ମହାନଦୀ ସଂଲଗ୍ନ ଜମିରୁ ଚାଲିଛି ମାଟି ଖନନ

ପାରାଦୀପ,୧୪।୩(ସ୍ବ.ପ୍ର.):ପାରାଦୀପ ବାହାକୁଦ ଘାଟରୁ ନୂଆଗଡ ପଞ୍ଚାୟତ ଚଉମୁହାଣି ପର୍ଯ୍ୟନ୍ତ ମହାନଦୀ ସଲଗ୍ନ ଜମିରୁ କିଛି ଦିନ ହେବ ବିପୁଳ ପରିମାଣର ମାଟି ଖନନ କରାଯାଇ ବିକ୍ରି ହେଉଛି। ଉକ୍ତ ଜମିକୁ ଅଧିଗ୍ରହଣ କରିବା ପାଇଁ ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନଷ୍ଟିଲ)କମ୍ପାନୀ ବିଜ୍ଞପ୍ତି ଜାରି କରିବା ପରଠୁ ଏଭଳି କାର୍ଯ୍ୟ ହେଉଛି। ସ୍ଥାନୀୟ ଅଞ୍ଚଳର କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏଥିରେ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଏହାସତ୍ତ୍ୱେ ସ୍ଥାନୀୟ ଲକ୍‌ ଥାନା ପୋଲିସ କିମ୍ବା କୁଜଙ୍ଗ ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।
ସୂଚନାଯୋଗ୍ୟ, ନୂଆଗଡ ପଞ୍ଚାୟତ ମୂଷାଡିଆ ମୌଜାର ପ୍ରାୟ ୧୨ଶହ ଏକରରୁ ଅଧିକ ଜମି ଏସାରଷ୍ଟିଲ କମ୍ପାନୀ ନେବ ବୋଲି ୨୦୦୮-୨୦୦୯ରେ ନିଷ୍ପତ୍ତି ହୋଇଥିଲା। ଉକ୍ତ ଜମିରୁ ଅର୍ଦ୍ଧାଧିକ ଅଞ୍ଚଳ ଏପର୍ଯ୍ୟନ୍ତ ଫାଙ୍କା ପଡ଼ିଛି। ୨୦୧୯ ଫେବୃୟାରୀରେ ଏସାରଷ୍ଟିଲ କମ୍ପାନୀକୁ ଏଏମ୍‌ଏନ୍‌ଏସ୍‌ ଅଧିଗ୍ରହଣ କରିଛି। ଉକ୍ତ କମ୍ପାନୀ ଏବେ ପ୍ଲାଣ୍ଟର ସମ୍ପ୍ରସାରଣ ଓ କ୍ଷମତା ବୃଦ୍ଧି ପାଇଁ ଭିତ୍ତିଭୂମି ସଜାଡ଼ୁଛି। ଏହି କ୍ରମରେ ନୂଆଗଡ, ମୂଷାଡିଆ, ହାଣ୍ଡିଆ, ବାଲିଡିଆ, ଚଉମୁହାଣି ଗ୍ରାମ ପଛ ଏବଂ ମହାନଦୀ ସଲଗ୍ନ ଅଞ୍ଚଳରେ କମ୍ପାନୀ ଉଚ୍ଚ ବନ୍ଧ କରିବା ସହ କଙ୍କ୍ରିଟ ପାଚେରୀ ନିିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଏଥିସହ ଫାଙ୍କା ଥିବା ଜମିକୁ ଅଧିଗ୍ରହଣ କରିବା ପାଇଁ ନୋଟିସ ଜାରି କରିଛି। ଏହା ପରଠୁ ଉକ୍ତ ଜମିରୁ ପ୍ରତି ରାତିରେ ଜେସିବି ସାହାଯ୍ୟରେ ମାଟି ଖୋଳା ଚାଲିଛି। ଏଠାରୁ ପ୍ରାୟ ୨୦୦ ରୁ ୩୦୦ ଟ୍ରିପ ମାଟି ଖୋଳାଯାଇ ବିକ୍ରି କରାଗଲାଣି ବୋଲି ସ୍ଥାନୀୟ ସରପଞ୍ଚ ଦେବେନ୍ଦ୍ର ରାଉତ କହିଛନ୍ତି। ଏ ନେଇ ସେ କୁଜଙ୍ଗ ତହସିଲଦାର ଓ ଲକ୍‌ଥାନା ପୋଲିସକୁ ଅବଗତ କରାଇଛନ୍ତି ବୋଲି ସୂଚନା ଦେଇଛନ୍ତି। ଅପରପକ୍ଷେ ଏହି ଘଟଣାରେ କେତେଜଣ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି।
ମାଟି ବିକ୍ରି କରୁଥିବା ଲୋକଙ୍କ କହିବା କଥା ହେଲା, କମ୍ପାନୀ ଜମି ନେବ। ଏହାପୂର୍ବରୁ ସେଠାରୁ ମାଟି ତାଡ଼ି ବିକ୍ରି କରିଦେଲେ ଜମିର ମୂଲ୍ୟ କମିବ ନାହିଁ ବରଂ ରୋଜଗାର ହେବ। ଏ ସମ୍ପର୍କରେ ଏଏମ୍‌ଏନ୍‌ଏସ୍‌ କମ୍ପାନୀ ଭିପି (ଉପସଭାପତି)ଏମ.କେ.ଠାକୁର
କହିଛନ୍ତି, ଜିଲା ପ୍ରଶାସନ ଏହାକୁ ଦେଖିବା କଥା। ଆମେ ସୂଚନା ଦେବାପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଲକ୍‌ଥାନା ଅଧିକାରୀ ଭାବଗ୍ରାହୀ ରାଉତଙ୍କୁ ଏସମ୍ପର୍କରେ ପଚାରିବାରେ ଏହି ଘଟଣାରେ ପୋଲିସ କର୍ମୀଙ୍କ ସମ୍ପୃକ୍ତି ସମ୍ପର୍କରେ ପୂର୍ବରୁ ଜାଣି ନଥିଲି ଏନେଇ ତଦନ୍ତ କରାଯିବ। ଏସମ୍ପର୍କରେ ନୂଆଗଡ଼ ଆର୍‌ଆଇ( ରାଜସ୍ବ ନିରୀକ୍ଷକ) ନାରାୟଣ ସ୍ବାଇଁ କୁହନ୍ତି, କିଛି ଦିନ ପୂର୍ବେ ଚଢ଼ାଉ କରାଯାଇ ୧୨ ଗାଡିରୁ ଜରିମାନା ଆଦାୟ କରାଯାଇଥିଲା। ଏବେ ପୁଣି ମାଟି ବିକ୍ରି ଖବର ଜଣାନାହିଁ। ସେମାନେ ରାତିରେ ଏମିତି କରୁଛନ୍ତି। ସେତେବେଳେ ଘଟଣାସ୍ଥଳକୁ ଯିବା ବିପଦ ବୋଲି କହି ସେ ଅସହାୟ ପ୍ରକାଶ କରିଥିଲେ। ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଏବିଷୟରେ କିଛି ଜାଣି ନ ଥିବା କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନର୍ସ ନୀହାରିକା ହତ୍ୟା ମାମଲାର ଭିନ୍ନ ମୋଡ଼: କଟକରେ କରାଯାଇଛି ହତ୍ୟା, ବାଇକ୍‌ରେ ନେବା ଦୃଶ୍ୟ ସିସିଟିଭିରେ କଏଦ

କଟକ ଅଫିସ/ଜଗତସିଂହପୁର ଅଫିସ,୨୧।୯: ନର୍ସ ନୀହାରିକା ପାତ୍ର ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ପ୍ରଥମେ ତାଙ୍କ ପ୍ରେମିକ ହାଜିପୁରର କିଶୋର...

ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଦାବିରେ ଧାରଣା

ମୋହନା,୧୬ା୧୧(ଡି.ଏନ୍‌.ଏ.) -ଗଜପତି ମୋହନା ବ୍ଲକ ଚୁଡୁଙ୍ଗପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ପୂର୍ବାହ୍ନରେ ବିଭିନ୍ନ ଯୋଜନାରେ ଭତ୍ତା ପାଉଥିବା ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ହିତାଧିକାରୀ ଧାରଣା...

ସୋନପୁରରୁ ନିରଞ୍ଜନ ପୂଜାରୀ ଆଗୁଆ

ସୋନପୁର,୨୩।୫: ସୋନପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଆଗୁଆ ରହିଛନ୍ତି। ୭ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନିରଞ୍ଜନ ୪୭୧୮ ଖଣ୍ଡ ଭୋଟ...

ଗଞ୍ଜାମ ଜିଲାପାଳଙ୍କ ଆଉ ଏକ ପଦକ୍ଷେପ: ନିଜେ ରକ୍ତ ଦେବାପରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡ଼ିର କଲେ ଶୁଭାରମ୍ଭ

ଶେରଗଡ,୧୭।୪(ଡି.ଏନ୍‌.ଏ.): ବିଭିନ୍ନ ଯୋଜନାର ସଫଳ ରୁପାୟନ ଠାରୁ ଆରମ୍ଭ କରି କରୋନା ମୁକାବିଲା ପର୍ଯ୍ୟନ୍ତ ସବୁଥିରେ ଆଗରେ ରହିଛି ଗଞ୍ଜାମ ଜିଲା। ଏ ନେଇ ଦୁଇ...

ମୁକେଶ ଜୈନ ଗିରଫ

ବାଲେଶ୍ୱର ଅଫିସ,୧୧।୭: ପୁରୀ ରଥଯାତ୍ରା ପ୍ରସଙ୍ଗରେ ରାୟ ଦେଇଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ. ବୋବଡେଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ...

ନିର୍ଣ୍ଣାୟକ ଭୂମିକା ନେବେ ବସ୍ତିବାସିନ୍ଦା

ବାରିପଦା ଅଫିସ,୧୫।୩ ମୟୂରଭଞ୍ଜ ଜିଲାରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପୌର ନିର୍ବାଚନ ଉଷ୍ମତା ବୃଦ୍ଧି ପାଇଛି। ଜିଲା ପରିଷଦ ନିର୍ବାଚନରେ ଅପୂର୍ବ ସଫଳତା ହାସଲ...

ମା’ ଝିଅଙ୍କୁ ଏକୁଟିଆ ଦେଖି ଘରେ ପଶିଗଲେ ଯୁବକ, ତା’ପରେ..

ପାଟଣା,୯।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଭୃଙ୍ଗରାଜପଶି ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଘରେ ମା’, ଝିଅ ଶୋଇଥିବା ବେଳେ ଜଣେ ଯୁବକ ଘରେ ପଶି...

ବିଦ୍ୟୁତ୍‌ତାର ଲାଗି ହାତୀର ଜୀବନ ଗଲା

ନିରାକାରପୁର,୧୧ା୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଲବାଇ ଛକ ନିକଟରେ ବିଦ୍ୟୁତ୍‌ ତାର ଲାଗି ସୋମବାର ଏକ ହାତୀର ମୃତ୍ୟୁ ଘଟିଛି। ରାସ୍ତା ପାର୍‌...

Advertisement
Archives

Model This Week