ବିଭିନ୍ନ ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ବ୍ୟବସ୍ଥା ୧୯୪ରୁ ୧୦୬ଟି ପାଇଁ ଅର୍ଥ ମଞ୍ଜୁର ସମ୍ପୂର୍ଣ୍ଣ ହୋଇଛି ୪୦

ନୟାଗଡ଼ ଅଫିସ,୩୧ା୮: ପ୍ରତି ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ଲାଗି ସରକାରୀ ବ୍ୟବସ୍ଥା ରହିଛି। କିନ୍ତୁ ନୟାଗଡ଼ ଜିଲାର ସମସ୍ତ ପଞ୍ଚାୟତରେ ଏହା ନିର୍ମାଣ ହୋଇପାରି ନାହିଁ। ଜିଲା ପଞ୍ଚାୟତ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲାର ମୋଟ ୧୯୪ ପଞ୍ଚାୟତରୁ ମାତ୍ର ୧୦୬ଟି ପଞ୍ଚାୟତକୁ କଲ୍ୟାଣମଣ୍ଡପ ପାଇଁ ଅର୍ଥ ମଞ୍ଜୁର ହୋଇଛି। ଏଥିମଧ୍ୟରୁ ପାଖାପାଖି ୪୦ କଲ୍ୟାଣମଣ୍ଡପ ସମ୍ପୂର୍ଣ୍ଣ ହୋଇଛି। କେତେକ ପଞ୍ଚାୟତରେ କଲ୍ୟାଣମଣ୍ଡପ ଗୃହ ଅଧାପନ୍ତରିଆ ରହିଥିବାବେଳେ କେତେକ ସ୍ଥାନରେ ଜମିବାଡ଼ି ବିବାଦରୁ ଶିଳାନ୍ୟାସ ବି ହୋଇପାରିନାହିଁ। ନୟାଗଡ଼ ବ୍ଲକ ମାଛିପଡ଼ା ପଞ୍ଚାୟତରେ ଶିଳାନ୍ୟାସ ହେବାର ୩ବର୍ଷ ବିତିଯାଇଥିଲେ ମଧ୍ୟ କଲ୍ୟାଣମଣ୍ଡପ ନିର୍ମାଣ ହୋଇପାରିନାହିଁ। ନୟାଗଡ଼ ବ୍ଲକରେ ଏହିଭଳି ୭ ପଞ୍ଚାୟତରେ କଲ୍ୟାଣମଣ୍ଡପ ଗୃହ ନିର୍ମାଣାଧୀନ ରହିଛି। ୨୯ ପଞ୍ଚାୟତରୁ ୧୬ଟିରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ଜାଗା ବିବାଦ ଯୋଗୁ ୬ଟିର କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ସେହିପରି ଦଶପଲ୍ଲା ବ୍ଲକରେ ୨୦ ପଞ୍ଚାୟତରୁ ୭, ଗଣିଆରେ ୮ରୁ ୫, ଖଣ୍ଡପଡ଼ାରେ ୨୨ରୁ ୧୪, ଭାପୁରରେ ୨୦ଟିରୁ ୧୭, ନୟାଗଡ଼ରେ ୨୯ରୁ ୨୮, ନୂଆଗାଁରେ ୨୨ରୁ ୫, ଓଡ଼ଗାଁରେ ୩୬ରୁ ୨୧ ଓ ରଣପୁରରେ ୩୭ରୁ ମାତ୍ର ୯ଟି ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଜିଲାରେ ୧୦୬ଟି କଲ୍ୟାଣମଣ୍ଡପ ପାଇଁ ଟଙ୍କା ମଞ୍ଜୁର ହୋଇଥିବା ବେଳେ ୪୦ଟି ସମ୍ପୂର୍ଣ୍ଣ ହୋଇଛି। ସମ୍ପୂର୍ଣ୍ଣ ହୋଇଥିବା କଲ୍ୟାଣମଣ୍ଡପଗୁଡ଼ିକ ମଧ୍ୟରୁ ଅଧିକାଂଶ ଠିକ୍‌ ଭାବେ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ନୟାଗଡ଼ ବ୍ଲକ ଜେମାଦେଈପୁରପାଟଣା ପଞ୍ଚାୟତରେ ଥିବା କଳ୍ୟାଣମଣ୍ଡପକୁ ସରପଞ୍ଚଙ୍କ ସ୍ବାମୀ ଭଡ଼ା ଘର କରିଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଡ଼ିଓ ଏହାର ତଦନ୍ତ କରିଥିଲେ। ସୂଚନାଯୋଗ୍ୟ ଯେ, ଗ୍ରାମରେ ବିବାହ, ବ୍ରତ ଆଦି ଉତ୍ସବ କରାଯିବା ପାଇଁ ସରକାରଙ୍କ ପକ୍ଷରୁ କଲ୍ୟାଣମଣ୍ଡପ ନିର୍ମାଣ ବ୍ୟବସ୍ଥା କରାଯାଇଛି। ଏସବୁ ଉତ୍ସବ କରିବା ଲାଗି କଲ୍ୟାଣମଣ୍ଡପ ଭଡ଼ା ଲଗାଯିବ ଓ ଏଥିରୁ ଆଦାୟ ଅର୍ଥରେ ପଞ୍ଚାୟତର ଉନ୍ନତି କରାଯିବ ବୋଲି ଯୋଜନା ରହିଛି। ପ୍ରତି କଲ୍ୟାଣମଣ୍ଡପ ପାଇଁ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୨୦ ଲକ୍ଷ ଟଙ୍କା ପ୍ରଦାନ କରୁଥିବା ବେଳେ ପଞ୍ଚାୟତକୁ ମିଳୁଥିବା ଅନ୍ୟାନ୍ୟ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ବିନିଯୋଗ କରାଯାଇ କଲ୍ୟାଣମଣ୍ଡପ ନିର୍ମାଣ ବ୍ୟବସ୍ଥା କରାଯାଇଛି। ଏ ନେଇ ଜିଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଥିଲେ, ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ଲାଗି ସରପଞ୍ଚମାନଙ୍କୁ କୁହାଯାଉଛି। ଅଧିକାଂଶ ସ୍ଥାନରେ ଟଙ୍କା ବିନିଯୋଗ କରି କଲ୍ୟାଣମଣ୍ଡପ କରୁଥିବା ବେଳେ କେତେକ ସ୍ଥାନରେ ଠିକ୍‌ ଭାବରେ ଟଙ୍କା ବିନିଯୋଗ କରିପାରୁନାହାନ୍ତି। ଆଗାମୀ ଦିନରେ ଏହା କିପରି ଭାବେ ସମ୍ପୂର୍ଣ୍ଣ ହେବ ସେ ଦିଗ ପ୍ରତି ଧ୍ୟାନ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri