ବିରୋଧକୁ ସମର୍ଥନ

ଭାରତର ସୁପ୍ରିମକୋର୍ଟ ୧୭ ଫେବୃୟାରୀରେ ଏକ ମତ ଦେଇ କହିଛନ୍ତି ଯେ, ପ୍ରତିବାଦ କରିବା ନାଗରିକର ଏକ ମୌଳିକ ଅଧିକାର। କିନ୍ତୁ ପ୍ରତିବାଦକାରୀମାନେ ସର୍ବସାଧାରଣ ସ୍ଥାନକୁ ବନ୍ଦ କରି ଜନସାଧାରଣଙ୍କୁ ହଇରାଣ କରିବା ଉଚିତ ନୁହେଁ। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦିଲ୍ଲୀର ଶାହିନ୍‌ବାଗରେ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ହୋଇଥିବା ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏଭଳି ମତ ଦେଇଛନ୍ତି। କୋର୍ଟ ଆହୁରି କହିଛନ୍ତି ଯେ, ଗଣତନ୍ତ୍ରରେ ମତ ରଖିବାର ଅଧିକାର ରହିଥିଲେ ମଧ୍ୟ ଏହାର ଏକ ସୀମା ରହିବା ଦରକାର। ଏଥିସହିତ ଶାହିନ୍‌ବାଗ ପ୍ରତିବାଦକାରୀଙ୍କ ପାଇଁ ଭିନ୍ନ ଏକ ସ୍ଥାନ ଚିହ୍ନଟ କରିବା ଲାଗି ଦିଲ୍ଲୀ ସରକାରଙ୍କ ଓକିଲଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଏକ ତିନିଜଣିଆ କମିଟି ଗଠନ କରି ପ୍ରତିବାଦକାରୀଙ୍କ ସହିତ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟିରେ ଦୁଇ ଜଣ ବରିଷ୍ଠ ଓକିଲ ରହିଥିବା ବେଳେ ପୂର୍ବତନ ସୂଚନା କମିଶନରଙ୍କୁ ସାମିଲ କରାଯାଇଛି, ତନ୍ମଧ୍ୟରୁ ଜଣେ ମୁସଲମାନ୍‌ ବ୍ୟକ୍ତି ଅଛନ୍ତି। ଏହି କମିଟି ଆଲୋଚନା ମାଧ୍ୟମରେ ସମାଧାନ କରିବା ଲାଗି ଚେଷ୍ଟା କରନ୍ତୁ, ନ ହେଲେ ଆବେଦନକାରୀଙ୍କୁ ସ୍ଥାନାନ୍ତର କରିବା ଲାଗି ପଦକ୍ଷେପ ନିଅନ୍ତୁ ବୋଲି କୁହାଯାଇଛି। ବାସ୍ତବରେ ଜନସାଧାରଣଙ୍କ ଯାତାୟାତ ସୁଗମ କରିବା ଲାଗି ରାସ୍ତାଗୁଡ଼ିକ ସର୍ବଦା ଖୋଲା ରହିବା ଦରକାର। ସେହି ଦୃଷ୍ଟିରୁ ସର୍ବୋଚ୍ଚ ଅଦାଲତଙ୍କ ମତ ସ୍ବାଗତଯୋଗ୍ୟ।
ଶାହିନ୍‌ବାଗରେ ଏକ ଭିନ୍ନ ଧରଣର ପ୍ରତିବାଦ ହେଉଛି। ବିଶେଷକରି ମୁସଲମାନ ମହିଳାମାନେ ପ୍ରତିବାଦ କରୁଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କୁହାଯାଉଥିଲା ଯେ, ରାଜନୈତିକ ଦଳ ଭିତିରି କାରସାଦି କରୁଛନ୍ତି। ବିଶେଷକରି କଂଗ୍ରେସ ଏହି ନିଅଁ।କୁ ଭିଆଉଛି ବୋଲି ଭାଜପା ପକ୍ଷରୁ ପ୍ରଚାର ହେଉଥିଲା। ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ଜଣାପଡ଼ିଲା ଯେ, ଚୁଲି ଫୁଙ୍କିବା ପାଇଁ କଂଗ୍ରେସ ପାଖରେ ନଳୀ ମଧ୍ୟ ନାହିଁ। ଏହିଭଳି ପ୍ରତିବାଦକୁ ବଜାୟ ରଖିବା ପାଇଁ ବିଭିନ୍ନ ବିରୋଧୀ ଦଳର ଉଦ୍ୟମ କଥା ଯାହା କୁହାଯାଉଥିଲା, ତାହା ଭାଜପାର ଅପାରଗତା ଦର୍ଶାଇଲା। ଅର୍ଥାତ୍‌ ଶାହିନ୍‌ବାଗ ପ୍ରତିବାଦକୁ ଏକ ରାଜନୈତିକ ଚାଲ୍‌ର ଆଖ୍ୟା ଦିଆଯାଇ ପାରିବ ନାହିଁ। ଲୋକେ ସ୍ବତଃପ୍ରବୃତ୍ତ ଏଠାରେ ରୁଣ୍ଡ ହୋଇ ପ୍ରତିବାଦ କରୁଛନ୍ତି। ବିଶେଷକରି ମୁସଲମାନ ସମ୍ପ୍ରଦାୟ ସିଏଏ ଗୃହୀତ ହେବା ପରେ ବିଚଳିତ ହୋଇଛନ୍ତି। ବାସ୍ତବରେ ଦେଖିଲେ ସରକାରୀ ସ୍ତରର ଏହିଭଳି କାର୍ଯ୍ୟକ୍ରମ କେବଳ ମୁସଲ୍‌ମାନ ନୁହେଁ, ସବୁ ନାଗରିକଙ୍କୁ ଅସୁବିଧାରେ ପକାଇବ। କାରଣ ଏନ୍‌ପିଆର୍‌, ଏନ୍‌ଆର୍‌ସି ଏବଂ ଆଧାର ଭଳି ସିଏଏ ଏକ ଅନନ୍ତ ସରକାରୀ କାର୍ଯ୍ୟକ୍ରମ ଭାବେ ସର୍ବଦା ଚାଲୁ ରହିବ। ସେଥିପାଇଁ ପ୍ରବଳ ପରିମାଣର ଖର୍ଚ୍ଚ ମଧ୍ୟ ସବୁବେଳେ ଲାଗିି ରହିବ। ଏହିଭଳି ଅସରନ୍ତି ବ୍ୟୟବହୁଳ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ସରକାରଙ୍କ ପାଖରେ ଅନୁପ୍ରବେଶକାରୀଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ଏହାର ଗୁରୁତ୍ୱ ଏଇଥିପାଇଁ ବଢ଼ୁଛି, କାରଣ ସରକାରଙ୍କ କହିବା ଅନୁଯାୟୀ ସିଏଏ ମାଧ୍ୟମରେ ଦେଶକୁ ବେଆଇନ ଭାବେ ପ୍ରବେଶ କରିଥିବା ବାଂଲାଦେଶୀ ଓ ଅନ୍ୟ ଦେଶର ନାଗରିକମାନେ ଚିହ୍ନଟ ପଡ଼ିବେ। ମୂଷା ମାରିବା ପାଇଁ ସମ୍ପୂର୍ଣ୍ଣ ଘର ପୋଡ଼ିଦେବାକୁ ଆଜିର ସରକାର ପ୍ରସ୍ତୁତ ଥିବା ଭଳି ମନେହେଉଛି। ଏଠାରେ ସ୍ପଷ୍ଟ ଭାବେ କୁହାଯାଇପାରିବ ଯେ, ଏନ୍‌ଆର୍‌ସିର ନିଶ୍ଚିତ ଆବଶ୍ୟକତା ଦେଶ ପାଇଁ ରହିଛି। କିନ୍ତୁ ସେହି ପଦକ୍ଷେପକୁ ଆଧାର ସଙ୍ଗେ ଏକାଠି କରାଯାଇ ପାରିଥିଲେ ଖର୍ଚ୍ଚ ହ୍ରାସ ହେବା ସହିତ ଥରକରେ ନାଗରିକତ୍ୱ ପ୍ରମାଣ କାର୍ଯ୍ୟ ମଧ୍ୟ କରାଯାଇ ପାରିଥାଆନ୍ତା। ତାହାକୁ ଏ ସରକାର କରାଇବାକୁ ଚାହିଁଲେ ନାହିଁ। ଏହା ବ୍ୟତୀତ ଏହିଭଳି ସବୁ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ବ୍ୟବସ୍ଥା ହେଉଛି ଏକମାତ୍ର ପନ୍ଥା। ଅର୍ଥାତ୍‌, ସର୍ବନିମ୍ନ ସ୍ତରରେ ଥିବା ପଞ୍ଚାୟତ ସଚିବ, ଥାନା, ବ୍ଲକ ଏବଂ ତହସିଲ ଅଧିକାରୀମାନେ ସର୍ବୋଚ୍ଚ ନିର୍ଣ୍ଣୟକାରୀ ପାଲଟି ଯାଉଛନ୍ତି। କିଏ ଭାରତୀୟ ଓ କିଏ ଭାରତୀୟ ନୁହେଁ, ତାହାର ମୂଳ ନିଷ୍ପତ୍ତି ଏଇମାନଙ୍କ ହାତକୁ ଦେଇ ଦିଆଯାଉଛି। ପରିସ୍ଥିତି ଏଭଳି ହୁଏ, ଯେଉଁଥିରେ ତଳ ସ୍ତରରୁ ଆସୁଥିବା ରିପୋର୍ଟକୁ ଜିଲାପାଳ କିମ୍ବା ଆରକ୍ଷୀ ଅଧୀକ୍ଷକ ମଧ୍ୟ ବଦଳାଇପାରନ୍ତି ନାହିଁ। ଏହିଭଳି ସର୍ବନିମ୍ନ ସ୍ତରର ଅଧିକାରୀଙ୍କ ଅନ୍ୟାୟ ସହିତ ଦୁର୍ନୀତି ବୃଦ୍ଧି ପାଇବାର ବାଟ ଖୋଲିଯାଉଛି। ଜନସାଧାରଣଙ୍କୁ ହଇରାଣ ହରକତ କରିବାର କ୍ଷମତା ମିଳିଲେ ଦୁର୍ନୀତି କରିବା ସହଜ ହୋଇଥାଏ। ଯେଉଁ ବ୍ୟକ୍ତି ବା ପରିବାର ଘୁଷ୍‌ ଦେବା ପାଇଁ ଅନିଚ୍ଛୁକ ବା ଅକ୍ଷମ ହେବ, ସେଭଳି ଲୋକଙ୍କୁ ନାଗରିକତ୍ୱରୁ ବଞ୍ଚତ୍ତ କରାଯାଇପାରେ। ପ୍ରତିକାର ପାଇଁ ସେହିଭଳି ନାଗରିକ ଅଦାଲତର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେବେ।
ହୁଏତ ଏହିଭଳି ଆହୁରି ଅନେକ ବିଷୟକୁ ଚିନ୍ତା କରି ଦେଶର ସର୍ବୋଚ୍ଚ ଅଦାଲତ ଯେଉଁ କମିଟି ସୃଷ୍ଟି କରି ଶାହିନ୍‌ବାଗର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି, ତାହା ସ୍ବାଗତଯୋଗ୍ୟ। ସିଏଏକୁ ବିରୋଧ କରିବା କେବଳ ମୁସଲ୍‌ମାନମାନଙ୍କ ଦାୟିତ୍ୱ କିମ୍ବା ଚିନ୍ତା ହେବା କଥା ନୁହେଁ। ଏହି ଦେଶର ପ୍ରତ୍ୟେକ ଗରିବ ଓ ଅଣରାଜନୈତିକ ବ୍ୟକ୍ତିଙ୍କ ପାଇଁ ଏଭଳି ଆଇନ ମାରାତ୍ମକ ସାବ୍ୟସ୍ତ ହୋଇପାରେ।
ଏହିଭଳି ଭିଡ଼ରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିଭିନ୍ନ ଦିଗ ବାହାର କରାଯାଇପାରେ। ପ୍ରତିବାଦକାରୀଙ୍କୁ ବିକ୍ଷୋଭ ଶେଷ କରିବା ପାଇଁ କିମ୍ବା ସ୍ଥାନାନ୍ତରିତ କରିବା ସକାଶେ ସୁପ୍ରିମକୋର୍ଟଙ୍କ ତରଫରୁ ଅନୁରୋଧ କରାଯିବାର ଏକ ଭିନ୍ନ ଦିଗ ହେଉଛି ଯେ, ଏହି ପଦକ୍ଷେପ ମାଧ୍ୟମରେ ଦେଶର ସର୍ବୋଚ୍ଚ ଅଦାଲତ ଉକ୍ତ ପ୍ରତିବାଦକୁ ଏକ ବିଧିବଦ୍ଧ ପରିଚୟ ପତ୍ର ପ୍ରଦାନ କରିଦେଲେ। ଏହା ପରେ ଅବରୋଧ ହୋଇଥିବା ରାସ୍ତାକୁ ପ୍ରତିବାଦକାରୀମାନେ ଛାଡ଼ିଦେବା ଉଚିତ ହେବ। ତାହା ଦ୍ୱାରା ଜନସାଧାରଣଙ୍କ ସମର୍ଥନ ବୃଦ୍ଧି ପାଇବ। ଏଥିସହିତ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସିଏଏକୁ ବିରୋଧ କରି ଅନେକ ଆବେଦନ ଉପରେ ରାୟ ଦେବା ବେଳେ ନ୍ୟାୟାଳୟ, ସପକ୍ଷରେ କିମ୍ବା ବିପକ୍ଷରେ ଯିବା ବେଳକୁ ଅନେକ ଚିନ୍ତା କରିବାକୁ ବାଧ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?