Posted inଖେଳ

‘ବିଶ୍ୱରେ ୪୦୦୦ ବାଘ ଥିବେ, କିନ୍ତୁ ରାହୁଲ ଦ୍ରାବିଡ ଗୋଟିଏ’

ନୂଆଦିଲ୍ଲୀ,୧୪।୮: ନ୍ୟୁଜିଲାଣ୍ଡର ପୂର୍ବତନ ଖେଳାଳି ରସ ଟେଲର ଏବେ ନିଜ ଆତ୍ମଜୀବନୀ ‘ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ପୁସ୍ତକରେ ସେ ନିଜ କ୍ରିକେଟ୍‌ ଜୀବନରେ ଘଟିଥିବା ଅନେକ କାହାଣୀ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକରେ ସେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡଙ୍କୁ ପ୍ରଶଂସା କରିଛନ୍ତି।
୨୦୧୧ ଆଇପିଏଲ ସମୟରେ ରସ ଟେଲର ରାହୁଲ ଦ୍ରାବିଡ ଏବଂ ସେନ ଓ୍ବାର୍ଣ୍ଣଙ୍କ ସହ ଡ୍ରେସିଂ ରୁମ ବାଣ୍ଟିବାର ସୁଯୋଗ ପାଇଥିଲେ। ଟେଲର ଦ୍ରାବିଡଙ୍କ ସହ ଭେଟ ସମୟର ଏକ ଘଟଣା ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି, ଦ୍ରାବିଡଙ୍କ ସହ ରନ୍ଥାମ୍ବୋର ଜାତୀୟ ଉଦ୍ୟାନକୁ ବାଘ ଦେଖିବା ପାଇଁ ଯାଇଥିଲେ। ସେଠାରେ ବିରଳ ବାଘ ଦେଖିବା ଅପେକ୍ଷା ସାଧାରଣ ଜନତା ଦ୍ରାବିଡଙ୍କୁ ଦେଖିବାକୁ ଅଧିକ ଆଗ୍ରହ ଦେଖାଇଥିଲେ।
ଟେଲର ବ୍ୟାଖ୍ୟା କରିଛନ୍ତି- ମୁଁ ଦ୍ରାବିଡଙ୍କୁ ପଚାରିଲି ତୁମେ କେତେଥର ବାଘ ଦେଖିଛ? ସେ କହିଥିଲେ ଯେ, ମୁଁ କେବେ ବାଘ ଦେଖି ନାହିଁ। ଯଦିଓ ୨୧ଥର ଜଙ୍ଗଲ ସଫାରିରେ ଯାଇଛି, କିନ୍ତୁ ଗୋଟିଏ ବି ବାଘ ଦେଖି ନାହିଁ। ମୁଁ ଆଶ୍ଚର୍ଯ୍ୟ ହୋଇ ଭାବିଥିଲି, ଯଦି ମୁଁ ଏହା ଜାଣିଥାନ୍ତି, ତେବେ ତାଙ୍କ ସହିତ ଯାଇ ନ ଥା’ନ୍ତି। ବରଂ ଡିସ୍‌କଭରୀ ଚ୍ୟାନେଲ୍‌ରେ ଦେଖି ଦେଇଥାନ୍ତି। ସେଦିନ ଆମେ ଏକ ଖୋଲା ଏସୟୁଭିରେ ଥିଲୁ, ଯାହା ଲ୍ୟାଣ୍ଡ ରୋଭର୍ସଠାରୁ ଟିକେ ବଡ। ବାଘଟି ଆମଠାରୁ ୧୦୦ ମିଟର ଦୂରରେ ଥିବା ଏକ ପଥର ଉପରେ ଥିଲା। ଜଙ୍ଗଲରେ ଏକ ବାଘ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ, କିନ୍ତୁ ଅନ୍ୟ ଗାଡିରେ ବାଘ ଦେଖିବା ପରିବର୍ତ୍ତେ ଲୋକମାନେ ରାହୁଲଙ୍କୁ ଦେଖୁଥିଲେ। ଦୁନିଆରେ ବୋଧହୁଏ ପ୍ରାୟ ୪୦୦୦ ବାଘ ଅଛନ୍ତି, କିନ୍ତୁ ରାହୁଲ ଦ୍ରାବିଡ କେବଳ ଗୋଟିଏ ।
ଟେଲର ଚଳିତ ବର୍ଷ ଆରମ୍ଭରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଗତ ଗୁରୁବାର ତାଙ୍କ ଆତ୍ମଜୀବନୀ ପ୍ରକାଶ କରିଥିଲେ। ଏହି ପୁସ୍ତକରେ ଟେଲର ଜାତିଭେଦ ଘଟଣା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି, ଯାହା ତାଙ୍କ ଖେଳ ଜୀବନରେ ସେ ସମ୍ମୁଖୀନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

Sukhbir Badal: ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣର ହେବ ତଦନ୍ତ; ମୁଖ୍ୟମନ୍ତ୍ରୀ ଫଡନାଭିସ ଦେଲେ ବଡ଼ ନିର୍ଦ୍ଦେଶ

ମୁମ୍ବାଇ,୧୩।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅକାଳି ଦଳର ମୁଖ୍ୟ ଏବଂ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନିର୍ଦ୍ଦେଶ…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ଖୁସି: ଅକ୍ଟୋବର ପର୍ଯ୍ୟନ୍ତ ଏହି ୩ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌

ଅଗଷ୍ଟ ମାସରେ ଶନିଦେବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଅନୁସାରେ ଏହି ଗୋଚରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ରହିପାରେ। ବର୍ତ୍ତମାନ ଶନି ମୀନ ରାଶିରେ…

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri