ବିଭିନ୍ନ ଦାବିନେଇ ଜିନ୍ଦଲ କ୍ଷତିଗ୍ରସ୍ତ ପ୍ରଜାଙ୍କ ଜନ ଆନ୍ଦୋଳନ: ଜାତୀୟ ରାଜପଥ ଅବରୋଧ

ଛେଣ୍ଡିପଦା,୧୨।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ଜରଡ଼ାଠାରେ ସୋମବାର ଜିନ୍ଦଲ କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ ଜନ ଆନ୍ଦୋଳନ ଦେଖିବାକୁ ମିଳିଛି। ବିଭିନ୍ନ ମୌଳିକ ସୁବିଧାନେଇ କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଏଥିପ୍ରତି ସେମାନେ ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ନେଇ ସଂଘ ପକ୍ଷରୁ ସୋମବାର ସକାଳ ୭ଟାରୁ ଅନୁଗୋଳ- ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥରୁ ଜିନ୍ଦଲ ଯାଇଥିବା ରାସ୍ତାକୁ ଜରଡାଠାରେ ଅବରୋଧ କରାଯାଇଥିଲା। ଜରଡ଼ା କ୍ଷତିଗ୍ରସ୍ତ ପ୍ରଜା ସଂଘ ସଭାପତି ନରୋତ୍ତମ ସାହୁଙ୍କ ନେତୃତ୍ୱରେ ଜିନ୍ଦଲ କମ୍ପାନୀ ଅଧିକୃତ କରିଥିବା ଜମିର ଉଚିତ ମୂଲ୍ୟ ଏବଂ ବର୍ଦ୍ଧିତ ମୂଲ୍ୟ ପ୍ରଦାନ, ଜିନ୍ଦଲ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଥଇଥାନ ଓ ସ୍ଥାୟୀ ନିଯୁକ୍ତି, କ୍ଷତିଗ୍ରସ୍ତ ଗ୍ରାମଗୁଡିକରେ ଉନ୍ନୟନମୂଳକ କାର୍ଯ୍ୟ, ଜିନ୍ଦଲ କମ୍ପାନୀର ପ୍ରଦୂଷଣ ବନ୍ଦ ଆଦି ଦାବିରେ ଜରଡା, ହଳଧରପୁର, କେରଜାଙ୍ଗ ଆଦି ଗ୍ରାମର ଶତାଧିକ କ୍ଷତିଗ୍ରସ୍ତ ପ୍ରଜାମାନେ ଜନ ଆନ୍ଦୋଳନ କରିବା ସହ ଧାରଣାରେ ବସିଥିଲେ। ଖବର ପାଇ ଜରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ଜାରି ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?