ବୌଦ୍ଧ ଜିଲାରେ ୮୨ ସଙ୍ଗରୋଧ କେନ୍ଦ୍ର

ବୌଦ୍ଧ, ୩୧ା୩(ସ୍ବପ୍ର): କରୋନା ସଂକ୍ରମଣ ମୁକାବିଲା ପାଇଁ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଜିଲାରେ ୩ଟି ବ୍ଲକ ଓ ଏନଏସିରେ ୮୨ଟି ସ୍ଥାନକୁ ସଙ୍ଗରୋଧ କେନ୍ଦ୍ର ଭାବରେ ଚିହ୍ନଟ କରାଯାଇଥିବା ଜିଲାପାଳ ଲଲାଟେନ୍ଦୁ ମିଶ୍ର ସୂଚନା ଦେଇଛନ୍ତି। ସଙ୍ଗରୋଧ କେନ୍ଦ୍ରଗୁଡିକରେ ବିଦ୍ୟୁତ, ପାଣି ଓ ପାଇଖାନା ବ୍ୟବସ୍ଥା ହୋଇସାରିଛି। ଲକ୍‌ଡାଉନ ଯୋଗୁଁ ଖଟ ବ୍ୟବସ୍ଥାରେ କିଛିଟି ବିଳମ୍ବ ହୋଇଛି। ତେବେ ଖୁବ୍‌ଶୀଘ୍ର ପ୍ରତ୍ୟେକ କେନ୍ଦ୍ରରେ ସମସ୍ତ ବ୍ୟବସ୍ଥା ସମ୍ପୂର୍ଣ୍ଣ କରାଯିବ ବୋଲି ଜିଲାପାଳ ମିଶ୍ର କହିଛନ୍ତି। ବୌଦ୍ଧ ସହରର ପୂରୁଣା ଜେଲଠାରେ ପ୍ରସ୍ତୁତ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ଜିଲାପାଳ ମିଶ୍ର ମଙ୍ଗଳବାର ପରିଦର୍ଶନ କରିବା ସହିତ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଜିଲାରେ କୌଣସି ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ନାହିଁ। ତେବେ ବାହାରୁ ଆସିଥିବା ଲୋକମାନଙ୍କୁ ସେମାନଙ୍କ ନିଜ ଘରେ ରହିବା ପାଇଁ ଓ ବାହାର ଲୋକଙ୍କ ସହିତ ମିଳାମିଶା ନକରିବାକୁ ପରାମର୍ଶ ଦିଆଯାଇଛି। ବୌଦ୍ଧ ଏନଏସିରେ ୨୪ଜଣ ଶ୍ରମିକଙ୍କୁ ରାତ୍ରିକାଳୀନ ବିଶ୍ରାମ ଗୃହରେ ରଖାଯାଇଛି। ସେହିପରି ଜିଲାରେ ୨୨୭୯ ଜଣଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ବୌଦ୍ଧ ଏନଏସିରେ ୭୨ ଜଣ, ବୌଦ୍ଧ ବ୍ଲକରେ ୧୯୭, ହରଭଙ୍ଗା ବ୍ଲକରେ ୮୭୦ ଜଣ ଓ କଣ୍ଟାମାଳ ବ୍ଲକରେ ୧୧୪୬ ଜଣଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ, ଉପଜିଲାପାଳ ଏନସି ଜ୍ୟୋତି ରଞ୍ଜନ ନାଏକ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଲକ୍ଷ୍ମୀଧର ସାହୁ, ଏନଏସି ନିର୍ବାହୀ ଅଧିକାରୀ ଇଂ.ମନୋରଞନ ପଣ୍ଡା, ତିନି ବ୍ଲକର ବିଡିଓ, ତହସିଲଦାରଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀମାନେ ସଙ୍ଗରୋଧ କେନ୍ଦ୍ରଗୁଡିକ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗଙ୍କୁ ସହାୟତା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ନୂଆପଡ଼ା,୧୫।୭ (ମକାରୁ ବେମାଲ) : ନୂଆପଡ଼ା ଜିଲା ଖରିଆର ରୋଡ୍‌ ଏନ୍‌ଏସି ୱାର୍ଡ ନଂ.୧୬ ଡୁମେରଡିହିର ଅବତ ରାମ ରାଉତଙ୍କ ଝିଅ ପ୍ରିୟା ରାଉତ(୮) ଜନ୍ମରୁ ବିକଳାଙ୍ଗ…

ପୁଣି ଚିନ୍ତା ବଢାଇଲା କରୋନା; ଗଞ୍ଜାମରେ ଜାରି ହେଲା ହାଇଆଲର୍ଟ, ଏହି ସବୁ ଲକ୍ଷଣ ଦେଖାଗଲେ…

ଛତ୍ରପୁର, ୧୫।୭ (ଦିଲ୍ଲୀପ ସାମଲ ): ଦୀର୍ଘ ବର୍ଷ ଧରି ଥମି ଯାଇଥିବା କରୋନା ଭାଇରସ ପୁଣିଥରେ ସଂକ୍ରମିତ ହେବା ଆରମ୍ଭ ହୋଇଥିବା ଜଣାପଡିଛି। ଆନ୍ଧ୍ରରେ କୋଭିଡ…

କଳାହାଣ୍ଡି ଜଳସେଚନ ବିଭାଗ: ଜାଲ୍‌ ଦସ୍ତଖତ କରି ଟେଣ୍ଡର ଫିକ୍ସିଂ ଅଭିଯୋଗ, ଫୋରେନ୍‌ସିକ ଯାଞ୍ଚ ଦାବିକଲା…

ଭବାନୀପାଟଣା,୧୫।୭(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଜଳସେଚନ ବିଭାଗରେ କୋଟି କୋଟି ଟଙ୍କାର ମେଗା ଟେଣ୍ଡରକୁ ନେଇ ଆସିଛି ସଙ୍ଗିନ ଅଭିଯୋଗ। ଜଣେ ଠିକାଦାରଙ୍କ ନାମରେ ଜାଲ୍‌…

ଏହି ଜିଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର, ୧୫।୭: ପ୍ରବଳ ବର୍ଷା ପାଇଁ ଆଜି ପୁରୀ ଜିଲାରେ ସମସ୍ତ ସ୍କୁଲ ବନ୍ଦ ରହିବ। ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ ଛୁଟି ଘୋଷଣା।…

କଫ ସିରପ୍‌ର ହବ୍‌ ପାଲଟିଛି ବରଗଡ଼: ରାଜଧାନୀକୁ ଚେର

ବରଗଡ଼,୧୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ନିଶା କାରବାରର ହବ ପାଲଟିଛି। ଏଠାରେ କଫ୍‌ ସିରପଠାରୁ ଆରମ୍ଭ କରି ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶା କାରବାର ଚାଲିଛି। ପୋଲିସ ଥରକୁଥର ଚଢ଼ାଉ…

ବ୍ରେକ ଡାଉନ ଟ୍ରକ ପଛ ପଟେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତାର କରକଚିଆ ସ୍କୁଲ ନିକଟରେ ବ୍ରେକ ଡାଉନ ପଡ଼ିଥିବା ଏକ ଟ୍ରକ ପଛପଟେ ମଙ୍ଗଳବାର ରାତିରେ…

ଜରାଜୀର୍ଣ୍ଣ ଘରେ ଜୀବନ କାଟୁଛନ୍ତି ତ୍ରିପୁରା: ସରକାରୀ ସହାୟତା ଅପେକ୍ଷାରେ …

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ):ବୟସର ଅପରାହ୍ନରେ ଜୀବନ ସହ ଲଢେଇ କରୁଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦ। ସ୍ବାମୀ…

ବିଦ୍ୟୁତ୍‌ ସଂଯୋଗ ନ ହେଲେ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ନୂଆପଡ଼ା,୧୫ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ମଧ୍ୟସ୍ଥ ଢେକୁନପାଣି ଗଁାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯୋଗୁ ଲୋକେ ଅନ୍ଧାରରେ ରାତି ବିଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri