Posted inଖେଳ

ବିଶ୍ୱ ଚାମ୍ପିୟନଶିପ୍‌ରେ ଟ୍ରାଏଲରୁ ହଟିଲେ ପ୍ରବୀଣ ରାଣା

ନୂଆଦିଲ୍ଲୀ,୧୩।୮- ଆସନ୍ତା ସେପ୍ଟେମ୍ବର ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ କାଜାଖସ୍ତାନସ୍ଥିତ ନୁର ସୁଲତାନଠାରେ ବିଶ୍ୱ ରେସଲିଂ ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏଥିନେଇ ହେବାକୁ ଥିବା ଚୟନ ଶିବିରରୁ ଡବଲ ଅଲିମ୍ପିକ୍‌ ପଦକଧାରୀ ସୁଶୀଲ କୁମାରଙ୍କ ବଡ଼ ପ୍ରତିଦ୍ୱନ୍ଦ୍ୱୀ ପ୍ରବୀଣ ରାଣା ଓହରିଯାଇଛନ୍ତି। ୭୪ କିଗ୍ରା ଓଜନ ବର୍ଗରେ ସୁଶୀଲଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଲେ ପ୍ରବୀଣ ରାଣା। ତାଙ୍କ କାନ୍ଧରେ ଆଘାତ ସମସ୍ୟା ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ମୋ ଆହତ ସମସ୍ୟା ଗୁରୁତର। ବାମକାନ୍ଧ ମାଂସପେଶୀ ଟାଣି ହୋଇଯାଇଛି। ଏଥିଯୋଗୁ ଡାକ୍ତର ମୋତେ ୪ ସପ୍ତାହ ପାଇଁ ମ୍ୟାଚଠାରୁ ଦୂରେଇ ରହିବାକୁ କହିଛନ୍ତି। ସିନିୟର ନ୍ୟାଶନାଲ୍ସକୁ ଫେରିବା ଲାଗି ଲକ୍ଷ୍ୟ ରଖିଛି। ଆସନ୍ତା ଜାନୁୟାରୀରେ ଅଲିମ୍ପିକ୍‌ ଯୋଗ୍ୟତା ପାଇଁ ପ୍ରସ୍ତୁତ ହେବି। ସେତେବେଳେ ମୁଁ ଟ୍ରାଏଲ୍ସରେ ସୁଶୀଲଙ୍କୁ ଭେଟିବି ବୋଲି ରାଣା କହିଛନ୍ତି। ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଜାଦାର ଇତିହାସ ରହିଛି। ୨୦୧୭ ନଭେମ୍ବରରେ ଜାତୀୟ ଚାମ୍ପିୟନଶିପ୍‌ ଫାଇନାଲରେ ରାଣା ସୁଶୀଲଙ୍କ ପାଦ ଛୁଇଁ ମ୍ୟାଟ ଛାଡ଼ିଥିଲେ। ପ୍ରବୀଣ ଆଉଟ୍‌ ହୋଇଯିବାରୁ ଜିତେନ୍ଦର କିନ୍‌ହା ଓ ଅମିତ ଧାଙ୍କର ଏହି ବର୍ଗରେ ସୁଶୀଲଙ୍କୁ ଚ୍ୟାଲେଞ୍ଜ କରିପାରନ୍ତି। କୌତୂହଳର କଥା ହେଲା କି, ଏସିଆନ ରେସଲିଂ ଚାମ୍ପିୟନଶିପ ରୌପ୍ୟପଦକ ବିଜେତା ଧାଙ୍କର ମଧ୍ୟ ସୁଶୀଲଙ୍କ ଭଳି ସମାନ ଆଖଡ଼ା ଛତ୍ରସାଲରୁ ଆସିଛନ୍ତି। ସେ ମଧ୍ୟ ସୁଶୀଲଙ୍କୁ ସମ୍ମାନ କରନ୍ତି। କିନ୍ତୁ ତାଙ୍କ ବିପକ୍ଷରେ ଶତ ପ୍ରତିଶତ ଦେବା ନେଇ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri