ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରିସାରିଛନ୍ତି ଯୁବରାଜ

କର୍କଟକୁ ଜିତି ପୁଣି କ୍ରିକେଟ ପଡ଼ିଆକୁ ଜବରଦସ୍ତ ଏଣ୍ଟ୍ରି ମାରିଥିବା ଯୁବରାଜ ସିଂହ ସୋମବାର କ୍ରିକେଟକୁ ଅଲବିଦା କହିଛନ୍ତି। କ୍ରିକେଟ ଜଗତର ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ କ୍ରିକେଟରେ ଯେତିକି ଲୋକପ୍ରିୟ, ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ। ଖାସ୍‌ ଭାବେ ବଲିଉଡ୍‌ ଅଭିନେତ୍ରୀଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସବୁଠି ଚର୍ଚ୍ଚା ହେଉଥିଲା।  ଦୀପିକା ପାଦୁକୋନଙ୍କଠାରୁ ଆରମ୍ଭ କରି ପ୍ରୀତି ଜିଣ୍ଟାଙ୍କ ପର୍ଯ୍ୟନ୍ତ ଅଭିନେତ୍ରୀଙ୍କୁ ସେ ଡେଟିଂ କରୁଥିଲେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଶେଷରେ ମଡେଲ ହେଜେଲ କିଚ୍‌ଙ୍କୁ ସେ ବିବାହ କରିଥିଲେ।  ନଜର ପକାଇବା ୟୁବିଙ୍କ ପ୍ରେମିକା ତାଲିକା ଉପରେ।

କିମ୍‌ ଶର୍ମା: ଫିଲ୍ମ ‘ମହବତେ’ ଅଭିନେତ୍ରୀ କିମ୍‌ ଶର୍ମାଙ୍କ ନାମ ଯୁବରାଜଙ୍କ ସହ ଯୋଡ଼ି ହୋଇଥିଲା। ଏହି ଯୋଡିକୁ ନେଇ ଉକ୍ତ ସମୟରେ ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଥିଲା। ପାଖାପାଖି ୪ ବର୍ଷ ଲିଭ୍‌-ଇନ୍‌ରେ ରହିବା ପରେ ୨୦୦୭ରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। କୁହାଯାଏ, ଯୁବରାଜଙ୍କ ମା’ ଶବନମ କିମ୍‌ଙ୍କୁ ପସନ୍ଦ କରୁ ନ ଥିଲେ। ତେଣୁ ମା’ଙ୍କ କଥା ମାନି ଯୁବରାଜ କିମ୍‌ଠାରୁ ଦୂରେଇ ଯାଇଥିଲେ।

ଦୀପିକା ପାଦୁକୋନ: ୨୦୦୭ରେ ଯୁବରାଜଙ୍କ କ୍ୟାରିୟର ଭଲ ଚାଲିଥିଲା। ଟି-୨୦ ବିଶ୍ୱକପ୍‌ ସମୟରେ ତାଙ୍କ ବ୍ୟାଟିଂ ଖୁବ୍‌ ଚର୍ଚ୍ଚାରେ ଥିଲା। ଏହି ସମୟରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ତାଙ୍କ ନାମ ଯୋଡ଼ି ହୋଇଥିଲା। ଦୀପିକା ତାଙ୍କ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ମଧ୍ୟ ପହଞ୍ଚି ଯାଉଥିଲେ। ମାତ୍ର ଏହି ଯୋଡି ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନ ଥିଲା।

ପ୍ରୀତି ଜିଣ୍ଟା: ଦୀପିକାଙ୍କ ସହ ପ୍ରେମ ସମ୍ପର୍କ ଭାଙ୍ଗିବା ପରେ ଯୁବରାଜ ପ୍ରୀତି ଜିଣ୍ଟାଙ୍କ ନିକଟତର ହୋଇଥିଲେ। ଏହାର କାରଣ ଥିଲା ଆଇପିଏଲ୍‌। ପ୍ରୀତି ‘କିଙ୍ଗ୍‌ ଇଲେଭେନ୍‌ ପଞ୍ଜାବ’ ଟିମ୍‌ର ସହମାଲିକାଣୀ ଥିବାବେଳେ ଯୁବରାଜ ଏହି ଟିମ୍‌ ପକ୍ଷରୁ ଖେଳୁଥିଲେ। ମ୍ୟାଚ୍‌ ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଲା। ମାତ୍ର ସେମାନେ ଏହି ସମ୍ପର୍କକୁ ବନ୍ଧୁତ୍ୱର ନାମ ଦେଇଥିଲେ।

ରିୟା ସେନ୍‌: ରିୟା ସେନ୍‌ଙ୍କ ସହ ଯୁବରାଜଙ୍କ ନାମ ଖୁବ୍‌ ଚର୍ଚ୍ଚାରେ ଥିଲା। ଏହି ଯୋଡିଙ୍କୁ ଅଧିକାଂଶ ସମୟରେ ଏକାଠି ଦେଖିବାକୁ ମିଳୁଥିଲା। ମାତ୍ର ସେମାନେ ନିଜ ସମ୍ପର୍କକୁ ନେଇ କେବେ ହେଲେ ମୁହଁ ଖୋଲି ନାହାନ୍ତି। କିଛି ଦିନ ପରେ ଏହି ସମ୍ପର୍କରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଲା। ଖାଲି ସେତିକି ନୁହେଁ ଯୁବରାଜଙ୍କ ନାମ ଅହୁରି ଅନେକ ବଲିଉଡ୍‌ ଅଭିନେତ୍ରୀଙ୍କ ସହ ମଧ୍ୟ ଯୋଡ଼ି ହୋଇଛି। ସେମାନେ ହେଲେ ମିନିଷା ଲାମ୍ବା, ସୁପର ମଡେଲ ଆଞ୍ଚଲ କୁମାର।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଆପଣ ବି ଦିନରାତି AC ଚଲାଉଛନ୍ତି କି? ଫାଟିବା ପୂର୍ବରୁ ଜାଣି ନିଅନ୍ତୁ ଏହି ଜରୁରୀ ନିୟମ

ନୂଆଦିଲ୍ଲୀ,୨୪।୫: ରାଜ୍ୟ ତଥା ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ଘର ଓ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ସ୍ୱାମୀ କି ପିଲା ନାହାନ୍ତି? ମହିଳାଙ୍କ ମୃତ୍ୟୁ ପରେ କାହାକୁ ମିଳିବ ସମ୍ପତ୍ତି; ବାପଘର ନା ଶାଶୁଘର? ଆଶ୍ଚର୍ଯ୍ୟ କରିବ ଆଇନ!

ନୂଆଦିଲ୍‌ଲୀ,୨୪।୫: ଭାରତୀୟ ସମାଜରେ ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସମ୍ପତ୍ତି ଅଧିକାରକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରଶ୍ନ ଉଠିଥାଏ। ସାଧାରଣତଃ ବିବାହ ପରେ ଜଣେ ମହିଳାଙ୍କ…

ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିଲେ ଯୁବକ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ

ଭୁବନେଶ୍ୱର,୨୪ା୫: ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେବାବେଳେ ଜଳିଗଲେ ଜଣେ ଯୁବକ। ରବିବାର ପୂର୍ବାହ୍ନରେ ମଞ୍ଚେଶ୍ୱର ଷ୍ଟେଶନରେ ଏପରି ଅଘଟଣ ଘଟିଛି। ଯୁବକ ଜଣକ ଟ୍ରେନ ଉପରେ ଚଢ଼ି…

ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ…

କିଛି ଦେଶକୁ ନ ଯିବା ପାଇଁ ଆଡଭାଇଜରୀ ଜାରି କଲେ ଭାରତ ସରକାର, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୫: ଆଫ୍ରିକାରେ ଇବୋଲା ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ସରକାର ଏକ ଯାତ୍ରା ପରାମର୍ଶ ବା ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି,…

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

ରେଳ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ଏତେ ବଢିଗଲା ଦରମା!

ନୂଆଦିଲ୍‌ଲୀ,୨୪।୫: ହାଇ-ସ୍ପିଡ ଟ୍ରେନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଭାରତୀୟ ରେଳବାଇ ଦେଶବ୍ୟାପୀ ୧୫୫ଟି ଟ୍ରେନକୁ ଏକ ନୂତନ ‘ହାଇ-ସ୍ପିଡ’ ବର୍ଗରେ ପୁନଃବର୍ଗୀକୃତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri