Posted inଖେଳ

ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୫।୮ (ସ୍ପୋଟର୍‌ସ ବ୍ୟୁରୋ)- ସୁଇଜରଲାଣ୍ଡସ୍ଥିତ ବାସେଲଠାରେ ଅନୁଷ୍ଠିତ ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ୍‌ଙ୍କ ବିଜୟ ଅଭିଯାନ ଜାରି ରହିଛି। ବ୍ୟାଡ୍‌ମିଣ୍ଟନର ଏହି ସର୍ବୋଚ୍ଚ ପ୍ରତିଯୋଗିତାରେ ପ୍ରମୋଦ ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ (ଏସ୍‌ଏଲ୍‌-୩) ସେମିଫାଇନାଲରେ ପ୍ରମୋଦ ୨୧-୧୮, ୨୧-୧୬ ସିଧାସଳଖ ଗେମ୍‌ରେ ନିଜ ଦେଶର ମନୋଜ ସରକାରଙ୍କୁ ପରାସ୍ତ କରିଛନ୍ତି। ଫାଇନାଲରେ ପ୍ରମୋଦଙ୍କ ମୁକାବିଲା ଇଂଲଣ୍ଡର ଡାନିଏଲ୍‌ ବେଥେଲଙ୍କ ସହ ହେବ। ପୂର୍ବରୁ କ୍ୱାର୍ଟର ଫାଇନାଲରେ ପ୍ରମୋଦ ୨୧-୧୬, ୨୧-୧୨ ସିଧାସଳଖ ଗେମ୍‌ରେ ସାଥୀ ଖେଳାଳି ବିକ୍ରମ କୁମାରଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ପ୍ରମୋଦଙ୍କୁ ୨୮ ମିନିଟ୍‌ ସମୟ ଲାଗିଥିଲା। ଅପରପକ୍ଷରେ ପୁରୁଷ ଡବଲ୍ସ (ଏସ୍‌ଏଲ୍‌ ୩-୪)ରେ ପ୍ରମୋଦ ଓ ତାଙ୍କ ଯୋଡ଼ିଦାର ମନୋଜ ସରକାର ଫାଇନାଲରେ ପହଞ୍ଚତ୍ଛନ୍ତି। ସେମିଫାଇନାଲରେ ପ୍ରମୋଦ-ମନୋଜ ଯୋଡ଼ି ୨୧-୧୫, ୨୧-୧୫ରେ ଭାରତ-ଥାଇଲାଣ୍ଡ ଯୋଡ଼ି ବିକ୍ରମ କୁମାର ଓ ଚଓ୍ବରତ୍‌ କିଟିଚୋକ୍ୱାତାନାଙ୍କୁ ହରାଇଛନ୍ତି। ପ୍ରମୋଦ-ମନୋଜ ଯୋଡ଼ି ଫାଇନାଲରେ ଅନ୍ୟତମ ଭାରତୀୟ ଯୋଡ଼ି ନୀତେଶ-ତରୁଣଙ୍କୁ ଭେଟିବେ। ପୂର୍ବରୁ ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରମୋଦ-ମନୋଜ ଯୋଡ଼ି ୨୧-୧୫, ୨୧-୧୫ ସିଧାସଳଖ ଗେମ୍‌ରେ ଜର୍ମାନୀର ନିକୋଲାସ ପୋଟ୍‌ ଓ ପାସଲ ଓ୍ବଲଟରଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇଟି ବିଭାଗର ଫାଇନାଲରେ ପ୍ରବେଶ ସହ ପ୍ରମୋଦ ଏହି ସମ୍ମାନଜନକ ପ୍ରତିଯୋଗିତାରେ ୨ଟି ପଦକ ନିଶ୍ଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri