ବିମୋହିତ କଲା ଶିବ ତାଣ୍ଡବ

ତାଳଚେର,୨୭ା୪(ନି.ପ୍ର.)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୭ତମ ଲୋକ ମହୋସତ୍ବର ଅଷ୍ଟମ ସନ୍ଧ୍ୟା ବେଶ ଚିତ୍ତାକର୍ଷକ ଥିଲା। ମୁଖ୍ୟଅତିଥି ଭାବରେ ପାଲଲହଡ଼ା ଉପଜିଲାପାଳ ଅଜିତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବରେ କଣିହାଁ ତହସିଲଦାର ଅଂଶୁମାନ ଶତପଥୀ, କଣିହଁା ବିଡିଓ ରମେଶ ଜେନା, ସହକାରୀ ଜିଲାପାଳ ସୁବାସ ଚନ୍ଦ୍ର ପ୍ରଧାନ, ପୌରପାଳିକାର ନିର୍ବାହୀ ଅଧିକାରୀ ଅତସୀ ପରିଡା, ସହକାରୀ ଜିଲାପାଳ ଗୌରୀ ନାଏକ, ସହକାରୀ ଯନ୍ତ୍ରୀ ବାବାଜୀ ଚରଣ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଟ୍ରଷ୍ଟ ବୋର୍ଡର ବରିଷ୍ଠ ସଦସ୍ୟ ଜଗନ୍‌ ମୋହନ ଗଡନାୟକ, ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ସିଦ୍ଧେଶ୍ୱର ପ୍ରଧାନ, ମୁରଲୀଧର ସାହୁ, ଗଗନ ବିହାରୀ ସାହୁ, ସନ୍ତୋଷ କୁମାର ପ୍ରଧାନ ଓ ସଞ୍ଜୟ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ନିଉ କ୍ରିଏସନ୍‌ ଡ୍ୟାନ୍ସ ଗ୍ରୁପ୍‌, ବଅଁରପାଳ, ସାଉଥବଲଣ୍ଡାର ପିନାକୀ ନୃତ୍ୟ ନିଳୟ, ଅନନ୍ତ ବିହାରର ଚିଲିକା ଡ୍ୟାନ୍ସ ଏକାଡେମୀ ଏବଂ ଭୁବନେଶ୍ୱରର ଲୋକନାଥ କଳା ନିକେତନର ନୃତ୍ୟଶିଳ୍ପୀମାନେ ଓଡ଼ିଶୀ, ସମ୍ବଲପୁରୀ ଓ ଶିବ ତାଣ୍ଡବ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଦେଇଥିଲେ। ଏତଦ୍‌ବ୍ୟତୀତ ସୋଲଡା ଓ କରଡାବାହାଳ ମଧ୍ୟରେ ଏକ ବାଦିଦଣ୍ଡ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସମସ୍ତ ନୃତ୍ୟ ଅନୁଷ୍ଠାନ ସମେତ ଜିଲା ଦଣ୍ଡ ଅନୁଷ୍ଠାନର ସଭାପତି ହରମୋହନ ସାହୁ, ବାଦିଦଣ୍ଡର ବିଚାରକ ଯୋଗେନ୍ଦ୍ର ବିଶ୍ୱାଳ, ଚିତ୍ତରଞ୍ଜନ ସ୍ବାଇଁ ଓ ପ୍ରହ୍ଲାଦ ସାହୁଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

‘ଲୋକ ସଭା, ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯାଉ’

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ନାରୀ ନିର୍ଯାତନା ବଢି ଚାଲିଛି । ଗତ ୨ବର୍ଷ ମଧ୍ୟରେ ଓଡିଶା ନାରୀ ନିର୍ଯାତନା କ୍ଷେତ୍ରରେ ଦେଶରେ ଏକ ନମ୍ବର ହୋଇଛି ।…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା…

ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ…

ପ୍ରେମିକ ସହ ସ୍ତ୍ରୀ ରଖୁଥିଲେ ଶାରୀରିକ ସମ୍ପର୍କ: ପ୍ଲାନ ପକାଇ ଧରିଦେଲେ ସ୍ବାମୀ, ଗୋଟେ ଘରେ ଉଲଗ୍ନ କରି…

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡ଼ା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ସ୍ଵାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ତାଙ୍କ ପ୍ରେମିକ ସହ…

ପ୍ରଶାସନ ଫେଲ୍, ସାହାରା ସାଜିଲା କମ୍ପାନୀ: ଥୁଆମୂଳ ରାମପୁରରେ ତାତି ବଢ଼ୁଛି, ଜଳଛତ୍ର ନାହିଁ

ଥୁଆମୂଳରାମପୁର,୨୯।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ତାପମାତ୍ରା ୩୮ ଡିଗ୍ରୀ ସେଲସିଅସରୁ ବୃଦ୍ଧି ପାଇ ୪୫…

ଅଘୋଷିତ ବିଦ୍ୟୁତ କାଟରେ ଅସହ୍ୟ ଲାଞ୍ଜିଗଡ ଗ୍ରାମବାସୀ: ଗ୍ରିଡ୍‌ରେ ତାଲା ପକାଇ ଧାରଣା, ଟାଟା ପାୱାର ଯନ୍ତ୍ରୀଙ୍କ ସହ ଆଲୋଚନା

ଲାଞ୍ଜିଗଡ, ୨୯।୫ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ବ୍ଲକ ଅଞ୍ଚଳବାସୀ ଶୁକ୍ରବାର ଲାଞ୍ଜିଗଡ ଟାଟା ପାୱାର ବିଦ୍ୟୁତ ଗ୍ରିଡ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri