Posted inଖେଳ

ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟରିଂ ତ୍ରୁଟି

ଲଣ୍ଡନ/ମେଲବୋର୍ନ, ୧୬ା୭ (ପି.ଟି.)-ରବିବାର ଲଡର୍‌ସଠାରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟରିଂରେ ଏକ ତ୍ରୁଟି ରହିଥିବା ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟର ସିମନ ଟଫେଲ ଏବଂ କେ. ହରିହରନ ପ୍ରକାଶ କରିଛନ୍ତି। ଏକ ଓଭର ଥ୍ରୋ ପାଇଁ ମ୍ୟାଚ ଅଫିସିଆଲମାନେ ଇଂଲଣ୍ଡକୁ ୫ ରନ ପରିବର୍ତ୍ତେ ୬ ରନ ଦେଇଥିଲେ। ଏହି ମ୍ୟାଚରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୨୪୨ ରନ ଚେଜ୍‌ କରୁଥିବାବେଳେ ଶ୍ରୀଲଙ୍କାର କୁମାର ଧର୍ମସେନା ଏବଂ ଦକ୍ଷିଣ ଆଫ୍ରିକାର ମାରିଅସ୍‌ ଇରାସମସ୍‌ ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଉଥିଲେ। ମ୍ୟାଚ୍‌ର ଫାଇନାଲ ଓଭରରେ ନ୍ୟୁଜିଲାଣ୍ଡ ଫିଲ୍ଡର ମାର୍ଟିନ ଗୁପ୍‌ଟିଲଙ୍କ ଏକ ଥ୍ରୋ ଷ୍ଟୋକ୍ସଙ୍କ ବ୍ୟାଟ୍‌ରେ ବାଜି ବାଉଣ୍ଡରୀ ଆଡକୁ ଚାଲିଯାଇଥିଲା। ଇଂଲଣ୍ଡକୁ ୬ ରନ ମିଳିଯିବାରୁ ମ୍ୟାଚ ଟାଇ ହୋଇଯାଇଥିଲା ଏବଂ ସୁପର ଓଭର ପର୍ଯ୍ୟାୟକୁ ଚାଲିଯାଇଥିଲା। ଅମ୍ପାୟର ଭୁଲ ବଶତଃ ଇଂଲଣ୍ଡକୁ ୫ ପରିବର୍ତ୍ତେ ୬ ରନ ଦେଇଥିଲେ। ପରିସ୍ଥିତିକୁ ଦେଖିଲେ ଏହା ସ୍ପଷ୍ଟ ବାରିହୋଇଯାଉଛି ବୋଲି ୫ଥର ଆଇସିସି ଅମ୍ପାୟର ଅଫ୍‌୍‌ ଦି ଇୟର ବିବେଚିତ ଟଫେଲ ଏକ ସାକ୍ଷାତ୍‌କାରରେ କହିଛନ୍ତି। ଭାରତୀୟ ଅମ୍ପାୟର କେ. ହରିହରନ ମଧ୍ୟ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି କୁମାର ଧର୍ମସେନାଙ୍କ ତ୍ରୁଟି ଯୋଗୁ ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ରୁ ବଞ୍ଚତ୍ତ ହେଲା ବୋଲି କୁହାଯାଇପାରେ। ଆଇସିସି ଏହି ପ୍ରସଙ୍ଗ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି। ଏହାର ଜଣେ ମୁଖପାତ୍ର କହିଛନ୍ତି, ଖେଳ ବେଳେ ଅମ୍ପାୟର ନିୟମାନୁସାରେ ନିଷ୍ପତ୍ତି ନେଇଥାନ୍ତି। ନୀତି ଅନୁସାରେ ଆମେ ସେମାନଙ୍କ ନିଷ୍ପତ୍ତି ଉପରେ କୌଣସି ଟିପ୍ପଣୀ ଦେବା ଉଚିତ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଦିଲ୍ଲୀ ସତ୍ୟ ନିକେତନ ଘଟଣା: ଭଗ୍ନାବଶେଷରୁ ୧୦ ଉଦ୍ଧାର, ୬ ମୃତ ଘରମାଲିକଙ୍କ ବିରୋଧରେ ଏଫଆଇଆର ରୁଜୁ

ନୂଆଦିଲ୍ଲୀ,୭।୯: ସୋମବାର ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ଏକ ପୁରୁଣା ତିନି ମହଲା କୋଠା ତାସ ଘର ପରି ଭୁଶୁଡ଼ି…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

ହାଇକୋର୍ଟରେ ଚ୍ୟାଲେଞ୍ଜ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri