Posted inବରଗଡ଼

ସରକାରୀ ନିୟମକୁ ଉଲ୍ଲଘଂନ: ବିନା ମାକ୍ସରେ କାମ କରୁଛନ୍ତି ୨୦ ଶ୍ରମିକ

ବିଜେପୁର,୮।୫(ଡି.ଏନ.ଏ.)-କରୋନାକୁ ନେଇ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। ସେହିପରି ସଂକ୍ରମଣ ପ୍ରତିହତ ପାଇଁ ସାମାଜିକ ଦୂରତ୍ୱ ଓ ମାକ୍ସ ପିନ୍ଧିବାକୁ ସରକାର ସଚେତନତା ସୁଷ୍ଟି କରୁଛନ୍ତି। ମାତ୍ର ବରଗଡ଼ ଜିଲା ବିଜେପୁର ଏନ୍‌ଏସି ଅଞ୍ଚଳରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଏକ କଲଭଟ କାମରେ ଶ୍ରମିକମାନେ ବିପଦଜ୍ଜନକ ଭାବେ କାମ କରୁଥିବା ଅଭିଯୋଗ ହୋଇଛି। ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ସୂଚନାଯୋଗ୍ୟ, ଏମଗଣ୍ଡପାଲି ଛକରୁ ବାଉଁଶପୋଲା ଦେଇ ବିଜେପୁରକୁ ସଂଯୋଗ କରୁଥିବା ରାସ୍ତା କାମ ପାଇଁ ଏନ୍‌ଏସି ପକ୍ଷରୁ ୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। କରୋନା ଯୋଗୁ କିଛିଦିନ ହେବ ରାସ୍ତା କାର୍ଯ୍ୟ ବନ୍ଦ ରହିଥିବାବେଳେ ଗତ ବୁଧବାରରୁ ଏମଗଣ୍ଡପାଲି ଛକରେ କଲଭଟ କାମ ଆରମ୍ଭ ହୋଇଛି। ଏହି କାର୍ଯ୍ୟରେ ପ୍ରାୟ ୨୦ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି। ହେଲେ କେହି ମାକ୍ସ ନ ପିନ୍ଧି କାମ କରୁଥିବା ସାଧାରଣରେ ଅଭିଯୋଗ ହେଉଛି। ଅପରପକ୍ଷେ ଉକ୍ତ ରାସ୍ତା କାମ ଆରମ୍ଭ ହେବାର ୫ ମାସ ଅତିବାହିତ ହୋଇଯାଇଥିଲେ ସୁଦ୍ଧା ସୂଚନା ଫଳକ ମଧ୍ୟ ଲଗାଯାଇ ନ ଥିବା ଅଭିଯୋଗ ହେଉଛି। ଏ ନେଇ ଏନ୍‌ଏସିର କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ପାତ୍ର କହିଛନ୍ତି, ମାକ୍ସ ଯୋଗାଇ ଦେବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨ ରୁ ୩ଦିନ ମଧ୍ୟରେ ସୂଚନା ଫଳକ ଲଗାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଅତାବିରାରେ ଶକ୍ତି ବଢାଉଛି ଭାଜପା, ମିଶ୍ରଣ ପର୍ବରେ ସାମିଲ ହେଲେ ଯୁବ, ମହିଳା କର୍ମୀ

ଭେଡେନ,୨୨।୪(ସୁଦନ ମହାକୁର):  ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଡେନ ବ୍ଲକର ଡାଙ୍ଗପାଲିଠାରେ ସୋମବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପପଙ୍ଗା...

ବିଜେଡି ଛାଡ଼ିବା ପରେ ଏମିତି କହିଲେ ବିମ୍ବାଧର କୁଅଁର

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ସୋମବାର ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ବିଜେଡି...

ଶକ୍ତି ବଢାଉଛି ବିଜେଡି: ମିଶ୍ରଣ ପର୍ବରେ ସାମିଲ ହେଲେ ଅନେକ ଯୁବ, ମହିଳାକର୍ମୀ

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ଅନ୍ନପୂର୍ଣ୍ଣା ପ୍ୟାଲେସଠାରେ ରବିବାର ସନ୍ଧ୍ୟାରେ ବିଜେଡିର ଏକ ମହାମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଯାଇଛି। ବରଗଡ଼ ଟାଉନ ବିଜେଡି...

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri