ବିପର୍ଯ୍ୟୟ ବେଳେ ଭରସା ‘ଆଞ୍ଚଳିକ ପ୍ରଶମନ କେନ୍ଦ୍ର’ : ବାଲେଶ୍ୱରରେ ଭିତ୍ତିପ୍ରସ୍ତର ସ୍ଥାପନ

ବାଲେଶ୍ୱର ଅଫିସ,୧୭।୯-ପ୍ରାକୃତିକ ବିପର୍ଯ୍ୟୟର ତତ୍କାଳ ମୁକାବିଲା ଲାଗି ବାଲେଶ୍ୱରଠାରୁ ୧୨କି.ମି. ଦୂର ଚାନ୍ଦିପୁର ନିକଟବର୍ତ୍ତୀ ହିଡିଙ୍ଗା ଅଞ୍ଚଳରେ ସୋମବାର ରିଜିଓନାଲ ରେସପନ୍ସ ସେଣ୍ଟର (ଆର୍‌ଆର୍‌ସି) ବା ଆଞ୍ଚଳିକ ପ୍ରଶମନ କେନ୍ଦ୍ର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କେନ୍ଦ୍ର ଜରିଆରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅବିଳମ୍ବେ ସହାୟତା ପହଞ୍ଚାଇ ଦିଆଯିବ। କଟକ ମୁଣ୍ଡୁଳି ପରେ ଦ୍ୱିତୀୟ ସ୍ଥାନ ଭାବେ ବାଲେଶ୍ୱରରେ ଆର୍‌ଆର୍‌ସି ପ୍ରତିଷ୍ଠା ହେଉଛି। ଏହାକୁ ମିଶାଇ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୪ଟି ସ୍ଥାନରେ ଏଭଳି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆର୍‌ଏଫ୍‌) ପକ୍ଷରୁ ହିଡିଙ୍ଗାଠାରେ ନିର୍ମାଣ ହେବାକୁ ଥିବା ଏହି କେନ୍ଦ୍ର ସକାଶେ ୬କୋଟି ୩୧ଲକ୍ଷ ଟଙ୍କା ବ୍ୟୟ ହେବ। ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏନ୍‌ଡ଼ିଆର୍‌ଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ ଏହି ସୂଚନା ପ୍ରଦାନ କରିଛନ୍ତି। ଉତ୍ସବରେ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାରଙ୍କ ସମେତ ଏନ୍‌ଡିଆର୍‌ଏଫ୍‌ର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ପ୍ରାକୃତିକ ବିପର୍ଯ୍ୟୟ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଓଡ଼ିଶାବାସୀଙ୍କ ଚିର ସହଚର ପାଲଟିଛି। ଯେକୌଣସି ବିପର୍ଯ୍ୟୟର ମୁକାବିଲା ଲାଗି ଉକ୍ତ କେନ୍ଦ୍ରରେ ୪ଟି ଟିମ୍‌ ସର୍ବଦା ଜଣେ କମାଣ୍ଡରଙ୍କ ନେତୃତ୍ୱରେ ପ୍ରସ୍ତୁତ ରହିବେ। ହିଡ଼ିଙ୍ଗାରେ ୩.୫୮ଏକର ଜମିରେ ଆର୍‌ଆର୍‌ସି ନିର୍ମାଣ କରାଯିବ। ଏହି କେନ୍ଦ୍ର ଉତ୍ତରଓଡ଼ିଶାର ବିଭିନ୍ନ ଜିଲା ପାଇଁ ସହାୟକ ହେବ। ରାଜ୍ୟସରକାର ଆବଶ୍ୟକ ଜମି ଯୋଗାଇଦେଲେ ରାଜ୍ୟର ଅନ୍ୟ ସ୍ଥାନରେ ଏଭଳି କେନ୍ଦ୍ର ଶୀଘ୍ର ନିର୍ମାଣ କରାଯିବ। ଏହାଛଡା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ଓଡ଼ିଶାରେ ମିଳିତ ଅଭ୍ୟାସ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏଥିରେ ୭ଟି ପଡୋଶୀ ଦେଶୀ ଯୋଗ ଦେବେ ବୋଲି ଡିଜି ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ, ଭାରତ ପାଖରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ୩୧୦ଟି ଯନ୍ତ୍ରାଂଶ ରହିଛି। ଏହା ସବୁପ୍ରକାର ବିପର୍ଯ୍ୟୟର ମୁକାବିଲା କରିବାକୁ ସକ୍ଷମ। ବିପର୍ଯ୍ୟୟ ସମୟରେ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଥିବାରୁ ଏହି ବାଧାକୁ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିପର୍ଯ୍ୟୟ ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୁଏ ତାକୁ ମୁକାବିଲା କରିବାରେ ଯୋଗାଯୋଗ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଣୁ ଗ୍ରୀଡ୍‌ ସିଷ୍ଟମ୍‌ରେ କଣ୍ଟ୍ରୋଲ ରୁମ୍‌ଗୁଡ଼ିକ ରାଜ୍ୟ, ଜିଲା ଏବଂ ବ୍ଲକ ପାଇଁ ଯେଭଳି ଏକତ୍ର କାର୍ଯ୍ୟ କରିବେ ସେଥିଲାଗି ଚେଷ୍ଟା କରାଯାଉଛି। ନଭେମ୍ବରରେ ପ୍ରଥମ ଏବଂ ୨୦୨୦ ଫେବୃୟାରୀରେ ଶେଷ ଆଡକୁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ୪ଶହରୁ ଅଧିକ ପ୍ରଶିକ୍ଷକ ଯୋଗଦେବେ। ଏଭଳି କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ଡିଜି ପ୍ରଧାନ କହିଥିଲେ।
ଓଡ଼ିଶାରେ ବନ୍ୟା, ବାତ୍ୟା ପ୍ରଭାବିତ ଅଞ୍ଚଳ ସମେତ ଓ ପ୍ରତ୍ନତାତ୍ତ୍ୱିକ ଇଲାକା ଉପରେ ସର୍ଭେ କରାଯାଇ ଏକ ମଡେଲ ପ୍ରସ୍ତୁତ କରାଯାଇଛି। ଏହା ଉପରେ ପ୍ରଶମନ ବଳଙ୍କୁ ପ୍ରଶିକ୍ଷଣ ଦିଆଯିବ। ବାଲେଶ୍ୱର ସଦର ବ୍ଲକ ଅଧୀନ ହିଡିଙ୍ଗାଠାରେ ହେବାକୁ ଥିବା କେନ୍ଦ୍ର ଲୋକମାନଙ୍କ ଭରସାର ଆଧାର ହେବ ବୋଲି ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଧରିତ୍ରୀକୁ ଏକ ସ୍ବତନ୍ତ୍ର ସାକ୍ଷାତ୍‌କାର ଦେଇ ଏନ୍‌ଡିଆର୍‌ଏଫ୍‌ ଡିଜି ପ୍ରଧାନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢିଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଆଉ ତା’ପରେ…

ବାଲେଶ୍ୱର,୨୦।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା l ଏହି ଗ୍ରାମର ବିଜୟ ବେହେରାଙ୍କ ପରିବାର…

ସ୍ତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କଲେ ସ୍ବାମୀ: ଆଉ ତା’ପରେ ଘଟିଲା…

ବାଲେଶ୍ୱର,୨୦ା୫(ବାଞ୍ଛାନିଧି ଦେ):ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ୍‌ ଅଭିଯୋଗରେ ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନୁଯାୟୀ, ବିବାହ…

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

କଲରାପତରିଆ ବାଘର ମୃତଦେହ ଠାବ: ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସି…

ନୀଳଗିରି,୧୨।୫(ପ୍ରଶାନ୍ତ କୁମାର ବିଶ୍ବାଳ)ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତଦେହ ଠାବ। ସୋମବାର ବିଳମ୍ବିତ ରାତିରେ ବାଘଟି କୁଳଡିହା କିମ୍ବା…

ହରିପୁରରେ ମହିଳାଙ୍କୁ କୋଦାଳରେ ହାଣି ହତ୍ୟା: ମୃତଶରୀରକୁ ସାଇକେଲରେ ରଖି ଥାନାକୁ ଆଣିଲେ ପରିବାର

ଖଇରା,୧୨।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲା ଖଇରା ଥାନା ଅଧିନ ହରିପୁର ଗ୍ରାମରେ ଛାତ ସେଣ୍ଟରିଂକୁ କେନ୍ଦ୍ର କରି ସୁରେନ୍ଦ୍ର ସେଠୀଙ୍କ ଭଉଣୀ କମଳା(୩୯)ଙ୍କୁ କୋଦାଳରେ ହାଣି ହତ୍ୟା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri