ବିପଦପୂର୍ଣ୍ଣ ଅବସ୍ଥାରେ ପୋଲ

ଯୋଡ଼ା, ୩୦।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ରାଜ୍ୟ ରାଜପଥ ନଂ ୨ ବାମେବାରୀ-ବାଂଶପାଣି ରାସ୍ତା ରେ ଥିବା ବିଭିନ୍ନ ପୋଲ ଗୁଡିକ ଭାଙ୍ଗି ଜରାଜୀର୍ଣ୍ଣ ହୋଇପଡିଛି। ଜରିବାହାଲ ଡିଆଇଏଲ ଛକ ନିକଟସ୍ଥ ପୋଲ, ଜୁରୁଡି ହାଟପଦା ନିକଟସ୍ଥ ପୋଲ, ଜୁରୁଡି ଦଲକି ନାଳ ପୋଲ ଗୁଡିକ ଦୀର୍ଘ ବର୍ଷ ହେଲା ଭାଙ୍ଗି ପଡିଛି। ଯୋଡା ଖଣିମଣ୍ଡଳ ଦେଇ ଯାଇଥିବା ବ୍ୟସ୍ତବହୁଳ ୨ନଂ ରାଜ୍ୟ ରାଜପଥ ବାମେବାରୀ ବାଂଶପାଣି ରାସ୍ତା ଦେଇ ଦୈନିକ ହଜାର ହଜାର ଖଣିଜ ବୋଝେଇ ଟ୍ରକ, ଡମ୍ପର ଯାତାୟାତ କରୁଛନ୍ତି। ଜୁରୁଡି ହାଟପଦା ନିକଟରେ ଥିବା ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ବିପଦପୂର୍ଣ୍ଣ ଅବସ୍ଥାରେ ଅଛି। ପୋଲଟି ଅତି ସଙ୍କୁଚିତ ଥିବାରୁ ପୋଲର ଦୁଇ ପାର୍ଶ୍ୱରେ ଥିବା ବାଡା ମଧ୍ୟ ଭାଙ୍ଗି ପଡିଛି। ସ୍କୁଲ୍‌ ବସ୍‌ , ଆମ୍ବୁଲାନ୍ସ, ଯାତ୍ରୀବାହୀ ବସ, କମାଣ୍ଡର, ଅଟୋ ପ୍ରଭୃତି ଗାଡି ସବୁ ଏହି ପୋଲ ଦେଇ ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି।ଏହି ପୋଲର ସ୍ଥାନେ ସ୍ଥାନେ ତଳ ପାର୍ଶ୍ୱରେ ଫାଟ ସୃଷ୍ଟି ହୋଇଥିବାରୁ କୌଣସି ମୂହୁର୍ତ୍ତରେ ଏହା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିବାର ଆଶଙ୍କା ରହିଛି।
ଉକ୍ତ ରାସ୍ତା ମରଣଯନ୍ତା ପାଲଟିଥିବାରୁ ସାଧାରଣ ପଥଚାରୀଠାରୁ ଆରମ୍ଭ କରି ବାଇକ୍‌ ଆରୋହୀ, ଛୋଟ ଯାନବାହାନ ମଧ୍ୟ ଯାତାୟାତ କରିବା କଷ୍ଟକର ହୋଇପଡିଛି। ଉକ୍ତ ପୋଲର ଉପର ପାର୍ଶ୍ୱରେ ଗଭୀର ଖାଲ ସୃଷ୍ଟି ହୋଇଥିବାରୁ ବର୍ଷାପାଣି ଜମି ଏକ ପ୍ରକାର ଛୋଟ ଛୋଟ ଜଳକୁଣ୍ଡରେ ପରିଣତ ହୋଇଛି। ବାମେବାରୀଠାରୁ ବାଂଶପାଣି ପର୍ଯ୍ୟନ୍ତ ୧୩ କି.ମି. ରାସ୍ତାର ନିର୍ମାଣ କାର୍ଯ୍ୟ ପାଇଁ ଜିଲା ଖଣିଜ ପାଣ୍ଠି (ଡିଏମଏଫ)ରୁ ୪୭ କୋଟି ଟଙ୍କା ମଞ୍ଜୁର କରାଯାଇ ଟେଣ୍ଡର ଜରିଆରେ ଏକ ଠିକାସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି। ଏହି ଠିକାସଂସ୍ଥା ପକ୍ଷରୁ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ହେଉଥିବାରୁ ଏହି ରାସ୍ତାର ସମ୍ପୂର୍ଣ୍ଣତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖୁବ୍‌ ଶୀଘ୍ର ଏହି ପୋଲର ମରାମତି କାର୍ଯ୍ୟ କରାନଗଲେ ଏହି ପୋଲ ଭୁଶୁଡ଼ି ପଡି ଯୋଗାଯୋଗ ବିଛିନ୍ନ ହୋଇଯିବାର ଆଶଙ୍କା ରହିଛି ବୋଲି ସେମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏହା ସହିତ ଠିକାସଂସ୍ଥା ପକ୍ଷରୁ ପୋଲ ଗୁଡିକର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବା ନେଇ ସ୍ଥାନୀୟ ଜୁରୁଡିର ବରିଷ୍ଠ ନାଗରିକ ସୁରେନ୍ଦ୍ରନାଥ ମହାନ୍ତି, ଦାସ ପେଣ୍ଠେଇ, ବୀର ପେଣ୍ଠେଇ ପ୍ରମୁଖ ଅଭିଯୋଗରେ କହିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ରାସ୍ତା ଓ ପୋଲର ମରାମତି ପାଇଁ ଅଭିଯୋଗ ଆଣିଲେ ଦୁଇ ଚାରି ଗାଡି ମୋରମ ପକାଇ ସେମାନଙ୍କର ଦାୟିତ୍ୱ ଶେଷ କରିଥାନ୍ତି ବୋଲି ବରିଷ୍ଠ ନାଗରିକ ସୁରେନ୍ଦ୍ର ନାଥ ମହାନ୍ତି। କେନ୍ଦୁଝର ଜିଲାପାଳଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଏହି ପୋଲ ପ୍ରତି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri