Posted inଖେଳ

ବୋପାନ୍ନା-ଶାପୋଭାଲୋଭ ରନର୍ସଅପ୍‌

ଷ୍ଟଟ୍‌ଗାର୍ଟ, ୧୭ା୬ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ କାନାଡିଆନ ପାର୍ଟନର ଡେନିସ ସାପୋଭାଲୋଭ ଏଠାରେ ଚାଲିଥିବା ଏଟିପି ମର୍ସିଡିଜ କପ୍‌ ଟେନିସ ଟୁର୍ନାମେଣ୍ଟର ରନର୍ସଅପ୍‌ ହୋଇଛନ୍ତି। ଫଳରେ ବୋପାନ୍ନା ଚଳିତ ସିଜନରେ ତାଙ୍କର ଦ୍ୱିତୀୟ ଟାଇଟଲ ଜିତିବାରେ ବିଫଳ ହୋଇଛନ୍ତି। ରବିବାର ଖେଳାଯାଇଥିବା ଫାଇନାଲରେ ଇଣ୍ଡୋ-କାନାଡିଆନ ଯୋଡ଼ି ଟପ୍‌ ସିଡ୍‌ ବ୍ରୁନୋ ସୋର୍‌୍‌ସ ଏବଂ ଜନ୍‌ ପିଅର୍ସଙ୍କଠାରୁ ୫-୭, ୩-୬ ସେଟ୍‌ରେ ହାରିଯାଇଛନ୍ତି। ବୋପାନ୍ନା ନିଜ ଦେଶର ଡିଭିଜ ଶରନଙ୍କୁ ସାଥୀ କରି ପୁଣେଠାରେ ସିଜନ ଓପନିଂ ଟାଟା ଓପନ୍‌ ମହାରାଷ୍ଟ୍ର ଜିତିଥିଲେ। ଇଣ୍ଡିଆନ୍‌ ଓ୍ବେଲ୍ସ ଏବଂ ମାୟମି ମାଷ୍ଟର୍ସ ପରେ ବୋପାନ୍ନା ଓ ତାଙ୍କ କାନାଡିଆନ ପାର୍ଟନରଙ୍କ ଏହା ହେଉଛି ତୃତୀୟ ଟୁର୍ନାମେଣ୍ଟ। କ୍ୱାର୍ଟରଫାଇନାଲରେ ଫ୍ରେଞ୍ଚ୍‌ ଯୋଡ଼ି ଲୁକାସ ପୁଇଲେ ଏବଂ ଜୋ ଓ୍ବିଲଫ୍ରେଡ୍‌ ସୋଙ୍ଗାଙ୍କୁ ହରାଇବା ପୂର୍ବରୁ ବୋପାନ୍ନା ଓ ଶାପୋଭାଲୋଭ ତୃତୀୟ ସିଡ୍‌ ବବ୍‌ ବ୍ରାଏନ୍‌ ଏବଂ ମାଇକ୍‌ ବ୍ରାଏନ୍‌ଙ୍କୁ ପରାସ୍ତ କରିଥିଲେ। ଏଠାରେ ଚାମ୍ପିୟନ ହେବା ଦ୍ୱାରା ପିଅର୍ସ ଏବଂ ସୋର୍‌ସ ପ୍ରତ୍ୟେକ ୨୫୦ ପଏଣ୍ଟ ଲେଖାଏଁ ଅର୍ଜନ କରିଥିବାବେଳେ ର଼୍ୟାଙ୍କିଙ୍ଗ ତାଲିକାର ୪୯ତମ ସ୍ଥାନକୁ ଖସି ଆସିଥିବା ବୋପାନ୍ନା ଓ ଶାପୋଭାଲୋଭ ପ୍ରତ୍ୟେକ ୧୫୦ ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri