ବୌଦ୍ଧ,୫ା୫(ସ୍ବ.ପ୍ର.)-ତୃତୀୟ ପର୍ଯ୍ୟାୟ ଲକଡାଉନ ପରେ ସାରା ଦେଶକୁ ତିନିଗୋଟି ଜାନରେ ବିଭକ୍ତ କରାଯାଇଛି। ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ ଭିନ୍ନ ଭିନ୍ନ ଭାବେ ନିୟମ କରାଯିବା ସହ କଟକଣା ଜାରି କରାଯାଇଛି ା ବୌଦ୍ଧ ଜିଲା ଗ୍ରୀନ ଜୋନରେ ଥିବା ବେଳେ ତୃତୀୟ ପର୍ଯ୍ୟାୟ ଲକଡାଉନ ପରେ ମଙ୍ଗଳବାର ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲାରେ ମଦ ଦୋକାନ, ଚା, କଫି, ପାନ, ଜିମ ଓ ଠେଲା ଜଳଖିଆ ଦୋକାନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଅନ୍ୟ ସମସ୍ତ ଦୋକାନ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଏଥିରେ କୁହାଯାଇଛି। ଏହା ସହ ଓଷଧ ଦୋକାନ, ପେଟ୍ରୋଲ ପମ୍ପ, ଗ୍ୟାସ ବିତରଣ କେନ୍ଦ୍ର, ଘର ନିର୍ମାଣ ସମଗ୍ରୀ, କୃଷି ସମ୍ବନ୍ଧୀୟ ଜିନିଷ ଓ ଗ୍ୟାରେଜ ଦିନ ସାରା ଖୋଲା ରହିବ ା ଏଥି ସହିତ ହୋଟେଲ, ରେଷ୍ଟୁରାଣ୍ଟ, ମିଠା ଦୋକାନ ଓ ଜୁସ ଦୋକାନଗୁଡିକ କେବଳ ଖାଦ୍ୟ ପାର୍ଶଲ କରିପାରିବେ ା ବାଇକରେ ଦୁଇଜଣ ଯିବାକୂ ଅନୁମତି ଥିବା ବେଳେ କାର ଓ ଅଟୋରେ ଚାଳକ ସହ ଦୁଇଜଣ ବସିଯିବାର ଅନୁମତି ଦିଆଯାଇଛି ା ଏହା ସହ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଛି ା ସର୍ବସାଧାରଣ ସ୍ଥାନରେ ଛେପ, ଗୁଡଖାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏସବୁ ନିର୍ଦ୍ଦେଶର ଅବମାନନା କରାଗଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ା
ଗଛକଟାକୁ ନେଇ ବିଦ୍ୟୁତ କାଟ୍, ଗାଁ ଯୁବକଙ୍କ ସହ ପୋଲିସ ମୁହାଁମୁହିଁ, ରଣକ୍ଷେତ୍ର ପାଲଟିଲା…
ହରଭଙ୍ଗା,୫।୫ ( ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ପୁରୁଣାକଟକ ଥାନାରେ ମଙ୍ଗଳବାର ଦିନ କରଞ୍ଜକଟା ଗ୍ରାମର ଯୁବକ ଓ ପୋଲିସ ମୁହାଁମୁହିଁ ହେବା…
ଗାଁରେ ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ, ଧାରୁଆ ଅସ୍ତ୍ରରେ ହାଣିଲେ ମଦ ବ୍ୟବସାୟୀ
ବୌଦ୍ଧ,୨୮।୪( ଅଜିତ କୁମାର ବାରିକ): ବୌଦ୍ଧ ଥାନା ବାଘପଳି ଗ୍ରାମରେ ଚୋରା ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ । ଗଣ୍ଡଗୋଳରେ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା…
କାର୍ରେ ଆସି ବରଯାତ୍ରୀ ଗାଡ଼ି ଉପରକୁ କଲେ ଗୁଳିମାଡ଼, ଆଉ ତା’ ପରେ…
ବୌଦ୍ଧ,୨୩।୪(ଅଜିତ କୁମାର ବାରିକ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ): ବୌଦ୍ଧ ଜିଲା ଆମ୍ବଝରି ପଞ୍ଚାୟତ ବଏଲବେଡ଼ା ଗ୍ରାମରୁ ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗ୍ରାମକୁ ମଙ୍ଗଳବାର ରାତିରେ…
ଚକା ଫାଟି ଗଛରେ ପିଟିହେଲା କାର: ପରିବାରର ୬ଗୁରୁତର
ବଘିଆପଡ଼ା,୧୯।୪(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍ର ଆଗ…
ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…
ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…
ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍-ସାଇକେଲ୍
ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…
ବାଇକ୍ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…
ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…
ଘରକୁ ଫେରିବାବେଳେ ଅଟକାଇ ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଜଣେ ଗୁରୁତର
ବଘିଆପଡ଼ା,୯ା୩(ଶ୍ରୀକାନ୍ତ ସାହୁ): ବୌଦ୍ଧ ଜିଲା ହରିପୁର ଛକରେ ଏକ ହତ୍ୟାକାଣ୍ଡ ହୋଇଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟା ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ବୌଦ୍ଧ…
Archives

