Posted inଜାତୀୟ

ବିରୋଧୀଙ୍କ ଅଭିଯୋଗ: ନିଆଁରେ ଘିଅ ଢାଳୁଛି କେନ୍ଦ୍ର, ଅଘୋଷିତ ଜରୁରୀ ପରିସ୍ଥିିତି

ନୂଆଦିଲ୍ଲୀ, ୨୦।୧୨(ପି.ଟି./ଆଇଏଏନ୍‌ଏସ୍‌):ନୂଆ ନାଗରିକତ୍ୱ ଆଇନ ବିରୋଧୀ ବିକ୍ଷୋଭ ଦେଶବ୍ୟାପୀ ଆନ୍ଦୋଳନର ରୂପ ନେଇସାରିଛି। ଉତ୍ତର-ପୂର୍ବାଞ୍ଚଳରେ ଉଠିଥିବା ନିଆଁ ପଶ୍ଚିମବଙ୍ଗ ପରେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଓ ଦକ୍ଷିଣ ଭାରତରେ ଭୟାବହ ସ୍ଥିତି ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ କେନ୍ଦ୍ର କ୍ୟାବିନେଟର ଅନ୍ୟ ସଦସ୍ୟଙ୍କ ମନ୍ତବ୍ୟ ଏହି ନିଆଁରେ ଘିଅ ଢାଳିବା ଭଳି କାର୍ଯ୍ୟ କରିଛି। ଭାଜପା ଓ କେନ୍ଦ୍ର ସରକାର ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତି ସୃଷ୍ଟି କରିଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି। ଦିଲ୍ଲୀରେ ରହୁଥିବା କେରଳୀ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଏଏକୁ ନେଇ ଜାତିସଂଘ ତତ୍ତ୍ୱାବଧାନରେ ଜନମତ ସଂଗ୍ରହ ପାଇଁ କେନ୍ଦ୍ରକୁ ଆହ୍ବାନ ଦେଇଛନ୍ତି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ନିଜ ରାଜ୍ୟରେ ସିଏଏକୁ ଲାଗୁ କରାଇଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଭାଜପା ସାରା ଦେଶରେ କଶ୍ମୀର ଭଳି ସ୍ଥିତି ସୃଷ୍ଟି କରିଛି ବୋଲି ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫ୍‌ତି ସମାଲୋଚନା କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ନିଜ ଦେଶର ନାଗରିକଙ୍କ ପାଇଁ ସୁରକ୍ଷା ଆଲର୍ଟ ଜାରି କରାଯାଇଛି। ସ୍ଥିତି ସମୀକ୍ଷା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଜରୁରୀ ବୈଠକ ଡାକିଥିଲେ। ତେବେ ଶେଷ ମୁହୂର୍ତ୍ତରେ ତାକୁ ବାତିଲ କରିଦିଆଯାଇଛି।
ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧକରି ଗୁରୁବାର ମୁମ୍ବାଇରୁ ନେଇ ବେଙ୍ଗାଲୁରୁ ଓ କେରଳରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ହିଂସ୍ର ଆନ୍ଦୋଳନ ହୋଇଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ସବୁଠୁ ବେଶି ହିଂସା ଦେଖିବାକୁ ମିଳିଛି। ଲକ୍ଷ୍ନୌର ପରିବର୍ତ୍ତନ ଚୌକରେ ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ସହ ପୋଲିସକୁ ଟେକାମାଡ଼ କରିଛନ୍ତି ବିକ୍ଷୋଭକାରୀ। ସିଏଏ ପ୍ରତ୍ୟାହାର ଦାବିରେ ସେମାନେ ୨୦ ବାଇକ୍‌, ୧୦ କାର୍‌, ୩ ବସ୍‌ ଏବଂ ମିଡିଆର ୪ଟି ଓବି ଭ୍ୟାନ୍‌ରେ ନିଆଁ ଲଗାଇ ଜାଳିଦେଇଛନ୍ତି। ଏଭଳି କାଣ୍ଡ ଭିଆଇବା ଅଭିଯୋଗରେ ଅଦ୍ୟାବଧି ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜରୁରୀ ବୈଠକରେ ସ୍ଥିତି ସମୀକ୍ଷା କରିବା ପରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ହିଂସା ଭିଆଉଥିବା ଲୋକଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ନାଗରିକତ୍ୱ ଆଇନକୁ ନେଇ ଦିଲ୍ଲୀରେ କୌଣସି ଅପ୍ରୀତିକର ଘଟଣା ଘଟି ନ ଥିବା ଗୁରୁବାର ଦିଲ୍ଲୀ ପୋଲିସ କହିଛି। ରାଜଧାନୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଆର୍‌ଏଏଫ୍‌ ସମେତ ୫୨ କମ୍ପାନୀ ଫୋର୍ସ ମୁତୟନ କରାଯାଇଛି। ଗୁଜବ ରୋକିବା ପାଇଁ କେତେକ ସ୍ଥାନରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯିବା ସହ ହ୍ବାଟ୍ସଆପ୍‌ ଓ ଅନ୍ୟ ସୋସିଆଲ ମିଡିଆ ଗ୍ରୁପ୍‌ ଉପରେ କଡ଼ା ନଜର ରଖାଯାଇଛି। ଗୁଜବ ଓ ମିଥ୍ୟା ଖବର ପ୍ରସାରକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ପୋଲିସର ଲୋକସମ୍ପର୍କ ଅଧିକାରୀ ମନ୍‌ଦୀପ ସିଂ ରାନ୍ଧଓ୍ବା ସୂଚନା ଦେଇଛନ୍ତି। କଂଗ୍ରେସ ନେତା ଅଜୟ ମାକେନ ଓ ତାଙ୍କ ପରିବାର, ସନ୍ଦୀପ ଦୀକ୍ଷିତଙ୍କ ସହ ତାଙ୍କ ସ୍ତ୍ରୀ ଓ ଭଉଣୀ ଏବଂ ଦଳର ସଂଖ୍ୟାଲଘୁ ସେଲ୍‌ ମୁଖ୍ୟ ନଦିମ୍‌ ଜାଭେଦଙ୍କୁ ଅଟକ ରଖାଯାଇଛି। ଏସବୁ ମଧ୍ୟରେ ଭାଜପା ଦେଶରେ କଶ୍ମୀର ମଡେଲକୁ ଆପଣାଇ ଅଘୋଷିତ ଜରୁରୀ ପରିସ୍ଥିତି କାର୍ଯ୍ୟକାରୀ କରୁଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ବରିଷ୍ଠ କଂଗ୍ରେସ ନେତା ଅଭିଷେକମନୁ ସିଂଘଭି କହିଛନ୍ତି, ୧୪୪ ଧାରାର ଅପବ୍ୟବହାର କରି କଂଗ୍ରେସ ନେତାମାନଙ୍କୁ ହାଜତକୁ ନିଆଯାଉଛି। ଭାଜପା ଜନସାଧାରଣଙ୍କ କଥାକୁ ଶୁଣି ସିଏଏକୁ ପ୍ରତ୍ୟାହାର କରିବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ବେଙ୍ଗାଲୁରୁ ଟାଉନ୍‌ ହଲ୍‌ ନିକଟରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ୫୦୦ ଲାଠିଧାରୀ ପୋଲିସ ମୁତୟନ ହୋଇଛନ୍ତି। ବେଙ୍ଗାଲୁରୁ ସେଣ୍ଟ୍ରାଲରେ ଐତିହାସିକ ରାମଚନ୍ଦ୍ର ଗୁହାଙ୍କ ସମେତ ଅନେକ ସାମାଜିକ କର୍ମୀଙ୍କୁ ଅଟକ ରଖାଯାଇଛି। କର୍ନାଟକର ଅନେକ ସ୍ଥାନରେ ଆସନ୍ତା ୨୨ ତାରିଖ ରାତି ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ଚେନ୍ନାଇରେ ମାଡ୍ରାସ୍‌ ୟୁନିଭର୍ସିଟି ଛାତ୍ରୀଛାତ୍ର ବିକ୍ଷୋଭ କରୁଥିବାବେଳେ ତାମିଲନାଡ଼ୁର ଅନେକ ସହରରେ ସିଏଏ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ସେହିପରି ବାମପନ୍ଥୀଙ୍କ ଦେଶବ୍ୟାପୀ ଆନ୍ଦୋଳନ ବେଳେ ଦିଲ୍ଲୀର ମଣ୍ଡି ହାଉସ୍‌ରେ ସିପିଆଇ ନେତା ଡି. ରାଜା, ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ବୃନ୍ଦା କରାଟ୍‌, ନୀଳୋତ୍ପଳା ବସୁଙ୍କ ଭଳି ନେତାଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ଲାଲକିଲ୍ଲାରେ ଛାତ୍ର ନେତା ଉମର ଖାଲିଦ ଓ ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବଙ୍କୁ ଅଟକ ରଖାଯାଇଛି। ଏହାକୁ ନେଇ ମୋଦି ସରକାର ଲୋକଙ୍କ ସହ ଯୁଦ୍ଧ ଘୋଷଣା କରିଥିବା ଗୁଜରାଟର ଦଳିତ ନେତା ଜିଗ୍ନେଶ ମଓ୍ବୋନୀ ଟୁଇଟ୍‌ କରିଛନ୍ତି। ଦିଲ୍ଲୀରେ ୧୯ ଇଣ୍ଡିଗୋ ବିମାନ ଚଳାଚଳକୁ ରଦ୍ଦ କରିଦିଆଯାଇଥିବାବେଳେ ୧୬ଟି ବିମାନକୁ ବିଳମ୍ବିତ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି, ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଛି। କେନ୍ଦ୍ର ସରକାର ସିଏଏକୁ ପ୍ରତ୍ୟାହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri