Posted inଖେଳ

ବିଶ୍ୱକପ୍‌ ପରେ ଧୋନୀ ଅବସର ନେବା ଉଚିତ ଥିଲା: ଅଖତର

ନୂଆଦିଲ୍ଳୀ,୧୨।୪(ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତବର୍ଷ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ ପରେ ଅବସର ନେବା ଉଚିତ ଥିଲା ବୋଲି ପୂର୍ବତନ ପାକିସ୍ତାନ ଦ୍ରୁତବୋଲର ସୋଏବ ଅଖତର କହିଛନ୍ତି। ଅଯଥାରେ ଏହାକୁ ଆଗକୁ ବଢାଇବାର କୌଣସି ଆବଶ୍ୟକତା ନ ଥିଲା। ତେବେ ଏହା ସତ୍ତ୍ୱେ ତାଙ୍କୁ ସମ୍ମାନର ସହିତ ଅବସର ନେବାର ସୁଯୋଗ ଦିଆଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଭାରତୀୟ ତଥା ବିଶ୍ୱକ୍ରିକେଟ ପାଇଁ ଧୋନୀଙ୍କ ଅବଦାନ ଅତୁଳନୀୟ। ତେଣୁ ସେ ଆତ୍ମସମ୍ମାନର ସହ କ୍ରିକେଟ ଛାଡିବା ଉଚିତ। ଅଯଥାରେ ସେ ମାମଲାକୁ ଏତେ ବାଟ ଟାଣି ଆଣିଛନ୍ତି। ତାଙ୍କ ସ୍ଥାନରେ ଥିଲେ ଅବସର ଗ୍ରହଣ କରିସାରିଥାନ୍ତି। ତେବେ ଛୋଟିଆ ଫର୍ମାଟ୍‌ରେ ୩-୪ ବର୍ଷ ଖେଳ ଜାରି ରଖିଥାନ୍ତି। ତେବେ ଶତପ୍ରତିଶତ ପ୍ରଦର୍ଶନ କରି ନ ପାରୁଥିବାରୁ ବିଶ୍ୱକପ୍‌ ପରେ ଅବସର ନେଇଥାନ୍ତି।
ଜୁଲାଇରେ ବିଶ୍ୱକପ୍‌ ସେମିଫାଇନାଲ ଖେଳିବା ପରେ ଧୋନୀ କୌଣସି ପ୍ରତିଯୋଗିତାମୂଳକ କ୍ରିକେଟ ଖେଳିନାହାନ୍ତି। ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳି ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା ଧୋନୀ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ତେବେ କୋଭିଡ-୧୯ ସଂକ୍ରମଣ କାରଣରୁ ଆଇପିଏଲ ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଯଦି ଆଇପିଏଲ୍‌ରେ ସେ ଭଲ ଖେଳିଥାନ୍ତେ ତାହାଲେ ତାଙ୍କୁ ଆଗାମୀ ଅକ୍ଟୋବର- ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜନ ବୋକୁ ଥିବା ଟି୨୦ ବିଶ୍ୱକପ୍‌ରେ ଖେଳିବାର ସୁଯୋଗ ମିଳିଥାନ୍ତା।
ଧୋନୀ ଏବେ ଅଲୋଡା ହୋଇଯାଇଛନ୍ତି। ତେବେ ତାଙ୍କୁ ସମ୍ମାନର ସହିତ ଅବସର ନେବାର ସୁଯୋଗ ଦିଆଯିବା ଉଚିତ ହେବ ବୋଲି ଅଖତର କହିଛନ୍ତି। ତାଙ୍କୁ ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧାର ସହିତ ଯିବାକୁ ଦିଆଯିବ। ଭାରତ ପାଇଁ ସେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛନ୍ତି। ସେ ମଧ୍ୟ ଭାରତ ପାଇଁ ବିଶ୍ୱକପ୍‌ ଜିତିଛନ୍ତି। ସେ ଜଣେ ଚମତ୍କାର ବ୍ୟକ୍ତିତ୍ୱ। ତେବେ ସେ ବର୍ତ୍ତମାନ ଭାରତୀୟ ଦଳ ପାଇଁ ଅଲୋଡ଼ା ହୋଇଯାଇଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ଧୋନୀ ମ୍ୟାଚ୍‌ ଫିନିଶ୍‌ କରିବାରେ ବିଫଳ ହୋଇଥିଲେ। ଠିକ୍‌ ଏହା ପରେ ସେ ଅବସର ନେବାର ଥିଲା। ତେବେ କାହିଁକି ଏପରି କଲେ ନାହିଁ ତାହା ତାଙ୍କୁ ଜଣାଥିବ ବୋଲି ଅଖତର କହିଛନ୍ତି। ସେ ଏକ ବିଦାୟୀ ତଥା ଫେୟାରଓ୍ବେଲ ସିରିଜ ଖେଳି ଅବସର ନେଇଥିଲେ ଭଲ ହୋଇଥାନ୍ତା।
ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମିଡଲଅର୍ଡରରେ ଜଣେ ମ୍ୟାଚ୍‌ ଓ୍ବିନରଙ୍କୁ ଆବଶ୍ୟକ କରୁଛି। ୨୦୧୩ ଚାମ୍ପିୟନ୍ସ ଟ୍ରଫିରେ ଭାରତ ବିଜୟୀ ହେବାରେ ସଫଳ ହୋଇପାରି ନ ଥିଲା। ଟୁର୍ନାମେଣ୍ଟ ଜିତିବା ଓ ବିଭିନ୍ନ ଫର୍ମାଟ୍‌ରେ ଶୀର୍ଷରେ ରହିବା ଅଲଗା କଥା। ଭାରତ ଟେଷ୍ଟ ସମେତ ଅନ୍ୟଫର୍ମାଟ ଭଲ ପ୍ରଦର୍ଶନ କରି ଶୀର୍ଷରେ ରହୁଛି। କେବଳ ଯେ, ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଇଭେଣ୍ଟରେ ଭଲ ପ୍ରଦର୍ଶନ କଲେ ଚଳିବ ନାହିଁ। ବର୍ଷ ସାରା ମଧ୍ୟ ସବୁ ଫର୍ମାଟ୍‌ରେ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। ସେହିପରି ଆଇସିସି ଇଭେଣ୍ଟଗୁଡିକରେ ମଧ୍ୟ ବିଜୟୀ ହେବା ଜରୁରୀ। ଭାରତୀୟ ମିଡଲ ଅର୍ଡରରେ ଯୁବରାଜ ସିଂ କିମ୍ବା ଧୋନୀଙ୍କ ଭଳି ଜଣେ ମ୍ୟାଚ୍‌ ଓ୍ବିନର ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ୧୯୯୮ରେ ଭାରତ ଗସ୍ତ ସମୟରେ ଆମେ ମଧ୍ୟ ଠିକ ଏହା ଚିନ୍ତା କରୁଥିଲୁ। ଭାରତୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଆଉଟ କଲେ ଆମେ ମ୍ୟାଚ୍‌ ଜିତିବୁ ବୋଲି ଭାବୁଥିଲୁ। କିନ୍ତୁ ଯୁବରାଜ ଓ ଧୋନୀ ଆସିବା ପରେ କଥା ଅଲଗା ହୋଇଥିଲା। କିନ୍ତୁ ଭାରତୀୟ ଦଳରେ ଏବେ ଫିନିସର ନାହାନ୍ତି ବୋଲି ୪୪ ବର୍ଷୀୟ ଅଖତର କହିଛନ୍ତି।
କରୋନା ଭାଇରସ ସଂକ୍ରମଣ କାରଣରୁ ଆଗାମୀ ୬ରୁ ୮ ମାସ କ୍ରିକେଟ ସମ୍ଭବ ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଯଦି ଭାରତର ଅଷ୍ଟ୍ରେଲିଆ ଗସ୍ତ ସମ୍ଭବ ହୁଏ ତେବେ ଏହା ଭାରତ ପାଇଁ ପରୀକ୍ଷା ସୃଷ୍ଟି କରିବ। ଗତ ବର୍ଷ ଭାରତ ଅଷ୍ଟ୍ରେଲିଆରେ ପ୍ରଥମଥର ପାଇଁ ଟେଷ୍ଟ ସିରିଜ ଜିତି ଇତିହାସ ସୃଷ୍ଟି କରିଥିଲା। ତେବେ ଏଥର ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନରଙ୍କ ଉପସ୍ଥିତି ଭାରତ ପାଇଁ ସମସ୍ୟା ସୃଷ୍ଟି କରିବ। ଗତ ସିରିଜରେ ଏହି ଦୁଇ ଖେଳାଳି ବଲ୍‌ ଟ୍ୟାମ୍ପରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଳରୁ ବାଦ୍‌ ପଡିଥିଲେ। ଫଳରେ ଭାରତ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ଗତ ସିରିଜରେ କିନ୍ତୁ ଭାରତ ୦-୩ରେ ନ୍ୟୁଜିଲାଣ୍ଡଠାରୁ ହ୍ବାଇଟ୍‌ ଓ୍ବାଶ୍‌ର ସମ୍ମୁଖୀନ ହୋଇଥିଲା। ତେବେ ଏହା ସତ୍ତ୍ୱେ ଭାରତ ଏକ ଭଲ ଦଳ। ତେବେ ଗତଥର ଭଳି ପ୍ରଦର୍ଶନ କରିବାକୁ ଭାରତ ଆଗରେ ଚ୍ୟାଲେଞ୍ଜ ରହିବ। କିନ୍ତୁ ଏହି ସିରିଜ ଆୟୋଜନ ହେବା ଭଳି ଲାଗୁନାହିଁ। ଆଗାମୀ ଗୋଟିଏ ବର୍ଷ କ୍ରିକେଟ ସମ୍ଭବ ନୁହଁ ବୋଲି ମୋତ ଲାଗୁଛି। ଟି୨୦ ବିଶ୍ୱକପ୍‌ ମଧ୍ୟ ଆୟୋଜନ ହେବା କଷ୍ଟକର। କୋଭିଡ୍‌-୧୯ ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବା ଯାଏ କିଛି ସମ୍ଭବ ନୁହଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri