Posted inଫୁରସତ

ବୁଲିଯାଆନ୍ତୁ.. ଧାର୍ମିକ ପର୍ଯ୍ୟଟନସ୍ଥଳୀ ଐହୋଲ

କର୍ନାଟକସ୍ଥିତ ଏକ ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଐହୋଲର ବେଶ୍‌ ନାଁ ରହିଛି। ଏଠାରେ ବହୁ ପ୍ରାଚୀନ ଗୁମ୍ଫା, ମନ୍ଦିର ଓ ମଠ ଇତ୍ୟାଦି ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ପ୍ରାଚୀନ କଳା ତଥା କାରୁକାର୍ଯ୍ୟ ପ୍ରତି ରୁଚି ଥିବା ପର୍ଯ୍ୟଟକଙ୍କର ଏଠାରେ ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ…

କର୍ନାଟକ ବହୁ ପ୍ରାଚୀନ ସମ୍ପଦରେ ପରିପୂର୍ଣ୍ଣ। ଇତିହାସ ସହ ଜଡ଼ିତ ଥିବା ଅନେକ ଅଦ୍ୱିତୀୟ ସଂରଚନାର ପ୍ରାରମ୍ଭିକ ରୂପକୁ ଏଠାରେ ଦେଖିବାକୁ ମିଳିଥାଏ। ଖାସ୍‌ କରି ଏଠାରେ ଥିବା ଐହୋଲ ନାମକ ଏକ ସ୍ଥାନ ଏ ସବୁର ଗନ୍ତାଘର। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଅଛି ପ୍ରାଚୀନ ମନ୍ଦିର, ଗୁମ୍ଫା ତଥା ମଠ। ରକ୍‌ କଟ୍‌ ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରଗୁଡ଼ିକ ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ତେଣୁ ବର୍ଷକ ବାରମାସ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ।

କେବେ ଓ କେମିତି ଯିବେ
ବର୍ଷର ଯେକୌଣସି ସମୟରେ ଏଠାକୁ ବୁଲି ଯାଇହେବ। ତେବେ ବର୍ଷାଦିନ ବ୍ୟତୀତ ଅନ୍ୟଦିନେ ଏଠାକୁ ଗଲେ ବୁଲାବୁଲି କରିବାରେ ଆରାମ ଲାଗିଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ଭଲ ବ୍ୟବସ୍ଥା ରହିଛି। ବେଲଗାଭି ଏୟାରପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର, ଯେଉଁଠାରୁ ମାତ୍ର ୪ ଘଣ୍ଟାର ରାସ୍ତା ହେଉଛି ଐହୋଲ। ପ୍ରତିଦିନ ମୁମ୍ବାଇ, ବାଙ୍ଗାଲୋର ତଥା ମାଡ୍ରାସରୁ ନିୟମିତ ବ୍ୟବଧାନରେ ଏହି ବିମାନବନ୍ଦରକୁ ବିମାନ ଚଳାଚଳ କରିଥାଏ। ସେହିପରି ବଦାମୀ ରେଲଓ୍ବେ ଷ୍ଟେଶନ ଐହୋଲର ନିକଟବର୍ତ୍ତୀ ରେଳଷ୍ଟେଶନ। ତା’ଛଡ଼ା ବସ୍‌ ଯୋଗେ ବି ଏଠାକୁ ଯାଇହେବ।

କ’ଣ ଦେଖିବେ
ଐହୋଲ୍‌ରେ ବହୁ ପ୍ରାଚୀନ ହିନ୍ଦୁ ମନ୍ଦିର, ଜୈନ ମନ୍ଦିର ତଥା ବୌଦ୍ଧ ସ୍ମାରକୀ ଇତ୍ୟାଦି ଦେଖିବାକୁ ମିଳିଥାଏ। ଖାସ୍‌ କରି ହିନ୍ଦୁ ମନ୍ଦିର ମଧ୍ୟରେ ଭଗବାନ ଶିବ, ବିଷ୍ଣୁ, ସୂର୍ଯ୍ୟ, ମା’ ଦୁର୍ଗା ତଥା ଆହୁରି ଅନେକ ଦେବଦେବୀଙ୍କ ମନ୍ଦିର ଏଠାରେ ରହିଛି।

ମା’ ଦୁର୍ଗା ମନ୍ଦିର: ଐହୋଲରେ ରକ୍‌ କଟ୍‌ ଶୈଳୀରେ ନିର୍ମିତ ସମସ୍ତ ମନ୍ଦିର ମଧ୍ୟରୁ ମା’ ଦୁର୍ଗାଙ୍କ ମନ୍ଦିରଟି ଖୁବ୍‌ ଆକର୍ଷଣୀୟ। ସୂଚନାନୁଯାୟୀ, ଆଜକୁ ପ୍ରାୟ ଶତାଧିକ ବର୍ଷ ତଳେ ନିର୍ମିତ ଏହି ମନ୍ଦିରଟି ଏବେ ବି ଏଠାରେ ଦଣ୍ଡାୟମାନ। ଏଥିରୁ ଅନୁମାନ କରିହୁଏ, ମନ୍ଦିରଟିକୁ କେତେ ଦୃଢ଼ ଭାବେ ନିର୍ମାଣ କରାଯାଇଥିଲା। ମା’ ଦୁର୍ଗାଙ୍କୁ ସମର୍ପିତ ଏହି ମନ୍ଦିରଟିର ନାମକରଣକୁ ନେଇ ମଧ୍ୟ ଅନେକ ଲୋକକଥା ଶୁଣିବାକୁ ମିଳିଥାଏ। କେହି କେହି କୁହନ୍ତି, ମା’ ଦୁର୍ଗାଙ୍କ ପାଇଁ ଏହାର ନାମ ଦୁର୍ଗା ମନ୍ଦିର ରଖାଯାଇଛି ତ ଆଉ କେହି କୁହନ୍ତି, ପୂର୍ବେ ମନ୍ଦିର ନିକଟରେ ଏକ ଦୁର୍ଗ ଥିଲା, ତେଣୁ ସେହି ଅନୁସାରେ ଏଠାରେ ଏକ ମନ୍ଦିର ନିର୍ମାଣ କରାଯାଇ ତା’ର ନାମ ଦୁର୍ଗା ମନ୍ଦିର ରଖାଗଲା।
ରାବଣ ଫଦି ଗୁମ୍ପା: ଭଗବାନ ଶିବଙ୍କୁ ସମର୍ପିତ ଏହା ଏକ ରକ୍‌ କଟ୍‌ ଗୁମ୍ଫା ମନ୍ଦିର। ପାହାଡ଼କୁ କାଟି ଗୁମ୍ପା କରି ତା’ମଧ୍ୟରେ ଏହି ମନ୍ଦିର ନିର୍ମାଣ କରାଯାଇଛି। ସେଥିପାଇଁ ଏହି ମନ୍ଦିରଟି ଟିକେ ଉଚ୍ଚରେ ରହିଛି। ପର୍ଯ୍ୟଟକଙ୍କୁ ସ୍ବତନ୍ତ୍ର ଶିଡ଼ି ସାହାଯ୍ୟରେ ଏହି ମନ୍ଦିର ମଧ୍ୟକୁ ଯିବାକୁ ହୋଇଥାଏ।

ଜ୍ୟୋତିର୍ଲିଙ୍ଗ ମନ୍ଦିର: ରାବଣ ଫଦି ଗୁମ୍ଫାଠାରୁ ମାତ୍ର ଅଳ୍ପଦୂରରେ ରହିଛି ଅନ୍ୟ ଏକ ମନ୍ଦିର, ଯାହା ଜ୍ୟୋତିର୍ଲିଙ୍ଗ ମନ୍ଦିର ଭାବେ ଜଣାଶୁଣା। ଏଠାରେ କେବଳ ଦେବ ଦେବ ମହାଦେବଙ୍କୁ ନୁହେଁ, ମାତା ପାର୍ବତୀ, ପ୍ରଭୁ କାର୍ତ୍ତିକ ଓ ଗଣେଶଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଥାଏ।

କେବଳ ଏତିକି ନୁହେଁ, ଐହୋଲରେ ଆହୁରି ଅନେକ ଏମିତି ପ୍ରାଚୀନ ମନ୍ଦିର ଓ ମଠ ମଧ୍ୟ ରହିଛି। ଯେମିତିକି ହୁକ୍‌ହାପ୍ପାୟା ମଠ, ହୁକ୍‌ହାପ୍ପାୟା ଗୁଡ଼ି, ଅମ୍ବିଗର୍‌ଗୁଡ଼ି ମନ୍ଦିର, ମଲ୍ଲିକାର୍ଜୁନ ମନ୍ଦିର, ରାମାଲିଙ୍ଗା ମନ୍ଦିର, ଭେନିୟାର୍‌ ମନ୍ଦିର, ଗଲଗାନାଥ ମନ୍ଦିର, ମଦ୍ଦିନ ମନ୍ଦିର, ତ୍ରିୟମ୍ବକେଶ୍ୱର ମନ୍ଦିର, କୁନ୍ତିଗୁଡ଼ି ମନ୍ଦିର ଇତ୍ୟାଦି ଅନ୍ୟତମ। ସେହିପରି ଅନେକ ପ୍ରାଚୀନ ଜୈନ ମନ୍ଦିର ଓ ବୌଦ୍ଧ ସ୍ମାରକୀ ବି ଏଠାରେ ଦେଖିବାକୁ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?