ବିଶ୍ୱନାଥଙ୍କୁ ଟିକେଟ୍‌ ନ ମିଳିବା ଦୁଃଖଦାୟକ: ଗାଭାସ୍କର

ଲଣ୍ଡନ,୧୪।୭- ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରୋମାଞ୍ଚଭରା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ ଲାଗି ପୂର୍ବତନ ଭାରତୀୟ କ୍ରିକେଟର ଗୁଣ୍ଡପା ବିଶ୍ୱନାଥ ଓ ତାଙ୍କ ଶାଳକଙ୍କୁ ଟିକେଟ୍‌ ମିଳି ନ ଥିଲା। ଗୁଣ୍ଡପାଙ୍କୁ ଫାଇନାଲ ଟିକେଟ୍‌ ଦେବା ଲାଗି ବିସିସିଆଇ କର୍ମକର୍ତ୍ତା ପ୍ରତିଶ୍ରୁତି ଦେଇଥିଲେ। ହେଲେ ଠିକ୍‌ ସମୟରେ ଉକ୍ତ କର୍ମକର୍ତ୍ତା ଫୋନ ଉଠାଇ ନ ଥିଲେ। ଏ ନେଇ ପୂର୍ବତନ ଭାରତୀୟ ଅଧିନାୟକ ତଥା ଭାଷ୍ୟକାର ସୁନୀଲ ଗାଭାସ୍କର ଦୁଃଖ ପ୍ରକାଶ କରିଛନ୍ତି। ବିସିସିଆଇ କିଛି ବକ୍ସ ଟିକେଟ୍‌ ରଖିଥିବା ନେଇ ମୁଁ ନିଶ୍ଚିତ। ମୋ ମତରେ ବିସିସିଆଇ ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ କପିଳ ଦେବ ଓ ମହିନ୍ଦର ଅମରନାଥ ୨୦୧୧ ବିଶ୍ୱକପ୍‌ ବିଜୟୀ ଦଳର ସଦସ୍ୟ ଯୁବରାଜ ସିଂଙ୍କୁ ମଧ୍ୟ ଫାଇନାଲ ଲାଗି ଆମନ୍ତ୍ରଣ କରିବା କଥା। ଭାରତୀୟ ଦଳର ବିଶ୍ୱକପ୍‌ ସଫଳତାରେ ଏମାନଙ୍କର ବଡ଼ ହାତ ରହିଛି। ସେମାନଙ୍କୁ ସମ୍ମାନିତ କରାଯିବା ଉଚିତ। ଏପରି କି କିମ୍ବଦନ୍ତୀ କ୍ରୀଡ଼ାବିତ ପ୍ରକାଶ ପାଦୁକୋନ ଓ ମିଲଖା ସିଂଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇ ପାରିଥାନ୍ତା ବୋଲି ଗାଭାସ୍କର କହିଛନ୍ତି। ରବିବାର ଐତିହାସକ ମ୍ୟାଚ୍‌ ଉପଭୋଗ କରିବା ଲାଗି ବିସିସିଆଇ କର୍ମକର୍ତ୍ତା ଓ ପୂର୍ବତନ କର୍ମକର୍ତ୍ତା ଲଡର୍‌ସରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

MS Dhoni Net Worth: କୋଟି କୋଟି ଟଙ୍କା ରୋଜଗାର, ହେଲେ କ୍ରିକେଟ ବ୍ୟତୀତ ଧୋନୀଙ୍କ ଆଉ କ’ଣ ରହିଛି ରୋଜଗାର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜୁଲାଇ ୭ରେ ୪୫ ବର୍ଷ ବୟସରେ ପାଦ ଥାପିଛନ୍ତି। ‘କ୍ୟାପ୍ଟେନ କୁଲ’ ଭାବରେ ଜଣାଶୁଣା – କ୍ରିକେଟ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri