ବ୍ରହ୍ମାଙ୍କ ତପସ୍ୟା ପୀଠ ବ୍ରହ୍ମଗିରି

ସର୍ବଦା ଭକ୍ତର ଭାବରେ ବନ୍ଧା ପ୍ରଭୁ। ଯୁଗେ ଯୁଗେ ଭଗବାନ ଭକ୍ତ ପାଖରେ ବନ୍ଧା ପଡ଼ିଛନ୍ତି। ଭାରତ ବର୍ଷରେ ଯେତେ ପୂଣ୍ୟଭୂମି ରହିଛି ସେ ସବୁ ଭକ୍ତର ଆକର୍ଷଣର କେନ୍ଦ୍ରବିନ୍ଦୁ ହେବା ସହ ମୁନି, ଋଷି, ଆଚାର୍ଯ୍ୟ ଓ ସିଦ୍ଧ ଯୋଗୀମାନଙ୍କୁ ଆକର୍ଷିତ କରିଛି। ଚାରି ଧାମ ମଧ୍ୟରୁ ଶ୍ରୀକ୍ଷେତ୍ରର ପଶ୍ଚିମକୁ ୨୧ କିଲୋମିଟର ଦୂରରେ ଅବସ୍ଥାପିତ ହୋଇଛି ବ୍ରହ୍ମପୀଠ ବ୍ରହ୍ମଗିରିର ଅଲାରଦେଙ୍କ ବୀଜେସ୍ଥଳୀ। ଏହି ପୀଠର ମନୋରମ ପରିବେଶ ମଧ୍ୟରେ ସତ୍ୟଯୁଗର ବେଦପତୀ ବ୍ରହ୍ମା ତପସ୍ୟା କରି ସିଦ୍ଧି ଲାଭ କରିଥିଲେ। ସିଦ୍ଧି କ୍ଷେତ୍ରରେ ବ୍ରହ୍ମାଙ୍କ ପ୍ରର୍ଥନାରେ ସନ୍ତୁଷ୍ଟ ସ୍ବୟଂ ନାରାୟଣ ଶିଳାବ୍ରହ୍ମ ରୂପେ ପ୍ରକଟ ଲାଭ କରିଥିଲେ। ଏଣୁ ଏହି ପୀଠର ନାମ ବ୍ରହ୍ମଗିରି ହୋଇଛି। ପରବର୍ତ୍ତି ସମୟରେ ହିନ୍ଦୁ ଧର୍ମର ପ୍ରଚାରକ ରୂପେ ଦକ୍ଷିଣଦେଶର କେତକ ଦିବ୍ୟସୂରୀ ବା ଅଲୋୟାର ଚତୁର୍ଭୁଜ ନାରାୟଣଙ୍କୁ ପାଞ୍ଚରାତ୍ର ବିଧିରେ ପୂଜାର୍ଚ୍ଚନା କରିଥିଲେ। ଆଲବର ବା ଆଲୋୟାରଗଣଙ୍କର ନାଥ ବୋଲି ଶ୍ରୀନାରାୟରଙ୍କୁ ଆଲବରନାଥ, ଆଲୋୟାରନାଥ ପରବର୍ତ୍ତି ସମୟରେ ଅଲାରନାଥ ବୋଲି ନାମିତ ହୋଇଛନ୍ତି। ଶ୍ରୀକ୍ଷେତ୍ରକୁ ଯେଉଁ ସାଧୁ ସନ୍ଥମାନେ ଜଗନ୍ନାଥ ଦର୍ଶନ ପାଇଁ ଆସନ୍ତି ଏହି ଅଣସର ସମୟରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ନ ପାଇ ବ୍ରହ୍ମନାରାୟଣଙ୍କୁ ଦର୍ଶନକରି ଆତ୍ମତୃପ୍ତି ଲାଭ କରିଥାନ୍ତି। ଏହିକ୍ରମରେ ଅନେକ ସାଧୁ ସନ୍ଥ ଏହି ପୀଠକୁ ଆସିଥିବାର ଜଣାପଡ଼େ।

ଅଲବନ୍ଦରାଚାର୍ଯ୍ୟ
ଦ୍ୱାଦଶ ଶତାଦ୍ଦୀରେ ଅଲବାରପନ୍ଥୀ ଅଲବନ୍ଦରାଚାର୍ଯ୍ୟ ପରମ ବୈଷ୍ଣବ ଥିଲେ। ଏକଦା ଅଣସର ସମୟରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ। ସେହି ସମୟରେ ଶ୍ରୀଜିଉ ଗୁପ୍ତ ସେବା ପାଉଥିବାରୁ ଦର୍ଶନ ନ ପାଇ ନିଜକୁ ହତଭାଗ୍ୟ ମନେକରି ସମୁଦ୍ରରେ ଆତ୍ମବିସର୍ଜନ କରିବାକୁ ଉଦ୍ୟମ କରୁଥିବା ସମୟରେ ଏକ ହନୁ ଅଲବନ୍ଦରାଚାର୍ଯ୍ୟଙ୍କ ପଥରୋଧ କରି ପଶ୍ଚିମ ଅଭିମୁଖେ ଯିବା ପାଇଁ ସଙ୍କେତ ଦେଲେ। ପରେ ସେ ଏହି ରାସ୍ତାରେ ଆସି ଚର୍ତୁଭୂଜ ନାରାୟଣଙ୍କ ଦର୍ଶନ କରିଥିଲେ।
କର୍ଣ୍ଣାମଗିରି
ଦ୍ୱାଦଶ ଶତାଦ୍ଦୀର ଯୋଗୀ ଶିବ ଭକ୍ତ କର୍ଣ୍ଣାମଗିରି ତୀର୍ଥ ଭ୍ରମଣ କରୁ କରୁ ପୁରୀରେ ପହଞ୍ଚତ୍ ମାର୍କଣ୍ଡ ପୁଷ୍କରିଣୀରେ ସ୍ନାନ କରି ଶ୍ରୀଜିଉଙ୍କ ଦର୍ଶନ ପାଇଁ ଇଚ୍ଛା କଲେ। ସେ ସମୟରେ ଶ୍ରୀଜିଉ ଗୁପ୍ତ ସେବା ପାଉଥାନ୍ତି। ଦର୍ଶନ ସମ୍ଭବ ନ ହେବାରୁ କର୍ଣ୍ଣାମଗିରି କ୍ରୋଧାନ୍ବିତ ହୋଇ ନିଜର ତନ୍ତ୍ର ବଳରେ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରି ବିଫଳ ହେଲେ। ଶେଷରେ ପ୍ରଭୁଙ୍କ ପାଖରେ ନିଜକୁ ସମର୍ପଣ କରିଥିଲେ। ପରେ ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କରିଥିବାର ସୂଚନା ମିଳେ।
ନାଗାନ୍ତକ ଲକ୍ଷ୍ମୀଭଦ୍ର
ସାଧୁ ଲକ୍ଷ୍ମୀଭଦ୍ର ଅଣସର ସମୟରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଜିଦ୍‌ ଧରି ନିଜର ନାଗାନ୍ତକ ବିଦ୍ୟା ବଳରେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରି ହତାସ ହୋଇଥିଲେ। ପରେ ନିଜକୁ ଠାକୁରଙ୍କ ପାଖରେ ସମର୍ପଣ କରି ତାଙ୍କ ନିର୍ଦ୍ଦେଶରେ ଅଲାରନାଥଙ୍କୁ ଦର୍ଶନ କରିଥିଲେ।
ଶ୍ରୀଚୈତନ୍ୟ
ତରୁଣ ସନ୍ୟାସୀ ଚୈତନ୍ୟ ଷୋଡଶ ଶତାଦ୍ଦୀରେ ଶ୍ରୀକ୍ଷେତ୍ରକୁ ଆସି ପ୍ରାୟ ୧୮ ବର୍ଷ ଏଠାରେ ରହିଥିଲେ। ଅଣସର ସମୟରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ହତାସ ହୋଇଥିବା ସମୟରେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରି ଭାବ ବିହ୍ବଳ ହୋଇପଡିଥିଲେ। ସେ ଏକ ପଥର ଉପରେ ସାଷ୍ଟାଙ୍ଗ ପ୍ରଣିପାତ କରିବା ସମୟରେ ତାଙ୍କ ଶରୀରର ଉତ୍ତାପରେ ଏହି ପ୍ରସ୍ତର ଖଣ୍ଡକରେ ସର୍ବାଙ୍ଗ ଚିହ୍ନ ରହିଯାଇଛି। ଯାହା ଏବେବି ମନ୍ଦିର ମଧ୍ୟରେ ପଡିରହିଛି।
ଶ୍ରୀଲ ପ୍ରଭୁପାଦ
୧୯୧୮ରେ ପରମ ବୈଷ୍ଣବ ଶ୍ରୀଲ ପ୍ରଭୁପାଦ କେତେଜଣ ଶିଷ୍ୟଙ୍କ ସହ ପଦବ୍ରଜରେ ଅଲାରନାଙ୍କ ଦର୍ଶନରେ ଆସିଥିଲେ। ଏଠାର ପ୍ରାକୃତିକ ଶୋଭାରେ ବିମୋହିତ ହୋଇ ଏଠାରେ ଏକ ମଠ ପ୍ରତିଷ୍ଠା କରିବାକୁ ଇଚ୍ଛା କରିଥିଲେ। ପରେ ୧୯୨୨ ମସିହାରେ ମନ୍ଦିର ନିକଟରେ ବ୍ରହ୍ମଗୌଡୀୟ ମଠ ପ୍ରତିଷ୍ଠା କରି ୧୯୩୧ରେ ଏହି ମଠରେ ବିଗ୍ରହ ପ୍ରତିଷ୍ଠା କଲେ। ଏହି ବିଗ୍ରହଙ୍କ ନାମ ରଖିଲେ ଶ୍ରୀଗୁରୁ ଗୌରାଙ୍ଗ ଗୋପିନାଥ। ଏହି ନାମ କରଣ କରିବାର ତାତ୍ପର୍ଯ୍ୟ ହେଉଛି ସେ ଅଲାରନାଥଙ୍କୁ ଗୋପିନାଥ ଭାବେ ଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧ ଟଙ୍କାରେ ୧ ଲକ୍ଷ କୋଟି ଟଙ୍କା ବିବାଦର ସମାଧାନ କରିବେ ସୁପ୍ରିମକୋର୍ଟ: ଜାଣନ୍ତୁ ଚର୍ଚ୍ଚିତ ମାମଲା ବିଷୟରେ

ନୂଆଦିଲ୍ଲୀ,୧୬।୭: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରୁ ଅନ୍ୟତମ କଲ୍ୟାଣୀ ପରିବାର ସହିତ ଜଡିତ ପାରିବାରିକ ବିବାଦ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ମୋଡ଼ରେ ପହଞ୍ଚିଛି। ପ୍ରାୟ ୧…

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ, କହିଲେ ପୁଣି ସେମିତି କରିବାକୁ ଯାଉଛନ୍ତି ସରକାର…

ନୂଆଦିଲ୍ଲୀ,୧୬।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ସମୟରେ, କେନ୍ଦ୍ରର ମୋଦି ସରକାର ପୁଣି ଥରେ ସୀମା ନିର୍ଦ୍ଧାରଣ ବିଲ…

ଡାକ୍ତର ସ୍ବାମୀଙ୍କୁ ହତ୍ୟା, ପୁଅକୁ ଛୁରାମାଡ଼; ପାଖରେ ବସି ଫୋନ୍‌ ଦେଖୁଥିଲେ ସ୍ତ୍ରୀ

ବେଙ୍ଗାଲୁରୁ,୧୬ା୭: କର୍ନାଟକର ହୁବାଲିରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଡାକ୍ତରଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ ଭିତରୁ ମିଳିଛି। ତାଙ୍କ ଆଠ…

ଜୁଲାଇ ୧୯ରୁ ଏହି ୪ ରାଶିଙ୍କ ପାଇଁ ଆରମ୍ଭ ହେବ ସୁବର୍ଣ୍ଣ ସମୟ: ଶନି-ମଙ୍ଗଳ ଆଣିବେ ବମ୍ପର ରୋଜଗାର

ଜୁଲାଇ ମାସର ଅବଶିଷ୍ଟ ଦିନଗୁଡ଼ିକ ଗ୍ରହ ପରିବର୍ତ୍ତନ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ୧୯ ଜୁଲାଇରେ ଏକ ଶୁଭ ଯୋଗ ସୃଷ୍ଟି ହେଉଛି। ପ୍ରାୟ ରାତି…

ଶ୍ରୀକ୍ଷେତ୍ରରେ ବଡ଼ ଅଘଟଣ, ଅଣନିଶ୍ବାସୀ ହୋଇ ଚାଲିଗଲା ଭକ୍ତଙ୍କ ପ୍ରାଣ!

ପୁରୀ,୧୬।୭: ଶ୍ରୀକ୍ଷେତ୍ର ପୁରୀରେ ବଡ଼ ଅଘଟଣ ଘଟିଯାଇଛି । ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି । ପୁରୀ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି…

ସି ଜିନପିଙ୍ଗଙ୍କ ଶୟନ କକ୍ଷକୁ କରାଗଲା ଟାର୍ଗେଟ, ୮୦ ବର୍ଷ ପର୍ଯ୍ୟନ୍ତ ଅନୁତାପ କଲା ଜାପାନ, ଏବେ ସେହି କାମ କରିବାକୁ ଯାଉଛି…

ନୂଆଦିଲ୍ଲୀ/ବେଜିଂ,୧୬।୭: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ଜାପାନ ଏକ ନିଷ୍ପତ୍ତି ନେଇଥିଲା: ଏହା ବିଶ୍ୱର ଏକ ପ୍ରମୁଖ ସାମରିକ ଶକ୍ତି ହେବ ନାହିଁ, ଆକ୍ରମଣାତ୍ମକ ଗୁପ୍ତଚର କାର୍ଯ୍ୟ କରିବ…

ରଥଯାତ୍ରାରେ ଅଘଟଣ, ଖେଳୁଥିବା ବେଳେ ଗାଡିଆରେ ବୁଡ଼ି ୩ବର୍ଷ ଶିଶୁର ମୃତ୍ୟୁ

ବୈଶିଙ୍ଗା,୧୬।୭(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମରେ ଗୁରୁବାର ପବିତ୍ର ରଥଯାତ୍ରା ଉପଲକ୍ଷେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିବା…

ଛେରାପହଁରା କରିବାକୁ ଆସିଥିଲେ ଉପଜିଲାପାଳ, ରଥ ଆଗରେ ଶୋଇ ପ୍ରତିବାଦ କଲେ ଭକ୍ତ

ନୟାଗଡ଼,୧୬ା୭(ଲୋକନାଥ ମିଶ୍ର): ରଥଯାତ୍ରାରେ ଛେରାପହଁରା ପରି ସେବାକୁ ଉପଜିଲାପାଳ କର୍ଣଦେବ ସମାଦାର କରିବା ପାଇଁ ଯିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରତିବାଦରେ ରଥ ସମ୍ମୁଖରେ ଭକ୍ତ ଶାନ୍ତିପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri