ବୋଲଗଡ଼ ବ୍ଲକ : ଖରିଫ୍‌ ଧାନ ଫସଲ ପାଇଁ ଜମି ପ୍ରସ୍ତୁତି, ୧୪,୪୫୦ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ

ବୋଲଗଡ଼,୨୬ା୫(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଞ୍ଚଳଟି ବୃଷ୍ଟିିପ୍ରବଣ ଅଞ୍ଚଳ ଭାବେ ପରିଚିତ। ଏଠାରେ ଚାଷୀମାନଙ୍କ ପ୍ରମୁଖ ଆୟକାରୀ ଫସଲ ଭାବେ ଖରିଫ ଧାନଚାଷ ପରିଚିତ। ଅନିୟମିତ ପ୍ରବଳ ବର୍ଷା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସହ ଜଳସେଚନର ଅଭାବ ସତ୍ତ୍ୱେ ଅଞ୍ଚଳର ଚାଷୀମାନେ ଖରିଫ ଧାନ ଫସଲ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜମି ପ୍ରସ୍ତୁତିରେ ଲାଗି ପଡ଼ିିଛନ୍ତିି। ଫନୀ ପରେ ସ୍ଥାନୀୟ ଅଞ୍ଚଳର ଜମିଗୁଡିକ ଚାଷ ପାଇଁ ପାଗ ପ୍ରସ୍ତୁତ ରହିଛି। ଫଳରେ ଚାଷୀମାନେ ଏହି ସମୟରେ ଖରାଟିଆ ଧାନ ଚାଷ ନିମନ୍ତେ କୃଷି କାର୍ଯ୍ୟ ଆରମ୍ଭ କରିସାରିଲେଣି । ବିଗତ ବର୍ଷ ବ୍ଲକ ଅଞ୍ଚଳରେ ପ୍ରାୟ ୧୪ହଜାର ୪୫୦ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା । ଏ ବର୍ଷ ଜୁନ ୨ୟ ସପ୍ତାହ ବେଳକୁ ଓଡ଼ିଶାରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଚାଷୀମାନେ ଭଲ ଧାନ ଫସଲ ଅମଳ ନିମନ୍ତେ ପ୍ରସ୍ତୁତି ଚଳାଇଛନ୍ତିି ା

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏ ବର୍ଷ ମଧ୍ୟ ଠିକ୍‌ ସମୟରେ ମୌସୁମୀ ବର୍ଷା ହେବ କି ନାହିଁ ସେ ନେଇ ଚାଷୀଙ୍କ ମଧ୍ୟରେ ସନ୍ଦେହ ରହିଛି। ଏକ ସର୍ବେକ୍ଷଣରୁ ଜଣାପଡ଼େ, ବିଗତ ବର୍ଷ ୧୯ ହଜାରରୁ ଊର୍ଦ୍ଧ୍ୱ ଚାଷୀ ପ୍ରାୟ ୧୩ ହଜାର ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନଚାଷ ଓ ପ୍ରାୟ ଦେଢହଜାର ହେକ୍ଟର ଜମିରେ ଦେଶୀ ଧାନଚାଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ଏ ବର୍ଷ ବୋଲଗଡ଼ ବ୍ଲକସ୍ଥିତ ୩ ହଜାର ୩୧୬ ହେକ୍ଟର ଢିପ ଜମି, ୭ ହଜାର ୧୯୭ ହେକ୍ଟର ମଧ୍ୟମ କିସମର ଜମି ଏବଂ ୪ ହଜାର ୨୫୪ ହେକ୍ଟର ଖାଲୁଆ ଜମି ମଧ୍ୟରୁ ପ୍ରାୟ ୧୪ ହଜାର ୪୫୦ ହେକ୍ଟର ଜମିରେ ଧାନଚାଷ କରାଯିବା ନେଇ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ ରହିଛି ା ସେହିପରି ବଳକା ଜମିରେ ଅଣଧାନ ଚାଷ ପାଇଁ ମଧ୍ୟ ଲକ୍ଷ୍ୟଧାର୍ଯ୍ୟ ରହିଛି ା ଧାନଚାଷ ଫସଲ ନିମନ୍ତେ ସମୟାନୁସାରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପରିମାଣର ବିହନ ଯୋଗାଇ ଦିଆଯିବା ନେଇ ଚାଷୀ ମହଲରେ ଆଶାସୂଚକ ମତ ପ୍ରକାଶ ପାଇଛି। କେତେଜଣ ଚାଷୀ ନିଜ ଜମିରେ ବୁଣିବା ପାଇଁ ଧାନ ବିହନ ସାଇତି ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ୧ ହେକ୍ଟର ଜମି ପାଇଁ ପ୍ରାୟ ୫୦ କେଜି ବିହନ ବ୍ୟବହାର କରାଯାଇଥାଏ। ଚଳିତ ବର୍ଷ ହେକ୍ଟର ପିଛା ପ୍ରାୟ ୩୬ କୁଇଣ୍ଟାଲ ଅଧିକ ଅମଳକ୍ଷମ ଧାନ ଏବଂ ପ୍ରାୟ ୨୪ କୁଇଣ୍ଟାଲ ଦେଶୀ ଧାନ ଅମଳ ପାଇଁ ଲକ୍ଷଧାର୍ଯ୍ୟ ଥିବା କୁହାଯାଇଛି। ଏଥିପାଇଁ ବିଭାଗ ପକ୍ଷରୁ କୃଷକମାନଙ୍କୁ ବିହନ, ସାର ଆଦି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। କୃଷି କାର୍ଯ୍ୟାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ, ଗତବର୍ଷ ଧାନ ଫସଲ ନିମନ୍ତେ ହେକ୍ଟର ପିଛା ହାରାହାରି ୫୪.୨୦ କିଲୋଗ୍ରାମ ହିସାବରେ ମୋଟ ୮୫୮ ମେଟ୍ରିକ ଟନ୍‌ ସାର ବ୍ୟବହାର ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଫସଲ ବୃଦ୍ଧି ନିମନ୍ତେ ଆନୁଷଙ୍ଗିକ ସହାୟତା ଯୋଗାଇ ଦିଆଯିବା ନେଇ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri