ବିବେକୀ ମଣିଷ

ମମତା ପଣ୍ଡା
ମଣିଷକୁ ନିୟନ୍ତ୍ରଣ କରେ ତା’ର ମନ, ବୁଦ୍ଧି ଓ ବିବେକ। ବୃତ୍ତି-ରଙ୍ଗିଳ ମନ ପ୍ରବୃତ୍ତି ମାର୍ଗରେ ଆତ୍ମସ୍ବାର୍ଥ ପୂରଣ ପାଇଁ ନିଜ ଇନ୍ଦ୍ରିୟଗୁଡ଼ିକୁ ବ୍ୟବହାର କରେ। ନିଜର ବୃତ୍ତି-ଆଶା ପୂରଣ ଲାଗି ସେ ବୁଦ୍ଧିର ବିନିଯୋଗ କରେ। ବିବେକର ଡାକ ସେ ଶୁଣେ ନାହିଁ। ଆତ୍ମସ୍ବାର୍ଥ ସାଧନ ପାଇଁ ଦରକାର ପଡ଼ିଲେ ଅନ୍ୟର କ୍ଷତି କରିବାକୁ ବି ସେ ପଛାଏ ନାହିଁ। କିନ୍ତୁ ଇଷ୍ଟ-ରଙ୍ଗିଳ ମନ ସର୍ବଦା ବିବେକର ଅନୁସରଣ କରି ନିଜର ବା ଅପରର କେବଳ ମଙ୍ଗଳ ହିଁ କରିଥାଏ। ଅନ୍ୟର କ୍ଷତି କରିବା ଦୂରେ ଥାଉ ବରଂ ଗୋଟିଏ ପିମ୍ପୁଡ଼ିର ମଧ୍ୟ ବ୍ୟଥା ନିରାକରଣ ଦିଗରେ ମୁଁ ଯଦି ଯତ୍ନଶୀଳ ନ ହେଲି ତା’ହେଲେ ମୋଠାରୁ ହୀନ ଆଉ କିଏ, ‘ସତ୍ୟାନୁସରଣ’ ଶୈଳୀରେ ସେ ଏହିପରି ଚିନ୍ତା କରେ। ଏମାନେ ହେଉଛନ୍ତି ବିବେକୀ ମଣିଷ। ତେବେ ଏପରି ମଣିଷ ଆଜିକାଲି ଦୁର୍ଲଭ।
ଠାକୁର ରାମକୃଷ୍ଣ ପରମହଂସ ନରେନ୍ଦ୍ରନାଥ ଦତ୍ତଙ୍କୁ ସନ୍ନ୍ୟାସ ଦୀକ୍ଷା ଦେବା ପରେ ତାଙ୍କର ନାମ ରଖିଥିଲେ ବିବେକାନନ୍ଦ, କାରଣ ବିବେକର ଅନୁସରଣ କରିବାରେ ସେ ଆନନ୍ଦ ପାଉଥିଲେ। ସେ ମାତ୍ର ୩୯ ବର୍ଷର ସ୍ବଳ୍ପ ଜୀବନକାଳ ମଧ୍ୟରେ ଅନେକ ମହତ୍‌ କାମ କରିଯାଇଛନ୍ତି। ତେବେ ଏଠାରେ ମଁୁ ଆଉ ଜଣେ ବିବେକାନନ୍ଦଙ୍କ ବିଷୟରେ ସୂଚନା ଦେବାକୁ ଚାହୁଁଛି, ଯିଏ ଉକ୍ତ ମହାପୁରୁଷଙ୍କ ସହ ତୁଳନୀୟ ନ ହେଲେ ମଧ୍ୟ ମାନବସେବାକୁ ମାଧବସେବା ଜ୍ଞାନରେ ନିଜ ଜୀବନର ବ୍ରତ କରି ଜୀବନର ସ୍ବଳ୍ପ ଅବଧି ଭିତରେ ସ୍ମରଣୀୟ ହୋଇ ରହିଯାଇଛନ୍ତି। ସେ ଆରମ୍ଭ କରିଥିବା ସେବାକାର୍ଯ୍ୟ ତାଙ୍କ ପରେ ବି ଅବ୍ୟାହତ ରହିଛି।
ତାଙ୍କର ଜନ୍ମ ହୁଏ ୧୯୬୭ ମସିହା ମାଘ କୃଷ୍ଣ ସପ୍ତମୀ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମତିଥିରେ। ସେଥିପାଇଁ ପିତା ଲକ୍ଷ୍ମୀଧର ଓ ମାତା ହେମାଙ୍ଗିନୀ ତାଙ୍କ ନାଁ ରଖିଥିଲେ ବିବେକାନନ୍ଦ। ବାଲ୍ୟକାଳରୁ ହିଁ ସେ ଥିଲେ ପରଦୁଃଖକାତର। ଦିନେ ସେ ତାଙ୍କୁ କିଛି ଦିନ ପାଠ ପଢ଼ାଇଥିବା ତାଙ୍କ ପିତାଙ୍କ ପ୍ରାଥମିକ ଶିକ୍ଷକଙ୍କଠାରୁ ଏକ ଚିଠି ପାଇଲେ। ଏହି ଚିଠି ମାଧ୍ୟମରେ ଗୁରୁଜୀ ତାଙ୍କର ଦେହ ଭଲ ରହୁ ନ ଥିବା ଓ ଅଭାବ ଅସୁବିଧାରେ ଚଳୁଥିବା ବିଷୟ ଦର୍ଶାଇବା ସହ ଏକ ଶୀତଚାଦର କିଣିବା ପାଇଁ ତାଙ୍କ ପିତାଙ୍କୁ ମାତ୍ର ୧୦ ଟଙ୍କା ମାଗିଥିଲେ। ବିବେକାନନ୍ଦ ତାଙ୍କ ମାଆଙ୍କୁ କହିଲେ: ମାଆ, ଗୁରୁଜୀଙ୍କ ଦେହ ଭଲ ନାହିଁ। ମଁୁ ଏକ ଚାଦର ଓ କିଛି ଫଳମୂଳ ନେଇ ତାଙ୍କୁ ଦେଖିବାକୁ ଯିବି। ମାଆ ଅନୁମତିି ଦେବାରୁ ମାଉସୀପୁଅ ଭାଇ ବାଲୁଙ୍କେଶ୍ୱରଙ୍କୁ ସାଙ୍ଗରେ ନେଇ ସେ ଗଲେ ଭୁବନେଶ୍ୱରରୁ ଖୋର୍ଦ୍ଧା ଓ ସେଠାରୁ କିଛି ବାଟ ଦୂର ଏକ ନିପଟ ମଫସଲ ଗାଁକୁ। ଗାଁରେ ପହଞ୍ଚି ଯାହା ଦେଖିଲେ ସେଥିରେ ତାଙ୍କର ପ୍ରାଣ କାନ୍ଦିଉଠିଲା। କାରଣ ସେ ପହଞ୍ଚିବା ବେଳକୁ ଗୁରୁଜୀଙ୍କର ପରଲୋକ ହୋଇଯାଇଥିଲା। ଗାଁ ମୁଣ୍ଡ ଶ୍ମଶାନରେ ତାଙ୍କର ଶବଦାହ ହେଉଥିଲା।
ସେଦିନ ଶୋକାତୁର ଭଙ୍ଗା ମନ ନେଇ ଘରକୁ ଫେରିବା ପରେ ୮ ବର୍ଷର ବିବେକାନନ୍ଦ ତାଙ୍କ ମାଆଙ୍କ ଆଗରେ ପ୍ରତିଜ୍ଞା କରିଥିଲେ: ମାଆ! ମଁୁ ବଡ଼ ହେଲେ ମାଆବାପା, ବୁଢ଼ୀବୁଢ଼ା, ଗରିବ ଓ ଅସହାୟ ଲୋକମାନଙ୍କର ସେବା କରିବି। ସେ ପ୍ରତିଜ୍ଞା ଥିଲା ତାଙ୍କର ଭୀଷ୍ମପ୍ରତିଜ୍ଞା। ସେଥିରୁ ସେ କେବେ ବି ଓହରିନାହାନ୍ତି।
ବଡ଼ ହେବା ପରେ ସେ ବାଛିନେଲେ ଆଇନ ବ୍ୟବସାୟକୁ ତାଙ୍କର ଜୀବିକା ରୂପେ। ଘର ଲୋକେ ସମସ୍ତେ ଜାଣନ୍ତି ଯେ ପୁଅ କଚେରିକୁ ଯାଇଛି। କିନ୍ତୁ ସେ କେତେବେଳେ ବସ୍ତି ଅଞ୍ଚଳକୁ ଯାଇ ରୋଗୀସେବା କରନ୍ତି, କେତେବେଳେ ସଫେଇ କାର୍ଯ୍ୟ କରନ୍ତି, କେତେବେଳେ ଗରିବ ପିଲାଙ୍କୁ ପାଠ ପଢ଼ାନ୍ତି ଓ କେତେବେଳେ ରକ୍ତଦାନ କରନ୍ତି, ତାହା ତାଙ୍କ ଛଡ଼ା ଓ ତାଙ୍କ ସେବାକାର୍ଯ୍ୟର ସହଯୋଗୀ ସାଥୀ ଓକିଲଙ୍କ ଛଡ଼ା ଆଉ କେହି ଜାଣନ୍ତି ନାହିଁ। ଅନେକ ଗରିବ ମେଧାବୀ ପିଲାଙ୍କ ପାଇଁ ସେ ପଢ଼ାଖର୍ଚ୍ଚ ବହନ କରୁଥିଲେ। କିନ୍ତୁ ସମସ୍ତଙ୍କୁ ତାଙ୍କ ନାଁ ପ୍ରକାଶ ନ କରିବା ପାଇଁ ତାଗିଦ କରୁଥିଲେ। ଏପରି କି ସେ ଏତେ ସେବାକାର୍ଯ୍ୟ କରୁଥିବା ବିଷୟରେ ତାଙ୍କ ମାଆବାପା ବି ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଜାଣି ନ ଥିଲେ। ୧୩ା୦୮ା୨୦୦୦ ଗହ୍ମା ପୂର୍ଣ୍ଣମୀର ପୂର୍ବଦିନ ମାତ୍ର ୩୩ ବର୍ଷ ବୟସରେ ବିବେକାନନ୍ଦଙ୍କ ପରଲୋକ ଘଟିବା ପରେ ଜମା ହୋଇପଡ଼ିଥିଲେ ତାଙ୍କର ଶୁଭେଚ୍ଛୁ ଓ ତାଙ୍କ ଦ୍ୱାରା ଉପକୃତ ହୋଇଥିବା ମଣିଷମାନେ। ସେମାନେ ତାଙ୍କ ମୁହଁରେ ନିଜେ ପାଇଥିବା ଉପକାର ବିଷୟରେ ସ୍ବୀକାର କରିବା ପରେ ହିଁ ବିବେକାନନ୍ଦଙ୍କ ସେବାକାର୍ଯ୍ୟ ବିଷୟରେ ତାଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ। ସେଥିପାଇଁ ତାଙ୍କର ପିତା ଲକ୍ଷ୍ମୀଧର ବାବୁ ଓ ଅନ୍ୟମାନେ ନିଷ୍ପତ୍ତି ନେଲେ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସେବାକାର୍ଯ୍ୟ ଯେପରି ତାଙ୍କ ମୃତ୍ୟୁ ପରେ ବି ଅନନ୍ତକାଳ ଧରି ଅବ୍ୟାହତ ରହେ ତା’ର ବ୍ୟବସ୍ଥା କରିବାକୁ। ତାଙ୍କ ମୃତ୍ୟୁ ପରେ ମିଳିଥିବା ପ୍ରାୟ ଏକ କୋଟି ଟଙ୍କାର ବୀମା ଅର୍ଥକୁ ତାଙ୍କ ସ୍ମୃତ୍ୟଥେର୍ର୍ ଏକ ଟ୍ରଷ୍ଟ ଗଠନ କରି ଜମା କରିଦିଆଗଲା, ଯାହାର ସୁଧ ଅର୍ଥରେ ଗରିବ ମେଧାବୀ ପିଲାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବା ସହ ଅନ୍ୟାନ୍ୟ ସେବାକାର୍ଯ୍ୟ ଜାରି ରହିଛି। ଧନ୍ୟ ସେହି ନର ଯିଏ ଜୀବନରେ ଓ ମରଣରେ ବି ପରୋପକାର କରିଚାଲିଛନ୍ତି। ଶାସ୍ତ୍ରରେ ଅଛି- ”ପରୋପକାରାୟ ଫଳନ୍ତି ବୃକ୍ଷାଃ ପରୋପକାରାୟ ବହନ୍ତି ନଦ୍ୟଃ। ପରୋପକାରାୟ ଦୁହନ୍ତି ଗାବଃ ପରୋପକାରାର୍ଥମିଦଂ ଶରୀରମ୍‌।ା“ ଅର୍ଥାତ୍‌ ପରର ଉପକାର କରିବା ପାଇଁ ବୃକ୍ଷଗୁଡ଼ିକ ଫଳଧାରଣ କରନ୍ତି, ପରର ଉପକାର କରିବା ପାଇଁ ନଦୀଗୁଡ଼ିକ ପ୍ରବାହିତ ହୁଅନ୍ତି, ପରର ଉପକାର ପାଇଁ ଗାଈମାନେ କ୍ଷୀର ଦିଅନ୍ତି, ସୁତରାଂ ଏ ଶରୀର କେବଳ ପରର ଉପକାର କରିବା ପାଇଁ ଉଦ୍ଦିଷ୍ଟ।
ହାସିମନଗର, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri