ବିପଦସଙ୍କୁଳ ପିଣ୍ଡାରେ ଚାଲିଛି ପାଠପଢ଼ା

ଚମ୍ପୁଆ,୨୩। ୮(ଡି.ଏନ.ଏ.)-ସରକାର ଶିକ୍ଷାର ମାନ ବୃଦ୍ଧି ଓ ଶିକ୍ଷିତ ହାର ବୃଦ୍ଧି କରିବା ଲକ୍ଷ୍ୟ ନେଇ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଜିଲା ଖଣିଜ ପାଣ୍ଠିରୁ ଶିକ୍ଷିତ ହାର ବୃଦ୍ଧି ପାଇଁ ପ୍ରୟାସ ଜାରି ରହିଥିଲେ ମଧ୍ୟ ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତର ସାତହଳିଆ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଏହାର ବିପରୀତ ପ୍ରତିଫଳନ ଦେଖିବାକୁ ମିଳିଛି। ଶ୍ରେଣୀଗୃହ ଅଭାବରୁ ଶିକ୍ଷକମାନେ କୁନି କୁନି ପିଲାମାନଙ୍କୁ ବର୍ଷାଦିନରେ ମଧ୍ୟ ପିଣ୍ଡାରେ ବସାଇ ପାଠ ପଢାଉଛନ୍ତି। ଏଥିପ୍ରତି ବ୍ଲକ ଶିକ୍ଷା ବିଭାଗର ଦୃଷ୍ଟି ପଡୁଛି ନା ପ୍ରଶାସନର ଦୃଷ୍ଟି। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି। ସୂଚନା ଅନୁସାରେ ୧୯୫୪ ମସିହାରେ ନିର୍ମିତ ସାତହଳିଆ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୮୯ ଛାତ୍ରୀଛାତ୍ରଙ୍କୁ ୩ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ମାତ୍ର ଏହି ପିଲାଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହର ଅଭାବ ରହିଛି। ତିନି ଗୋଟି ଶ୍ରେଣୀ ପାଇଁ କୋଠରି ରହିଥିବା ବେଳେ ଅନ୍ୟ ଦୁଇ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷକ ପିଣ୍ଡାରେ ବସାଇ ନିୟମିତ ପାଠ ପଢାଉଛନ୍ତି। ପୂର୍ବରୁ ରହିଥିବା ଶ୍ରେଣୀଗୃହ ବିପଦସଙ୍କୁଳ ହେବା ହେତୁ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶରେ ଦୁଇ ଗୋଟି ଶ୍ରେଣୀରେ ପିଲାଙ୍କୁ ବସାଇ ପାଠ ପଢ଼ା ଯାଉଥିଲା। ମାତ୍ର ଏହା ଅସମ୍ଭବ ହେବାରୁ ବାଧ୍ୟ ହୋଇ ଶିକ୍ଷକ ପିଣ୍ଡାରେ ବସାଇ ପଢାଉଛନ୍ତି। ୯ ବର୍ଷ ତଳୁ ବିଦ୍ୟାଳୟର ଶ୍ରେଣୀଗୃହ ପାଇଁ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ଏହି ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ନ ଦେବା ପରିତାପର ବିଷୟ ବୋଲି ସ୍ଥାନୀୟ ଲୋକ ମତ ଦେଇଛନ୍ତି। ଏ ନେଇ ଚମ୍ପୁଆ ବ୍ଲକ ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଋଣ ଆଦାୟ ଟଙ୍କା ଆତ୍ମସାତ ଅଭିଯୋଗ, ଫାଇନାନ୍ସ କର୍ମଚାରୀ ଗିରଫ

ବଞ୍ଚୋ/ଆନନ୍ଦପୁର/ହାଟଡିହୀ,୭ା୬(ପ୍ରଦୋଷ କୁମାର/ବିଶ୍ୱାଳସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ ): ଋଣଗ୍ରାହକଙ୍କ ଠାରୁ ଆଦାୟ ହୋଇଥିବା ଇଏମଆଇ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଘସିପୁରା ପୋଲିସ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ…

ମୁଗୁପୁର ହାଇସ୍କୁଲ ୨୦୧୦ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବ, ସୁବର୍ଣ୍ଣ ସମୟକୁ ଜିଇଁବାର ପ୍ରୟାସ…

ହାଟଡିହୀ/ଛେନାପଦୀ,୭।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମୁଗୁପୁର ହାଇସ୍କୁଲ ପରିସରରେ ୨୦୧୦ ମସିହା ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରୀଛାତ୍ର ମାନଙ୍କୁ ନେଇ ଏକ ବନ୍ଧୁମିଳନ…

ଲଣ୍ଡା ହୋଇ ଶପଥ ନେଲେ…ଗ୍ରାମବାସୀ କହିଲେ ଆମେ ଆଉ ମଦ ପିଇବୁନି

ଆନନ୍ଦପୁର,୭ା୬(ସୁଶାନ୍ତ କୁମାର ସାହୁ ): ମଦ ପରିତ୍ୟାଗ କରି ୧୫ରୁ ଊର୍ଦ୍ଧ୍ବ ବ୍ୟକ୍ତି ଲଣ୍ଡା ହେବା ସହ ନଦୀରେ ବୁଡ଼ ପକାଇଛନ୍ତି ଏବଂ ଠାକୁରଙ୍କ ପାଖରେ ଶପଥ…

RI ଚାକିରି ଆଶା ଦେଖାଇ ଲୁଟିଥିଲେ ୫.୫ ଲକ୍ଷ ଟଙ୍କା; ହୀରାକୁଦରୁ ଅଭିଯୁକ୍ତଙ୍କୁ ବାନ୍ଧିଲା କେନ୍ଦୁଝର ପୋଲିସ

କେନ୍ଦୁଝର,୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରୀ ଚାକିରି ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ କେନ୍ଦୁଝର ଟାଉନ ପୋଲିସକୁ ଏକ ବଡ଼…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

ଓଭରବ୍ରିଜ ନିକଟରେ ପଡ଼ିଛି ମୃତଦେହ: ବଢ଼ୁଛି ସନ୍ଦେହ

କେନ୍ଦୁଝର, ୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୦ର ରାଇସୁଆଁ ରେଳ ଓଭରବ୍ରିଜ ନିକଟରୁ ସଦର ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

କେନ୍ଦୁଝର/ ଆନନ୍ଦପୁର/ବଞ୍ଚୋ,୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri