ବିପର୍ଯ୍ୟୟ ବେଳେ ଭରସା ‘ଆଞ୍ଚଳିକ ପ୍ରଶମନ କେନ୍ଦ୍ର’ : ବାଲେଶ୍ୱରରେ ଭିତ୍ତିପ୍ରସ୍ତର ସ୍ଥାପନ

ବାଲେଶ୍ୱର ଅଫିସ,୧୭।୯-ପ୍ରାକୃତିକ ବିପର୍ଯ୍ୟୟର ତତ୍କାଳ ମୁକାବିଲା ଲାଗି ବାଲେଶ୍ୱରଠାରୁ ୧୨କି.ମି. ଦୂର ଚାନ୍ଦିପୁର ନିକଟବର୍ତ୍ତୀ ହିଡିଙ୍ଗା ଅଞ୍ଚଳରେ ସୋମବାର ରିଜିଓନାଲ ରେସପନ୍ସ ସେଣ୍ଟର (ଆର୍‌ଆର୍‌ସି) ବା ଆଞ୍ଚଳିକ ପ୍ରଶମନ କେନ୍ଦ୍ର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କେନ୍ଦ୍ର ଜରିଆରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅବିଳମ୍ବେ ସହାୟତା ପହଞ୍ଚାଇ ଦିଆଯିବ। କଟକ ମୁଣ୍ଡୁଳି ପରେ ଦ୍ୱିତୀୟ ସ୍ଥାନ ଭାବେ ବାଲେଶ୍ୱରରେ ଆର୍‌ଆର୍‌ସି ପ୍ରତିଷ୍ଠା ହେଉଛି। ଏହାକୁ ମିଶାଇ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୪ଟି ସ୍ଥାନରେ ଏଭଳି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆର୍‌ଏଫ୍‌) ପକ୍ଷରୁ ହିଡିଙ୍ଗାଠାରେ ନିର୍ମାଣ ହେବାକୁ ଥିବା ଏହି କେନ୍ଦ୍ର ସକାଶେ ୬କୋଟି ୩୧ଲକ୍ଷ ଟଙ୍କା ବ୍ୟୟ ହେବ। ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏନ୍‌ଡ଼ିଆର୍‌ଏଫ୍‌ ଡିଜି ସତ୍ୟନାରାୟଣ ପ୍ରଧାନ ଏହି ସୂଚନା ପ୍ରଦାନ କରିଛନ୍ତି। ଉତ୍ସବରେ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାରଙ୍କ ସମେତ ଏନ୍‌ଡିଆର୍‌ଏଫ୍‌ର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ପ୍ରାକୃତିକ ବିପର୍ଯ୍ୟୟ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଓଡ଼ିଶାବାସୀଙ୍କ ଚିର ସହଚର ପାଲଟିଛି। ଯେକୌଣସି ବିପର୍ଯ୍ୟୟର ମୁକାବିଲା ଲାଗି ଉକ୍ତ କେନ୍ଦ୍ରରେ ୪ଟି ଟିମ୍‌ ସର୍ବଦା ଜଣେ କମାଣ୍ଡରଙ୍କ ନେତୃତ୍ୱରେ ପ୍ରସ୍ତୁତ ରହିବେ। ହିଡ଼ିଙ୍ଗାରେ ୩.୫୮ଏକର ଜମିରେ ଆର୍‌ଆର୍‌ସି ନିର୍ମାଣ କରାଯିବ। ଏହି କେନ୍ଦ୍ର ଉତ୍ତରଓଡ଼ିଶାର ବିଭିନ୍ନ ଜିଲା ପାଇଁ ସହାୟକ ହେବ। ରାଜ୍ୟସରକାର ଆବଶ୍ୟକ ଜମି ଯୋଗାଇଦେଲେ ରାଜ୍ୟର ଅନ୍ୟ ସ୍ଥାନରେ ଏଭଳି କେନ୍ଦ୍ର ଶୀଘ୍ର ନିର୍ମାଣ କରାଯିବ। ଏହାଛଡା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ଓଡ଼ିଶାରେ ମିଳିତ ଅଭ୍ୟାସ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏଥିରେ ୭ଟି ପଡୋଶୀ ଦେଶୀ ଯୋଗ ଦେବେ ବୋଲି ଡିଜି ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ, ଭାରତ ପାଖରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ୩୧୦ଟି ଯନ୍ତ୍ରାଂଶ ରହିଛି। ଏହା ସବୁପ୍ରକାର ବିପର୍ଯ୍ୟୟର ମୁକାବିଲା କରିବାକୁ ସକ୍ଷମ। ବିପର୍ଯ୍ୟୟ ସମୟରେ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଥିବାରୁ ଏହି ବାଧାକୁ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିପର୍ଯ୍ୟୟ ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୁଏ ତାକୁ ମୁକାବିଲା କରିବାରେ ଯୋଗାଯୋଗ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଣୁ ଗ୍ରୀଡ୍‌ ସିଷ୍ଟମ୍‌ରେ କଣ୍ଟ୍ରୋଲ ରୁମ୍‌ଗୁଡ଼ିକ ରାଜ୍ୟ, ଜିଲା ଏବଂ ବ୍ଲକ ପାଇଁ ଯେଭଳି ଏକତ୍ର କାର୍ଯ୍ୟ କରିବେ ସେଥିଲାଗି ଚେଷ୍ଟା କରାଯାଉଛି। ନଭେମ୍ବରରେ ପ୍ରଥମ ଏବଂ ୨୦୨୦ ଫେବୃୟାରୀରେ ଶେଷ ଆଡକୁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ୪ଶହରୁ ଅଧିକ ପ୍ରଶିକ୍ଷକ ଯୋଗଦେବେ। ଏଭଳି କାର୍ଯ୍ୟକ୍ରମ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ଡିଜି ପ୍ରଧାନ କହିଥିଲେ।
ଓଡ଼ିଶାରେ ବନ୍ୟା, ବାତ୍ୟା ପ୍ରଭାବିତ ଅଞ୍ଚଳ ସମେତ ଓ ପ୍ରତ୍ନତାତ୍ତ୍ୱିକ ଇଲାକା ଉପରେ ସର୍ଭେ କରାଯାଇ ଏକ ମଡେଲ ପ୍ରସ୍ତୁତ କରାଯାଇଛି। ଏହା ଉପରେ ପ୍ରଶମନ ବଳଙ୍କୁ ପ୍ରଶିକ୍ଷଣ ଦିଆଯିବ। ବାଲେଶ୍ୱର ସଦର ବ୍ଲକ ଅଧୀନ ହିଡିଙ୍ଗାଠାରେ ହେବାକୁ ଥିବା କେନ୍ଦ୍ର ଲୋକମାନଙ୍କ ଭରସାର ଆଧାର ହେବ ବୋଲି ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଧରିତ୍ରୀକୁ ଏକ ସ୍ବତନ୍ତ୍ର ସାକ୍ଷାତ୍‌କାର ଦେଇ ଏନ୍‌ଡିଆର୍‌ଏଫ୍‌ ଡିଜି ପ୍ରଧାନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ଉତ୍ସବରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲି ମାଡ଼ରେ ୫ ଗୁରୁତର

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବ ମୁଖର ଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଧୀନ...

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ...

ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ

ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର...

ବାହାଘର ସାତ ଦିନ ପରେ ନବବଧୂଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୫।୩: ବିବାହର ସାତ ଦିନ ପରେ ଜଙ୍ଗଲରୁ ମିଳିଲା ନବ ବଧୂଙ୍କର ମୃତଦେହ। ବାଲେଶ୍ୱର ଜିଲାର ସୋର ଅଂଚଳରେ ଏହି ଘଟଣାର ଘଟିଥିବା ସୂଚନା...

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ...

ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ...

ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର...

୧ରୁ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା

ଭୋଗରାଇ, ୨୩।୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ଥିତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା ଆସନ୍ତା ୧ରୁ ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri