Posted inଖେଳ

ବିରାଟ କୋହଲି ମୋତେ କରୁଥିଲେ ସ୍ଲେଜିଂ; ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟରଙ୍କ ଖୁଲାସା

ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରାୟତଃ ପଡ଼ିଆରେ ଆକ୍ରମଣାତ୍ମକ ଆଚରଣ କରନ୍ତି। ଏହି କାରଣରୁ ତାଙ୍କୁ ଅନେକ ଥର ସମାଲୋଚନା କରାଯାଇଛି। କିନ୍ତୁ କୋହଲି ତାଙ୍କ ଶୈଳୀରେ ପରିବର୍ତ୍ତନ କରିନାହାଁନ୍ତି। ଆଇପିଏଲ ୨୦୨୦ର ଏକ ମ୍ୟାଚ ସମୟରେ ଆରସିବି ଅଧିନାୟକ ବିରାଟ କୋହଲି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ପଡ଼ିଆରେ କଥା କଟାକଟି ହୋଇଥିଲା। ଏହି ମ୍ୟାଚରେ ୭୯ ରନ ସ୍କୋର କରି ସୁର୍ଯ୍ୟକୁମାର ମୁମ୍ବାଇକୁ ଜିତାଇଥିଲେ।

ସୂର୍ଯ୍ୟକୁମାର ବ୍ୟାଟିଂ ସମୟରେ ବିରାଟ କୋହଲି ତାଙ୍କ ଧ୍ୟାନ ଭଙ୍ଗ କରିବା ପାଇଁ କିଛି ଗୋଟେ କହୁଥିଲେ। କିନ୍ତୁ ସୂର୍ଯ୍ୟକୁମାର କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ନିକଟରେ ମୁମ୍ବାଇ ଇଣ୍ଡିଆନ୍ସର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହାର ଖୁଲାସା କରି ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ, କୋହଲି ସ୍ଲେଜିଂ କଲାବେଳେ ସେ ବହୁତ ଖୁସି ଥିଲେ। ଯାଦବ କହିଛନ୍ତି, ଏକ କଥା କେବଳ ମୋର ନୁହେଁ। ପ୍ରତ୍ୟେକ ବ୍ୟାଟ୍ସମ୍ୟାନଙ୍କ ସମାନ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ମୁଁ ଖୁସି ଯେ କୋହଲି ସ୍ଲେଜିଂ କରିଥିଲେ । ଏହାର ଅର୍ଥ କୋହଲି ଜାଣିଥିଲେ ଯେ, ଯଦି ମୁଁ ବ୍ୟାଟିଂ ଜାରି ରଖେ ତେବେ ଆମେ ମ୍ୟାଚ ଜିତିବୁ। ଯଦି ଆରସିବି ମୋ ଉଇକେଟ ପାଇଥାନ୍ତା, ତେବେ ବୋଧହୁଏ ସେମାନେ ଜିତିବାର ସୁଯୋଗ ନେଇଥାନ୍ତେ। ମ୍ୟାଚ ସମୟରେ ଦୁହେଁ ପରସ୍ପରକୁ ଚାହିଁ ରହିଥିଲୁ, ମାତ୍ର କିଛି କ୍ଷଣର ରାଗ। ସେ କୋହଲିଙ୍କୁ ସମ୍ମାନ କରନ୍ତି ବୋଲି ସୂର୍ଯ୍ୟକୁମାର କହିଛନ୍ତି। ମୁଁ ପଚ୍‌ରେ ଶାନ୍ତ ଏବଂ ନୀରବ ରହିବାକୁ ଚେଷ୍ଟା କରେ ତେଣୁ ମୁଁ ଏହି ପ୍ରକାର ପ୍ରତିଯୋଗିତାରେ ପଡ଼େ ନାହିଁ ବୋଲି ସେ କହିଛନ୍ତି। ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜରେ ସୁର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ। ସେ ତାଙ୍କର ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟକୁମାର ଏପର୍ଯ୍ୟନ୍ତ ଆଇପିଏଲରେ ୧୦୮ଟି ମ୍ୟାଚ ଖେଳି ୨୧୯୭ ରନ ସ୍କୋର କରିଛନ୍ତି। ସେ ଗତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ଟାଇଟଲ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗତ ସିଜନରେ ସେ ୧୬ଟି ଆଇପିଏଲ ମ୍ୟାଚ ଖେଳି ୪୮୦ ରନ ସ୍କୋର କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ୨୦୨୦ ଟାଇଟଲ ଜିତି ୫ ମ ଥର ପାଇଁ ଟାଇଟଲ ଜିତିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ କଲବଲ କରିବ ଝଡବର୍ଷା, ଆଜି ଏହି ୭ଜିଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର,୮।୬: ଦିନରେ ପ୍ରବଳ ଗରମ ଗୁଳୁଗୁଳି ହେଉଥିବା ବେଳେ ସନ୍ଧ୍ୟା ହେଲେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଛି । ଅନେକ ସ୍ଥାନରେ କ୍ଷୟକ୍ଷତି ହେଉଛି । ତେବେ…

ପୁଣି ବଢିବ ପେଟ୍ରୋଲ-ଡିଜେଲ ଦର? ଇରାନ-ଇସ୍ରାଏଲ ବିବାଦ ଯୋଗୁ ଅଶୋଧିତ ତୈଳ ଦର ବୃଦ୍ଧି, ଆଶଙ୍କାରେ ବିଶ୍ୱବାସୀ

ତେହରାନ,୮।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନୂତନ ସଂଘର୍ଷ ଯୋଗୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇପାରେ। ଇସ୍ରାଏଲ ଇରାନ ବିରୁଦ୍ଧରେ ପ୍ରତିଶୋଧମୂଳକ…

IRGC କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିଶୋଧ ନେଲା ଇସ୍ରାଏଲ, କେନ୍ଦ୍ରୀୟ ଇରାନରେ ସାମରିକ ସ୍ଥାନଗୁଡ଼ିକୁ କଲା ଭୟଙ୍କର ଆକ୍ରମଣ

ଜେରୁଜେଲମ,୮।୬: ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାର ସମସ୍ତ ପ୍ରୟାସ ବିଫଳ ହୋଇଛି, ଏବଂ ଉଭୟ ପକ୍ଷରୁ ପୁଣି ଥରେ ତୀବ୍ର, ଦ୍ରୁତ ଆକ୍ରମଣ ଆରମ୍ଭ ହୋଇଛି। ଇସ୍ରାଏଲ…

ପୁରୁଣା ଓ୍ବାରେଣ୍ଟିଙ୍କୁ ଧରିବାକୁ ଯାଇ ମଦଭାଟି ଠାବକଲା ପୋଲିସ

ରାଇକିଆ,୮ା୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ଘଟିଥିବା ବିଭିନ୍ନ ମାମଲାରେ ସଂପୃକ୍ତ ଥିବା ୧୮ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଥାନା ଅଧିକାରୀ ଏ.ସ୍ବର୍ଣ୍ଣଲତା…

ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ ଆସିବେ ଛାତ୍ରୀଛାତ୍ର, ସପ୍ତମ ଶ୍ରେଣୀ ପାଇଁ ସପ୍ତାହକୁ…

ଭୁବନେଶ୍ୱର,୮ା୬: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ ଆସିବେ ଛାତ୍ରୀଛାତ୍ର। ଜାତୀୟ ଶିକ୍ଷା ନୀତି-୨୦୨୦କୁ ସ୍କୁଲରେ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି। ଏନଇପି-୨୦୨୦ ଅନୁଯାୟୀ, ପାଠ୍ୟକ୍ରମ…

ବଜ୍ରପାତ ନେଉଛି ଜଣଙ୍କ ପରେ ଜଣଙ୍କ ଜୀବନ, ୧୦ ବର୍ଷରେ ଗଲାଣି…

ମହାକାଳପଡ଼ା, ୮ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନରେ ବିଗୁଡୁଛି ପରିବେଶ। ବିଶ୍ୱରେ ତାପମାତ୍ରା ବୃଦ୍ଧି ଯୋଗୁ ଏହାର ପ୍ରଭାବରେ ଗ୍ରୀନ୍‌ଲାଣ୍ଡରୁ ପୂର୍ବାପେକ୍ଷା ଅଧିକ ମାତ୍ରାରେ ବରଫ…

କଂଗ୍ରେସକୁ ବଡ଼ ଉପହାର ଦେଲେ ବିଜୟ, ହେଲେ DMK…

ନୂଆଦିଲ୍ଲୀ,୮।୬: TVK ତାମିଲନାଡୁରେ ଏହାର ପ୍ରଥମ ରାଜ୍ୟ ସଭା ଆସନ କଂଗ୍ରେସକୁ ଦେବାକୁ ନିଷ୍ପତ୍ତି ନେଇଛି। ଥାଲାପତି ବିଜୟଙ୍କ କଂଗ୍ରେସକୁ ଆସନ ଦେବାର ନିଷ୍ପତ୍ତି ପରେ, DMK…

ମିଶାଇଲ ଆକ୍ରମଣକୁ ନେଇ ନାଲି ହୋଇଗଲେ ଟ୍ରମ୍ପ, ଫୋନ କରି ନେତାନ୍ୟାହୁଙ୍କୁ ଦେଲେ କଡ଼ା ଚେତାବନୀ

ଓ୍ବାଶିଂଟନ,୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବେ ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧକୁ ନେଇ ମତଭେଦରେ ଅଛନ୍ତି। ଟ୍ରମ୍ପ ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri