ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ରାୟୁଡୁଙ୍କ ଅବସର

ନୂଆଦିଲ୍ଲୀ,୩।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିନେଇ ସେ କୌଣସି କାରଣ ଦର୍ଶାଇ ନ ଥିବା ବିସିସିଆଇ ଅଫିସିଆଲ କହିଛନ୍ତି। ୩୩ ବର୍ଷୀୟ ଆନ୍ଧ୍ରପ୍ରଦେଶ ଖେଳାଳିଙ୍କୁ ବିଶ୍ୱକପ୍‌ ଲାଗି ଷ୍ଟାଣ୍ଡବାଇ ରଖାଯାଇଥିଲା। ହେଲେ ଅଲରାଉଣ୍ଡର ବିଜୟ ଶଙ୍କର ଆହତ ସମସ୍ୟା ଯୋଗୁ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ପରେ ମଧ୍ୟ ରାୟୁଡୁଙ୍କୁ ଉପେକ୍ଷା କରାଯାଇ ଓପନର ମୟଙ୍କ ଅଗ୍ରଓ୍ବାଲଙ୍କୁ ଦଳରେ ସାମିଲ କରାଯାଇଥିଲା। ଏଥିଯୋଗୁ ରାୟୁଡୁ ଦୁଃଖିତ ଥିଲେ। ଅବସର ସମ୍ପର୍କରେ ସେ ଖୁବ ଶୀଘ୍ର ଘୋଷଣା କରିବେ। କିନ୍ତୁ ନିଜ ନିଷ୍ପତ୍ତି ବିଷୟରେ ବିସିସିଆଇକୁ ଯୋଗାଯୋଗ କରି ଜଣାଇ ଦେଇଛନ୍ତି। ଆମେ ସକାଳେ ତାଙ୍କର ଏକ ମେଲ୍‌ ପାଇଥିଲୁ। ଅବସର ଲାଗି ନିର୍ଦ୍ଦିଷ୍ଟ କାରଣ ଦେଇନାହାନ୍ତି। ଯେଉଁ ଅଧିନାୟକଙ୍କ ନେତୃତ୍ୱରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଛି, ସେମାନଙ୍କୁ ଓ ବିସିସିଆଇକୁ ରାୟୁଡୁ ଧନ୍ୟବାଦ ଜଣାଇଛନ୍ତି ବୋଲି ବିସିସିଆଇ କର୍ମକର୍ତ୍ତା କହିଛନ୍ତି। ଦେଶ ପାଇଁ ୫୫ ଦିନିକିଆ ଖେଳି ୪୭.୦୫ ଆଭରେଜରେ ମୋଟ ୧୬୯୪ ରନ୍‌ କରିଛନ୍ତି। ତାଙ୍କୁ ଟେଷ୍ଟ ଦଳରେ କଦାପି ସ୍ଥାନ ମିଳିନାହିଁ। ପୂର୍ବରୁ ଶଙ୍କର ୩ ଡାଇମେନସନାଲ ଖେଳାଳି ହୋଇଥିବାରୁ ତାଙ୍କୁ ଦଳରେ ସ୍ଥାନ ଦିଆଯାଇଥିବା ଏମ୍‌.ଏସ୍‌.କେ. ପ୍ରସାଦ କହିଥିଲେ। ରାୟୁଡୁଙ୍କୁ ଷ୍ଟାଣ୍ଡବାଇ ଖେଳାଳିଙ୍କ ତାଲିକାରେ ରଖାଯାଇଥିଲା। ସେ ଦିନିକିଆ ଫର୍ମାଟକୁ ଗୁରୁତ୍ୱ ଦେବା ଲାଗି ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେଇସାରିଛନ୍ତି। ଘଟଣାକ୍ରମେ ବାସନ୍ଦ ୭୯ ଖେଳାଳିଙ୍କ ମଧ୍ୟରେ ରାୟୁଡୁ ସାମିଲ ଥିଲେ। ତାଙ୍କୁ ୨୦୦୯ରେ ବିସିସିଆଇ କ୍ଷମା କରିଥିଲା। ଏହାପରେ ୨୦୧୩ ଜିମ୍ବାଓ୍ବେ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

ତିଲକ ବର୍ମାଙ୍କ ପରେ, ଏବେ ଏହି ଖେଳାଳିଙ୍କ ମଜା ଉଡାଇଲେ ଅର୍ଶଦୀପ ସିଂହ; ଭିଡିଓ ଭାଇରାଲ ପରେ ତୀବ୍ର ହେଲାଣି ବିବାଦ

ନୂଆଦିଲ୍ଲୀ,୨୨।୫: ଅର୍ଶଦୀପ ସିଂହ ପୁଣି ଥରେ ବିବାଦରେ ଫସିଥିବା ଦେଖାଯାଉଛି। IPL 2026 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଏହି ଭାରତୀୟ ଦ୍ରୁତ ବୋଲର ପୂର୍ବରୁ…

Asian Gamesରୁ ବାଦ ପଡ଼ିଲେ ଭିନେଶ ଫୋଗଟ: WFIକୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୨।୫: ଶୁକ୍ରବାର (୨୨ ମଇ) ଦିଲ୍ଲୀ ହାଇକୋର୍ଟ ରେସଲର ଭିନେଶ ଫୋଗଟଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାରଙ୍କୁ ତାଙ୍କ ମାମଲା ଯାଞ୍ଚ ଏବଂ ମୂଲ୍ୟାଙ୍କନ…

ଧୋନୀ ସବୁ ବିଗାଡ଼ି ଦେଇଛନ୍ତି….CSK ବିଦା ପରେ କାହିଁକି ଏମିତି କହିଲେ ଅଶ୍ୱିନ

ନୂଆଦିଲ୍ଲୀ,୨୨।୫: ଚେନ୍ନାଇ ସୁପର କିଙ୍ଗ୍ସ ପୁଣିଥରେ IPLରୁ ଖାଲି ହାତରେ ଫେରିଛି। IPL ଇତିହାସର ସବୁଠାରୁ ସଫଳ ଦଳ ମଧ୍ୟରୁ ଗୋଟିଏ ତଥା ପାଞ୍ଚ ଥର ଚାମ୍ପିଅନ…

କେତନଙ୍କୁ ମିଳିଲା ଗୁରୁଦାୟୀତ୍ୱ, ଜାଣନ୍ତୁ କେତନ କିଏ…

ଭୋପାଳ,୨୨ା୫: ଆସନ୍ତା ମେ ୨୯ରୁ ଜୁନ୍‌ ୬ ପର୍ଯ୍ୟନ୍ତ ଜାପାନର କାକାମିଗାହାରାଠାରେ ହେବାକୁଥିବା ୧୮ ବର୍ଷରୁ କମ୍‌ ଏସିଆ କପ୍‌ ହକି ପ୍ରତିଯୋଗିତା ପାଇଁ ଫରଓ୍ବାର୍ଡ କେତନ…

ପଛରେ ପଡିଗଲେ କୋହଲି: ଜାଣନ୍ତୁ କାହା ପାଖରେ ଅଛି ଅରେଞ୍ଜ-ପର୍ପଲ କ୍ୟାପ୍‌

ନୂଆଦିଲ୍ଲୀ,୨୨।୫: ଇଣ୍ଡିଆନ ପ୍ରିମିୟର ଲିଗ (IPL 2026) ର ୧୯ତମ ସଂସ୍କରଣରେ ୬୬ଟି ମ୍ୟାଚ ଖେଳାଯାଇଛି। ଲିଗ ପର୍ଯ୍ୟାୟରେ ଆଉ ୪ଟି ମ୍ୟାଚ ବାକି ଅଛି। ତିନୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri