ମହାନଦୀ ସଂଲଗ୍ନ ଜମିରୁ ଚାଲିଛି ମାଟି ଖନନ

ପାରାଦୀପ,୧୪।୩(ସ୍ବ.ପ୍ର.):ପାରାଦୀପ ବାହାକୁଦ ଘାଟରୁ ନୂଆଗଡ ପଞ୍ଚାୟତ ଚଉମୁହାଣି ପର୍ଯ୍ୟନ୍ତ ମହାନଦୀ ସଲଗ୍ନ ଜମିରୁ କିଛି ଦିନ ହେବ ବିପୁଳ ପରିମାଣର ମାଟି ଖନନ କରାଯାଇ ବିକ୍ରି ହେଉଛି। ଉକ୍ତ ଜମିକୁ ଅଧିଗ୍ରହଣ କରିବା ପାଇଁ ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନଷ୍ଟିଲ)କମ୍ପାନୀ ବିଜ୍ଞପ୍ତି ଜାରି କରିବା ପରଠୁ ଏଭଳି କାର୍ଯ୍ୟ ହେଉଛି। ସ୍ଥାନୀୟ ଅଞ୍ଚଳର କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏଥିରେ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଏହାସତ୍ତ୍ୱେ ସ୍ଥାନୀୟ ଲକ୍‌ ଥାନା ପୋଲିସ କିମ୍ବା କୁଜଙ୍ଗ ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।
ସୂଚନାଯୋଗ୍ୟ, ନୂଆଗଡ ପଞ୍ଚାୟତ ମୂଷାଡିଆ ମୌଜାର ପ୍ରାୟ ୧୨ଶହ ଏକରରୁ ଅଧିକ ଜମି ଏସାରଷ୍ଟିଲ କମ୍ପାନୀ ନେବ ବୋଲି ୨୦୦୮-୨୦୦୯ରେ ନିଷ୍ପତ୍ତି ହୋଇଥିଲା। ଉକ୍ତ ଜମିରୁ ଅର୍ଦ୍ଧାଧିକ ଅଞ୍ଚଳ ଏପର୍ଯ୍ୟନ୍ତ ଫାଙ୍କା ପଡ଼ିଛି। ୨୦୧୯ ଫେବୃୟାରୀରେ ଏସାରଷ୍ଟିଲ କମ୍ପାନୀକୁ ଏଏମ୍‌ଏନ୍‌ଏସ୍‌ ଅଧିଗ୍ରହଣ କରିଛି। ଉକ୍ତ କମ୍ପାନୀ ଏବେ ପ୍ଲାଣ୍ଟର ସମ୍ପ୍ରସାରଣ ଓ କ୍ଷମତା ବୃଦ୍ଧି ପାଇଁ ଭିତ୍ତିଭୂମି ସଜାଡ଼ୁଛି। ଏହି କ୍ରମରେ ନୂଆଗଡ, ମୂଷାଡିଆ, ହାଣ୍ଡିଆ, ବାଲିଡିଆ, ଚଉମୁହାଣି ଗ୍ରାମ ପଛ ଏବଂ ମହାନଦୀ ସଲଗ୍ନ ଅଞ୍ଚଳରେ କମ୍ପାନୀ ଉଚ୍ଚ ବନ୍ଧ କରିବା ସହ କଙ୍କ୍ରିଟ ପାଚେରୀ ନିିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଏଥିସହ ଫାଙ୍କା ଥିବା ଜମିକୁ ଅଧିଗ୍ରହଣ କରିବା ପାଇଁ ନୋଟିସ ଜାରି କରିଛି। ଏହା ପରଠୁ ଉକ୍ତ ଜମିରୁ ପ୍ରତି ରାତିରେ ଜେସିବି ସାହାଯ୍ୟରେ ମାଟି ଖୋଳା ଚାଲିଛି। ଏଠାରୁ ପ୍ରାୟ ୨୦୦ ରୁ ୩୦୦ ଟ୍ରିପ ମାଟି ଖୋଳାଯାଇ ବିକ୍ରି କରାଗଲାଣି ବୋଲି ସ୍ଥାନୀୟ ସରପଞ୍ଚ ଦେବେନ୍ଦ୍ର ରାଉତ କହିଛନ୍ତି। ଏ ନେଇ ସେ କୁଜଙ୍ଗ ତହସିଲଦାର ଓ ଲକ୍‌ଥାନା ପୋଲିସକୁ ଅବଗତ କରାଇଛନ୍ତି ବୋଲି ସୂଚନା ଦେଇଛନ୍ତି। ଅପରପକ୍ଷେ ଏହି ଘଟଣାରେ କେତେଜଣ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି।
ମାଟି ବିକ୍ରି କରୁଥିବା ଲୋକଙ୍କ କହିବା କଥା ହେଲା, କମ୍ପାନୀ ଜମି ନେବ। ଏହାପୂର୍ବରୁ ସେଠାରୁ ମାଟି ତାଡ଼ି ବିକ୍ରି କରିଦେଲେ ଜମିର ମୂଲ୍ୟ କମିବ ନାହିଁ ବରଂ ରୋଜଗାର ହେବ। ଏ ସମ୍ପର୍କରେ ଏଏମ୍‌ଏନ୍‌ଏସ୍‌ କମ୍ପାନୀ ଭିପି (ଉପସଭାପତି)ଏମ.କେ.ଠାକୁର
କହିଛନ୍ତି, ଜିଲା ପ୍ରଶାସନ ଏହାକୁ ଦେଖିବା କଥା। ଆମେ ସୂଚନା ଦେବାପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଲକ୍‌ଥାନା ଅଧିକାରୀ ଭାବଗ୍ରାହୀ ରାଉତଙ୍କୁ ଏସମ୍ପର୍କରେ ପଚାରିବାରେ ଏହି ଘଟଣାରେ ପୋଲିସ କର୍ମୀଙ୍କ ସମ୍ପୃକ୍ତି ସମ୍ପର୍କରେ ପୂର୍ବରୁ ଜାଣି ନଥିଲି ଏନେଇ ତଦନ୍ତ କରାଯିବ। ଏସମ୍ପର୍କରେ ନୂଆଗଡ଼ ଆର୍‌ଆଇ( ରାଜସ୍ବ ନିରୀକ୍ଷକ) ନାରାୟଣ ସ୍ବାଇଁ କୁହନ୍ତି, କିଛି ଦିନ ପୂର୍ବେ ଚଢ଼ାଉ କରାଯାଇ ୧୨ ଗାଡିରୁ ଜରିମାନା ଆଦାୟ କରାଯାଇଥିଲା। ଏବେ ପୁଣି ମାଟି ବିକ୍ରି ଖବର ଜଣାନାହିଁ। ସେମାନେ ରାତିରେ ଏମିତି କରୁଛନ୍ତି। ସେତେବେଳେ ଘଟଣାସ୍ଥଳକୁ ଯିବା ବିପଦ ବୋଲି କହି ସେ ଅସହାୟ ପ୍ରକାଶ କରିଥିଲେ। ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଏବିଷୟରେ କିଛି ଜାଣି ନ ଥିବା କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୧୨୫ ଦିନ ମିଳିବ କାମ: ନୂଆ ଯୋଜନାକୁ ନେଇ ଉତ୍ସାହିତ ଶ୍ରମିକ

ଭଞ୍ଜନଗର,୩।୭(ବାବୁଲା ପ୍ରଧାନ): ଜୁଲାଇ ୧ ତାରିଖରୁ ଭି.ବି-ଜୀ ରାମ ଜୀ ଯୋଜନା ସମଗ୍ର ଦେଶରେ ଲାଗୁ ହୋଇଛି। ପୂର୍ବରୁ ଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ ନିଯୁକ୍ତି…

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

ସବୁଜ ଭବିଷ୍ୟତ ଗଢ଼ିବା ପାଇଁ ଶପଥ ନେଲେ ଛାତ୍ରୀଛାତ୍ର, ଜଳବାୟୁ ପରିବର୍ତ୍ତନରେ…

ମହାକାଳପଡ଼ା,୩ା ୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡ଼ାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହେବ ସଜୁବ ବନାନୀ। ଏଥିପାଇଁ ସ୍କୁଲ…

ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା…

ପୋଡମପେଟା ସମୁଦ୍ର କୂଳ ଲଂଘିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୩।୭(ଅନାଥ ତରାଇ):  ବିଶ୍ୱତାପନ ଓ ବଙ୍ଗୋପସାଗରରେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଗଞ୍ଜାମ ଜିଲା ଉପକୂଳରେ ସ୍ଥିତି ଗମ୍ଭୀର ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ…

ଘରୁ ଉଭାନ୍‌ ହୋଇଗଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ: ବାପା କହିଲେ…

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ସ୍ଥିତ ଭୈରବନଗର ପଡ଼ାରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଛି।…

ଅଙ୍ଗନଦୀ ସେତୁରୁ ଉଠିଗଲା କଂକ୍ରିଟ: ଦୁର୍ଘଟଣା ଆଶଙ୍କା

ଲୋଇସିଂହା,୩।୭ (ସୁଶାନ୍ତ ବାରିକ):ବଲାଙ୍ଗୀର-ବରଗଡ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ସାଲେଭଟା ଅଙ୍ଗନଦୀ ସେତୁ ମଝି ଅଂଶ ଶୋଚନୀୟ ହୋଇ ପଡିଥିବା ସ୍ଥାନକୁ ଗତ ମଙ୍ଗଳବାର ମରାମତି କରାଯାଇଥିଲା।…

ରାଜ୍ୟ ପାଇଁ ଗୌରବ ଆଣିଲେ ଖୁସିରାମ: ଜାତୀୟ ଜୁନିୟର ପେନ୍‌ଚାକ୍‌ ସିଲାଟ୍‌ ଚାମ୍ପିୟନଶିପ୍‌ରେ…

ବଲାଙ୍ଗୀର,୩ା୭(ବୀରେନ୍ଦ୍ର କୁମାର ଝାଙ୍କର):ମହାରାଷ୍ଟ୍ରର ନାସିକଠାରେ ଗତ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୧୪ତମ ସିଙ୍ଗା, ମାକାନ, ପ୍ରି-ଟିନ୍‌, ପ୍ରି-ଜୁନିୟର ଓ ଜାତୀୟ ଜୁନିୟର ପେନ୍‌ଚାକ୍‌ ସିଲାଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri