ବିଲ୍‌ଡରଙ୍କ ଗାଡ଼ି ସହ ଜଳିଗଲା ୩ କାର

କଟକ ରୋଡ,୧୫ା୧୦(ଡି.ଏନ୍‌.ଏ.) : ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ୱର ଅଞ୍ଚଳରେ ସୋମବାର ୩ଟି ଗାଡ଼ି ଜଳିଯାଇଛି। ଉକ୍ତ ଗାଡ଼ି ମଧ୍ୟରେ ଜଣେ ବିଲ୍‌ଡରଙ୍କ ଗାଡ଼ି ପୋଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୩ଟାରେ ଚିନ୍ତାମଣିଶ୍ୱେର ଲେନ-୩ରେ ଥିବା ଏକ ପଡ଼ିଆରେ ରଖାଯାଇଥିବା ଗାଡ଼ି ଗୁଡ଼ିକରେ ନିଅଁା ଲାଗିଥିବା ନେଇ ଜଣେ ଯୁବକ କଳ୍ପନା ଅଗ୍ନିଶମ କେନ୍ଦ୍ରକୁ ସୂଚନା ଦେଇଥିଲେ। ସହକାରୀ ଅଗ୍ନିଶମ ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ସହ ଏକ ଟିମ ପ୍ରାୟ ଅଧ ଘଣ୍ଟା ଉଦ୍ୟମ ପରେ ନିଅଁାକୁ ଆୟତ୍ତ କରିଥିଲେ। ଏଥିରେ ଉଇଙ୍ଗର ସହ ଏକ କାର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅନ୍ୟ ଏକ କାରର ଆଂଶିକ କ୍ଷତି ହୋଇଥିବା ଜଣାପଡିଛି। ପ୍ରଥମେ ଉଇଙ୍ଗରରେ ନିଅଁା ଲାଗିବା ପରେ ଏହା ଅନ୍ୟ ଗାଡ଼ିକୁ ବ୍ୟାପିଥିଲା ବୋଲି ଅଗ୍ନିଶମ କର୍ମଚାରୀ କହିଛନ୍ତି। ଉଇଙ୍ଗରଟି ଚିନ୍ତାମଣିଶ୍ୱର ଅଞ୍ଚଳରେ ରହୁଥିବା ଜଣେ ବିଲଡରଙ୍କ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଜଣେ ନାବାଳକଙ୍କ ସିଗାରେଟ ନିଅଁାରୁ ଗାଡ଼ି ପୋଡ଼ିଥିବା ନେଇ ଲୋକେ ଉକ୍ତ ନାବାଳକଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ଘଟଣା ସମ୍ପର୍କରେ ଉକ୍ତ ନାବାଳକଙ୍କୁ ପଚରାଉଚରା କରାଯାଇଥିବା ଥାନା ଅଧିକାରୀ ଦୟାନିଧି ନାୟକ କହିଛନ୍ତି। ସହକାରୀ ଅଗ୍ନିଶମ ଅଧିକାରୀ ବେହେରା କହିଛନ୍ତି, କେହି ନିଅଁା ଲଗାଇଦେଇ ଥାଇପାରେ କିମ୍ବା ସିଗାରେଟ ଯୋଗୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସେ କହିଥିଲେ। ଖବର ଲେଖା ହେବା ବେଳକୁ ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?