Posted inଖେଳ

ବିଶ୍ୱକପ୍‌ ପରେ କେମିତି ବ୍ୟବହାର ହେବ ଷ୍ଟାଡିୟମ

ଦୋହା,୯ା୧୨(ପି.ଟି.):କାତାରରେ ଫୁଟବଲ ବିଶ୍ୱକପ୍‌ ଧୀରେ ଧୀରେ ଆଗେଇବା ସହିତ ବର୍ତ୍ତମାନ ନକ୍‌ଆଉଟ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୧୫ ଦିନ ପରେ ଶେଷ ହେବ ଫୁଟବଲର ଏହି ମହାକୁମ୍ଭ। ତେବେ ବିଶ୍ୱକପ୍‌ ସମାପ୍ତ ହେବା ପରେ ଷ୍ଟାଡିୟମଗୁଡିକର ଅବସ୍ଥା କ’ଣ ହେବ ଏହାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ। ୭ ଷ୍ଟାଡିୟମ ମଧ୍ୟରୁ ଗୋଟିଏ ହେଉଛି ଷ୍ଟାଡିୟମ ୯୭୪। ଏହି ଷ୍ଟାଡିୟମଟିକୁ ବିଶ୍ୱକପ୍‌ ପରେ ସମ୍ପୂର୍ଣ୍ଣ ଭାବରେ ଖୋଲାଯିବ। ତେବେ ଏହା କେବେ ଖୋଲାଯିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଉପଲବ୍ଧ ନାହିଁ। ଏହା ସହିତ କାତାର ଆଗାମୀ ଦିନରେ ଏସିଆନ୍‌ ଗେମ୍ସ କିମ୍ବା ଅଲିମ୍ପିକ୍ସ ଆୟୋଜନ ପାଇଁ ବିଡିଂରେ ସାମିଲ ହୋଇପାରେ। ଫିଫାର ନିୟମ ଅନୁସାରେ ଫାଇନାଲ ମ୍ୟାଚ ପାଇଁ ଷ୍ଟାଡିୟମର ଦର୍ଶକ କ୍ଷମତା ୮୦ ହଜାର ରହିଥିବା ବେଳେ ସେମିଫାଇନାଲ ପାଇଁ ୬୦ ହଜାର ଓ ଅନ୍ୟ ମ୍ୟାଚ ନିମନ୍ତେ ୪୦ ହଜାର କ୍ଷମତା ବିଶିଷ୍ଟ ଷ୍ଟାଡିୟମ ଆବଶ୍ୟକ। ୨୦୧୦ରେ କାତାର ୧୨ ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନା କରିଥିଲା। ତେବେ ୭ଟି ଷ୍ଟାଡିୟମ ନିର୍ମାଣ କରାଯାଇଥିବା ବେଳେ ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମକୁ ୨୦୧୯ରେ ପୁନଃନିର୍ମାଣ କରାଯାଇଥିଲା। ଏହି ଟୁର୍ନାମେଣ୍ଟ ଶେଷରେ କାତାରକୁ ଏଭଳି ଟୁର୍ନାମେଣ୍ଟର ଆବଶ୍ୟକ ମଧ୍ୟ ନାହିଁ। ତେବେ ସମସ୍ତ ଷ୍ଟାଡିୟମର କିଛି ସିଟ୍‌ ଖାଲି କରାଯିବା ସହିତ ଭିତ୍ତିଭୂମି ଆବଶ୍ୟକ କରୁଥିବା ରାଷ୍ଟ୍ରଗୁଡିକୁ ପଠାଇବା ପାଇଁ କାତାର ନିଷ୍ପତ୍ତି ନେଇଛି। ଷ୍ଟାଡିୟମ ନିର୍ମାଣରେ କେତେ ଖର୍ଚ୍ଚ ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ପ୍ରାୟ ୨୦୦ ବିଲିୟନ୍‌ ଡଲାର ଅର୍ଥ ଖର୍ଚ୍ଚ ହୋଇଛି। ସମସ୍ତ ଷ୍ଟାଡିୟମଗୁଡିକ ଭିନ୍ନ ଭିନ୍ନ ସ୍ଥାପତ୍ୟ କଳାରେ ସମୃଦ୍ଧ ଅଟନ୍ତି। ଲୁସେଲ୍‌ ଷ୍ଟାଡିୟମ ହାତ ତିଆରି ଗିନା ଆକୃତିର ହୋଇଥିବା ବେଳେ ଅଲବାୟଟ ଷ୍ଟାଡିୟମ ଏକ ଡେଜର୍ଟ ଟେଣ୍ଟ ପରି ହୋଇଛି। ସେହିପରି ମହିଳା ଆର୍କିଟେକ୍ଟ ଜାହା ହାଦିଦଙ୍କ ଡିଜାଇନରେ ପ୍ରସ୍ତୁତ ଅଲ ଜନୌବ ଷ୍ଟାଡିୟମ ଏକ ମୁକ୍ତାର ଭ୍ରମ ସୃଷ୍ଟି କରେ। ଲୁସେଲ ଷ୍ଟାଡିୟମକୁ ଏକ କମ୍ୟୁନିଟି ସ୍ପେସ୍‌ରେ ପରିଣତ କରାଯିବ। ସ୍କୁଲ, କାଫେ ଓ ଅନ୍ୟାନ୍ୟ ଦୋକାନ ନିର୍ମାଣ କରାଯାଇ ଏହାକୁ ବିକଶିତ କରାଯିବ। ଅଲ ବାୟଟ ଷ୍ଟାଡିୟମକୁ ଏକ ପଞ୍ଚତାରକା ହୋଟେଲରେ ପରିଣତ କରାଯିବାକୁ ଥିବା ବେଳେ ଅଲ ଜନୌବ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ସେହିପରି ଖଲିଫା ଷ୍ଟାଡିୟମକୁ କାତାର ଦଳର ଜାତୀୟ କ୍ରୀଡା ଇଭେଣ୍ଟ ପାଇଁ ବ୍ୟବହାର କରାଯିବ। ଏହା ସହିତ ବାକି ଷ୍ଟାଡିୟମଗୁଡିକୁ ଜାନୁୟାରୀ ୨୦୨୪ ଏସିଆନ୍‌ ଗେମ୍ସ ପାଇଁ ବ୍ୟବହାର କରାଯିବ। ଏପରିକି ଷ୍ଟାଡିୟମ ୯୭୪କୁ ମଧ୍ୟ ଏସିଆନ୍‌ ଗେମ୍ସ ପରେ ଅଲଗା କରାଯିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri