ବିରୋଧୀଙ୍କ ନେତୃତ୍ୱକୁ ନେଇ ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୨।୭(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଶନିବାରଠାରୁ ଆରମ୍ଭ ହେବ। ଏହା ଏକ ମାସ ଧରି ଚାଲିବ। ଏହି ଅଧିବେଶନରେ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବାକୁ ଯାଉଛନ୍ତି। ଏହା ସହ ବିରୋଧୀଙ୍କୁ ସମ୍ମୁଖୀନ ହେବା ସକାଶେ ଶାସକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି। ଅନ୍ୟପଟେ ବିରୋଧୀ ମଧ୍ୟ ଶାସକ ଦଳକୁ ଘେରିବାକୁ ଯୋଜନା କରୁଛନ୍ତି। ହେଲେ ବିରୋଧୀଙ୍କ ଏହି ଯୋଜନା କାମ ଦେବନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।
ଗୋଟିଏ ପଟେ ଦୀର୍ଘ ବର୍ଷେରୁ ଅଧିକ ଦିନ ହୋଇଗଲା ବିରୋଧୀ ଦଳ ନେତା ଗୃହରେ ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ରହୁଛନ୍ତି; ଯେଉଁଥିଲାଗି ବିରୋଧୀ ସେମାନଙ୍କ ରଣନୀତି ତିଆରି କରିବାରେ ବିଫଳ ହେଉଥିବା ଭାଜପା ବିଧାୟକମାନେ ମତ ରଖିସାରିଛନ୍ତି। ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଇସ୍ତଫା ଦେଇସାରିଛନ୍ତି। ସେହିପରି କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ତାରାପ୍ରସାଦ ବାହିନୀପତି ଇସ୍ତଫା ଦେଇଛନ୍ତି। ତାରା ଏକଥାକୁ ସ୍ବୀକାର କରିସାରିଛନ୍ତି। ଏଭଳି ସ୍ଥିତିରେ ବିରୋଧୀ ଦଳଗୁଡ଼ିକର ନେତାମାନେ ସେମାନଙ୍କ ପଦରୁ ଇସ୍ତଫା ଦେବାପରେ ପରବର୍ତ୍ତୀ ରଣନୀତି କ’ଣ ହେବ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏଭଳି ସ୍ଥିତିରେ କଂଗ୍ରେସର ଜଣେ ବିଧାୟକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ୩ ଥର ଇସ୍ତଫା ଦେଇଥିବା ନେଇ ଘୋଷଣା କରିଥିଲେ। ହେଲେ ତାହା କ’ଣ କିଛି କାର୍ଯ୍ୟକାରୀ ହେଲା ? ତାଙ୍କ ଇସ୍ତଫାପତ୍ର ଗ୍ରହଣ ହୋଇ ନାହିଁ କହି ସେ ଦାୟିତ୍ୱ ତୁଲାଇ ଚାଲିଲେ। ସେମିତି ଯଦି ନରସିଂହ ମିଶ୍ର ବିଧାୟକ ଦଳ ବୈଠକରେ ନେତୃତ୍ୱ ନେବାକୁ ମନା କରନ୍ତି ତେବେ ଯାଇ ଜଣାପଡ଼ିବ ସେ ଦାୟିତ୍ୱ ତୁଲାଇବାକୁ ଆଗ୍ରହୀ ନା ନାହିଁ। ଯେମିତି ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବାପରେ ଆଉ ଦାୟିତ୍ୱ ନେବାକୁ ମନା କରିଦେଲେ। ଫଳରେ ସୋନିଆ ଗାନ୍ଧୀଙ୍କୁ ଦଳର ନେତୃତ୍ୱ ନେବାକୁ ବାଧ୍ୟ କରାଗଲା। ଶେଷରେ ସେ ତାହା ତୁଲାଉଛନ୍ତି। ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ନରସିଂହ ମିଶ୍ର ଇସ୍ତଫା ଦେବା କଥା ସେ କେବେ ମଧ୍ୟ କହିନାହାନ୍ତି। ଆଉ ଜଣେ ବିଧାୟକ ଏ ବିଷୟରେ କହିଥିଲେ, ଆସନ୍ତା ୨ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ବିଧାୟକ ଦଳ ବୈଠକ ନରସିଂହ ବାବୁ ଡାକିଛନ୍ତି। ତାଙ୍କ ଇସ୍ତଫାପତ୍ର ମଧ୍ୟ କେହି ପାଇନାହାନ୍ତି। କେବଳ ଆଲୋଚନା ହେଲେ କିଛି ହେବ ନାହିଁ ବୋଲି ସେ କହିଛନ୍ତି। ବିଧାୟକ ବାହିନୀପତି କହିଛନ୍ତି, ବିଧାୟକ ଦଳ ବୈଠକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ହେବ। ସେ ଦେଇଥିବା ଇସ୍ତଫାପତ୍ର ଗ୍ରହଣ କରାଯାଇ ନ ଥିବା ତାରା କହିଛନ୍ତି। ସେହିପରି ଭାଜପା ବିଧାୟକ ଦଳ ନେତା ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବୋଲି ଦଳର କେତେଜଣ ବିଧାୟକ, ବିଧାୟିକା କହିଥିଲେ। ଦୀର୍ଘଦିନ ହେଲା ପବ୍ଲିକ ଆକାଉଣ୍ଟସ୍‌ କମିଟି ବୈଠକ ବସିପାରୁ ନାହିଁ। ଏହି କମିଟିର ଅଧ୍ୟକ୍ଷ ବିରୋଧୀ ଦଳ ନେତା ହୋଇଥିବାରୁ ଏହା ଅନୁଷ୍ଠିତ ହୋଇପାରୁନହିଁ। ଫଳରେ ବିରୋଧୀ ନିଜ ରଣନୀତି ପ୍ରସ୍ତୁତ କରିପାରୁ ନ ଥିବା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ମଧ୍ୟ କହିଥିଲେ। ଏହାସହ ବିଧାନସଭା ଅଧିବେଶନ ବସିବା ଆଗରୁ ନୂଆ କାହାକୁ ବିରୋଧୀ ଦଳ ନେତା ପଦବୀ ମିଳିବ ବୋଲି କେତେଜଣ ବିଧାୟକ ଯୁକ୍ତି ରଖିଥିଲେ। ହେଲେ ଏଯାଏଁ ତାହା ହେଲା ନାହିଁ। ତେବେ ବିରୋଧୀ ଦଳ ନେତା ପଦରେ ନୂଆ କାହାକୁ ଦାୟିତ୍ୱ ମିଳୁନାହିଁ ବୋଲି ଜଣେ ବିଧାୟକ କହିଛନ୍ତି। ଅପରପକ୍ଷରେ ଭାଜପା ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ବିରୋଧୀ ଦଳ ନେତା ବଦଳାଇବା କେନ୍ଦ୍ରର ଦାୟିତ୍ୱ। ଏହାସହ ବୁଧବାର ଭାଜପା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଥିବା ସେ ସୂଚନା ଦେଇଛନ୍ତି। ସେହିପରି ଶନିବାର ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri