କଂଗ୍ରେସ ପାଇଁ ଏବେ ବୁମେରାଂ ହୋଇଥିବାବେଳେ ସେପଟେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖାଦେଲାଣି। ଏଭଳି ଏକ ଜଟିଳ ରାଜନୈତିକ ପରିସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁଯାୟୀ, ନାଉଗାଁ ବ୍ଲକରେ ୧୬ ପଞ୍ଚାୟତ ରହିଛି। ଗତ ପଞ୍ଚାୟତ ନିର୍ବାଚନରେ କୋରୁଅ, ଓଷକଣା, ତିରୁଣା, ନାଉଗାଁ, ଅଲଣା, ଘୋଡାଂଶ, ଗଜରାଜପୁର, ବଛାଳୋ ଆଦି ୮ ପଞ୍ଚାୟତରେ ବିଜେଡି ସମର୍ଥିତ ୮ ସମିତି ସଭ୍ୟ ବିଜୟୀ ହୋଇଥିଲେ। ସେହିପରି ବାଂଶ, ଡାବର, ଶିଖର, ରୋହିଆ ଓ ନୂଆଗାଁ ଆଦି ୬ ପଞ୍ଚାୟତରେ କଂଗ୍ରେସ ସମର୍ଥିତ ସମିତି ସଭ୍ୟ ବିଜୟୀ ହୋଇଥିବାବେଳେ ଜାମୁଗଁ।ରେ ଭାଜପା ସମର୍ଥିତ ଓ ଗଳଧାରୀରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେଣୁ ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ବିଜେଡିରେ ଟଣାଓଟରା ଚାଲିଥିଲା। ନାଉଗାଁ ସମିତି ସଭ୍ୟ ଭାବେ ଜିତିଥିବା ଜଗନ୍ନାଥ ଏହି ପଦ ପାଇଁ ଆଶାୟୀ ଥିଲେ। କିନ୍ତୁ ବ୍ଲକ ବିଜେଡି ଅଧ୍ୟକ୍ଷ ସୁଜିତ ମଲ୍ଲିକ ତାଙ୍କୁ ସମର୍ଥନ କରି ନ ଥିଲେ। ସୁଜିତଙ୍କ ସ୍ତ୍ରୀ ଏଲିନା ଦାସ ବାଂଶ ପଞ୍ଚାୟତ ସମିତି ସଭ୍ୟ ଭାବେ ପ୍ରାର୍ଥୀ ହୋଇ ହାରିଥିଲେ। କୁହାଯାଉଥିଲା ଯେ, ଏଲିନାଙ୍କ ହାରିବା ପଛରେ ଜଗନ୍ନାଥଙ୍କ ହାତ ରହିଥିବା ସନ୍ଦେହ କରି ସୁଜିତ ଖପ୍ପା ଥିଲେ। ଏଲିନା ଜିତିଗଲେ ବ୍ଲକ ଅଧ୍ୟକ୍ଷ ପାଇଁ ଦାବିଦାର ହେବାର ସମ୍ଭାବନା ଥିବାରୁ ତାଙ୍କୁ ହରାଇ ଜଗନ୍ନାଥ ଉକ୍ତ ପଦବୀ ହାତେଇବାକୁ ଚାହିଁଥିଲେ। କିନ୍ତୁ ସୁଜିତ ତାଙ୍କୁ ବ୍ଲକ ଅଧ୍ୟକ୍ଷ କରାଇ ନ ଦେବାକୁ ଜିଦ୍‌ ଧରିଥିଲେ। ସେତେବେଳେ ବିଜେଡିର ସାଙ୍ଗଠନିକ ଦାୟିତ୍ୱରେ ଥିବା ବିଷ୍ଣୁ ଚରଣ ଦାସଙ୍କ ସହ ସୁଜିତଙ୍କ ଭଲ ସମ୍ପର୍କ ଥିଲା। ତେଣୁ ଜଗନ୍ନାଥଙ୍କୁ ବିଜେଡି ସମର୍ଥନରେ ବ୍ଲକ ଅଧ୍ୟକ୍ଷ ନ କରିବାକୁ ନିଷ୍ପତ୍ତି ହୋଇଥିଲା। ସେପଟେ ଅନ୍ୟ କେହି ଅଧ୍ୟକ୍ଷ ହେଲେ ସମର୍ଥନ କରିବେ ନାହିଁ ବୋଲି ଜଗନ୍ନାଥ ରୋକଠୋକ୍‌ କହିଦେଇଥିଲେ। ଶେଷରେ ଚିରଞ୍ଜୀବଙ୍କ ଗୋଟି ଚାଳନାରେ କଂଗ୍ରେସ, ଭାଜପା ଓ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନରେ ସେ ବ୍ଲକ ଅଧ୍ୟକ୍ଷ ହେଲେ। ଏ ଭିତରେ ଚିତ୍ର ବଦଳିଯାଇଛି। ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁରରୁ ପ୍ରଶାନ୍ତ ମୁଦୁଲି ବିଧାୟକ ହୋଇଥିବାବେଳେ ବିଷ୍ଣୁ ତିର୍ତ୍ତୋଲରୁ ବିଧାୟକ ହୋଇଛନ୍ତି। ତେଣୁ ଜଗନ୍ନାଥ ପ୍ରଶାନ୍ତଙ୍କୁ ସନ୍ତୁଷ୍ଟ କରି ବିଜେଡି ଶିବିରରେ ସକ୍ରିୟ ହେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ଏହାର ପ୍ରତିଫଳନ ଗତ ୫ ତାରିଖରେ ଅନୁଷ୍ଠିତ ବିଜେଡିର ସମ୍ବର୍ଦ୍ଧନା ସଭାରେ ଦେଖିବାକୁ ମିଳିଛି। ବ୍ଲକ ବିଜେଡି ସଭାପତି ସୁଜିତ ଉକ୍ତ ସଭା ପାଇଁ ସମସ୍ତ ଆୟୋଜନ କରିଥିବାବେଳେ କୌଶଳକ୍ରମେ ଜଗନ୍ନାଥ ସଭାପତିତ୍ୱ କଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ସୁଜିତ ସଭାସ୍ଥଳ ଛାଡି ଚାଲି ଯାଇଥିଲେ। ପରେ ସୁଜିତ ଓ ଜଗନ୍ନାଥଙ୍କ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏବେ କଥା ଉଠୁଛି ଯେ, ଜଗନ୍ନାଥଙ୍କୁ କଂଗ୍ରେସ ପୂର୍ବପରି ସମର୍ଥନ କରିବ କି ପ୍ରତ୍ୟାହାର କରିନେବ। ଯଦି ପ୍ରତ୍ୟାହାର କରିନେବ ତେବେ ସୁଜିତଙ୍କ ଗୋଷ୍ଠୀ ଜଗନ୍ନାଥଙ୍କୁ ସମର୍ଥନ କରିବେ କି ନାହିଁ। ବିରୋଧ କଲେ ନୂଆ ବ୍ଲକ ଅଧ୍ୟକ୍ଷ କିଏ ହେବେ ଏବଂ କେଉଁ ଦଳର ସମର୍ଥନ ରହିବ। ଏସବକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ସମର୍ଥିତ କୌଣସି ସମିତି ସଭ୍ୟଙ୍କୁ ବିଜେଡିର ଏକ ଗୋଷ୍ଠୀ ସମର୍ଥନ କରିବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ। କଂଗ୍ରେସ ଯେଉଁ କ୍ଷତି କରିଛି, ତାକୁ ଭରଣ କରିବାରେ ଯଦି ସଫଳ ହେବ ତେବେ ଆଗକୁ ଦଳ ସମ୍ଭାବ୍ୟ ବିପଦରୁ ବର୍ତ୍ତିପାରିବ ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଜଗନ୍ନାଥ କହିଛନ୍ତି ଯେ, ସେ ବିଜେଡିରେ ବିଦ୍ଧିବଦ୍ଧ ଭାବରେ ମିଶିନାହାନ୍ତି। ବିଧାୟକ ଓ ଅନ୍ୟମାନଙ୍କୁ ବ୍ଲକ ଅଧ୍ୟକ୍ଷ ହିସାବରେ ସମ୍ବର୍ଦ୍ଧନା ଦେବାକୁ ସେ ସଭାପତିତ୍ୱ କରିଥିଲେ। ଏହା ସତ୍ତ୍ୱେ ଯଦି କଂଗ୍ରେସ ସମିତି ସଭ୍ୟମାନେ ସମର୍ଥନ ପ୍ରତ୍ୟାହାର କରିନେବେ ତେବେ ଅସୁବିଧା ନାହିଁ। କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି ଯେ, ଜଗନ୍ନାଥ ବାବୁ ଏହାର ଠିକ ଉତ୍ତର ଦେଇପାରିବେ। ସେ ଏ ବିଷୟରେ କିଛି ମତ ଦେବାକୁ ଚାହୁଁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ମଙ୍ଗଳବାର ଭାଜପା ଷ୍ଟାର ପ୍ରଚାରକ ଲିଷ୍ଟରେ ଅନୁଭବଙ୍କ ନାଁ ଥିଲା।

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri