ବ୍ରାଉନ୍‌ସୁଗାର ବେପାରୀଙ୍କ ଘର ଉପରେ ଚଢ଼ାଉ : ଲକ୍ଷାଧିକ ଟଙ୍କା ସହ ସୁନାଗହଣା, ବାଇକ୍‌ ଜବତ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୮ା୯: ବାଲେଶ୍ୱର ଅରଡ଼ବଜାରସ୍ଥିତ ମସଜିଦ୍‌ ଗଳିର ବ୍ରାଉନ୍‌ସୁଗାରର ମୁଖ୍ୟ ବ୍ୟବସାୟୀ ସେକ୍‌ ରାଜା ଗିରଫ ହେବା ପରେ ଆନ୍ତଃରାଜ୍ୟ ଏବଂ ଜାତୀୟ ସ୍ତରରେ ବ୍ରାଉନ୍‌ସୁଗାର ବ୍ୟବସାୟୀ ସମ୍ପର୍କରେ ବହୁ ତଥ୍ୟ ଏସଟିଏଫ୍‌ (ସ୍ବତନ୍ତ୍ର ଟାସ୍କ ଫୋର୍ସ) ଓ ଜିଲା ପୋଲିସ ହାତରେ ଲାଗିଛି। ବିଭିନ୍ନ ସମୟରେ ରାଜାଙ୍କ ସହଯୋଗୀମାନଙ୍କ ଘର ଉପରେ ଚଢ଼ାଉ କରାଯାଇ ସେମାନଙ୍କୁ ଗିରଫ କରାଯାଉଛି। ଏହାସହ ତାଙ୍କର କାରବାର ସମ୍ପର୍କରେ ପୋଲିସ୍‌ ତଥ୍ୟ ସଂଗ୍ରହରେ ଲାଗିପଡ଼ିଛି।
ଜଳେଶ୍ୱର ପାଲଟିଛି ବ୍ରାଉନ୍‌ସୁଗାର କାରବାରର ପେଣ୍ଠସ୍ଥଳୀ। ଶନିବାର ଜିଲା ପୋଲିସ୍‌ର ସ୍ବତନ୍ତ୍ର ଟିମ୍‌ ଜଳେଶ୍ୱର ପୌରପରିଷଦର ଝାଡ଼େଶ୍ୱରପୁର ଓ ରାଜପୁର ଗ୍ରାମର ବ୍ୟବସାୟୀ ସେକ୍‌ ତୈରୁଦ୍ଦିନ ଓ ତାଙ୍କ ଭାଇ ସେକ୍‌ ନାସିରୁଦ୍ଦିନଙ୍କ ଘର ଉପରେ ଚଢ଼ାଉ କରିଥିଲା। ଘରେ କେହି ନ ଥିବାରୁ ତାଙ୍କ ପୁତୁରା ଜାହିରଙ୍କୁ ପୋଲିସ ଥାନାକୁ ନେଇଯାଇଛି। ୩ ଘଣ୍ଟା ଧରି ଚଢ଼ାଉ ସମୟରେ ୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହିତ ନଗଦ ୩ଲକ୍ଷ ୭୯ହଜାର ୪୪୦ ଟଙ୍କା, ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା, ୫ଟି ମୋବାଇଲ ଫୋନ୍‌, ଗୋଟିଏ ବୁଲେଟ୍‌ ଗାଡ଼ି, ସିସି କ୍ୟାମେରା ଓ ହାର୍ଡ଼ଡିସ୍କ ଜବତ କରାଯାଇଛି। ଡିଏସ୍‌ପି ମନୋଜ ରାଉତଙ୍କ ସ୍ବତନ୍ତ୍ର ଟିମ୍‌ରେ ଜଳେଶ୍ୱର ଏସ୍‌ଡିପିଓ ସୁଦର୍ଶନ ଦାସ, ଜଳେଶ୍ୱର ଆଇଆଇସି ପ୍ରଦୀପ ମାଝି, ସହଦେବଖୁଣ୍ଟା ମଡ଼େଲ ଥାନାର ସବଇନ୍ସପେକ୍ଟର ବିରଞ୍ଚତ୍ ସାହୁଙ୍କ ସହ ୧ ପ୍ଲାଟୁନ ପୋଲିସ୍‌ ଫୋର୍ସ ନିୟୋଜିତ ଥିଲେ।
ସେହିପରି ଜଳେଶ୍ୱର ଥାନା ରାଜପୁର ଗ୍ରାମର ସେକ୍‌ ରଫିବୁଲ ନାମକ ବ୍ରାଉନ୍‌ସୁଗାର ବେପାରୀ ପଶ୍ଚିମବଙ୍ଗର ହାଓ୍ବଡ଼ାରୁ ଟ୍ରେନ୍‌ ଯୋଗେ ଜଳେଶ୍ୱର ଅଭିମୁଖେ ଆସୁଥିବା ବେଳେ ଖଡ଼ଗପୁର ରେଳଷ୍ଟେଶନରେ ରେଳବାଇ ପୋଲିସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ୩ଶହ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ ହୋଇଛି। ଯାହାର ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ।
ଏ ସମ୍ପର୍କରେ ଡିଏସ୍‌ପି ମନୋଜ ରାଉତ କହନ୍ତି, ମାସକ ଭିତରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ କେତେକ ବ୍ୟବସାୟୀ ଏବଂ ସହଯୋଗୀମାନଙ୍କୁ ଗିରଫ କରାଯାଇଛି। ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ବ୍ରାଉନ୍‌ସୁଗାର ବ୍ୟବସାୟକୁ ବାଲେଶ୍ୱର ଜିଲାରେ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପୋଲିସ୍‌ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri