ବିହାରରେ ଅଟକିଛନ୍ତି ୨୨ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୨୩।୩

କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଜାରି ହୋଇଛି କଟକଣା। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବସ୍‌, ଟ୍ରେନ୍‌, ବିମାନ ସେବା ବାତିଲ କରାଯାଇଛି। ଏପରି ସ୍ଥିତିରେ ବିହାରର ସୁପୁଲସ୍ଥିତ ଜବାହର ନବୋଦୟ ବିଦ୍ୟାଳୟକୁ ପଢ଼ିବାକୁ ଯାଇଥିବା ଢେଙ୍କାନାଳ ଜିଲା ସରାଙ୍ଗ ନବୋଦୟ ବିଦ୍ୟାଳୟର ୯ମ ଶ୍ରେଣୀର ୨୨ଜଣ ଛାତ୍ରୀଛାତ୍ର ସେଠାରେ ଫସି ରହିଛନ୍ତି। ପିଲାମାନେ କିପରି ସୁରକ୍ଷିତ ଭାବେ ଘରକୁ ବାହୁଡ଼ିବେ, ସେହି ଚିନ୍ତାରେ ଅଭିଭାବକମାନେ ଥିବାବେଳେ ପଦକ୍ଷେପ ନେବାକୁ ସେମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
ଏ ସଂକ୍ରାନ୍ତରେ ସ୍କୁଲ ଅଧ୍ୟକ୍ଷ ନୃସିଂହ କର କହିଛନ୍ତି, ନିୟମ ଅନୁଯାୟୀ ପ୍ରତି ଏକାଡେମିକ୍‌ ବର୍ଷରେ ହିନ୍ଦୀ ଭାଷାଭାଷୀ ଅଞ୍ଚଳର ଛାତ୍ରୀଛାତ୍ର ଅଣ ହିନ୍ଦୀ ଭାଷାଭାଷୀ ଅଞ୍ଚଳକୁ ପଢ଼ିବା ଲାଗି ଆସିଥାନ୍ତି। ସେହିପରି ହିନ୍ଦୀ ଭାଷାଭାଷୀ ଛାତ୍ର ମଧ୍ୟ ଏଠାକୁ ଆସିଥାନ୍ତି। ଏଠାରୁ ନବମ ଶ୍ରେଣୀର ୧୪ ଛାତ୍ର ଏବଂ ୮ ଛାତ୍ରୀ ବିହାର ଯାଇଥିଲେ। ସେଠାରୁ ୨୧ ଜଣ ଛାତ୍ରୀଛାତ୍ର ସରାଙ୍ଗ ଆସିଛନ୍ତି। ଗତ ୨୦ ତାରିଖରେ ପରୀକ୍ଷା ଶେଷ ହେବା ପରେ ୨୪ ତାରିଖ ସୁଦ୍ଧା ଛାତ୍ରୀଛାତ୍ରମାନେ ନିଜ ନିଜ ଘରେ ପହଞ୍ଚତ୍ବା କଥା। କିନ୍ତୁ କରୋନା ପାଇଁ ନିୟମ ପାଳନ କଡ଼ାକଡ଼ି ହେବାପରେ ଗମନାଗମନ ପାଇଁ ସବୁ ବାଟ ବନ୍ଦ ହୋଇଯାଇଛି। ଏ ନେଇ ଆଞ୍ଚଳିକ ନବୋଦୟ ଡେପୁଟି କମିଶନରଙ୍କ ସହ ଆଲୋଚନା କରାଯାଇଛି। ସେଠାରେ ଆମ ପିଲାମାନେ ସୁରକ୍ଷିତ ଅଛନ୍ତି। ବିହାରରୁ ଆସିଥିବା ପିଲାମାନେ ମଧ୍ୟ ଭଲରେ ଥିବା ଅଧ୍ୟକ୍ଷ କର ସୂଚନା ଦେଇଛନ୍ତି।
ଅନ୍ୟପଟେ ପିଲାମାନଙ୍କୁ ସୁରକ୍ଷିତ ଭାବେ ଆଣିବା ଲାଗି ହେମନ୍ତ ନାୟକ, ଗୌରାଙ୍ଗ ଚନ୍ଦ୍ର ବେହେରା, ମନୋଜ ସାମଲ, ନମିତା ନାୟକ ପ୍ରମୁଖ ସୋମବାର ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଭେଟି ଗୁହାରି କରିଛନ୍ତି। ଏଥିପୂର୍ବରୁ ସେମାନେ ଏମ୍‌ପି ମହେଶ ସାହୁଙ୍କୁ ଘଟଣା ସମ୍ପର୍କରେ ଜଣାଇଥିବା ବେଳେ ସ୍କୁଲ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏ ନେଇ ଜିଲାପାଳ କୁହନ୍ତି, ପିଲାମାନେ ସୁରକ୍ଷିତ ଅଛନ୍ତି। କଟକଣା କୋହଳ ହେବା ଯାଏ ଆମକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

କେନ୍ଦ୍ରାପଡା କଲେଜର ଯୁକ୍ତ–୩ ଫଳ ପ୍ରକାଶିତ: ଅର୍ଚ୍ଚିତା, ଲକ୍ଷ୍ମୀପ୍ରିୟା ,ଶାନ୍ତନୁ ବିଭାଗୀୟ ଟପ୍ପର

କେନ୍ଦ୍ରାପଡା, ୩୦।୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ–୩ ପରୀକ୍ଷାର ଫଳ ଶନିବାର ପ୍ରକାଶ ପାଇଛି। ଏଥର ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ କରି…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ପାରାଦୀପ ବନ୍ଦରରେ ଦୁର୍ଘଟଣା: କ୍ରେନ୍ ବକେଟ୍ ପଡି ଚାଳକଙ୍କ ମୃତ୍ୟୁ

ପାରାଦୀପ, ୩୦।୫ (ଶରତ ରାଉତ): ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ସି କ୍ୟୁ–୧ ନମ୍ବର ବର୍ଥ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ଣେ ଚାଳକଙ୍କ ମୃତ୍ୟୁ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରକ୍ତଭଣ୍ଡାରରେ ବର୍ଷ ତମାମ ରକ୍ତ ମହଜୁଦ ରହିଥାଏ। ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri