ବିପଦସଙ୍କୁଳ ଅବସ୍ଥାରେ ଜହ୍ନେଇ ନାଳ ପୋଲ

ପାଟଣା, ୬।୬ (ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ କିଆପଡା ହନୁମାନ ଛକ ରାସ୍ତାର ଜହ୍ନେଇ ନାଳ ଉପରେ ଥିବା ପୋଲଟି ଭାଙ୍ଗି ଯାଇ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ ଭଙ୍ଗା ପୋଲ ଉପରେ କିଆପଡା ଓ ଏହାର ଆଖପାଖ ଗ୍ରାମର ହଜାର ହଜାର ଲୋକ ଦୈନିକ ଜୀବନକୁ ବାଜି ଲଗାଇ ଯାତାୟତ କରୁଛନ୍ତି। ଆଗାମୀ ବର୍ଷାଋତୁ ପୂର୍ବରୁ ପୋଲଟିର ମରାମତି ନ କଲେ ସ୍ଥାନୀୟ ଲୋକଙ୍କୁ ବହୁ ହଇରାଣ ହରକତ ହେବାକୁ ପଡିବ। ପାଟଣା ବ୍ଲକ ମୁଖ୍ୟାଳୟକୁ ଆସିବା ପାଇଁ କିଆପଡା ଅଞ୍ଚଳର ଲୋକମାନେ ମୁଖ୍ୟତଃ ଏହି ପୋଲ ଉପରେ ନିର୍ଭର କରିଥାନ୍ତି। ବର୍ଷାଋତୁ ପୂର୍ବରୁ ପୋଲଟିର ମରାମତି କରିବାସହ ଉକ୍ତ ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ତରଫରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ତୋଳିବାକୁ ଯାଇଥିଲେ ଆଦିତ୍ୟ, ଛାତରୁ ଖସି ଚାଲିଗଲା ଜୀବନ

ନୀଳଗିରି,୧୭।୯(ପ୍ରଶାନ୍ତ କୁମାର ବିଶ୍ବାଳ): ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଗଲା ଏକ ବଡ ଅଘଟଣ । ଛାତ ଉପରୁ ଖସିପଡ଼ି ଚାଲିଗଲା ଜୀବନ। ବାଲେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?