ବୁରୁଧ୍‌ ମା’ବାପ୍‌ ଉପରେ ଦିବ୍ୟାଙ୍ଗ ପୁଓର ବୋଝ୍‌

ଲାଠୋର, ୬।୩ (ଡି.ଏନ୍‌.ଏ.)- ବଲାଙ୍ଗିର ଜିଲା ତୁରେକେଲା ବ୍ଳକ ଅଧୀନ ଲର୍କି ଗାଁର ଲୋଚନ ନାଗ। ସେ ଝନେ ଗରିବ୍‌ ଲୋକ୍‌। ଦୁଖ୍‌ସୁଖ କରି କୁଟୁମ୍‌ ପୁଷୁଛନ୍‌। ବଛ୍‌ରେ ତଲେ ବରଷାରେ ତାକର ଘରଟା ଭାଂଗି ଯାଇଛେ। ଆବାସ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ପରଶାସନକେ ଗୁହାରି କରି ନିରାଶ ହେଇଛନ୍‌। ଇଆଡ଼େ ତାହାକୁ ମାନସିକ ରୋଗ୍‌ରେ ପୀଡ଼ିତ ଭେଁଡ଼ା ପୁଓର ଚିକିଛା ଚିନ୍‌ତା ଖାଇଯାଉଛେ। ଏନ୍‌ତାଥି ସେ ସରକାରୀ ସାହାଯ୍‌ ଲାଗି ପରଶାସନକେ ନିବେଦନ କରିଛନ୍‌।
ସୂଚନା ଅନ୍‌ସାରେ ଲର୍କି ଗଁାର ଲୋଚନ ନାଗକଁର ପରିବାର କହେଲେ ମାଏକିନା ସେବତୀ ଆର ଗୁଟେବଲି ଦିବ୍ୟାଙ୍ଗ ପୁଓ ବୁଣାକାରକୁଁ ନେଇ ତାକର ସଁସାର। ଜମିବାଡ଼ି ଟିକେ ଆର ପୁରନାକାଲିଆ ମାଏଟ୍‌ ଘରଟେ ରହିଛେ। ହେଲେ ବଏସ୍‌ ଅଧ୍‌କା ହେବାର ଲାଗି ଲୋଚନ ଚାଷବାସ କରି ନାଇଁପାରବାର। ଜମିକେ ଭଗାଲି ଦେଇଛନ୍‌। ସେଥ୍‌ରୁ ୪ ମାସର ଖାଏବାରଟା ବାହାରୁଛେ। ଇଆଡ଼େ ଗଲା ବଛର ବରଷାରେ ତାକର ଘରଟା ଭାଂଗି ଯାଇଛେ। ଏନ୍‌ତାଥି ଲୋଚନ କଣ୍ଟାବାଞ୍ଜି ତହସିଲଦାରକୁଁ ଘର ଭଂଗା ସାହାଯ୍‌ ଲାଗି ଗୁହାରି କରିଥିଲେ। ତହସିଲ ତରଫୁ ସାହାଯ୍‌ ହିସାବେ ତାହାକୁ ପଲିଥିନ ଖଁଡ଼େ ମିଲିଛେ। ଏହେଦେ ୩ ପରାନୀ କୁଟୁମ ସେ ପଲିଥିନ ତଲେ ମୁଡ଼ ଗୁଁଜିଛନ୍‌। ଲୋଚନ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଜିଲାପାଳକଁର ଜନଶୁନାନି ଶିବିରରେ ନିବେଦନ କରି ନିରାଶ ହେଇଥିବାର କହିଛନ୍‌। ସରକାରୀ ସାହାଯ୍‌ କହେଲେ ପୁଓ ବୁଣାକାରକୁଁ ଦିବ୍ୟାଙ୍ଗ ଭତା ଆର ଅନ୍ତ୍ୟୋଦୟ ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ମିଲୁଛେ। ସେନ୍‌ତା ଲୋଚନ ଆର ତାକର ମାଏକିନା ସେବତୀ ବି ଭତା ପାଉଛନ୍‌। ସରକାରୀ ସାହାଯ୍‌ ଯାହା ମିଲୁଛେ ସେଟା ପେଟ୍‌କେ ଅଁଟୁଛେ। ହେଲେ ପୁଓ ଜନ୍‌ମୁ ଦିବ୍ୟାଙ୍ଗ ହେଇଥିଲାବେଲେ ବଛର କେତେଟା ତଲେ ସେ ମାନସିକ ରୋଗ୍‌ର ଶିକାର ହେଇଛନ୍‌। ପୁଓର ଏନ୍‌ତା ଅବସ୍‌ତା ଦେଖି ବୁରୁଧ୍‌ ମା’ବାପ୍‌ ଯାହା ପାରଲେ ଚିକିଛା କରାଲେ। ଭଲ ନାଇଁ ହେଲାରୁ ଶେଷେ ଧାରଉଧାର କରି ରାଞ୍ଚତ୍ ନେଇ ଚିକିଛା କରାଲେ। ଏହେଦେ ବୁଣାକାର ରାଞ୍ଚତ୍ ଡାକ୍‌ତର ଲେଖିଥିବାର ଉଷୋ ଫିଦିନ ଖାଉଛନ୍‌। ହେଲେ ଫିମାସ ପୁଓର ଲାଗି ହଜାରେ ଟଁକାର ଉଷୋକସା ଘନ୍‌ଲାବେଲେ ମୋତେ ଭିଡ଼ ପଡ଼ିଯାଉଛେ ବଲି ଲୋଚନ କହିଛନ୍‌। ଏହେଦେ ବୁଣାକାରକୁଁ ୩୬ ବଛର ବଏସ୍‌ ହେଇଥିଲାବେଲେ ବୁରୁଧ୍‌ ମା’ବାପ୍‌ ତାକର ଭବିଷତ୍‌ ଚିନ୍‌ତାରେ ଫିଦିନ ଆଏଁଖ୍‌ଥୁ ଲହ ଗଡ଼ଉଛନ୍‌। ଏନ୍‌ତାଥି ଉପେ ଶୂଇନ ବୁରୁଧ୍‌ ଦମ୍ପତି ଗଣମାଧ୍ୟମ ଜରିଆରେ ପୁଓକେ ଚିକିଛା ସାହାଯ୍‌ ଆର ଆବାସ ଯୋଜନାରେ ଘରଖଁଡ଼େ ଯୁଗେଇ ଦେବାକେ ଜିଲା ପରଶାସନକେ ନିବେଦନ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri