ବିବାହ ପୂର୍ବରୁ ଭାଙ୍ଗିଲା ପ୍ରିୟଙ୍କା ଚୋପ୍ରାଙ୍କ ଭାଇଙ୍କ ନିର୍ବନ୍ଧ, କନିକାଙ୍କ ଭଳି ଇଶିତା ଛାଡ଼ିଲେ ହାତ

ମୁମ୍ବାଇ: ପୁଣି ଥରେ ଭାଙ୍ଗିଛି ପିସି ଓରଫ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ଭାଇ ସିଦ୍ଧାର୍ଥଙ୍କ ନିର୍ବନ୍ଧ। ପ୍ରଥମେ ୨୦୧୪ ମସିହାରେ କନିକା ମାଥୁରଙ୍କ ସହ ସିଦ୍ଧାର୍ଥଙ୍କ ବିବାହ ଭାଙ୍ଗିଥିବା ବେଳେ ଏବେ ଇଶିତା କୁମାରଙ୍କ ସହ ସମ୍ପର୍କ ତୁଟିଛି। ପ୍ରତିଟି କ୍ଷେତ୍ରରେ ବିବାହର କିଛି ଦିନ ପୂର୍ବରୁ ଏପରି ଘଟୁଥିବାରୁ ସୋସିଆଲ ମିଡିଆରେ ଏ ନେଇ ବିଶେଷ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି।
ନିକ୍‌ ଓ ପ୍ରିୟଙ୍କାଙ୍କ ବିବାହର କିଛି ଦିନ ପରେ ସିଦ୍ଧାର୍ଥଙ୍କ ବିବାହ ନେଇ ସୂଚନା ମିଳିଥିଲା। ଏପରିକି ପିିସି ମଧ୍ୟ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଫଟୋ ଶେୟାର କରି ଏଥିରେ ମୋହର ମାରିଥିଲେ। ଉଭୟଙ୍କ ବିବାହ ନେଇ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ଇଶିତାଙ୍କ ସ୍ବାସ୍ଥ୍ୟଗତ କାରଣକୁ ନେଇ ଏହାକୁ ବାତିଲ କରାଯାଇଥିଲା। ଏବେ ଶେଷରେ ଉଭୟଙ୍କ ବିବାହ ପ୍ରସ୍ତାବ ଭାଙ୍ଗି ଯାଇଥିବା ସ୍ପଷ୍ଟ ହୋଇଛି।
ସିର୍ଦ୍ଧାର୍ଥଙ୍କ ପ୍ରଥମ ପ୍ରେମିକା ଥିଲେ କନିକା। ଉଭୟ ସମ୍ପର୍କରେ ଅନେକ ଦିନ ରହିବା ପରେ ସିଦ୍ଧାର୍ଥ ବିବାହ ନିମନ୍ତେ ଘୋଷଣା କରିଥିଲେ। ଗୋଆରେ ଉଭୟଙ୍କର ବିବାହ ହୋଇଥାନ୍ତା। ଏହା ପୂର୍ବରୁ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ସିଦ୍ଧାର୍ଥ ନିଜ କାମରେ ଧ୍ୟାନ ଦେବାକୁ ଇଚ୍ଛା ପ୍ରକାଶ କରୁଥିବାରୁ ଏଭଳି ହୋଇଥିବା ଜଣାପଡ଼ିଥିଲା।
ସେହିଭଳି ଏବେ ଇଶିତା ମଧ୍ୟ ଆଗକୁ ବଢ଼ିଛନ୍ତି। ସର୍ଜରି ପରେ ସେ ଏବେ ଲଣ୍ଡନରେ ଅଛନ୍ତି। ସେଠାରେ ତାଙ୍କୁ ଏକ ଚାକିରି ମିଳିଛି। ଏଣୁ ସେ କାମ କରି ଏଭଳି ପରିସ୍ଥିତି ସହ ମୁକାବିଲା କରିବା ଲାଗି ନିଶ୍ଚିତ କରିସାରିଛନ୍ତି। ଇଶିତାଙ୍କ ଭଳି ସିଦ୍ଧାର୍ଥ ମଧ୍ୟ ତାଙ୍କ ସହ ସମ୍ପର୍କ ଛିନ୍ନ କରି ଆଗକୁ ବଢ଼ିଛନ୍ତି। ପିସି ଓ ସେ ଇଶିତାଙ୍କୁ ସୋସିଆଲ ମିଡିଆରୁ ଅନ୍‌ଫଲୋ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri