ବିଶ୍ୱ ତମାଖୁ ନିିରୋଧ ଦିବସ

ମେ ୩୧ରେ ବିଶ୍ୱ ତମାଖୁ ନିିରୋଧ ଦିବସ ପାଳନ କରାଯାଉଛି। ତମାଖୁ ସେବନ କରି ବିଶେଷକରି ଫୁସଫୁସ ଜନିତ ରୋଗ ଏବଂ କ୍ୟାନସର ପରି ମହାମାରୀର ଶିକାର ହେଉଛନ୍ତି ଲୋକେ। ପ୍ରତିବର୍ଷ ଦେଶରେ ଧୂମପାନ ଯୋଗୁ ଲକ୍ଷାଧିକ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏକ ଗବେଷଣାରୁ ଜଣାପଡ଼ିଛି, ଭାରତରେ ଧୂମପାନ କରୁଥିବା ୧୨ କୋଟି ଲୋକଙ୍କ ମଧ୍ୟରୁ ୧.୨୧ କୋଟି କେବଳ ମହିଳା ରହିଛନ୍ତି। ମହିଳାମାନେ ଧୂମପାନ କରୁଥିବାରୁ ସେମାନଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ସେହିପରି ଯୁବପିଢ଼ି ମଧ୍ୟ ଧୂମପାନରେ ଅଭ୍ୟସ୍ତ ହେଉଥିବାର ଲକ୍ଷ୍ୟ କରାଯାଉଛି। ଏହାକୁ ରୋକିବା ପାଇଁ କେନ୍ଦ୍ରର ନୂତନ ସ୍ବାସ୍ଥ୍ୟମନ୍ତ୍ରୀ ମେ ୩୧ରେ ଏକ ଗାଇଡ୍‌ଲାଇନ୍‌ ଜାରି କରିବାକୁ ଯାଉଛନ୍ତି। ଏହି ଗାଇଡ୍‌ଲାଇନ୍‌ ଅନୁଯାୟୀ, ଦେଶର ସମସ୍ତ ଶିକ୍ଷାନୁଷ୍ଠାନର ପ୍ରତି ଶ୍ରେଣୀରେ ଜଣେ ଲେଖାଏ ଛାତ୍ରଙ୍କୁ ‘ଟବାକୋ ମନିଟର’ କରାଯିବ। ଯେଉଁ ଅନୁଷ୍ଠାନ ତମାଖୁ ନିୟନ୍ତ୍ରଣରେ ଭଲ ଫଳାଫଳ କରିବ ସେହି ଅନୁଷ୍ଠାନକୁ ‘ଟ୍ରଫି ଇନ୍‌ଷ୍ଟିଚ୍ୟୁଟ୍‌’ର ମାନ୍ୟତା ମିଳିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଦେଶର ସବୁ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଜରିଆରେ ତମାଖୁ ନିୟନ୍ତ୍ରଣ ନେଇ ସଚେତନତା ସୃଷ୍ଟି କରାଯିବ।

ଗାଇଡ୍‌ଲାଇନ୍‌ରେ କ’ଣ ରହିଛି ନିର୍ଦ୍ଦେଶାବଳୀ :

୧. ଶ୍ରେଣୀ ମନିଟରକୁ ଦେଖିବାକୁ ହେବ କୌଣସି ଛାତ୍ରୀଛାତ୍ର ଶ୍ରେଣୀରେ ଯେମିତି ଧୂମପାନ କ କରନ୍ତି। ଯଦି କେହି କରୁଥିବାରୁ ନଜର ପଡ଼େ, ତେବେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତି କରିବାକୁ ପଡ଼ିବ।

୨. ବର୍ଷରେ ଦୁଇଥର ଶିକ୍ଷାନୁଷ୍ଠାନର ତମାଖୁ ନିୟନ୍ତ୍ରଣ ଉପରେ କେଉଁ କାର୍ଯ୍ୟ କରାଯାଇଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ ପଡ଼ିବ। ଏଥିରେ ୧୦୦ ମାର୍କ ରହିଛି। ଶିକ୍ଷାନୁଷ୍ଠାନଟି ତମାଖୁ ନିୟନ୍ତ୍ରଣ ଉପରେ କି କି ପଦକ୍ଷେପ ନେଇଛି ଏଥିରୁ ହିଁ ମାର୍କ ଦିଆଯିବ।

୩. ଯଦି କୌଣସି ଶିକ୍ଷାନୁଷ୍ଠାନକୁ ୧୦୦ରୁ ୯୦ ମାର୍କ ମିଳିଲା ତେବେ ଏହି ସଂସ୍ଥାନକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ତମାଖୁ ଫ୍ରି ଇନ୍‌ଷ୍ଟିଚ୍ୟୁଟ୍‌’ ଟ୍ରଫି ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ବୃହତ୍‌ ଷ୍ଟିଲ୍‌ ପ୍ଲାଣ୍ଟ ଭୁଲିଯାଇ ଜାହାଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri