ବୋଲଗଡ଼ ବ୍ଲକ : ଖରିଫ୍‌ ଧାନ ଫସଲ ପାଇଁ ଜମି ପ୍ରସ୍ତୁତି, ୧୪,୪୫୦ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ

ବୋଲଗଡ଼,୨୬ା୫(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଞ୍ଚଳଟି ବୃଷ୍ଟିିପ୍ରବଣ ଅଞ୍ଚଳ ଭାବେ ପରିଚିତ। ଏଠାରେ ଚାଷୀମାନଙ୍କ ପ୍ରମୁଖ ଆୟକାରୀ ଫସଲ ଭାବେ ଖରିଫ ଧାନଚାଷ ପରିଚିତ। ଅନିୟମିତ ପ୍ରବଳ ବର୍ଷା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସହ ଜଳସେଚନର ଅଭାବ ସତ୍ତ୍ୱେ ଅଞ୍ଚଳର ଚାଷୀମାନେ ଖରିଫ ଧାନ ଫସଲ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜମି ପ୍ରସ୍ତୁତିରେ ଲାଗି ପଡ଼ିିଛନ୍ତିି। ଫନୀ ପରେ ସ୍ଥାନୀୟ ଅଞ୍ଚଳର ଜମିଗୁଡିକ ଚାଷ ପାଇଁ ପାଗ ପ୍ରସ୍ତୁତ ରହିଛି। ଫଳରେ ଚାଷୀମାନେ ଏହି ସମୟରେ ଖରାଟିଆ ଧାନ ଚାଷ ନିମନ୍ତେ କୃଷି କାର୍ଯ୍ୟ ଆରମ୍ଭ କରିସାରିଲେଣି । ବିଗତ ବର୍ଷ ବ୍ଲକ ଅଞ୍ଚଳରେ ପ୍ରାୟ ୧୪ହଜାର ୪୫୦ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା । ଏ ବର୍ଷ ଜୁନ ୨ୟ ସପ୍ତାହ ବେଳକୁ ଓଡ଼ିଶାରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଚାଷୀମାନେ ଭଲ ଧାନ ଫସଲ ଅମଳ ନିମନ୍ତେ ପ୍ରସ୍ତୁତି ଚଳାଇଛନ୍ତିି ା

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏ ବର୍ଷ ମଧ୍ୟ ଠିକ୍‌ ସମୟରେ ମୌସୁମୀ ବର୍ଷା ହେବ କି ନାହିଁ ସେ ନେଇ ଚାଷୀଙ୍କ ମଧ୍ୟରେ ସନ୍ଦେହ ରହିଛି। ଏକ ସର୍ବେକ୍ଷଣରୁ ଜଣାପଡ଼େ, ବିଗତ ବର୍ଷ ୧୯ ହଜାରରୁ ଊର୍ଦ୍ଧ୍ୱ ଚାଷୀ ପ୍ରାୟ ୧୩ ହଜାର ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନଚାଷ ଓ ପ୍ରାୟ ଦେଢହଜାର ହେକ୍ଟର ଜମିରେ ଦେଶୀ ଧାନଚାଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ଏ ବର୍ଷ ବୋଲଗଡ଼ ବ୍ଲକସ୍ଥିତ ୩ ହଜାର ୩୧୬ ହେକ୍ଟର ଢିପ ଜମି, ୭ ହଜାର ୧୯୭ ହେକ୍ଟର ମଧ୍ୟମ କିସମର ଜମି ଏବଂ ୪ ହଜାର ୨୫୪ ହେକ୍ଟର ଖାଲୁଆ ଜମି ମଧ୍ୟରୁ ପ୍ରାୟ ୧୪ ହଜାର ୪୫୦ ହେକ୍ଟର ଜମିରେ ଧାନଚାଷ କରାଯିବା ନେଇ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ ରହିଛି ା ସେହିପରି ବଳକା ଜମିରେ ଅଣଧାନ ଚାଷ ପାଇଁ ମଧ୍ୟ ଲକ୍ଷ୍ୟଧାର୍ଯ୍ୟ ରହିଛି ା ଧାନଚାଷ ଫସଲ ନିମନ୍ତେ ସମୟାନୁସାରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପରିମାଣର ବିହନ ଯୋଗାଇ ଦିଆଯିବା ନେଇ ଚାଷୀ ମହଲରେ ଆଶାସୂଚକ ମତ ପ୍ରକାଶ ପାଇଛି। କେତେଜଣ ଚାଷୀ ନିଜ ଜମିରେ ବୁଣିବା ପାଇଁ ଧାନ ବିହନ ସାଇତି ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ୧ ହେକ୍ଟର ଜମି ପାଇଁ ପ୍ରାୟ ୫୦ କେଜି ବିହନ ବ୍ୟବହାର କରାଯାଇଥାଏ। ଚଳିତ ବର୍ଷ ହେକ୍ଟର ପିଛା ପ୍ରାୟ ୩୬ କୁଇଣ୍ଟାଲ ଅଧିକ ଅମଳକ୍ଷମ ଧାନ ଏବଂ ପ୍ରାୟ ୨୪ କୁଇଣ୍ଟାଲ ଦେଶୀ ଧାନ ଅମଳ ପାଇଁ ଲକ୍ଷଧାର୍ଯ୍ୟ ଥିବା କୁହାଯାଇଛି। ଏଥିପାଇଁ ବିଭାଗ ପକ୍ଷରୁ କୃଷକମାନଙ୍କୁ ବିହନ, ସାର ଆଦି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। କୃଷି କାର୍ଯ୍ୟାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ, ଗତବର୍ଷ ଧାନ ଫସଲ ନିମନ୍ତେ ହେକ୍ଟର ପିଛା ହାରାହାରି ୫୪.୨୦ କିଲୋଗ୍ରାମ ହିସାବରେ ମୋଟ ୮୫୮ ମେଟ୍ରିକ ଟନ୍‌ ସାର ବ୍ୟବହାର ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଫସଲ ବୃଦ୍ଧି ନିମନ୍ତେ ଆନୁଷଙ୍ଗିକ ସହାୟତା ଯୋଗାଇ ଦିଆଯିବା ନେଇ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?