Posted inଖେଳ

ବିଶ୍ୱ ହୁଇଲଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ : ଭାରତୀୟ ଦଳରେ ରାଖାଲ, ରମେଶ

ଭୁବନେଶ୍ୱର, ୧୦।୯(କ୍ରୀଡ଼ା ପ୍ରତିନିଧି)-
ଦକ୍ଷିଣ କୋରିଆର ଇଞ୍ଚତ୍ଅନଠାରେ ଚଳିତମାସ ୧୭ରୁ ୨୨ ପର୍ଯ୍ୟନ୍ତ ବିଶ୍ୱ ହୁଇଲଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଭାରତରୁ ମୋଟ ୪ ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଯାଉଥିବାବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ରାଖାଲ କୁମାର ସେଠୀ ଓ ଭି. ରମେଶ ରାଓ। କୋରିଆ ହୁଇଲଚେୟାର ଫେନ୍‌ସିଂ ସଂଘ ଆନୁକୂଲ୍ୟରେ ଆୟୋଜନ ହେବାକୁ ଯାଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିପାରିଲେ ପ୍ରତିଯୋଗୀଙ୍କ ପାଇଁ ଟୋକିଓ ପାରାଅଲିମ୍ପିକ୍ସରେ ଭାଗନେବାର ସୁଯୋଗ ସୃଷ୍ଟି ହୋଇପାରିବ। ଚଳିତବର୍ଷ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଥିବାରୁ ରାଖାଲ ଓ ରମେଶଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଛି। ରାଖାଲ ଜାତୀୟ ପ୍ରତିଯୋଗିତାରେ ଦଳଗତ ୨ଟି ସ୍ବର୍ଣ୍ଣ ଏବଂ ରମେଶ ବ୍ୟକ୍ତିଗତ ଏବଂ ଦଳଗତ ବିଭାଗରେ ମୋଟ ୩ ସ୍ବର୍ଣ୍ଣ ପଦକଲାଭ କରିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବାପାଇଁ ପ୍ରତିଯୋଗୀଙ୍କୁ ନିଜର ସମସ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ ବୋଲି ସ୍ପଷ୍ଟ କରାଯାଇଛି। ଏଥିପାଇଁ ପାଖାପାଖି ୨ ଲକ୍ଷ ୧୬ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ରାଖାଲ ପ୍ରକାଶ କରିଛନ୍ତି। ଭାରତରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଅନ୍ୟ ୨ ପ୍ରତିଯୋଗ ହେଲେ ସନ୍ଦିପ ଗୌରବ ଓ ବିନୟ ସାବ୍‌ଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri