ବିମାନ ବନ୍ଦରରୁ ୪୮ ଖଣ୍ଡ ସୁନା ଜବତ

ଭୁବନେଶ୍ୱର, ୨୧। ୧(ବ୍ୟୁରୋ): କିଛି ଦିନ ବ୍ୟବଧାନରେ ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୨୧୫. ୬୦୦ ଗ୍ରାମ ଓଜନର ୪୮ ଖଣ୍ଡ ସୁନା ଜବତ କରାଯାଇଛି। ଏହି ସୁନାର ମୂଲ୍ୟ ୮ ଲକ୍ଷ ୯୧ ହଜାର ୫୦୬ ଟଙ୍କା ବୋଲି କଷ୍ଟମ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚୋରା ସୁନା ଚାଲାଣରେ ସମ୍ପୃୃକ୍ତ ତାମିଲନାଡୁ ମଦୁରାଇ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି କଷ୍ଟମ ବିଭାଗର ଏୟାର ଇଣ୍ଟେଲିଜେନ୍ସ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି।
ସୋମବାର କଷ୍ଟମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ୧୭ ତାରିଖରେ କୁଆଲାଲମ୍ପୁରରୁ ବାହାରିଥିବା ଏୟାର ଏସିଆ ଫ୍ଲାଇଟ୍‌ ଏ.କେ-୩୧ ରାତି ପ୍ରାୟ ୯ଟାରେ ଭୁବନେଶ୍ୱରରେ ପହଞ୍ଚି ଥିଲା। ଏହି ବିମାନରେ ଚୋରା ସୁନା ଚାଲାଣ ହେଉଥିବା ନେଇ ପୂର୍ବରୁ ଏୟାର ଇଣ୍ଟେଲିଜେନ୍ସ ବିଭାଗର ଅଧିକାରୀମାନେ ଖବର ପାଇ ଯୋଜନା ମୁତାବକ ଜଗି ରହିଥିଲେ। ଏକେ ୩୧ ଫ୍ଲାଇଟରେ ଆସିଥିବା ପ୍ରତ୍ୟେକ ଯାତ୍ରୀ ଓ ସେମାନଙ୍କର ଲଗେଜ ବ୍ୟାଗକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ଏହି ସମୟରେ ମଦୁରାଇର ଜଣେ ବ୍ୟକ୍ତିଙ୍କ ହ୍ୟାଣ୍ଡ ବ୍ୟାଗରୁ ୪୮ ଖଣ୍ଡ ସୁନା ମିଳିଥିଲା। ତାହାକୁ ଅଧିକାରୀମାନେ ଜବତ କରିଥିଲେ। ପ୍ରକାଶ ଥାଉକି, ଗତବର୍ଷ ନଭେମ୍ବର ମାସରେ ଭୁବନେଶ୍ୱର ବିମାନ ବନ୍ଦରରୁ ୧ କେଜି ୩୧୦ ଗ୍ରାମର ଦୁଇଖଣ୍ଡ ସୁନା ବିସ୍କୁଟ ଓ ଗୋଲ୍ଡ ଡଷ୍ଟ ଜବତ କରାଯାଇଥିଲା। କୁଆଲାଲମ୍ପୁରରୁ ଭୁବନେଶ୍ୱର ଆସୁଥିବା ଏୟାର ଏସିଆ ବିମାନର ଜଣେ ଯାତ୍ରୀଙ୍କଠାରୁ ଏହି ସୁନାକୁ ଏୟାର କଷ୍ଟମ ବିଭାଗ ଜବତ କରିଥିଲା। ଯାତ୍ରୀ ଜଣଙ୍କ କେରଳର ବୋଲି ଜଣାପଡ଼ିିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶରେ ସୁନା ଶସ୍ତା କିନ୍ତୁ ଭାରତରେ ମହଙ୍ଗା କାହିଁକି? ଲକ୍ଷେ ଟଙ୍କାର ସୁନା କିଣିଲେ ୧୮ହଜାର ଅଧିକ କାହିଁକି ଦେବାକୁ ପଡ଼େ

ନୂଆଦିଲ୍ଲୀ,୩୧ା୫: ବିବାହ ହେଉ କିମ୍ବା ଦୀପାବଳି କିମ୍ବା ଧନତେରସ ଭଳି ପର୍ବ, ଲୋକମାନେ ଏପରି ପ୍ରତ୍ୟେକ ଅବସରରେ ସୁନା କିଣିବାକୁ ପସନ୍ଦ କରନ୍ତି । ତଥାପି, ବାସ୍ତବତା…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

୨ ଓ୍ବାରେଣ୍ଟି କୋର୍ଟ ଚାଲାଣ: ଜଣେ ହତ୍ୟା ମାମଲାରେ ଥିଲେ ଫେରାର, ଆଉ ଜଣେ…

ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର ୨ ଓ୍ବାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା…

ଦୁଇ ବର୍ଷର କାର୍ଯ୍ୟଦକ୍ଷତା ନେଇ ପ୍ରଧାନମନ୍ତ୍ରୀ ମାଗିଛନ୍ତି ତଥ୍ୟ: ମନମୋହନ କହିଲେ…

ଭୁବନେଶ୍ୱର,୩୧।୫: ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟଦକ୍ଷତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥ୍ୟ ମାଗିଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ଭାଜପା ସଭାପତି ମନମୋହନ…

ରାଜ୍ୟରେ ଭତ୍ତାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍: ମନମୋହନ ସାମଲ କହିଲେ…

ଭୁବନେଶ୍ୱର,୩୧।୫: ରାଜ୍ୟରେ ଭତ୍ତା ବଣ୍ଟନ ସମସ୍ୟାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ସେ କହିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ଭତ୍ତା…

୧୫ ଦିନ ତଳେ କରିଥିଲେ ବିବାହ, ସ୍ବାମୀଙ୍କ ସହ ଯିବାବେଳେ ବ୍ରିଜ୍‌ ଉପରୁ ନଈକୁ ଡେଇଁପଡ଼ିଲେ ସ୍ତ୍ରୀ

ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍‌ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri